June 30, 2025 7:26 am

ଭୁବନେଶ୍ଵର ଜଳୁଛି, ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୩. ୫ ଡି‌ଗ୍ରି ରେକର୍ଡ

ଭୁ‌ବନେଶ୍ଵର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପରିଲକ୍ଷିତ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ର ଶୁକ୍ରବାର ରେକର୍ଡ ହୋଇଛି। ଭୁବନେଶ୍ବରରେ ଆଜି ତାପମାତ୍ରା ୪୩.୫ ଡିଗ୍ରି ଛୁଇଁଛି। ଆଞ୍ଚଳିକ  ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ରାଜ୍ୟର ୨୫ଟି ସହରରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ଉପର ରହିଥିଲା। ପାରଳାଖେମୁଣ୍ଡିରେ ୪୨.୬, ତାଳଚେରରେ ୪୨.୧, ମାଲକାନଗିରି, ବୌଦ୍ଧରେ ୪୨.୨, … Read more

ବିଜେଡ଼ି ୯ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା 

ଭୁବନେଶ୍ଵର: ତୃତୀୟ ପର୍ଯ୍ୟାୟରେ ବିଜୁ ଜନତା ଦଳ (ବିଜେଡି) ଆଜି  ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପର୍ଯ୍ୟାୟରେ ରେଙ୍ଗାଲି ପାଇଁ ସୁଦର୍ଶନ ହରିପାଲ, ରାଉରକେଲା ପାଇଁ ଶାରଦା ନାୟକ, ବୀରମିତ୍ରପୁର ପାଇଁ ରୋହିତ ଯୋଶେଫ ତିର୍କୀ, କେନ୍ଦୁଝର ପାଇଁ ମୀନା ମାଝୀ, ରାଇରଂଗପୁର ପାଇଁ ରାଇସିଂ ମୁର୍ମୁ, ବାଲେଶ୍ବର ପାଇଁ ସ୍ବରୂପ ଦାସ, କଟକ-ବାରବାଟୀ ପାଇଁ ପ୍ରକାଶ ବେହେରା, ସାଲେପୁର ପାଇଁ ପ୍ରଶାନ୍ତ ବେହେରାଙ୍କୁ … Read more

ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ୧୨ ନମ୍ବର ଓାର୍ଡ ଅନ୍ତର୍ଗତ ପ୍ରେସଛକ ଠାରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବରି ନାଗରିକ ଜନକର ସାହୁଙ୍କ ଦ୍ୱାରା ଆୟୋଜିତ ଚତୁଦ୍ଦର୍ଶ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ତିନିଦିନ ଧରି ଚାଲିଥିଲା । ପ୍ରଥମ ଦିନ କଳସ ଯାତ୍ରା ହୋଇ ସପ୍ତମ ବାଟାଲିୟନ ପୁଷ୍କରଣୀରୁ ପାଣି ଗ୍ରହଣ ପରେ ଅଧିବାସ ଓ ଦ୍ୱିତୀୟ ଦିନ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ତୃତୀୟ ଦିନ ନଗର କୀର୍ତ୍ତନ କଇାଯାଇ ଗଜପତି ନଗର … Read more

ବିଜେପି ବିଷଧର ସାପଠୁ ବଳି ଭୟଙ୍କର: ମମତା ବାନାର୍ଜୀ

କୋଲକାତା: ପ୍ରଥମ ପର୍ଯ୍ୟାୟ ଲୋକସଭା  ନିର୍ବାଚନ ଆରମ୍ଭକୁ ମାତ୍ର ଦୁଇ ସପ୍ତାହ ବାକିଥିବ ବେଳେ ସବୁ ଦଳ ବ୍ୟାପକ ପ୍ରସ୍ତୁତିରେ ଲାଗିପଡିଥିବା ବେଳେ ବିବାଦୀୟ ରାଜନୈତିକ ବୟାନବାଜି  ବଢିବାରେ ଲାଗିଛି। ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁଚବିହାରରେ ବିରୋଧୀ ବିଜେପି ବିରୋଧରେ ବିବାଦୀୟ ତଥା ଅପମାନଜନକ ଭାଷା ବ୍ୟବହାର କରିଛନ୍ତି। ମମତା ବାନାର୍ଜୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ବିଷଧର ସାପ ଉପରେ ବିଶ୍ୱାସ କରନ୍ତୁ କିନ୍ତୁ ବିଜେପିକୁ ନୁହେଁ। ଏହାଛଡ଼ା ସେ ଆଉ କେତେକ … Read more

ପ୍ରକାଶ ତ୍ରିପାଠୀ ବିଜେଡ଼ି ରାଜ୍ୟ ସମ୍ପାଦକ ଭାବେ  ନିଯୁକ୍ତ

ଭୁବନେଶ୍ଵର:ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ସଭାପତି ତଥା ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସଂଯୋଜକ ତଥା ରାଜ୍ୟ ଯୁବ ବିଜେଡି ପୂର୍ବତନ ଉପ ସଭାପତି ଡଃ ପ୍ରକାଶ କୁମାର ତ୍ରିପାଠୀଙ୍କୁ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଭାବରେ ନିଯୁକ୍ତ ଦେଇ ଥିବାରୁ ଡଃ ତ୍ରିପାଠୀ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଦଳର ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ,  ୫-ଟି ଅଧକ୍ଷ ଶ୍ରୀ ଭି କେ ପଣ୍ଡିଆନ୍, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଉତ୍ତର ବିଧାୟକ … Read more

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଗବେଷକ ସମ୍ବର୍ଦ୍ଧିତ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ର ପିଏଚଡି ସ୍କଲାର ଶ୍ରୀମତୀ ଅୟୁସ୍ମିତା ନାୟକଙ୍କୁ କେନ୍ଦ୍ର ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ ୨୦୨୪ ଏପ୍ରିଲ ୧ ତାରିଖରେ ଭୁବନେଶ୍ୱରସ୍ଥିତ ଏସ୍ଓଏ ଅଡିଟୋରିୟମରେ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀମତୀ ନାୟକଙ୍କୁ ୮୯ତମ ଉତ୍କଳ ଦିବସ ଅବସରରେ ଓଡ଼ିଶା@୧୦୦…ସମ୍ଭାବନାର ଶତାବ୍ଦୀ ଶୀର୍ଷକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘ଆମ ଓଡ଼ିଆ’ ଫାଉଣ୍ଡେସନ ପକ୍ଷରୁ ଅନ୍ୟ ଯୁବ ପ୍ରତିଭାଙ୍କ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ନିକଟରେ ସିୟୁଓର … Read more

ବିଜେଡ଼ି ୨୭ ବିଧାନସଭା ଓ ୫ ଲୋକସଭା ପ୍ରାର୍ଥୀଙ୍କ  ନାମ ଘୋଷଣା କଲା 

ଭୁବନେଶ୍ଵର: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ବୁଧବାର ସନ୍ଧ୍ୟାରେ ୨୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ବାରା ‌କରାଯାଇଥିବା ଘୋଷଣା ଅନୁସାରେ ବ୍ରଜରାଜନଗରରୁ ପୁଣି ଥରେ ଅଳକା ମହାନ୍ତି ଟିକେଟ୍‌ ପାଇଛନ୍ତି। ସେହିପରି ବିଜେଡି ଦୀପାଳି ଦାସଙ୍କୁ ପୁଣି ଥରେ ଝାରସୁଗୁଡ଼ାରେ ଟିକେଟ୍‌ ଦେଇଛି। ବିଜେଡି ଟିକେଟ୍‌ରେ ତଳସରାରୁ ବିଜୟ ଟପ୍ପୋ, ସୁନ୍ଦରଗଡ଼ରୁ ଯୋଗେଶ ସିଂହ, ରାଇରଗଂପୁରରୁ ଅନିଲ ବରୁଆ, ବଣାଇରୁ ଭୀମସେନ ଚୌଧୁରୀ ନିର୍ବାଚନ … Read more

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ୮୯ ତମ ଉତ୍କଳ ଦିବସ ପାଳିତ

ଅନୁଗୁଳ:   ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି )ପକ୍ଷରୁ ଏପ୍ରିଲ ପହିଲା ଦିନ ୮୯ ତମ ଉତ୍କଳ ଦିବସ ଅନୁଗୁଳ ସ୍ଥିତ କମ୍ପାନୀ ପରିସରରେ ଉତ୍ସାହ ଉଦ୍ଦୀପନା ର ସହ ପାଳିତ ହୋଇଯାଇଛି। କମ୍ପାନୀର ଅନୁଗୁଳ ୟୁନିଟ ମୁଖ୍ୟ ତଥା ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପଙ୍କଜ ମଲ୍ହଁନ୍, ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲ୍ ଏବଂ ଅନ୍ୟ ଅଧିକାରୀମାନେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ ଏବଂ ଅନ୍ୟାନ୍ୟ ବରପୁତ୍ର ମାନଙ୍କୁ ଶ୍ରଦ୍ଧା ସୁମନ … Read more

ରିଲାଏନ୍ସ ଜିଓ ନେତୃତ୍ୱରେ ୫ଜିରେ ବିଶ୍ୱର ଶ୍ରେଷ୍ଠ ୧୫ଟି ଦେଶ ମଧ୍ୟରେ ଭାରତ

ଭୁବନେଶ୍ୱର: ବ୍ରଡବ୍ୟାଣ୍ଡ ସ୍ପିଡ୍ ଆଣ୍ଡ ମାପକ ସଂସ୍ଥା ଓକ୍‌‌ଲା ଭାରତରେ ୫ଜି ପ୍ରଦର୍ଶନ ଏବଂ ଗ୍ରାହକ ଅଭିଜ୍ଞତା ଉପରେ ପ୍ରକାଶିତ ଏହାର ରିପୋର୍ଟରେ କହିଛି ଯେ ଭାରତର ଟେଲିକମ୍ ଶିଳ୍ପର ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ରିଲାଏନ୍ସ ଜିଓ ୫ଜି ଆଧିପତ୍ୟ ଦୌଡ଼ରେ ସବୁଠୁ ବଡ଼ ଭାବରେ ଉଭା ହୋଇଛି। ଜିଓ ଦ୍ରୁତ ଗତିରେ ୫ଜି ମୃତୟନ କାର୍ଯ୍ୟ କରୁଛି ଏବଂ ଉନ୍ନତ ପ୍ରଦର୍ଶନ କରୁଥିବା ଏହି ରିପୋର୍ଟରେ କୁହାଯାଇଛି । ଦୂରସଂଚାର ବିଭାଗ ଅନୁଯାୟୀ ୨୦୨୪ ଫେବ୍ରୁଆରି ୨୯ ସୁଦ୍ଧା … Read more

ସାଂସଦ ସଞ୍ଜୟ ସିଂ ଙ୍କୁ ୬ ମାସ ପରେ ଜାମିନ ମିଳିଲା 

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ସଞ୍ଜୟ ସିଂ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କଠାରୁ ଜାମିନ ପାଇଛନ୍ତି। ଟ୍ରାଏଲ କୋର୍ଟ ଜାମିନ ସର୍ତ୍ତ ଉପରେ ନିଷ୍ପତ୍ତି ନେବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏହି ଜାମିନକୁ ଏକ ଉଦାହରଣ ଭାବେ ଗ୍ରହଣ କରାଯିବ ନାହିଁ। ଇଡି ମଧ୍ୟ ଜାମିନକୁ ବିରୋଧ କରି ନାହିଁ ଏବଂ ତାଙ୍କୁ ଜାମିନ ପ୍ରଦାନ କରାଯାଇପାରିବ ବୋଲି କହିଛି। ବର୍ତ୍ତମାନ ସଞ୍ଜୟ ସିଂ ରାଜନୈତିକ କାର୍ଯ୍ୟକଳାପ କରିବାକୁ ସକ୍ଷମ ହେବେ। ଗତ ଶୁଣାଣିରେ ସଞ୍ଜୟ ସିଂଙ୍କ ପାଇଁ … Read more