June 30, 2025 1:43 am

ବିଆରଏସ  ନେତ୍ରୀ  କେ କବିତାଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ତିହାର ଜେଲରେ ଥିବା ବିଆରଏସ ନେତ୍ରୀ କେ କବିତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଖାରଜ କରିଛନ୍ତି। ସାଧାରଣ ନିର୍ବାଚନ ପାଖରେ ଥିବା ପରିପ୍ରେକ୍ଷୀରେ  କବିତାଙ୍କୁ ଆଜି  ବଡ଼ ଝଟକା ଲାଗିଛି। । ଗତ ମାସରେ ଅବକାରୀ ନୀତି ମାମଲାରେ ବିଆରଏସ ନେତା କବିତାଙ୍କୁ ଗିରଫ କରାଯାଇଥିଲା। ଏପ୍ରିଲ ୨ ତାରିଖରେ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ସେ ଏପ୍ରିଲ ୧୫ … Read more

ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ଦିଲୀପ ରାୟ

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ୨୦୨୪  ଓ  ଓଡିଶା ବିଧାନସଭା ନିର୍ବାଚନ ରେ ପ୍ରାର୍ଥୀ  ହୋଇପାରିବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଦିଲୀପ ରାୟ | ଦିଲୀପଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ ଆଉ କୋର୍ଟଙ୍କ ରହିତାଦେଶ ପରେ ଦିଲୀପଙ୍କ ନିର୍ବାଚନ ଲଢ଼ିବା ବାଟ ଫିଟିଛି | ମିଳିଥିବା ସୂଚନା ମୁତାବକ ୨୦୨୦ରେ ଦିଲୀପଙ୍କୁ ତଳ କୋର୍ଟ ଦଣ୍ଡାଦେଶ କରିଥିଲେ | ୩ ବର୍ଷ ଜେଲ୍‌ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା … Read more

ଜନସେନା ଦଳକୁ ନିର୍ବାଚନ ପାଇଁ ୫ କୋଟି ଟଙ୍କା ଦାନ କଲେ ଅଭିନେତା ଚିରଞ୍ଜୀବୀ

ଅମରାବତୀ:  ତେଲୁଗୁ ସୁପରଷ୍ଟାର ଚିରଞ୍ଜୀବୀ ତାଙ୍କ ଭାଇ ପୱନ କଲ୍ୟାଣଙ୍କ ଜନସେନା ପାର୍ଟିକୁ ଲୋକସଭା ନିର୍ବାଚନ ପୂର୍ବରୁ  ୫ କୋଟି ଟଙ୍କା ଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଅଭିନେତା ଚିରଞ୍ଜୀବୀଙ୍କ ସାନ ଭାଇ ପୱନ କଲ୍ୟାଣ ଟିଡିପି ଏବଂ ବିଜେପି ସହିତ ଲୋକସଭା ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ଲଢୁଥିବା ଜନସେନା ଦଳର ମୁଖ୍ୟ ଅଟନ୍ତି। ଜନସେନା ମୁଖ୍ୟ ପୱନ କଲ୍ୟାଣ ଟଲିଉଡ ସୁପରଷ୍ଟାର ଏବଂ ତାଙ୍କ ଭାଇ ଚିରଞ୍ଜୀବୀଙ୍କୁ ଆଜି ଏକ ଚଳଚ୍ଚିତ୍ର ସୁଟିଂ ସ୍ଥାନରେ ଭେଟିଥିଲେ। … Read more

ସାଧାରଣ ନିର୍ବାଚନ ଘୋଷଣା ହେବାର ୨୦ ଦିନ ଭିତରେ ସୁବିଧା ପୋର୍ଟାଲରେ ଆସିଛି ୭୩ ହଜାରରୁ ଅଧିକ ଆବେଦନ

ନୂଆଦିଲ୍ଲୀ: ନିର୍ବାଚନ ଘୋଷଣା ଓ ଆଦର୍ଶ ଆଚରଣ ବିଧି (ଏମସିସି) କାର୍ଯ୍ୟକାରୀ ହେବାର ମାତ୍ର ୨୦ ଦିନ ମଧ୍ୟରେ ସୁବିଧା ପ୍ଲାଟଫର୍ମକୁ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଠାରୁ ୭୩,୩୭୯ଟି ଅନୁମତି ଅନୁରୋଧ ମିଳିଛି। ଏଥିମଧ୍ୟରୁ ୪୪,୬୨୬ଟି ଅନୁରୋଧ (୬୦%)କୁ ଅନୁମୋଦନ କରାଯାଇଛି। ପାଖାପାଖି ୧୧,୨୦୦ ଅନୁରୋଧ ପ୍ରତ୍ୟାଖ୍ୟାନ କରାଯାଇଛି ଯାହାକି ପ୍ରାପ୍ତ ମୋଟ ଅନୁରୋଧର ୧୫% ଏବଂ ୧୦,୮୧୯ଟି ଆବେଦନ ଅବୈଧ କିମ୍ବା ନକଲି ହୋଇଥିବାରୁ ବାତିଲ କରାଯାଇଥିଲା। ୭ ଏପ୍ରିଲ ୨୦୨୪ ସୁଦ୍ଧା ଉପଲବ୍ଧ ବିବରଣୀ … Read more

ବିଜେଡ଼ି ମଙ୍ଗ  ଧରିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ଵର  ବେହେରା, ଲେଖାଶ୍ରୀ

ଭୁବନେଶ୍ଵର: ଆଜି ବିଜେଡ଼ି ମଙ୍ଗ ଧରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଗଣେଶ୍ଵର ବେହେରା। ଏହାକୁ ନେଇ କେନ୍ଦ୍ରାପଡି ଜିଲ୍ଲା ରାଜନୀତିରେ ବେଶ ସରଗରମ ହୋଇଛି। କାରଣ ପୂର୍ବରୁ କଂଗ୍ରେସ ନେତା ଅଂଶୁମାନ ମହାନ୍ତି, ଚିରଞ୍ଜୀବି ବିଶ୍ଵାଳ ପ୍ରମୁଖ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଛନ୍ତି। ଗଣେଶ୍ବର କିଛିଦିନ ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହି ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଶଶିଭୂଷଣ ବେହେରା ଏବଂ ପ୍ରିୟବ୍ରତ ମାଝି ପ୍ରମୁଖ … Read more

କଂଗ୍ରେସ ହାରିଲେ ରାହୁଲ ଇସ୍ତଫା ଦେବା ଉଚିତ : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ:  ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ଯଦି ଆଶାନୁରୂପ ଫଳାଫଳ ନ ପାଏ ତେବେ ରାହୁଲ ଗାନ୍ଧି ଇସ୍ତଫା ଦେବା ପାଇଁ  ବିଚାର କରନ୍ତୁ ବୋଲି ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପରାମର୍ଶ ଦେଇଛନ୍ତି।  ଗଣମାଧ୍ୟମ ସମ୍ପାଦକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ରାହୁଲ ଗାନ୍ଧି ସମସ୍ତ ବ୍ୟବହାରିକ ଉଦ୍ଦେଶ୍ୟରେ ତାଙ୍କ ଦଳ ଚଳାଉଛନ୍ତି ଏବଂ ଗତ ୧୦ ବର୍ଷ ମଧ୍ୟରେ କାର୍ଯ୍ୟ କରିବାରେ ଅସମର୍ଥ ହୋଇଥିଲେ ମଧ୍ୟ ସେ ପଛକୁ ହଟିଯିବାକୁ କିମ୍ବା … Read more

ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ସଫଳ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ସର୍ଜରୀ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା କ୍ୟାମ୍ପସ୍‌ରେ ଏକ ଡାକ୍ତରୀ ଟିମ୍ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ଏଣ୍ଡୋନାଜାଲ ପ୍ରକ୍ରିୟା ପ୍ରୟୋଗ କରି ଜଣେ ୧୬ ବର୍ଷୀୟ ବାଳକର ନାକରୁ ଭାସ୍କୁଲାର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି। ବାଳକଟିର ନାକରେ ଏହି ଭାସ୍କୁଲାର ଟ୍ୟୁମର ସୃଷ୍ଟି ହୋଇ ତା’ର ସ୍କଲ ବେସ୍ ପର୍ଯ୍ୟନ୍ତ ଲାଗି ରହିଥିଲା ଯାହାକୁ କି ଜୁଭେନାଇଲ୍ ନାସୋଫାରିନ୍‌ଜିଆଲ ଆନ୍‌ଜିଓଫାଇବ୍ରୋମା କୁହାଯାଏ ବୋଲି ଏହି ଅସ୍ତ୍ରୋପଚାରର ନେତ୍ୱତ୍ୱ ନେଇଥିବା ହସ୍ପିଟାଲ୍‌ର ଇଏନ୍‌ଟି … Read more

ସୋଆରେ ‘ଇ – ସମିଟ ୨୦୨୪’ ଉଦ୍ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ଆଜି ଆରମ୍ଭ ହୋଇଛି ଦୁଇ ଦିନିଆ ଇ-ସମିଟ। ସୋଆ ଅନ୍ତର୍ଗତ ଅଟଳ ଇନକ୍ୟୁବେସନ୍ ସେଂଟର ସୋଆ ଫାଉଣ୍ଡେସନ୍ ଓ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନକ୍ୟୁବେସନ୍ (ସୋଆ – ସିଆଇଆଇ)ର ମିଳିତ ଆନୁକୂଲ୍ୟରେ ଏହି ସମିଟର ଆୟୋଜନ କରାଯାଇଛି। ଛାତ୍ରଛାତ୍ରୀ ମାନଙ୍କୁ ଷ୍ଟାର୍ଟଅପ୍ ପ୍ରତି ଅଧିକ ଆଗ୍ରହୀ କରିବାର ଲକ୍ଷ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଓଡ଼ିଶାର ଏଗ୍ଜିକ୍ୟୁଟିଭ ଚେୟାରମ୍ୟାନ୍ ଡକ୍ଟର ଓଙ୍କାର ରାୟ ମୁଖ୍ୟ ଅତିଥି ଭାବେ … Read more

ଏପ୍ରିଲ ୮ରେ ପୂର୍ଣ୍ଣ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ ହେବନାହିଁ 

ଭୁବନେଶ୍ଵର: ଏକ ବିରଳ ପୂର୍ଣ୍ଣ ସୂର୍ଯ୍ୟୋପରାଗ ଆସନ୍ତା ଏପ୍ରିଲ ୮ ତାରିଖରେ ସଙ୍ଗଠିତ ହେବ। ଏହି ମହାଜାଗତିକ ଘଟଣାଟି ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ ଓ ଏହାର ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ। ଭାରତୀୟ ସମୟ ରାତି ୯ଟା ୧୨ ମିନିଟରେ ସୂର୍ଯ୍ୟୋପରାଗ ଆରମ୍ଭ ହେଇ, ତା ପରଦିନ ଭୋର ୨ଟା ୨୨ ମିନିଟ ସମୟରେ ଶେଷ ହେବ। ସର୍ବାଧିକ ପରାଗ ରାତି ୧୧ଟା ୪୭ ମିନିଟ … Read more

ସମାନ ନାଗରିକ ସଂହିତା ଲାଗୁ କରିବା ଆମ ସରକାରଙ୍କ ପ୍ରତିବଦ୍ଧତା : ରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ସମାନ ନାଗରିକ ସଂହିତା  ବା ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) କାର୍ଯ୍ୟକାରୀ କରିବା ସରକାରଙ୍କ ପ୍ରତିବଦ୍ଧତା ବୋଲି ଶୁକ୍ରବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି । ବିରୋଧୀ ମାନେ ଏହି ପ୍ରସଙ୍ଗରେ ଦେଶକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଗଣମାଧ୍ୟମ ସଂସ୍ଥା ନେଟୱର୍କ-୧୮ର ଗ୍ରୁପ୍ ଏଡିଟର ଇନ୍ ଚିଫ୍ ରାହୁଲ ଯୋଶୀଙ୍କ ସହ କଥାବାର୍ତ୍ତା କରି ରାଜନାଥ କହିଛନ୍ତି ଯେ, ମୁଁ ପୂର୍ବରୁ କହିସାରିଛି ଯେ ଇସ୍ତାହାର … Read more