ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ପୁଟିନ୍

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଡିସେମ୍ବର ୫ ରେ ଭାରତକୁ ଆସି ପାରନ୍ତି। ଏହି ଆଲୋଚନା ରଣନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି । ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି କିନ୍ତୁ ରୁଷ ରାଷ୍ଟ୍ରପତି ଗୋଟିଏ ଦିନ ପାଇଁ ଭାରତ ଗସ୍ତ କରିବେ କି ଦୁଇ ଦିନ ରହିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୁଟିନଙ୍କ ଗସ୍ତ ପୂର୍ବରୁ, … Read more

ଆଜି ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ:ଆଜି ଶ୍ରୀମନ୍ଦିରରେ ବିଜୟାଦଶମୀ ତଥା ଦଶହରା ପର୍ବ । ଏହି ଅବସରରେ ରତ୍ନସିଂହାସନରେ ଶ୍ରୀବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । କିରିଟି , ଚୁଳ, ଚନ୍ଦ୍ରିକା, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ଶ୍ରୀଭୂଜ, ଶ୍ରୀପୟର ଓ ଘାଗଡ଼ା ମାଳି ଆଦି ସ୍ବର୍ଣ୍ଣଅଳଙ୍କାରରେ ବିଭୂଷିତ ହୋଇଛନ୍ତି ଜଗତ ଠାକୁର । ଶ୍ରୀମନ୍ଦିରରେ ଅବକାଶ ନିତୀ ପରେ ଶ୍ରୀଜିଉଙ୍କର ସୁନାବେଶ ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଏହାକୁ ଦୃଷ୍ଟିରେ ରଖି … Read more

ଆଜି ଜନସମ୍ପର୍କ ପଦଯାତ୍ରା ପାଇଁ ସଙ୍କଳ୍ପ ନେବ ବିଜେଡି

ଭୁବନେଶ୍ୱର: ଆଜି ଜନ ସମ୍ପର୍କ ପଦଯାତ୍ରା ପାଇଁ ସଙ୍କଳ୍ପ ନେବ ବିଜେଡି । ସରକାରଙ୍କ ବିଫଳତା ବିରୋଧରେ ଜନସଚେତନତା ସୃଷ୍ଟି କରିବ । ହେଲେ ପାର୍ବଣ ଥିବାରୁ ଆଜି ପଦଯାତ୍ରା କରିବନି ବିଜେଡି । ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ପାଇଁ ସଂକଳ୍ପ ନିଆଯିବ । ଏହାପରେ ଅକ୍ଟୋବର ୯ ତାରିଖ ଗୋପବନ୍ଧୁ ଜୟନ୍ତୀରୁ ପଦଯାତ୍ରା କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇ … Read more

ଗଭୀର ଅବପାତର ରୂପ ନେଲା ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଗଭୀର ଅବପାତରେ ପରିଣତ ହୋଇଛି। ଶୁକ୍ରବାର ସକାଳେ ଏହା ପାରାଦୀପ-ଗୋପାଳପୁର ମଧ୍ୟ ଦେଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଯାହାର ପ୍ରଭାବ ରେ ଗୁରୁବାର ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ପୁରୀ ଓ ଜଗତସିଂପୁରକୁ ରେଡ୍ ଆଲର୍ଟ ଜାରି … Read more

RSS ର ଶତବାର୍ଷକୀ ଉତ୍ସବ ପାଳନ

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ଶତବାର୍ଷିକୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ RSSର ଅବଦାନକୁ ଦର୍ଶାଇ ଏକ ସ୍ମାରକୀ ଡାକ ଟିକେଟ୍ ଏବଂ ମୁଦ୍ରା ଉନ୍ମୋଚନ କରିଛନ୍ତି । ଭାରତ ସରକାର ସଂଘର ଗୌରବମୟ ୧୦୦ ବର୍ଷର ଯାତ୍ରାକୁ ସ୍ମରଣ କରିବା ପାଇଁ ଆଜି ସ୍ବତନ୍ତ୍ର ଡାକ ଟିକେଟ୍ ଏବଂ ସ୍ମାରକୀ ମୁଦ୍ରା ଜାରି କରିଛନ୍ତି । ୧୦୦ ଟଙ୍କାର ଏହି ମୁଦ୍ରାରେ ଗୋଟିଏ ପାର୍ଶ୍ୱରେ ଜାତୀୟ ପ୍ରତୀକ ଏବଂ ଅନ୍ୟ ପାର୍ଶ୍ୱରେ ସିଂହ ସହିତ … Read more

ପୋଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି, କ୍ରାଇମବ୍ରାଞ୍ଚ କରୁଛି ତଦନ୍ତ

ଭୁବନେଶ୍ବର: ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ଦ୍ବାରା ପରିଚାଳିତ ପୁଲିସ ଏସ୍‌ଆଇ ପରୀକ୍ଷାରେ ବଡ଼ ଦୁର୍ନୀତି ସାମନାକୁ ଆସିଛି। ଏହି ସମ୍ବେଦନଶୀଳ ଘଟଣା ପଦାକୁ ଆସିବା ପରେ ପୁଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ପରୀକ୍ଷାକୁ ବାତିଲ କରାଯାଇଛି। କ୍ରାଇମବ୍ରାଞ୍ଚ ଏହି ଘଟଣାରେ ୧୧୭ ଜଣ ପରୀକ୍ଷାର୍ଥୀ ଓ ୨ ଦଲାଲଙ୍କୁ ଗିରଫ କରିଛି। ଏହି କେ‌େଳଙ୍କାରୀରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ପାଇଁ ହୋଇଥିବା ଡିଲ୍ ସଂପର୍କିତ ତଥ୍ୟ ସାମନାକୁ ଆସିଛି। … Read more

ଏସିଆ କପ୍ ଟ୍ରଫି କୁ ନେଇ ସରୁନି ବିବାଦ

ନୂଆଦିଲ୍ଲୀ: ଏସିଆ କପ୍ 2025 ଫାଇନାଲରେ ଭାରତର ପ୍ରଭାବଶାଳୀ ବିଜୟ ପରେ, ଟ୍ରଫି ଏବଂ ପଦକକୁ ନେଇ ବିବାଦ ଅବିରତ ଜାରି ରହିଛି। ଏସୀୟ କ୍ରିକେଟ୍ ପରିଷଦ (ACC) ମଙ୍ଗଳବାର ଦୁବାଇରେ ହୋଇଥିବା ବୈଠକରେ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ।ହେଲେ BCCI, PCB, ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB), ଶ୍ରୀଲଙ୍କା କ୍ରିକେଟ୍ (SLC), ଏବଂ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ACB) କୁ ଯଥାଶୀଘ୍ର ଟ୍ରଫି ବିବାଦର ସମାଧାନ ପାଇଁ ଏକ ଆନୁଷ୍ଠାନିକ ଅଫଲାଇନ ବୈଠକ କରିବାକୁ … Read more

ନବରତ୍ନ କମ୍ପାନି ନାଲ୍‌କୋରେ ସିବିଆଇ ର ଯାଞ୍ଚ

ଭୁବନେଶ୍ବର: ନବରତ୍ନ କମ୍ପାନି ନାଲ୍‌କୋରେ ଅଫିସ ରେ ସିବିଆଇ ଯାଞ୍ଚ କରିଛି। ନିଯୁକ୍ତି ସଂକ୍ରାନ୍ତୀୟ ଏକ ଅଭିଯୋଗ ଉପରେ ଏହି ଯାଞ୍ଚ କରାଯାଇଥିବା ସୂଚନା ମିଳିଛି। ତେବେ ସିବିଆଇ ହାତରେ ନିର୍ଦ୍ଦିଷ୍ଟ ପ୍ରମାଣ କିଛି ଲାଗିଛି କି ନାହିଁ, ତାହା ସ୍ପଷ୍ଟ ହୋଇ ନାହିଁ। ପୂର୍ବରୁ ଘରୋଇ ଅସ୍ଥାୟୀ କର୍ମଚାରୀଙ୍କ ଅଭିଜ୍ଞତା ଥିବ‌ା ଦର୍ଶାଇ ୨୦ ଜଣଙ୍କୁ ନାଲ୍‌କୋରେ ନିଯୁକ୍ତି ମିଳିଥିବା ନେଇ ସିବିଆଇରେ ଅଭିଯୋଗ ହୋଇଥିଲା। କିଛି ଉପରିସ୍ଥ ଅଧିକାରୀ ଅର୍ଥ ନେଇ ନିଯୁକ୍ତି ଦେଇଥିବା … Read more

ଲୁହା ତୋରଣ ଭାଙ୍ଗିଯିବାରୁ ୯ ଶ୍ରମିକ ମୃତ:ତାମିଲନାଡୁ

ଚେନ୍ନାଇ: ମଙ୍ଗଳବାର ସନ୍ଧ୍ୟାରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏନୋର ଥର୍ମାଲ ପାୱାର ପ୍ଲାଣ୍ଟର ନୂତନ ସ୍ଥାନରେ ନିର୍ମାଣ କାର୍ଯ୍ୟ ସମୟରେ ଆର୍ଚ ଭୁଶୁଡ଼ି ପଡ଼ିଛି। ଏହି ସମୟରେ ସେଠାରେ କାମ କରୁଥିବା ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତାପଜ ବିଦ୍ୟୁତ୍ କେନ୍ଦ୍ରର ଶ୍ରମିକମାନେ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାରେ ଏପର୍ଯ୍ୟନ୍ତ ନଅ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା … Read more

ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିବା ପରେ ପୋଲିସ SI ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର:ରାଜ୍ୟରେ ହେବାକୁ ଥିବା ପୋଲିସ SI ପରୀକ୍ଷା ସ୍ଥଗିତ । ଓଡ଼ିଶା ପୋଲିସ ପକ୍ଷରୁ ପରୀକ୍ଷା ତାରିଖ ସ୍ଥଗିତ ଘୋଷଣା । ଆସନ୍ତା ଅକ୍ଟୋବର 5 ଓ 6 ତାରିଖରେ ହୋଇଥାନ୍ତା ଏସଆଇ ପରୀକ୍ଷା । ପରବର୍ତ୍ତୀ ସମୟରେ ପରୀକ୍ଷା ତାରିଖ ଘୋଷଣା ହେବ ।ସୂଚନା ଅନୁଯାୟୀ ଓଡ଼ିଶା ପୋଲିସର ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ହେବାକୁ ଥିବା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଥିଲା । ପରୀକ୍ଷାର୍ଥୀଙ୍କୁ ୩ଟି ବସରେ ଆନ୍ଧ୍ରପ୍ରଦେଶ … Read more