February 26, 2026 5:57 pm

ସିଏମ୍‌ସି କାଉନସିଲ୍ ବୈଠକରେ ହଟ୍ଟଗୋଳ

କଟକ: ସିଏମସି ବୈଠକ ରେ ପ୍ରବଳ ହଟ୍ଟଗୋଳ ହେବାରୁ ବୈଠକ ଅଧାରୁ ପଳାଇଲେ ମେୟର ଓ କମିଶନର। ଶୁକ୍ରବାର କଟକ ମହାନଗର ନିଗମର ୩୮ ତମ କାଉନସିଲ ବୈଠକ ଚାଲିଥିବା ବେଳେ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ସହରୀକରଣ ଯୋଜନା ଉପରେ ଗୁରୁତ୍ୱାପୋରପ ଚାଲିଥିବା ବେଳେ ପୂର୍ବଭଳି କାଉନସିଲ୍ ବୈଠକ ଅଧାରୁ ବନ୍ଦ ହୋଇଛି। ସିଏମସି ବୈଠକ ଚାଲିଥିବା ବେଳେ ୫୮ ନମ୍ବର ୱାର୍ଡ କାଉନସିଲର୍ ପ୍ରତିବାଦ କରିଥିଲେ। ତାଙ୍କ ୱାର୍ଡରେ ଥିବା ସମସ୍ୟାକୁ ନେଇ ସେ ପାଟିତୁଣ୍ଡ କରିଥିଲେ l ଯାହାକୁ ନେଇ ସିଏମସି କାଉନସିଲ୍ ବୈଠକରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ୫୮ ନମ୍ବର ୱାର୍ଡର କର୍ପୋରେଟର୍ କହିଛନ୍ତି, “ସମସ୍ୟା ନେଇ ସମସ୍ତଙ୍କୁ ଜଣାଇଛି, ସମାଧାନ ହେଉ ନାହିଁ। ଏଠି ଅଫିସର୍ ରାଜ ଚାଲିଛି।” ତେବେ ଏହାକୁ ନେଇ ମେୟର ଓ କର୍ପୋରେଟରଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା, ଯାହାଫଳରେ ମେୟର ଓ କମିଶନର ବୈଠକ ଅଧାରୁ ପଳାଇଥିଲେ l