ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଘଟଣା କୁ ନିନ୍ଦା କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଦିନ ଦ୍ବିପହରରେ ଏହି ଘଟଣା ଘଟିଥିଲେ ବି ପୋଲିସ ପ୍ରଶାସନ ତଥା ସରକାର ନିରବଦ୍ରଷ୍ଟା ସାଜିବା ଏବଂ ଏପର୍ଯ୍ୟନ୍ତ କାହା ଉପରେ ବି କାର୍ଯ୍ୟାନୁଷ୍ଠାନ ନନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।ରାଜ୍ୟରେ ଅ ରାଜକତା ଓ ଗୁଣ୍ଡାରାଜକୁ ପ୍ରଶୟ ଦେଇ ବିଜେପି ସରକାର କଣ ଦର୍ଶାଇବାକୁ ଚାହୁଁଛନ୍ତି । … Read more

ବୈଜୟନ୍ତ ପଣ୍ଡାଙ୍କୁ ଆସାମର ନିର୍ବାଚନୀ ପ୍ରଭାରୀ ଭାବେ ନିଯୁକ୍ତ କଲା ବିଜେପି

ନୂଆଦିଲ୍ଲୀ: ଆଗାମୀ ଆସାମ ଓ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ନିଜ ଦଳର ସାଂସଦ ଓ କେନ୍ଦ୍ରମନ୍ତ୍ରୀମାନଙ୍କୁ ବଡ଼ ଦାୟିତ୍ୱ ଦେଇଛି। ଆସନ୍ତାବର୍ଷ ହେବାକୁ ଥିବା ଆସାମ ବିଧାନସଭା ନିର୍ବାଚନ ପାଇଁ ବରିଷ୍ଠ ସାଂସଦ ତଥା ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନୀ ପ୍ରଭାରୀ ଭାବେ ନିଯୁକ୍ତ କରିଛି। ସେହିପରି ଜମ୍ମୁ-କଶ୍ମୀର ବିଧାନସଭାର ବିରୋଧୀ ଦଳ ନେତା ସୁନୀଲ କୁମାର ଶର୍ମା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦର୍ଶନ ବେନ ଜର୍ଦୋଶ ସହ ପ୍ରଭାରୀ ଭାବେ ନିଯୁକ୍ତି … Read more

ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’

ଭୁବନେଶ୍ୱର: ଆଗକୁ ଓଡିଶା ଲୋକ ଙ୍କୁ ଭିସା ପାଇଁ ଆଉ କୋଲକତା, ଦିଲ୍ଲୀ, ହାଇଦ୍ରାବାଦ ଯିବାକୁ ପଡିବ ନାହିଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି । ଏହି ପ୍ରସ୍ତାବିତ ଭିସା ସେଣ୍ଟର ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ ବିଲ୍‍ଡିଙ୍ଗ୍ ରେ କାର୍ଯ୍ୟକ୍ଷମ ହେବ। ଯାହା ପାଇଁ ଓଡିଶା ସରକାର ୩ ହଜାର ବର୍ଗଫୁଟର ଜାଗା ଯୋଗାଇଦେବେ। ଆନ୍ତର୍ଜାତିକ ଭିସା ପାଇବା … Read more

ଲେଫ୍ଟନାଣ୍ଟ ହର୍ଷିତ ଦେଓ ହେଲେ ଓଡ଼ିଶା ରାଜ୍ୟପାଳଙ୍କ ଏଡିସି

ଭୁବନେଶ୍ୱର: ଲୋକ ଭବନରେ ଆୟୋଜିତ ଆନୁଷ୍ଠାନିକ ନିଯୁକ୍ତି ଉତ୍ସବରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟିଙ୍କ ଏଡିସି ଭାବେ ଲେଫ୍ଟନାଣ୍ଟ ହର୍ଷିତ ଦେଓ ନିଯୁକ୍ତ ହୋଇଛନ୍ତି । ଆଇଏନଏସ୍ ଆଦିତ୍ୟରେ ଡବ୍ଲୁକେଓ (ଓ୍ବାଚ୍ କିପିଂ ଅଫିସର) ଭାବେ କାର୍ଯ୍ୟ କରିଥିବା ଲେଫ୍ଟନାଣ୍ଟ ଦେଓ ଏହି ନୂଆ ଦାୟିତ୍ୱରେ ଯୋଗ ଦେଇଛନ୍ତି। ଲେଫ୍ଟନାଣ୍ଟ ଦେଓ ପ୍ରତିଷ୍ଠିତ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ)ର ପ୍ରାକ୍ତନ ଛାତ୍ର ଏବଂ ଆପ୍ଲାଇଡ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନରେ ବି.ଟେକ୍ ଡିଗ୍ରୀ ହାସଲ କରିଛନ୍ତି । … Read more

ଦଳ ବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଦଳରୁ ବହିଷ୍କୃତ

ଭୁବନେଶ୍ୱର: ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅଡୁଆରେ ପଡ଼ିଲେ ମହମ୍ମଦ ମୋକିମ୍। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରସ୍ତାବକୁ AICCର ଅନୁମୋଦନ। ଏନେଇ ଏକ୍ସରେ କଂଗ୍ରେସ ପ୍ରଦେଶ କମିଟି ପକ୍ଷରୁ ସୂଚନା ମିଳିଛି । ରବିବାର କଂଗ୍ରେସ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବାର କାହାର ଅଧିକାର ନାହିଁ କହିଥିଲେ ପିସିସି ସଭାପତି । ଯିଏ ବିଜେପି ସମ୍ପର୍କରେ ଅଛନ୍ତି ସେମାନେ ଦଳ ଛାଡ଼ି ଚାଲିଯାଆନ୍ତୁ । କଂଗ୍ରେସରେ ରହି ଦଳ ବିରୋଧୀ କାର୍ଯ୍ୟ କଲେ ସେମାନଙ୍କ … Read more

ନୀତୀନ ନବୀନ ହେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଆଜି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନାଁ ଘୋଷଣା କରିଛି । ବିହାର ସରକାରରେ ମନ୍ତ୍ରୀ ରହିଥିବା ନୀତୀନ ନବୀନଙ୍କୁ ପାର୍ଟି ଦାୟିତ୍ଵ ଦେଇଛି । ନବୀନ ବର୍ତ୍ତମାନ ବିହାରର ନୀତିଶ କୁମାରଙ୍କ ନେତୃତ୍ଵାଧୀନ ଏନଡିଏ ସରକାରରେ ମନ୍ତ୍ରୀ ଅଛନ୍ତି। ବିହାରର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂ ଏହାର ସୂଚନା ଦେଇଛନ୍ତି ।ସୂଚନା ଅନୁଯାଇ, ବିଜେପିର ସଂସଦୀୟ ବୋର୍ଡ ନୀତୀନ ନବୀନଙ୍କୁ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି । ଏହି … Read more

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ୨ଯବାନ ଆହତ

ରାଉରକେଲା: ଆଜି ସନ୍ଧ୍ୟାରେ ସରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ, ଖଞ୍ଜାଯାଇଥିବା ଏକ ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ସିଆରପିଏଫର କୋବ୍ରା ବାଟାଲିୟନର ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି। ଆହତ ଯବାନ ହେଲେ ହେଡ୍ କନଷ୍ଟେବଳ ଅଲେଖ ଦାସ ଏବଂ ହେଡ୍ କନଷ୍ଟେବଳ ନାରାୟଣ ଦାସ । ଖବର ଅନୁସାରେ, ଛୋଟନାଗରା ପୋଲିସ ଷ୍ଟେସନ ଅଞ୍ଚଳର ବାଲିବା ଗାଁ ନିକଟରେ ଏହି ଘଟଣା ଘଟିଥିଲା । ସୁରକ୍ଷା ବାହିନୀ … Read more

ସ୍କୁଲ ବସ୍ ଖସିଲା ନଦୀକୁ

ମଧ୍ୟପ୍ରଦେଶ: ଜୋହର ଗାଁ ନିକଟରେ ଏକ ସ୍କୁଲ ବସ୍ ନଦୀକୁ ଖସିପଡ଼ିବାରୁ ଅନେକ ପିଲା ଆହତ ହୋଇଥିଲେ। ସେଥି ମଧ୍ୟରୁ ୬ ଜଣ ଗୁରୁତର ଥିବା ଜଣାପଡିଥିଲା । ଖବର ଅନୁସାରେ, ଆଜି ସକାଳ ପ୍ରାୟ ୧୧ଟା ବେଳେ ୨୫ ଜଣ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍ ଜାହୋଦ ନଦୀକୁ ଖସିପଡ଼ିଥିଲା। ଘଟଣା ପରେ ପ୍ରାୟ ୧.୩୦ ସମୟରେ ୬ ଜଣ ପିଲାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ନିଆଯାଇଥିଲା। ଭର୍ତ୍ତି ହୋଇଥିବା ୬ ଜଣ ପିଲାଙ୍କ … Read more

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପ୍ରଥମ ବୈଠକ ହେବ ଆସନ୍ତା ୨୨ରେ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆସନ୍ତା ୨୨ ତାରିଖ ଅପରାହ୍ଣ ୪ଟାରେ ମହାନଦୀ ଜଳ ବିବାଦର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଏଥିରେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ସମ୍ମୁଖରେ ଚାଲୁଥିବା ଆଲୋଚନା ଓ ପ୍ରକ୍ରିୟାଗୁଡ଼ିକୁ ଦୃଷ୍ଟିରେ ରଖି ଏବଂ ମହାନଦୀ ଜଳ ବିଷୟର ଜଟିଳତା ଓ ଭାବପ୍ରବଣତାର ଗୁରୁତ୍ୱକୁ ମନେ କରି ରାଜ୍ୟ ସରକାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ … Read more

ଛାତ୍ରଙ୍କ ପକେଟରୁ ବାହାରିଲା ବନ୍ଧୁକ

କେନ୍ଦ୍ରାପଡା: ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ଏକ ବନ୍ଧୁକ ଜବତ ହୋଇଛି। ଏହି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାର କୁଦାନଗରୀ ଥାନା କୋରୁଆ ସରକାରୀ ହାଇସ୍କୁଲ ଭିତରେ। ମିଳିଥିବା ଖବର ଅନୁସାରେ, ଗଣିତ କ୍ଲାସ୍ ଚାଲିଥିବା ସମୟରେ ଛାତ୍ରଟିର ପକେଟ୍ ଉଚ୍ଚା ଦେଖା ଯାଇଥିଲା ଓ ସେ ଅସ୍ୱାଭାବିକ ଭାବରେ ଅନ୍ୟମନସ୍କ ଥିବାର ଜଣାପଡ଼ିଥିଲା। ଫଳରେ ଗଣିତ ସାର ନୃସିଂହ ସ୍ବାଇଁ ଛାତ୍ରକୁ ପଚରାଉଚରା ପରେ ଚେକିଂ କରିଥିଲେ। ଏହି ସମୟରେ ଛାତ୍ରଙ୍କ ପକେଟରୁ … Read more