February 26, 2026 3:45 am

ସମବାୟ ମନ୍ତ୍ରୀ ଙ୍କ ତାଗିଦ ମଧ୍ୟ ପରେ ଧାନ କିଣା ରେ କିଛି ତତ୍ପରତା ନାହିଁ ! ମିଲରମାନଙ୍କ ମନମାନି

ଯାଜପୁର:ଯାଜପୁର ଜିଲ୍ଲା ରେ ଧାନ ମଣ୍ଡି ର ଅବସ୍ଥା ସୁଧୁରିବାରେ ନା ଧରୁନି । ମିଲର ମାନଙ୍କ ଦାଦାଗିରି ବଢ଼ି ଚାଲିଛି । କୁଇଟଲ ପିଛା ୭ କେଜି ମିଲର କାଟୁଛି । ତତ୍ ସହିତ ଧାନ ର ମାନ ଠିକ୍ ନାହିଁ ଦର୍ଶାଇ ମନ ଇଚ୍ଛା ଧାନ କାଟି ରଖିଛି । ମିଲର କୁ ଲଗାମ ଦେବାରେ ପ୍ରଶାସନ ବିଫଳ । ମିଲାର ଙ୍କ କଟନି ଛଟନି ଦେବାରେ ଯୋଗାଣ ବିଭାଗ ଭୟ କରୁଛି ।ସମବାୟ ମନ୍ତ୍ରୀ ଙ୍କ ଜିଲ୍ଲା ରେ ଧାନ ମଣ୍ଡି ଖୋଲିବାର ୨୦ ଦିନ ପରେ ୫୩ ମଣ୍ଡି ଖୋଲି ନାହିଁ । ଏବେ ସୁଦ୍ଧା ପ୍ରଶାସନ ୨ ଲକ୍ଷ୍ୟ ୧୯ ହଜାର ୨୪ କୁଇନଟଲ ଧାନ କିଣିବାରେ ପ୍ରଶାସନ ସଫଳ ହୋଇଛି । ଆହୁରି ୧୧ ଲକ୍ଷ୍ୟ କୁଇନ୍ତଲ କିଣିବା ବାକି ଅଛି ।କେତେଥର ହେବ ସମୀକ୍ଷା । କୁଇଣ୍ଟାଲ ୭ କିଲୋ କାହାର ? ମିଲାର କୁ ଯୋଗାଣ ବିଭାଗ ଡରୁଛି କହିଙ୍କି ? ଯଦି ଖୋଦ୍ ସମବାୟ ମନ୍ତ୍ରୀ ଙ୍କ ଜିଲ୍ଲା ର ଅବସ୍ଥା ଏୟା । ଅନ୍ୟ ଜିଲ୍ଲା ରେ କଥା ନ କହିବା ଭଲ !