April 15, 2026 11:15 pm

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷାଫଳ; ଡିଜିଲକର ଓ ଉମଙ୍ଗ ଆପ୍‌ରେ ଜାଣିପାରିବେ ରେଜଲ୍ଟ

ଭୁବନେଶ୍ୱର: CBSE ଦଶମ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । CBSE ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହୋଇଥିବା ବେଳେ ଛାତ୍ରଛାତ୍ରୀ ନିଜର ଫଳାଫଳ ଚେକ୍‌ କରି ପାରିବେ। cbse.gov.in ଏବଂ results.cbse.nic.inରେ ରେଜଲ୍ଟ ଉପଲବ୍ଧ। ଡିଜିଲକର ଓ ଉମଙ୍ଗ ଆପ୍‌ରେ ମଧ୍ୟ ରେଜଲ୍ଟ ଦେଖିପାରିବେ। ଚଳିତବର୍ଷ ସାରା ଦେଶରୁ ୨୫ ଲକ୍ଷ ପରୀକ୍ଷାର୍ଥୀ ଦଶମ ବୋର୍ଡ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ଅଛନ୍ତି ୧ଲକ୍ଷ ପରୀକ୍ଷାର୍ଥୀ। ସବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୭ ରୁ … Read more

ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଜଗା ଦର୍ଶନ ଆରମ୍ଭ ହେବ। ଏ ନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ମହାପ୍ରଭୁଙ୍କ ଦର୍ଶନକୁ ଅଧିକ ସୁଗମ କରିବା ପାଇଁ ସରକାର ବିଭିନ୍ନ ରାସ୍ତା ଆପଣାଉଛନ୍ତି । ଏଥିପାଇଁ ସ୍ଲଟ୍‌ ବୁକିଂ ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରାଯାଉଛି । ତେବେ ଉଭୟ ଲାଇନ୍‌ ଏବଂ ସ୍ଲଟ ବୁକିଂ ଦର୍ଶନ ଜାରି ରହିବ, ସେନେଇ ଆମେ ଯୋଜନା କରୁଛୁ … Read more

ଓଡ଼ିଶା ଜନତା କଂଗ୍ରେସ ଲୋକାର୍ପିତ

ଭୁବନେଶ୍ୱର: ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠନ ହୋଇଛି ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’। ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଦଳର ମୂଳଦୁଆ ସ୍ଥାପନ ହେଉ ହେଉ ସରକାର ବିରୁଦ୍ଧରେ ଗର୍ଜିଛନ୍ତି ଦଳର ପ୍ରତିଷ୍ଠାତା ମହମ୍ମଦ ମୋକିମ । ସୁଯୋଗ ପାଇ ନଥିବା ଲୋକଙ୍କୁ ସୁଯୋଗ ଦେଇ ପ୍ରତିଷ୍ଠିତ କରିବାକୁ ଲକ୍ଷ୍ୟ ରଖିଛି ଓଜେସି । ଆଉ ଆଗାମୀ ଦିନରେ ଓଡ଼ିଶାର ହକ୍ ପାଇଁ ସରକାରଙ୍କ ବିରୁଦ୍ଧରେ … Read more

ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ; ବିଜେନ୍ଦ୍ର ଓ ବିଜୟ ହେଲେ ଉପମୁଖ୍ୟମନ୍ତ୍ରୀ

ବିହାର: ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀ ଶପଥ ଗ୍ରହଣ କରିଛନ୍ତି। ନୀତିଶ କୁମାରଙ୍କ ଇସ୍ତଫା ପରେ ଏହା ଏକ ବଡ଼ ରାଜନୈତିକ ପରିବର୍ତ୍ତନ। ଶପଥ ଗ୍ରହଣ ସମାରୋହରେ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି; JDU କୋଟାରୁ ବିଜୟ ଚୌଧୁରୀ ଏବଂ ବିଜେନ୍ଦ୍ର ଯାଦବଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇଛି। ନୂଆ ସରକାରଙ୍କଠାରୁ ବିହାରରେ ବିକାଶ ଏବଂ ସୁଶାସନ ପାଇଁ NDA ସମର୍ଥକମାନେ ଆଶା ରଖିଛନ୍ତି। ଆଜି ସକାଳେ ପାଟନାର ଲୋକ ଭବନରେ ଆୟୋଜିତ ଏକ … Read more

ମୋଦୀଙ୍କ ସହ ୪୦ ମିନିଟ୍ ଫୋନ ରେ ଆଲୋଚନା କଲେ ଟ୍ରମ୍ପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଉଭୟଙ୍କ ମଧ୍ୟରେ ଦୀର୍ଘ ୪୦ ମିନିଟ୍ ଧରି ଆଲୋଚନା ହୋଇଛି । ଏହା ପରେ ମୋଦି ତାଙ୍କ ସରକାରୀ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ, “ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଫୋନ୍ ପାଇଥିଲି । ଆମେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ସମୀକ୍ଷା କରିଛୁ । … Read more

ବଢିବ ଲୋକସଭା ଆସନ ସଂଖ୍ୟା

ନୂଆଦିଲ୍ଲୀ: ଲୋକସଭା ଆସନ ସଂଖ୍ୟାକୁ ବର୍ତ୍ତମାନର ୫୪୩ ରୁ ୮୫୦କୁ ବୃଦ୍ଧି କରିବା ପାଇଁ ଏକ ପ୍ରସ୍ତାବିତ ବିଲ୍ ଆସିବାକୁ ଯାଉଛି।ସରକାର ସାଂସଦମାନଙ୍କ ସହ ଏହି ଡ୍ରାଫ୍ଟ ବିଲ୍ ସେୟାର କରିଛନ୍ତି। ଏହି ନୂତନ ବ୍ୟବସ୍ଥାରେ ଲୋକସଭା ଆସନ ୮୫୦କୁ ବୃଦ୍ଧି ପାଇବ। କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ଆସନ ସଂଖ୍ୟା ୩୫କୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ଏହି ସଂପ୍ରସାରଣ ଦ୍ୱାରା ଦୀର୍ଘ ଦିନରୁ ପ୍ରତିକ୍ଷିତ ମହିଳା ସଂରକ୍ଷଣ ବିଲ୍ (୩୩-୩୫ ପ୍ରତିଶତ ସଂରକ୍ଷଣ) କାର୍ଯ୍ୟକାରୀ କରିବା … Read more