April 16, 2026 12:38 am

ବଢିବ ଲୋକସଭା ଆସନ ସଂଖ୍ୟା

ନୂଆଦିଲ୍ଲୀ: ଲୋକସଭା ଆସନ ସଂଖ୍ୟାକୁ ବର୍ତ୍ତମାନର ୫୪୩ ରୁ ୮୫୦କୁ ବୃଦ୍ଧି କରିବା ପାଇଁ ଏକ ପ୍ରସ୍ତାବିତ ବିଲ୍ ଆସିବାକୁ ଯାଉଛି।ସରକାର ସାଂସଦମାନଙ୍କ ସହ ଏହି ଡ୍ରାଫ୍ଟ ବିଲ୍ ସେୟାର କରିଛନ୍ତି। ଏହି ନୂତନ ବ୍ୟବସ୍ଥାରେ ଲୋକସଭା ଆସନ ୮୫୦କୁ ବୃଦ୍ଧି ପାଇବ। କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ଆସନ ସଂଖ୍ୟା ୩୫କୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ଏହି ସଂପ୍ରସାରଣ ଦ୍ୱାରା ଦୀର୍ଘ ଦିନରୁ ପ୍ରତିକ୍ଷିତ ମହିଳା ସଂରକ୍ଷଣ ବିଲ୍ (୩୩-୩୫ ପ୍ରତିଶତ ସଂରକ୍ଷଣ) କାର୍ଯ୍ୟକାରୀ କରିବା ପାଇଁ ପଥ ପରିଷ୍କାର ହେବ। ସୂଚନାଯୋଗ୍ୟ ଯେ, ନୂତନ ସୀମା ନିର୍ଦ୍ଧାରଣ (Delimitation) ପ୍ରକ୍ରିୟା ସହିତ ଏହି ଆସନ ବୃଦ୍ଧି କରାଯିବ। ସରକାର ସଂସଦର ଏକ ସ୍ୱତନ୍ତ୍ର ତିନି ଦିନିଆ ଅଧିବେଶନ ଡକାଇ ଏହି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ସଂଶୋଧନ ଗ୍ରହଣ କରିବାକୁ ଯୋଜନା କରୁଛନ୍ତି। ଯଦି ଏହି ବିଲ୍ ପାରିତ ହୁଏ, ତେବେ ଜନସଂଖ୍ୟା ଆଧାରରେ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ। ଏହାଦ୍ୱାରା ଜାତୀୟ ରାଜନୀତିରେ ରାଜ୍ୟର ଗୁରୁତ୍ୱ ଆହୁରି ବଢ଼ିବ।