April 15, 2026 9:56 pm

ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଜଗା ଦର୍ଶନ ଆରମ୍ଭ ହେବ। ଏ ନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ମହାପ୍ରଭୁଙ୍କ ଦର୍ଶନକୁ ଅଧିକ ସୁଗମ କରିବା ପାଇଁ ସରକାର ବିଭିନ୍ନ ରାସ୍ତା ଆପଣାଉଛନ୍ତି । ଏଥିପାଇଁ ସ୍ଲଟ୍‌ ବୁକିଂ ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରାଯାଉଛି । ତେବେ ଉଭୟ ଲାଇନ୍‌ ଏବଂ ସ୍ଲଟ ବୁକିଂ ଦର୍ଶନ ଜାରି ରହିବ, ସେନେଇ ଆମେ ଯୋଜନା କରୁଛୁ । ସ୍ଲଟ୍‌ ବୁକିଂ କରି ଶ୍ରଦ୍ଧାଳୁମାନେ କିଭଳି ନିର୍ଦ୍ଧିଷ୍ଟ ବୁକିଂ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ,ତାକୁ ନଜରରେ ରଖି ଏଭଳି ବ୍ୟବସ୍ଥା ପାଇଁ ଚିନ୍ତା କରାଯାଉଛି । ପ୍ରଥମେ ପରୀକ୍ଷାମୂଳକ ଭାବରେ ସ୍ଲଟ ବୁକିଂ ଦର୍ଶନ ବ୍ୟବସ୍ଥା କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଛି । ମ୍ୟାନେଜିଂ କମିଟିରେ ଏନେଇ ଆଲୋଚନା ପରେ ସ୍ଲଟ୍‌ ବୁକିଂକୁ ନେଇ ନିଷ୍ପତ୍ତି ହେବ। ନାଟମଣ୍ଡପକୁ ମଧ୍ୟ ଖୁବଶୀଘ୍ର ଏୟାର କଣ୍ଡିସନିଙ୍ଗ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିଭଳି ଧାଡ଼ି ଦର୍ଶନକୁ ନେଇ ପ୍ରସ୍ତୁତ ରାମ୍ପକୁ ଖୁବଶୀଘ୍ର ଲାଗୁ କରାଯିବ । ମନ୍ଦିରରେ ଏକ ସମୟରେ ସାଢ଼େ ଚାରି ହଜାରରୁ ପାଞ୍ଚ ହଜାର ଶ୍ରଦ୍ଧାଳୁ ଏକା ସମୟରେ ଦର୍ଶନ କରିପାରିବେ, ସେହି ବ୍ୟବସ୍ଥା କରାଯାଉଛି ।