April 16, 2026 12:36 am

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷାଫଳ; ଡିଜିଲକର ଓ ଉମଙ୍ଗ ଆପ୍‌ରେ ଜାଣିପାରିବେ ରେଜଲ୍ଟ

ଭୁବନେଶ୍ୱର: CBSE ଦଶମ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । CBSE ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହୋଇଥିବା ବେଳେ ଛାତ୍ରଛାତ୍ରୀ ନିଜର ଫଳାଫଳ ଚେକ୍‌ କରି ପାରିବେ। cbse.gov.in ଏବଂ results.cbse.nic.inରେ ରେଜଲ୍ଟ ଉପଲବ୍ଧ। ଡିଜିଲକର ଓ ଉମଙ୍ଗ ଆପ୍‌ରେ ମଧ୍ୟ ରେଜଲ୍ଟ ଦେଖିପାରିବେ। ଚଳିତବର୍ଷ ସାରା ଦେଶରୁ ୨୫ ଲକ୍ଷ ପରୀକ୍ଷାର୍ଥୀ ଦଶମ ବୋର୍ଡ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ଅଛନ୍ତି ୧ଲକ୍ଷ ପରୀକ୍ଷାର୍ଥୀ। ସବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୭ ରୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପରୀକ୍ଷାଗୁଡ଼ିକ ସମସ୍ତ ଦିନ ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହୋଇଥିଲା ,ସକାଳ ୧୦ଟା ୩୦ ରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ। ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ପାସ୍ କରିବା ପାଇଁ,ଛାତ୍ରଛାତ୍ରୀମାନଙ୍କୁ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ସମେତ ପ୍ରତ୍ୟେକ ବିଷୟରେ ଅତି କମରେ ୩୩% ଏବଂ ସାମଗ୍ରିକ ଭାବରେ ୩୩% ନମ୍ବର ରଖିବାକୁ ପଡିବ। ଏହି ନିୟମଗୁଡ଼ିକ ବୋର୍ଡର ସାଧାରଣ ଏବଂ ବର୍ତ୍ତମାନର ନିୟମ ଅଟେ। ଚଳିତବର୍ଷ ଦୁଇ ଥର ବୋର୍ଡ ପରୀକ୍ଷା କରିବା ନେଇ CBSE ନିଷ୍ପତି ନେଇଥିବାରୁ ଶୀଘ୍ର ପ୍ରକାଶ ପାଉଛି ରେଜଲ୍ଟ। ମେ’ ୧୫ ରୁ ଦ୍ୱିତୀୟ ପର୍ଯ୍ୟାୟ ବୋର୍ଡ ପରୀକ୍ଷା। ଯେଉଁମାନେ ଚାହିଁବେ ଦ୍ୱିତୀୟ ବୋର୍ଡ ପରୀକ୍ଷା ଦେଇ ପାରିବେ।