TVKକୁ ସମର୍ଥନ ଦେଲେ ୩ ଦଳ, ବିଜୟ ଗଢିବେ ସରକାର

ନୂଆଦିଲ୍ଲୀ: ଶେଷରେ ବିଜୟଙ୍କୁ ମିଳିଛି ସମର୍ଥନ। ଏବେ ବିଜୟଙ୍କ ଟିଭିକେ ହିଁ ତାମିଲନାଡୁରେ ସରକାର ଗଢ଼ିବା ନେଇ ସ୍ପଷ୍ଟ ହୋଇଛି । ଗଣମାଧ୍ୟମର ସୂଚନା ଅନୁସାରେ ଆଜି, ସିପିଏମ, ସିପିଆଇ ଏବଂ ଭିସିକେ ଥାଲାପତି ବିଜୟଙ୍କ ଟିଭିକେକୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏହି ତିନି ଦଳଙ୍କ ସମର୍ଥନ ପରେ ଏବେ ରାଜ୍ୟରେ ନୂଆ ସରକାର ଗଢ଼ିବା ପାଇଁ ପଥ ପରିଷ୍କାର ହୋଇଛି। ସୂଚନା ଅନୁସାରେ, ତିନି ଦଳର ସମର୍ଥନ ପରେ ବିଜୟଙ୍କୁ ଆବଶ୍ୟକ ମ୍ୟାଜିକ … Read more

ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିଲେ ମମତା ବାନାର୍ଜୀ :ଦଳୀୟ କର୍ମୀଙ୍କୁ ଶ୍ରେୟ ଦେଲେ ମୋଦି

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି (ବିଜେପି) ଏକ ଐତିହାସିକ ବିଜୟ ହାସଲ କରିଛି। ୨୯୪ ଆସନ ବିଶିଷ୍ଟ ବଙ୍ଗଳା ବିଧାନସଭାରେ ବିଜେପି 206 ଆସନରେ ବିଜୟ ଲାଭ କରିଛି। ୧୫ ବର୍ଷ ଧରି କ୍ଷମତାରେ ଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏବଂ ଭବାନୀପୁରରୁ ତୃଣମୂଳ କଂଗ୍ରେସ (ଟିଏମସି) ପ୍ରାର୍ଥୀ ମମତା ବାନାର୍ଜୀ ନିଜ ଆସନ ବଜାୟ ରଖିପାରିଲେ ନାହିଁ। ବଙ୍ଗଳା ବିଧାନସଭାର ବିରୋଧୀ ଦଳ ନେତା ଏବଂ ଭବାନୀପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ … Read more

ପଶ୍ଚିମ ବଙ୍ଗ, ଆସାମ ରେ ବିଜେପି ର ବଡ଼ ବିଜୟ

ନୂଆଦିଲ୍ଲୀ:ପଶ୍ଚିମ ବଙ୍ଗ ରେ ଭାଜପା ୨୦୫ ଆସନରେ ଆଗୁଆ ଥିବାବେଳେ ଟିଏମ୍‌ସି ୮୩ ଆସନରେ ଆଗୁଆ ରହିଛି।ଏହି ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ପଶ୍ଚିମ ବଙ୍ଗରେ ‘କମଳ’ ଫୁଟିଛି। ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସର୍ବଦା ମନେ ରହିବ। ଜନଶକ୍ତି ବିଜୟୀ ହୋଇଛି, ଏବଂ ଭାଜପାର’ସୁଶାସନ ରାଜନୀତି’ ସଫଳ ହୋଇଛି। ମୁଁ ପଶ୍ଚିମବଙ୍ଗର ପ୍ରତ୍ୟେକ ବ୍ୟକ୍ତିଙ୍କ ଆଗରେ ମୁଣ୍ଡ ନୁଆଁଉଛି। ଜନତା ଭାଜପାକୁ ଏକ ପ୍ରଚଣ୍ଡ ଜନାଦେଶ ଦେଇଛନ୍ତି, ଏବଂ ମୁଁ ସେମାନଙ୍କୁ ଆଶ୍ୱାସନା … Read more

ପଶ୍ଚିମବଙ୍ଗରେ ବିଜୟମୁହାଁ ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା ଜାରି ରହିଛି । ପ୍ରାଥମିକ ଭୋଟ୍ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ୧୯୩ ଆସନରେ ଆଗୁଆ ରହିଛି । ଟିଏମସି ୯୬ ଆସନରେ ଲିଡ୍ କରୁଛି । ଯାହା ଟିଏମସିକୁ ଝଟକା ଦେଇଛି । ସେହିଭଳି ତାମିଲନାଡ଼ୁ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । … Read more

ଫଲଟା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ମତଦାନ କେନ୍ଦ୍ରରେ ହେବ ପୁଣିଥରେ ମତଦାନ

ପଶ୍ଚିମବଙ୍ଗ:ନିର୍ବାଚନ କମିଶନ ପଶ୍ଚିମବଙ୍ଗର ଫାଲତା ବିଧାନସଭା ଆସନରେ ହୋଇଥିବା ମତଦାନକୁ ରଦ୍ଦ କରିଦେଇଛନ୍ତି । ଏପ୍ରିଲ ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଏଠାରେ ଇଭିଏମ୍ ହେରଫେର ଓ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଗୋଟିଏ ବୁଥରେ ଇଭିଏମ୍‌ରେ ବିଜେପି ବଟନ ଉପରେ ଧଳା ଟେପ୍ ଲଗାଯାଇଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ଫଳରେ ନିର୍ବାଚନ କମିଶନ ଏଠାରେ ମତଦାନକୁ ରଦ୍ଦ କରିବା ସହ ସାନି ଭୋଟ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି । ଆସନ୍ତା … Read more

ଓଡିଶା ଜନତା କଂଗ୍ରେସର ନେତୃତ୍ୱ ନେବେ ସୋଫିଆ :ମୋକିମ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆତ୍ମପ୍ରକାଶ କରିବ ନୂଆ ଆଂଚଳିକ ଦଳ ଓଡିଶା ଜନତା କଂଗ୍ରେସ । ତେବେ ଏହାର ଲିଡ୍ ନେବେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ । ଖାସ୍ କରି ଓଡିଶା ଜନତା କଂଗ୍ରେସର ନେତୃତ୍ୱ ନେବେ ସୋଫିଆ । ଏ ନେଇ ସୂଚନା ଦେଇଛନ୍ତି ଓଡିଶା ଜନତା କଂଗ୍ରେସ ଦଳର ପ୍ରତିଷ୍ଠାତା ମହମଦ ମୋକିମ । ସେ କହିଛନ୍ତି ବିଜେଡି ଓ କଂଗ୍ରେସର ଅନେକ ନେତା ଯୋଗାଯୋଗରେ ଅଛନ୍ତି । ଆଗକୁ ସେମାନେ … Read more

ପଶ୍ଚିମବଙ୍ଗ ନିର୍ବାଚନ 2026 ପାଇଁ ବିଜେପି ପ୍ରକାଶ କଲା ‘ସଂକଳ୍ପ ପତ୍ର’ ଶୀର୍ଷକ ଇସ୍ତାହାର

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଶୁକ୍ରବାର ଦିନ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ଅନୁପ୍ରବେଶ ବନ୍ଦ କରିବା, ସମାନ ନାଗରିକ ସଂହିତା ଲାଗୁ କରିବା ଏବଂ ଦଳ ନିର୍ବାଚନ ଲଢ଼ି ଜିତିଲେ ମହିଳା, ଯୁବକ, ଚାଷୀ ଏବଂ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବ୍ୟାପକ କଲ୍ୟାଣମୂଳକ ପ୍ୟାକେଜ୍ ପ୍ରସ୍ତାବ ଦେବାର ପ୍ରତିଶ୍ରୁତି ଦିଆଯାଇଛି ।କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଶୁକ୍ରବାର ଦିନ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ଅନୁପ୍ରବେଶ … Read more

ବିଜେଡିକୁ ଫେରିଲେ ରଘୁନାଥ ଓ ଜୀବନ ପ୍ରଦୀପ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଦୀର୍ଘ ବର୍ଷ ପରେ ପୁଣି ନିଜ ପୁରୁଣା ଦଳ ବିଜୁ ଜନତା ଦଳକୁ ଫେରିଛନ୍ତି। ତାଙ୍କ ସହ ବାଲେଶ୍ୱରର ଅନ୍ୟତମ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ମଧ୍ୟ ଆଜି ଆନୁଷ୍ଠାନିକ ଭାବେ ଶଙ୍ଖ ଧରିଛନ୍ତି। ଶଙ୍ଖ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ … Read more

କଳା ରଙ୍ଗର ଟି-ସାର୍ଟ ପିନ୍ଧି ବିଧାନସଭା ରେ ବିରୋଧୀ ଦଳ ର ନାରାବାଜୀ

ଭୁବନେଶ୍ୱର: ଆଜି ମଧ୍ୟ ଏସସିବି ଘଟଣାକୁ ନେଇ ଗୃହରେ ଅଚଳାବସ୍ଥା ଜାରି ରହିଛି lବିଜେଡ଼ି ବିଧାୟକମାନେ ଆଜି ଏକ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି । କଳା ରଙ୍ଗର ଟି-ସାର୍ଟ ପିନ୍ଧି ଗୃହରେ ହଙ୍ଗମା କରିଛନ୍ତି ।ଯେଉଁଥିରେ ଲେଖାଯାଇଥିଲା ‘ଦୁର୍ବଳ ମୁଖ୍ୟମନ୍ତ୍ରୀ’ ଓ ‘ଶକ୍ତିଶାଳୀ ସ୍ୱାସ୍ଥ୍ୟ ମନ୍ତ୍ରୀ’ । ପ୍ରଶ୍ନ କାଳ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ନାରାବାଜି କରିଥିଲେ । ଫଳରେ ବାଚସ୍ପତି ବାଧ୍ୟ ହୋଇ ପୁଣି ଥରେ … Read more

ପ୍ରଭାତଙ୍କ ବିଶ୍ୱାଳ ଙ୍କ ବାସଭବନରେ ଏକାଠି ହେଲେ ଅସନ୍ତୁଷ୍ଟ କର୍ପୋରେଟର

କଟକ:କଟକରେ ବିଜେଡିରେ ଏକପ୍ରକାର ଅସ୍ଥିରତା ସୃଷ୍ଟି ହୋଇଛି। ସୌଭିକଙ୍କ ନିଲମ୍ବନକୁ ଜୋରଦାର ବିରୋଧ କରିଛନ୍ତି କଟକ ବିଜେଡିର କର୍ମୀ। ଏହା ମଧ୍ୟରେ ପ୍ରଭାତ ବିଶ୍ୱାଳଙ୍କ ଘରେ ମେଳି କରିଛନ୍ତି ବିଜେଡି କର୍ପୋରେଟର। ମଙ୍ଗଳବାର ଦିନ ୧୩ ବିଜେଡି କର୍ପୋରେଟର ପ୍ରଭାତଙ୍କ ମହାନଦୀ ବିହାର ବାସ ଭବନରେ ଏକାଠି ହୋଇଛନ୍ତି। ଏହା ପରେ ଆରମ୍ଭ ହୋଇଛି ରୁଦ୍ଧ ଦ୍ଵାର ବୈଠକ। ପ୍ରଭାତ ବିଶ୍ଵାଳ ଦଳରୁ ବହିସ୍କୃତ ହେବା ଏବଂ ବିଧାୟକ ସୌଭିକ ବିଶ୍ଵାଳ ବିଜେଡିରୁ ନିଲମ୍ବିତ ହେବା ପରେ … Read more