April 14, 2026 7:09 pm

ଓଡିଶା ଜନତା କଂଗ୍ରେସର ନେତୃତ୍ୱ ନେବେ ସୋଫିଆ :ମୋକିମ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆତ୍ମପ୍ରକାଶ କରିବ ନୂଆ ଆଂଚଳିକ ଦଳ ଓଡିଶା ଜନତା କଂଗ୍ରେସ । ତେବେ ଏହାର ଲିଡ୍ ନେବେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ । ଖାସ୍ କରି ଓଡିଶା ଜନତା କଂଗ୍ରେସର ନେତୃତ୍ୱ ନେବେ ସୋଫିଆ । ଏ ନେଇ ସୂଚନା ଦେଇଛନ୍ତି ଓଡିଶା ଜନତା କଂଗ୍ରେସ ଦଳର ପ୍ରତିଷ୍ଠାତା ମହମଦ ମୋକିମ । ସେ କହିଛନ୍ତି ବିଜେଡି ଓ କଂଗ୍ରେସର ଅନେକ ନେତା ଯୋଗାଯୋଗରେ ଅଛନ୍ତି । ଆଗକୁ ସେମାନେ ସମସ୍ତେ ମିଶିବେ ବୋଲି ସେ ସ୍ପଷ୍ଟ କରି କହିଛନ୍ତି । ସୂଚନା ଥାଉକି, ଭୁବନେଶ୍ଵର ପ୍ରଦର୍ଶନୀ ପଡିଆରେ କାଲି କରାଯିବ ବଡ ସମାବେଶ । ଏହାପୂର୍ବରୁ ଓଡ଼ିଶା ଜନତା କଂଗ୍ରେସର ପ୍ରତିଷ୍ଠାତା ସଭାପତି ମହମ୍ମଦ ମୋକିମ୍ ସଭାସ୍ଥଳ ପରିଦର୍ଶନ କରିଛନ୍ତି । ସେ କହିଛନ୍ତି- Gen Zଙ୍କୁ ନେଇ ଦଳ ଆଗକୁ ବଢିବ। ବିଜେପି ବିରୋଧରେ ଲଢେଇ ହେବ । ବିଜେଡ଼ି କଂଗ୍ରେସର ବହୁ ନେତା ଓ ବିଧାୟକ ଆମ ଯୋଗାଯୋଗରେ ଅଛନ୍ତି। ନିର୍ବାଚନ ସମୟରେ ସେମାନେ ଆମ ସହିତ ରହିବେ ବୋଲି ମୋକିମ୍ କହିଛନ୍ତି। ଓଡିଶାରେ ଏକମାତ୍ର ଆଂଚଳିକ ଦଳ ବିଜେଡ଼ି ଏବେ ଲୋକଙ୍କ ଠାରୁ ଦୁରେଇ ଯାଇଛି। ସେଥିପାଇଁ ଆମେ ବିକଳ୍ପ ଭାବେ ରାଜ୍ୟବାସୀଙ୍କ ସମର୍ଥନ ଲୋଡ଼ୁଛୁ ବୋଲି ମୋକିମ୍ କହିଛନ୍ତି।