ନିଲମ୍ବିତ ୬ ବିଧାୟକଙ୍କ ସଭ୍ୟପଦ ରଦ୍ଧ ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବ ବିଜେଡି

ଭୁବନେଶ୍ବର: ନିଲମ୍ବିତ ୬ ବିଧାୟକଙ୍କ ସଭ୍ୟପଦ ରଦ୍ଧ ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବ ବିଜେଡି। ପ୍ରଥମେ ସଭ୍ୟପଦ ରଦ୍ଧ ପାଇଁ ବାଚସ୍ପତିଙ୍କ ଅବଗତ କରିବ ବିଜେଡ଼ି। ଆସନ୍ତା ୨ ଦିନ ମଧ୍ୟରେ ଏ ନେଇ ବିଧାନସଭା ବାଚସ୍ପତିଙ୍କୁ ବିଜେଡ଼ି ପକ୍ଷରୁ ଅବଗତ କରାଯିବ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।ଯଦି ବାଚସ୍ପତିଙ୍କ ନିକଟରେ କିଛି ନ ହୁଏ ତାହା ହେଲେ ହାଇକୋର୍ଟ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ବିଜେଡି ଯିବ। ୬ ଜଣ ବିଧାୟକ … Read more

ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା, ଏପ୍ରିଲ ୯, ୨୩ ଓ ୨୯ରେ ହେବ ନିର୍ବାଚନ, ମେ ୪ ତାରିଖରେ ଭୋଟ ଗଣତି

ନୂଆଦିଲ୍ଲୀ : ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତାରିଖ ଘୋଷଣା କରିଛନ୍ତି । ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ତାମିଲନାଡୁ, ଆସାମ, କେରଳ, ପଡୁଚେରୀ, ପଶ୍ଚିମବଙ୍ଗ ବିଧାନସଭା ପାଇଁ ତାରିଖ ଘୋଷଣା ହୋଇଛି ।ଆସାମରେ ଓ କେରଳରେ ୯ ଏପ୍ରିଲ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ । ପଶ୍ଚିମବଙ୍ଗରେ … Read more

ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ

ଭୁବନେଶ୍ୱର:ଆସନ୍ତାକାଲିର ରାଜ୍ୟସଭା ନିର୍ବାଚନ ଲାଗି ୩ ଦଳ ନିଜ ନିଜର ଏଜେଣ୍ଟଙ୍କ ନାଁ ଘୋଷଣା କରିଛନ୍ତି। ଆଗାମୀ ରାଜ୍ୟସଭା ନିର୍ବାଚନରେ ଶାସକ ଦଳ ବିଜେପି ପାଇଁ ନିର୍ବାଚନ ଏଜେଣ୍ଟ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଏବଂ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ। ସେହିପରି ବରିଷ୍ଠ ବିଧାୟକ ପ୍ରତାପ ଦେବ ଓ ପ୍ରମିଳା ମଲ୍ଲିକ ବିଜେଡିର ଏଜେଣ୍ଟ ଭାବେ କାମ କରିବେ। କଂଗ୍ରେସର ଏଜେଣ୍ଟ ରହିବେ ପିସିସି ସଭାପତି ଭକ୍ତଚରଣ ଦାସ।ଏହା ପୂର୍ବରୁ ଶାସନ ଦଳ ଏହାର … Read more

ନାମାଙ୍କନ ଭରିଲେ ଦିଲ୍ଲୀପ ରାୟ, କହିଲେ ୨୦୦୨ ଭଳି ଏଥର ଜିତିବି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ନାମାଙ୍କନ ଦାଖଲ କରିଛନ୍ତି । ଏହା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୨୦୦୨ ଭଳି ଏଥର ମଧ୍ୟ ଜିତିବେ ବୋଲି ଦିଲ୍ଲୀପ କହିଛନ୍ତି । ବିଜେଡ଼ି ଓ କଂଗ୍ରେସ ଭଳି ସେ ମଧ୍ୟ ହାତ ମିଳାଇବାକୁ କହିଛନ୍ତି । … Read more

ଓଡିଶା ସମେତ ୧୦ଟି ରାଜ୍ୟ ପାଇଁ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ଏପ୍ରିଲରେ ଖାଲି ପଡୁଥିବା ୩୭ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୧୬ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ସମସ୍ତ ରାଜ୍ୟରେ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି ଏବଂ ରାଜନୈତିକ ଦଳଗୁଡ଼ିକ ପ୍ରାର୍ଥୀ ନାମାଙ୍କନ ଚୂଡ଼ାନ୍ତ କରିବା ଆରମ୍ଭ କରିଛନ୍ତି। ମହାରାଷ୍ଟ୍ରରେ ସାତଟି, ଓଡିଶାରେ ଚାରିଟି ଏବଂ ପଶ୍ଚିମବଙ୍ଗରେ ପାଞ୍ଚଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ତାମିଲନାଡୁରେ ଛଅଟି ଏବଂ ପଶ୍ଚିମବଙ୍ଗରେ ପାଞ୍ଚଟି ଆସନ ପାଇଁ ମଧ୍ୟ ଭୋଟ୍ ଗ୍ରହଣ କରାଯିବ। ଆସାମରେ ତିନୋଟି … Read more

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ

ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ପିସିସି ସଭାପତିଙ୍କ ନିକଟକୁ ସେ ଆଜି ଇସ୍ତଫା ପତ୍ର ପଠାଇଛନ୍ତି। ଦଳକୁ ସମୟ ଦେଇ ପାରୁନଥିବାରୁ ଇସ୍ତଫା ଦେଇଥିବା ସେ କହିଛନ୍ତି। ଦଣ୍ଡକାରଣ୍ୟ ପର୍ବତାଞ୍ଚଳ ବିକାଶ ପରିଷଦ ଗଠନ କରି ନେତୃତ୍ବ ନେଉଛନ୍ତି ଜୟରାମ। ଏହା ପୂର୍ବରୁ ସେ ବିଜେପିରେ ରହିଥିଲେ। ୨୦୨୨ ମସିହାରେ ବିଜେପି ଛାଡି ସେ କଂଗ୍ରେସରେ ଯୋଗ ଦେଇଥିଲେ। ସେବେଠାରୁ ସେ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପଡୋଶୀ ଆନ୍ଧ୍ର ଓ … Read more

ନବୀନଙ୍କୁ ଭେଟିଲେ କଳିକେଶ ସିଂହଦେଓ

ଭୁବନେଶ୍ୱର:ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଆଜି ନବୀନ ନିବାସରେ ଭେଟିବା ପରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ କହିଛନ୍ତି ଯେ ନବୀନଙ୍କ ପରେ କୌଣସି ଲିଡରସିପ୍‌ର ପ୍ରଶ୍ନ ଉଠୁନି । ନବୀନଙ୍କ ସହ ପୂରା ବିଜୁ ଜନତା ଦଳ ରହିଛି ବୋଲି ସେ କହିଛନ୍ତି । ଦଳ ତାଙ୍କୁ ଯାହା ଦାୟିତ୍ୱ ଦେବ ତାହା ନିର୍ବାହ କରିବେ ବୋଲି କଳିକେଶ କହିଛନ୍ତି । ୨୪ ବର୍ଷ ଧରି ରାଜ୍ୟକୁ ଗୋଲ୍ଡେନ୍ ପିରିୟଡ୍ ନବୀନ … Read more

ନବୀନଙ୍କୁ ଭେଟିବେ ଭକ୍ତ ଦାସ

ଭୁବନେଶ୍ୱର:ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗ ରେ ଆଲୋଚନା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସମୟ ମାଗିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଦେଖା କରିବାକୁ କହିଛନ୍ତି ଭକ୍ତଦାସ । ଚତୁର୍ଥ ଆସନରେ ପ୍ରାର୍ଥୀ ଦେବା ନେଇ ନବୀନଙ୍କ ସହ ଭକ୍ତ ଆଲୋଚନା କରିବେ । ଚତୁର୍ଥ ଆସନ ନେଇ ଯେହେତୁ ବିଜେଡି କିମ୍ବା କଂଗ୍ରେସର ସଂଖ୍ୟା ନାହିଁ, କଂଗ୍ରେସ ଏବଂ ବିଜେଡି ମିଳିତ ଭାବେ ପ୍ରାର୍ଥୀ ଦେବାକୁ ଭକ୍ତ … Read more

ଭାଜପାରେ ସାମିଲ ହେଲେ ଯାଜପୁର ବିଜେଡିର ବହୁ ବରିଷ୍ଠ ନେତା

ଭୁବନେଶ୍ୱର:ବିଜେପି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ଏକ ଭବ୍ୟ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲାର ୧୬ ଜଣ ଜିଲ୍ଲା ପରିଷଦ ସଦସ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି । ଏହି ମିଶ୍ରଣ ପର୍ବରେ ଯାଜପୁରର ପୂର୍ବତନ ଏମ୍‌ପି ଶ୍ରୀମତୀ ରିତା ତରାଇ ଭାଜପାରେ ସାମିଲ ହୋଇଛନ୍ତି। ରସୁଲପୁର ବ୍ଲକ୍‌ ଅଧ୍ୟକ୍ଷ ଅରୁଣ କୁମାର ରାଉତ, ଧର୍ମଶାଳାର ବ୍ଲକ ସଭାନେତ୍ରୀ ବିଶ୍ୱବନ୍ଦନା ଜେନା, ଯାଜପୁର ବିଜେଡି ୟୁଥ ପ୍ରେସିଡେଣ୍ଟ କ୍ଷିତୀଶ ନାୟକ, ଉତ୍ତରପ୍ରତାପ ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଖିରାବଦ୍ଧି … Read more

ପ୍ରମିଳା ମଲ୍ଲିକଙ୍କ ଘରେ ବିଜେଡି ନେତାଙ୍କ ମେଳିକୁ ନେଇ ବଢିଲା ଚର୍ଚ୍ଚା

ଭୁବନେଶ୍ୱର :ଆଜି ବିରୋଧୀ ଦଳ ମୂଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ମେଳି ଦେଖିବାକୁ ମିଳିଛି। ପ୍ରମିଳାଙ୍କ ଭୁବନେଶ୍ବର ସରକାରୀ ବାସଭବନରେ ଏକାଠି ହୋଇଛନ୍ତି ଅନେକ ବିଜେଡି ନେତା । ଏହି ବୖେଠକରେ ବିଜେଡ଼ିର ପ୍ରଣବ ପ୍ରକାଶ ଦାସ, ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ପ୍ରଣବ ବଳବନ୍ତରାୟ ଉପସ୍ଥିତ ରହିଥିବା ଜଣାପଡ଼ିଛି । ବୈଠକରେ ଯାଜପୁର ସଂଗଠନ ନେଇ ଆଲୋଚନା ହେଉଥିବା ନେଇ ଜଣାପଡ଼ିଛି । ତେବେ … Read more