ଭୁବନେଶ୍ୱରରେ ବ୍ଲାକ୍ ସ୍ୱାନ୍ ସମ୍ମିଳନୀ ଆରମ୍ଭ, ଟେକ୍ ମେଳାରେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ହେବେ ସାମିଲ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେଉଛି ବ୍ଲାକ ସ୍ୱାନ୍ ସମ୍ମିଳନୀ। ଏହି ସମ୍ମିଳନୀ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି କାରଣ ଭୁବନେଶ୍ୱର ଏବେ ଗ୍ଲୋବାଲ ପ୍ଲେୟାରଙ୍କ ଫେଭରିଟ୍ ଡେଷ୍ଟିନେସନ ପାଲଟିଛି। ଓଡ଼ିଶା ଏବେ କେବଳ ପ୍ରାକୃତିକ ସମ୍ପଦରେ ନୁହେଁ, ବରଂ ଫିନଟେକ୍‌, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ ଡିଜିଟାଲ୍ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ବିଶ୍ୱ ନଜରକୁ ଆସିଛି। ଭାରତର ଆଗାମୀ ‘ବିଶ୍ୱ ସାମର୍ଥ୍ୟ କେନ୍ଦ୍ର’ ଭାବେ ଓଡ଼ିଶାକୁ ଗଢ଼ି ତୋଳିବା ଲକ୍ଷ୍ୟରେ ଫେବୃଆରୀ … Read more

ଶତାଧିକ ବିଜେଡି-କଂଗ୍ରେସ କର୍ମୀ ବିଜେପିରେ ସାମିଲ

କଟକ: କଟକ ସଦର ବିଜେପି ପକ୍ଷରୁ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କିଶନନଗର ମଣ୍ଡଳ ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ଶତାଧିକ ବିଜେଡି କଂଗ୍ରେସ କର୍ମୀଙ୍କୁ ବିଜେପି ଦଳରେ ସାମିଲ କରାଇଥିଲେ ।ସୂଚନାଥାଉ ଯେ, କଟକ ସଦର ନିର୍ବାଚନ … Read more

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ମହାପ୍ରଭୁଙ୍କ ରୀତିନୀତି ନେଇ ଆଲୋଚନା

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ରୀତିନୀତି ଓ ପୂଜାବିଧି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଦିନ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଲିଙ୍ଗରାଜ ମନ୍ଦିରର ଶୃଙ୍ଖଳିତ ରୀତିନୀତି ଏବଂ ପୂଜାବିଧି ସୁଚାରୁ ରୂପେ ସମ୍ପାଦନ କରିବା ନେଇ ଆଲୋଚନା ହୋଇଥିଲା । ଏଥି ସହିତ ଚଳିତ ଜାଗର ଉତ୍ସବକୁ ଶୃଙ୍ଖଳିତ କରିବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ … Read more

ସଂଶୋଧନ ହେବ ୭ ଜିଲ୍ଲାର ଇଂରାଜୀ ବନାନ

ଭୁବନେଶ୍ୱର: ସଂଶୋଧନ ହେବ ବିଭିନ୍ନ ଜିଲ୍ଲା ଏବଂ ସ୍ଥାନ ଗୁଡିକର ନାମରେ ଇଂରାଜୀ ବନାନ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୭ ଜିଲ୍ଲାର ଇଂରାଜୀ ବନାନକୁ ସଂଶୋଧନ କରାଯିବ। ଓଡ଼ିଆ ନାମ ଅନୁସାରେ ଇଂରାଜୀ ସ୍ପେଲିଙ୍ଗ ରହିବ।ନାମ ସଂଶୋଧନ ହେବା ପରେ ଖୋର୍ଦ୍ଧ ଜିଲ୍ଲାକୁ ଏଣିକି ଓଡ଼ିଆ ନାମ ଅନୁସାରେ ଇଂରାଜୀରେ ମଧ୍ୟ ଖୋରଧା ଲେଖାଯିବ। ସେହିପରି ଓଡ଼ିଆରେ ଦେବଗଡ଼ ଜିଲ୍ଲାକୁ ଇଂରାଜୀରେ ଦେଓଗଡ଼ ବୋଲି ଲେଖାଯାଉଛି, ତାକୁ ସଂଶୋଧନ କରି ଇଂରାଜୀରେ … Read more

ଫୁଲକୋବି ଗାଡିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ଏନସିବି

ଭୁବନେଶ୍ୱର: କପ୍ତିପଦା ଥାନା ନୂଆସାହି ଭରଡାଛକ ନିକଟରୁ ପ୍ରାୟ ୧ କୋଟି ଟଙ୍କାର ଗଞ୍ଜେଇ ଜବତ । ଗଞ୍ଜେଇ ଚାଲାଣର ନୂଆ ତରିକା। କୋବିର ଚାହିଦା ସମୟରେ କୋବିକୁ ଢାଲ କରି ହେଉଥିଲା ଗଞ୍ଜେଇ ଚାଲାଣ। ଆଉ ଗଞ୍ଜେଇ ଗାଡିକୁ ସୁରକ୍ଷା ଦେଉଥିଲା ଏକ ସ୍କର୍ପିଓ। ରାତି ତମାମ ଗାଡିକୁ ଫଲୋ କରିବା ପରେ ଶେଷରେ ଏନସିବିର ସ୍ପେସିଆଲ ସ୍କ୍ବାର୍ଟ ହାତରେ ଧରାପଡିଛି ଗଞ୍ଜେଇ ଗାଡି। ଏହି ଚଢାଉରେ ୨୩ ବସ୍ତା ଗଞ୍ଜେଇ ଜବତ କରାଯାଇଛି। କେଉଁଝର … Read more

ଅତ୍ୟାଧୁନିକ କାରାଭାନ ଟୁରିଷ୍ଟ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ଶୁଭାରମ୍ଭ ହୋଇଛି ଅତ୍ୟାଧୁନିକ କାରା-ଭାନ ଟୁରିଷ୍ଟ ସେବା। ଧଉଳି ପର୍ଯ୍ୟଟନ କ୍ଷେତ୍ରରୁ ୨ୟ ପର୍ଯ୍ୟାୟର ଏହା ଶୁଭାରମ୍ଭ ହୋଇଛି। VGF ଯୋଜନା ଦ୍ୱାରା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି । ପର୍ଯ୍ୟଟନ କ୍ଷେତ୍ରରେ ଅତ୍ୟାଧୁନିକ ଓ ଆରାମଦାୟକ ସେବା ଯୋଗାଇବା ଏହି ଯୋଜନାର ଲକ୍ଷ୍ୟ ରହିଛି। ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ଅତ୍ୟାଧୁନିକ ଓ ଆରାମଦାୟକ ଯାତ୍ରା ସେବା ଯୋଗେଇବ କାରାଭ୍ୟାନ୍। ଗାଡିରେ ଶୌଚାଳୟ ଠାରୁ ଶୋଇବା ସହ କିଚେନ୍ ବ୍ୟବସ୍ଥା ରହିଛି। … Read more

ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ଆଉ ୯ ମାସ ବୃଦ୍ଧି ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ୯ ମାସ ବୃଦ୍ଧି କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାନଦୀ ବିବାଦର ସମାଧାନ ହେଉ। ଗଣତନ୍ତ୍ର ବ୍ୟବସ୍ଥାରେ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହେବ। ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟିର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦର ସମସ୍ୟା ସମାଧାନ ସମୟ ସାପେକ୍ଷ। କଥାବାର୍ତ୍ତା ମାଧ୍ୟମରେ … Read more

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ୨ବର୍ଷ ଜେଲ୍‌

ଭୁବନେଶ୍ବର: ଭୁବନେଶ୍ୱର ରେଲୱେ ଷ୍ଟେସନରୁ ବାଂଲାଦେଶୀ ଗିରଫ ଘଟଣା। ୧୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ପ୍ରଥମ ଥର ପାଈଁ ଓଡ଼ିଶାରେ ବାଂଲାଦେଶ ଅନୁପ୍ରବେଶ କାରୀଙ୍କ ବିରୋଧରେ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ଏହାସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ହେଲେ ଅଧିକ ୩ ମାସ ଅଧିକ ସଶ୍ରମ କାରାଦଣ୍ଡା ଦେଶ। ୬ ଜଣ ସାକ୍ଷୀ ଏବଂ ଦସ୍ତାବିଜ ଆଧାରରେ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ । ୨୦୨୫ ମାର୍ଚ୍ଚରେ ଭୁବନେଶ୍ବର ଷ୍ଟେସନରୁ … Read more

ସୋସିଆଲ ମିଡିଆ ୟୁଜର୍ସଙ୍କୁ ସତର୍କ କରାଇଲା ଭଦ୍ରକ ପୋଲିସ

ଭଦ୍ରକ :ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ, ଅଡିଓ କିମ୍ବା ସାମ୍ପ୍ରଦାୟିକ ସଦ୍ଭାବନା କ୍ଷୁଣ୍ଣ ହେଲା ଭଳି ମନ୍ତବ୍ୟ ପୋଷ୍ଟ କରନ୍ତି ତେବେ ଯେକୌଣସି ସମୟରେ ଗିରଫ କରିବ ଭଦ୍ରକ ପୋଲିସ ବୋଲି l ମଙ୍ଗଳ ବାର ଦିନ ଜିଲ୍ଲା ପୁଲିସ ପକ୍ଷରୁ ଏକ ଆଡ୍‌ଭାଇଜରି ଜାରି ହୋଇଛି । ଯେଉଁଥିରେ ଏଭଳି କାର୍ଯ୍ୟ ନ କରିବାକୁ ଭଦ୍ରକ ପୋଲିସ ପକ୍ଷରୁ ନିବେଦନ କରାଯାଇଛି। ଏପରି କାର୍ଯ୍ୟ ଭାରତୀୟ ନ୍ୟାୟ ସଂହିତାର ଧାରା 353(2)ଓ 299 ଅନୁଯାୟୀ ଦଣ୍ଡନୀୟ … Read more

୨୨ତମ ଧଉଳି-କଳିଙ୍ଗ ସାଂସ୍କୃତିକ ମହୋତ୍ସବ ସମାରୋହରେ ଝୁମିବ ଧଉଳି

ଭୁବନେଶ୍ୱର: ଆସନ୍ତା ୬ରୁ ଆରମ୍ଭ ହେବ ୨୨ତମ ଧଉଳି-କଳିଙ୍ଗ ମହୋତ୍ସବ । କଳିଙ୍ଗ ବୀରମାନଙ୍କ ବୀରତ୍ୱର ଗାଥାକୁ ମନେପକାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଡ୍ୟାନ୍ସ ଏକାଡେମୀର ଆୟୋଜନ ତଥା ସଂସ୍କୃତି ମନ୍ତ୍ରଣାଳୟ, ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ଭୁବନେଶ୍ୱର ଆର୍ଟ ଭିଜନର ସହଯୋଗରେ ଏହି ସମାରୋହ ହେବାକୁ ଯାଉଛି। ଏଥିରେ ଭାରତ ତଥା ଭାରତ ବାହାରୁ ଜାତୀୟ ଓ ଆନ୍ତର୍ଜାତିକ ଖ୍ୟାତି … Read more