ବିଧାନସଭାରେ ସ୍ଵାସ୍ଥ୍ୟମନ୍ତ୍ରୀ ଓ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ମୁହାଁମୁହିଁ

ଭୁବନେଶ୍ୱର: ନିଜର ନିର୍ବାଚନମଣ୍ଡଳୀରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଦୁଇ ବରିଷ୍ଠ ନେତା।ଆଜି ବିଧାନସଭା ପ୍ରଶ୍ନକାଳରେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଥିଲେ ଯେ ସୋନପୁରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିର୍ମାଣ ଶୈଳୀ ଦେଶର ଦ୍ଵିତୀୟ ସ୍ଥାନରେ ରହିଛି, କିନ୍ତୁ ଡାକ୍ତର ନାହାନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ତାଙ୍କ ଅଞ୍ଚଳକୁ ଭଲ ଡାକ୍ତର ବଦଳି କରି ନେଇଯାଉଛନ୍ତି। ଯେଉଁ କାରଣରୁ ଅନେକ ରୋଗୀ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାର ଜବାବରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ … Read more

କିଟ୍‌ ବିଶ୍ବବିଦ୍ୟାଳୟରେ ଛାତ୍ର ଆତ୍ମହତ୍ୟା ଅଭିଯୋଗ

ଭୁବନେଶ୍ୱର: କିଟ୍ ପରିସରରେ ଥିବା ଛାତ୍ରାବାସରୁ ଜଣେ ଛାତ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ହେଲେ ଛତିଶଗଡ଼ର ରାହୁଲ ଯାଦବ । ସେ କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଥମ ବର୍ଷର ଛାତ୍ର ଅଟନ୍ତି । ଇନଫୋସିଟି ଥାନା ପୋଲିସ ଶବକୁ ଜବତ କରି ଶବଗୃହରେ ରଖିଛି । ଏ ନେଇ ଏସିପି ସୋନାଲ୍ ସିଂ ପରମାର ସୂଚନା ଦେଇଛନ୍ତି । ଛତିଶଗଡ଼ ରାହୁଲ କିଟରେ ପଢ଼ୁଥିଲେ । ଗତକାଲି ବିଳମ୍ବିତ ରାତିରେ … Read more

ଶିକ୍ଷକ ବଦଳି ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ

ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡ଼ିଶା ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବା ଡିଇଓଙ୍କୁ ଚିଠି ଜାରି କରାଯାଇଛି । ଯେଉଁଥିରେ ଜିଲ୍ଲା ଭିତରେ ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଅନଲାଇନ୍ ଆବେଦନ କରିବାକୁ କୁହାଯାଇଛି । ଚିଠି ଅନୁସାରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗତ ମେ ୧୪ରେ ଜାରି କରିଥିବା ଚିଠି ସଂଖ୍ୟା ୧୩୪୫୩ ବିଜ୍ଞପ୍ତି ଅନୁଯାୟୀ ବଦଳି … Read more

ମେସେଜିଂ ଆପ୍‌ ପାଇଁ ଆକ୍ଟିଭ ସିମ୍‌ ବାଧ୍ୟତାମୂଳକ: କେନ୍ଦ୍ରସରକାର

ନୂଆଦିଲ୍ଲୀ: ସମସ୍ତ ମେସେଜିଂ ଆପ୍‌ ପାଇଁ ଏକ ଆକ୍ଟିଭ ସିମ୍‌ ବାଧ୍ୟତାମୂଳକ କରିଛନ୍ତି । ୧୨୦ ଦିନ ମଧ୍ୟରେ ଡିଓଟିକୁ ଏକ ରିପୋର୍ଟ ଦେବାକୁ କୁହାଯାଇଛି । ଯଦି କମ୍ପାନୀଗୁଡିକ ଏହା ପାଳନ କରିବାରେ ବିଫଳ ହୁଅନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଦେଶରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଭାରତରେ କାର୍ଯ୍ୟ କରୁଥିବା ହ୍ୱାଟ୍ସଆପ୍‌, ଟେଲିଗ୍ରାମ୍‌ ଏବଂ ସିଗନାଲ ଭଳି ମେସେଜିଂ ଆପ୍‌ ଅପରେଟରମାନଙ୍କୁ ଏବେ ୧୨୦ ଦିନ ମଧ୍ୟରେ ଦୂରସଂଚାର ବିଭାଗ … Read more

୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ, ସମୀକ୍ଷା ପରେ ମେୟର ଙ୍କ ସୂଚନା

ଭୁବନେଶ୍ୱର: ମହାନଗର ନିଗମ ର ୪ ନମ୍ବର ମାଛ ମାର୍କେଟରେ ହେବ ନବକଳେବର । ଏନେଇ ସମୀକ୍ଷା କରିଛନ୍ତି ବିଏମ ମେୟର ଓ କମିଶନର ।ରବିବାର ସକାଳୁ ସକାଳୁ ବିଏମ୍ସି ମେୟର ସୁଲୋଚନା ଦାସ ଏବଂ କମିଶନର ଚଞ୍ଚଲ ରଣା ୪ ନମ୍ବରରେ ଥିବା ମାଛ ମାର୍କେଟ ପରିଦର୍ଶନ କରିଥିଲେ । ଏହି ଅବସରରେ ମାର୍କେଟର ନୂଆ ରୂପରେଖ ନେଇ ସମୀକ୍ଷା କରିଛନ୍ତି । ଏହାସହ କିପରି ପାର୍କିଂ ସହ ସମସ୍ତ ସୁବିଧା ଉପଲବ୍ଧ ହେବ । … Read more

ଭିଜିଲାନ୍ସ ଜାଲରେ ନିମାପଡ଼ା ଏନଏସି ଅମିନ

ନିମାପଡା :କୋଠା ନିର୍ମାଣ ଅନୁମୋଦନ ପାଇଁ ଫାଇଲ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟକୁ ପଠାଇବା ଲାଗି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୁରୀ ଜିଲା ନିମାପଡ଼ା ଏନଏସିର ଅମିନ ବିଜୟ କୁମାର ଗ୍ରହାଚାର୍ଯ୍ୟ।ଜଣେ ବ୍ୟକ୍ତି ଘର ନିର୍ମାଣ ଲାଗି ଗତ ମାର୍ଚ୍ଚ ମାସରେ ଅନୁମୋଦନ ପାଇଁ ଆବେଦନ କରିଥିଲେ। କିନ୍ତୁ ଅମିନ ବିଜୟ ତାଙ୍କ ଫାଇଲ ଉପରେ କୌଣସି କାମ ଆରମ୍ଭ କରି ନ ଥିଲେ। କେବଳ ଦିନ ଗଡ଼ାଇ ଚାଲିଥିଲେ। ଶେଷରେ ଏଥିପାଇଁ … Read more

କ୍ୟାପିଟାଲ ହସ୍ପିଟାଲରୁ ମିଳିଲା ଝୁଲନ୍ତା ମୃତଦେହ

କ୍ୟାପିଟାଲ ହସ୍ପିଟାଲରୁ ଶନିବାର ଏକ ଝୁଲନ୍ତା ମୃତଦେହ ଜବତ ହୋଇଛି। କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପୁଲିସ ମୃତଦେହକୁ ଜବତ କରିଛି। ମୃତକ ଜଣ ଡାକ୍ତରଖାନାରେ ଜଣେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ତାଙ୍କ ନାମ ପରମାନନ୍ଦ ନାୟକ। ଏକ ଗାମୁଛାରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଶନିବାର ଦେଖିବାକୁ ମିଳିଥିଲା। ପୁଲିସ ଘଟଣାର ତଦନ୍ତ ଚଳାଇଛି।

ରାଜ୍ୟରେ ୨୦,୧୫୦ ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ

ଭୁବନେଶ୍ୱର: ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ ରେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଓଡ଼ିଶାରେ ୨୦,୧୫୦ ଅଙ୍ଗନବାଡ଼ିର ନିଜସ୍ୱ ଗୃହ ନାହିଁ । ୭,୩୮୯ଟି ଅଙ୍ଗନବାଡ଼ିର ଗୃହନିର୍ମାଣ ଚାଲିଥିବାବେଳେ ୩,୮୯୦ ଅଙ୍ଗନବାଡ଼ି ଭଡ଼ା ଘରେ ଚାଲିଛି ।ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ଉତ୍ତର ରଖି କହିଛନ୍ତି ଯେ, ରାଜ୍ୟରେ ମୋଟ ୭୪, ୨୨୪ ଟି ଅଙ୍ଗନବାଡି କେନ୍ଦ୍ର ଅଛି । … Read more

ଅତିରିକ୍ତ ତହସିଲଦାରଙ୍କ ପରିବାରକୁ କୁଳ ବାସନ୍ଦ ଅଭିଯୁକ୍ତ ଙ୍କ ବିରୋଧ ରେ ମାମଲା ରୁଜୁ

ଛତ୍ରପୁର: ଗଞ୍ଜାମ ଜିଲା ଆସିକା ତହସିଲର ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କ ପରିବାରକୁ କୁଳ ବାସନ୍ଦା ଅଭିଯୋଗ ଘଟଣାରେ ପୁଲିସ ୯ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ଅତିରିକ୍ତ ତହସିଲଦାର ଏବଂ ତାଙ୍କ ପରିବାରକୁ କୈବର୍ତ୍ତ ସମାଜ କୁଳରୁ ବାସନ୍ଦ କରାଯାଇଥିଲା। ଏ ସଂକ୍ରାନ୍ତରେ ଛତ୍ରପୁର ଥାନାରେ ଅତିରିକ୍ତ ତହସିଲଦାରଙ୍କ ବାପା ବିଜୟ ବେହେରା ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଛତ୍ରପୁର … Read more

ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର :ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଲାଇଟ୍‌ ମେସିନ୍‌ ଗନ୍‌ ସହିତ ଆତ୍ମସମର୍ପଣ କରିଲେ ମାଓବାଦୀଙ୍କୁ ମିଳିବ ୪ଲକ୍ଷ ୯୫ହଜାର ଟଙ୍କା । ଏ.କେ-୪୭ ସହ ଆତ୍ମସମର୍ପଣ କଲେ ୩ଲକ୍ଷ ୩୦ହଜାର ଟଙ୍କା । ଏସଏଲଆର ସହ ଆତ୍ମସମର୍ପଣ କରିଲେ ମାଓବାଦୀଙ୍କୁ ମିଳିବ ୧ଲକ୍ଷ ୬୫ହଜାର ଟଙ୍କା । ୧୦ଲକ୍ଷ ପୁରସ୍କାର ଥିବା ମାଓବାଦୀ ଯଦି ଆତ୍ମସମର୍ପଣ କରିବେ ତେବେ ତାଙ୍କୁ ୫ଲକ୍ଷ ଟଙ୍କା ମିଳିବ । ଏହାସହିତ ସେମାନଙ୍‌କ ନାଁରେ … Read more