ଭାଜପାରେ ସାମିଲ ହେଲେ ଯାଜପୁର ବିଜେଡିର ବହୁ ବରିଷ୍ଠ ନେତା

ଭୁବନେଶ୍ୱର:ବିଜେପି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ଏକ ଭବ୍ୟ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲାର ୧୬ ଜଣ ଜିଲ୍ଲା ପରିଷଦ ସଦସ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି । ଏହି ମିଶ୍ରଣ ପର୍ବରେ ଯାଜପୁରର ପୂର୍ବତନ ଏମ୍‌ପି ଶ୍ରୀମତୀ ରିତା ତରାଇ ଭାଜପାରେ ସାମିଲ ହୋଇଛନ୍ତି। ରସୁଲପୁର ବ୍ଲକ୍‌ ଅଧ୍ୟକ୍ଷ ଅରୁଣ କୁମାର ରାଉତ, ଧର୍ମଶାଳାର ବ୍ଲକ ସଭାନେତ୍ରୀ ବିଶ୍ୱବନ୍ଦନା ଜେନା, ଯାଜପୁର ବିଜେଡି ୟୁଥ ପ୍ରେସିଡେଣ୍ଟ କ୍ଷିତୀଶ ନାୟକ, ଉତ୍ତରପ୍ରତାପ ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଖିରାବଦ୍ଧି … Read more

କିଟ୍‍ ପରିସରରେ ନବମ ତ୍ରି ଦିବସୀୟ ରାଷ୍ଟ୍ରୀୟ ସଂଗୋଷ୍ଠୀ ଓ ବହୁଭାଷୀ କାବ୍ୟ ପାଠ ଉତ୍ସବ ଉଦ୍‍ଘାଟିତ

ଭୁବନେଶ୍ୱର: ବିଶ୍ୱମୁକ୍ତି, କିଟ୍‍ ଓ କିସର ମିଳିତ ଅନୁକୂଲ୍ୟରେ କିଟ୍‍ ରେ ନବମ ତ୍ରି ଦିବସୀୟ ରାଷ୍ଟ୍ରୀୟ ସଂଗୋଷ୍ଠୀ ଓ ବହୁଭାଷୀ କାବ୍ୟ ପାଠ ଉତ୍ସବ ଉଦ୍‍ଘାଟିତ ହୋଇଯାଇଛି । ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବର ବିଷୟବସ୍ତୁ ରହିଛି ବିଶ୍ୱ ଶାନ୍ତି ଏବଂ ସଦଭାବନା ୨୦୨୫-୨୬: ସ୍ଥାୟୀ ସହାବସ୍ଥାନ ଏବଂ ପଥ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଷୟବସ୍ତୁ ଉପରେ କହିଲେ ବିଶ୍ୱରେ … Read more

କ୍ୟାପିଟାଲ ହସ୍ପିଟାଲ ରେ ଡାକ୍ତରଙ୍କୁ ଆକ୍ରମଣ କଲେ ରୋଗୀଙ୍କ ସମ୍ପର୍କୀୟ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଶୁକ୍ରବାର ଅପରାହ୍ନରେ ଚିକିତ୍ସା ନମିଳିବାରୁ ରୋଗୀଙ୍କ ସହିତ ଆସିଥିବା ଜଣେ ସମ୍ପର୍କୀୟ ଡାକ୍ତରଙ୍କ ସହିତ ଆଟେଣ୍ଡାଣ୍ଟଙ୍କୁ ଆକ୍ରମଣ କରିଛନ୍ତି ।ସୂଚନାମୁତାବକ, ଅର୍ଥୋପେଡ଼ିକ ଡାକ୍ତରଙ୍କୁ ଦେଖାଇବାକୁ ଆସିଥିଲେ ଜଣେ ରୋଗୀ ହେଲେ ସମୟ ହୋଇଯାଇଥିବାରୁ ଡାକ୍ତର ତାଙ୍କୁ କାଜୁଆଲିଟି ଯିବାକୁ କହିଥିଲେ । ଯାହା ଫଳରେ ଚିକିତ୍ସା ନପାଇବାରୁ ଉତ୍ତେଜିତ ହୋଇ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ ଉକ୍ତ ରୋଗୀଙ୍କ ସହିତ ଆସିଥିବା ତାଙ୍କର ସମ୍ପର୍କୀୟ। ରୋଗୀଙ୍କ ଆକ୍ରମଣରେ ଡାକ୍ତରଙ୍କ … Read more

ନବୀନ ନିବାସ ରେ ନବୀନ ଙ୍କୁ ଭେଟିଲେ ଅଖିଳେଶ ଯାଦବ

ଭୁବନେଶ୍ୱର: ଶୁକ୍ରବାର ଦିନ ଅପରାହ୍ନରେ ନବୀନ ନିବାସରେ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଅଖିଳେଶ ଯାଦବ। ଉଭୟ ନେତାଙ୍କ ମଧ୍ୟରେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଦୀର୍ଘ ସମୟ ଆଲୋଚନା ହୋଇଛି ।ସମାଜବାଦୀ ଦଳର ସଭାପତି ଅଖିଳେଶ ଯାଦବ କହିଛନ୍ତି, “ଆଦରଣୀୟ ନବୀନ ପଟ୍ଟନାୟକ ଦେଶର ଜଣେ ବରିଷ୍ଠ ନେତା । ଓଡ଼ିଶାର ବିକାଶରେ ନବୀନ ବାବୁ ଓ ତାଙ୍କ ବାପାଙ୍କର ବଡ଼ ଭୂମିକା ରହିଛି । । ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରିବା … Read more

ଚାକିରି ଆଶାୟୀଙ୍କୁ ଆଶ୍ବସ୍ତି ଆଉ ଦବାକୁ ପଡ଼ିବନି NOC

ଭୁବନେଶ୍ୱର: GA & PG ବିଭାଗ ଅଧୀନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅନ୍ୟତ୍ର ଚାକିରି ଆବେଦନ ପାଇଁ ବାରମ୍ବାର NOC ମାଗିବାକୁ ପଡ଼ିବ ନାହିଁ । ସରକାରୀ କର୍ମଚାରୀଙ୍କ ପାଇଁ ସ୍ଥାୟୀ ଅନୁମତି ଜାରି କଲେ ରାଜ୍ୟ ସରକାର । ଏହି ନିର୍ଦ୍ଦେଶନାମା ବଳରେ କର୍ମଚାରୀମାନେ UPSC, OPSC, SSB, OSSC ଏବଂ OSSSC ଭଳି ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ସିଧାସଳଖ ଆବେଦନ କରିପାରିବେ । ପୂର୍ବରୁ ପ୍ରତି ଥର ଆବେଦନ ପାଇଁ ପୃଥକ … Read more

ଆସନ୍ତା କାଲି କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ଇଣ୍ଡିଆ ଲିଗ୍ ର ଶେଷ ପର୍ଯ୍ୟାୟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୧୭ ତାରିଖରୁ ପୁରୁଷ ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ) ର ଶେଷ ପର୍ଯ୍ୟାୟ ଖେଳାଯିବ। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦଳମାନେ ବି ପହଞ୍ଚି ସାରିଛନ୍ତି । ଆସନ୍ତା କାଲି ୨ଟି ମ୍ୟାଚ ରହିଛି । ପ୍ରଥମ ମ୍ୟାଚ୍ ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ଏବଂ ଦ୍ୱିତୀୟ ମ୍ୟାଚ କଳିଙ୍ଗ ଲାନସର୍ସ ଓ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ଖେଳାଯିବ । ଚେନ୍ନାଇ ପରେ ଏବେ ରାଞ୍ଚିରେ … Read more

କିଟ୍‍ ରେ ଚେସ୍‍ ମହାକୁମ୍ଭ ଉଦ୍‍ଯାପିତ

ଭୁବନେଶ୍ୱର: ଜାନୁଆରୀ ୧୪ ଓ ୧୫ତାରିଖ ଦୁଇ ଦିନ ଧରି କିଟ୍‍ ରେ ଚାଲିଥିବା ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍‌) ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଗୁରୁବାର ଉଦ୍‍ଯାପିତ ହୋଇଯାଇଛି। ଏହାକୁ ଅନ୍ତର୍ଜାତୀୟ ଚେସ୍‍ ଫେଡେରେସନ୍‍ (ଏଫ୍‌ଆଇଡିଇ)ର ଉପସଭାପତି ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍ ଆନନ୍ଦ ଗତକାଲି ଉଦ୍‍ଘାଟନ କରିଥିଲେ। ଆଜି ଉଦ୍‍ଯାପନୀ ଉତ୍ସବରେ ଯୋଗଦେଇ ଫିଡେ ସଭାପତି ଆର୍କାଡି ଭୋର୍କୋଭିଚ୍ ନିୟମିତ ଅଭ୍ୟାସ ଓ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଲେ, ଯୁବ … Read more

ଦଳୀୟ ବିଧାୟକଙ୍କୁ ଟାସ୍କ ଦେଲେନବୀନ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ବିଧାୟକଙ୍କୁ ଡାକି ସେମାନଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ଆଉ ସେମାନଙ୍କଠାରୁ ଲୋକଙ୍କ ସମସ୍ୟା ବୁଝି ତା’ର ସମାଧାନ ପାଇଁ ବିଧାୟକଙ୍କୁ ଦେଇଛନ୍ତି ଟାସ୍କ । ବିଧାୟକଙ୍କ ପରେ ବିଜେଡି ଜିଲ୍ଲା ସଭାପତି ଓ ବିଧାୟକ ପ୍ରାର୍ଥୀଙ୍କ ସହ ଆଲୋଚନା କରି ପଞ୍ଚାୟତ ନିର୍ବାଚନ ପୂର୍ବରୁ କିଭଳି ଦଳୀୟ ସଂଗଠନ ପୁଣି ପୂର୍ବଭଳି ମଜବୁତ୍ ହୋଇପାରିବ ସେନେଇ ଦେଇଛନ୍ତି ଉଚିତ୍ ପରାମର୍ଶ। ଏହା ସହିତ ରାଜଧାନୀରେ ନବସି … Read more

ବିଜେଡିରୁ ନିଲମ୍ବିତ ହେଲେ ଦୁଇ ବିଧାୟକ

ଭୁବନେଶ୍ୱର : ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଦଳରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ପ୍ରଥମ ଥର ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ । ସେହିପରି ୨୦୧୯ରେ ସନାତନ ମହାକୁଡ଼ ଚମ୍ପୁଆ ଆସନରୁ ସ୍ବାଧୀନ ଭାବେ ଓ ୨୦୨୪ରେ ବିଜେଡି ଟିକେଟରେ ନିର୍ବାଚିତ … Read more

ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ

ଭୁବନେଶ୍ୱର: ଖାରବେଳ ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି। ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି, ବଜେଟ ଖର୍ଚ୍ଚ, ଖାଲି ଥିବା ପଦବୀ ପୂରଣ ନେଇ ଆଲୋଚନା ହୋଇଛି। କେଉଁ ବିଭାଗର କେତେ ପଦବୀ ଖାଲି ରହିଛି ଏବଂ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ଆଲୋଚନା ହୋଇଛି। ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ‘ପ୍ରତି ଶନିବାର ଭିତ୍ତିଭୂମି ଉପରେ ସମୀକ୍ଷା ବୈଠକ ହେବ। ବର୍ତ୍ତମାନ ସୁଦ୍ଧା ବଜେଟର ୫୦ ପ୍ରତିଶତ ଖର୍ଚ୍ଚ … Read more