ମୋକିମଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କର ପ୍ରଶଂସା କଲେ ଅନୁଭବ

କଟକ: ଅନୁଭବଙ୍କ ମୁହଁରେ କଂଗ୍ରେସ ପୂର୍ବତନ ନେତା ମହମ୍ମଦ ମୋକିମଙ୍କ ପ୍ରଶଂସା । ମୋକିମ ଫାଉଣ୍ଡେସନ୍ ପକ୍ଷରୁ ଚାଲିଥିବା ସ୍ପୋର୍ଟ୍ସ କାର୍ଣ୍ଣିନିଭାଲର ଉଦଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ସୁପରଷ୍ଟାର ତଥା ବିଜେପି ନେତା ଅନୁଭବ ମହାନ୍ତି । ଏହା ଏକ କ୍ରୀଡ଼ା କାର୍ଯ୍ୟକ୍ରମ ହୋଇଥିବାରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ କୌଣସି ରାଜନୈତିକ ମନ୍ତବ୍ୟ ଦେବେ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ। ଖାଲି ମୋକିମ ଏବଂ ସୋଫିଆଙ୍କୁ ପ୍ରଶଂସା କରିଥିଲେ। ମୋକିମଙ୍କୁ ସେ ପିଲାବେଳୁ … Read more

ଲିଙ୍ଗରାଜ ମନ୍ଦିର ନିକଟସ୍ଥ ସୁକ ଶାରୀ ମନ୍ଦିର ତଳୁ ବାହାରିଲା ମଧ୍ୟଯୁଗୀୟ ମନ୍ଦିରର ଭଗ୍ନାବଶେଷ

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ନିକଟସ୍ଥ ସୁକ ଶାରୀ ମନ୍ଦିର ତଳୁ ବାହାରିଲା ମଧ୍ୟଯୁଗୀୟ ମନ୍ଦିରର ଭଗ୍ନାବଶେଷ l ପ୍ରାୟ ଅଢେଇ ବର୍ଷରୁ ଅଧିକ ସମୟ ବନ୍ଦ ପଡିଥିବା ଏହି ମନ୍ଦିରର ଖନନ କାର୍ଯ୍ୟ ଏବେ ପୁନର୍ବାର ଆରମ୍ଭ ହୋଇଛି । ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ସଂସ୍ଥା ASI।2021 ଅକ୍ଟୋବର ମାସରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ପକ୍ଷରୁ ପ୍ରଥମେ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେତେବେଳେ ଏହା ଏକ … Read more

ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣା: ମର୍କତନଗର ଥାନା ପୋଲିସ ପକ୍ଷରୁ ୪ ଜଣଙ୍କୁ ଜେରା

ଭୁବନେଶ୍ୱର: ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାରେ ମର୍କତନଗର ଥାନା ପୁଲିସ ତଦନ୍ତକୁ ଜୋର୍‌ଦାର କରିଛି। ହ୍ୟୁମାନ ସାଗରଙ୍କ ଉଭୟ ଆର୍ଥିକ ଓ ସ୍ବାସ୍ଥ୍ୟଗତ ଦିଗକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏହି ମାମଲାରେ ଦୁଇ ସାକ୍ଷୀ ଓ ଦୁଇ ଅଭିଯୋଗକାରୀଙ୍କୁ ଜେରା କରାଯାଇଛି। ହ୍ୟୁମାନଙ୍କ ମୃତ୍ୟୁ ପଛରେ ଥିବା ଆର୍ଥିକ କାରବାର ସମ୍ପର୍କରେ ପଚରାଉଚରା କରାଯାଇଛି। ଏହା ସହିତ ଭୁବନେଶ୍ବର ଏମ୍‌ସକୁ ହ୍ୟୁମାନଙ୍କ ଅଲଟ୍ରାସାଉଣ୍ଡ, ରକ୍ତ ପରୀକ୍ଷା ରିପୋର୍ଟ, ଛାତି ଏକ୍ସ-ରେ, କାର୍ଡିଆକ୍ ଷ୍ଟାଟସ୍, କିଡ୍‌ନି … Read more

ସୋଆ ପକ୍ଷରୁ ପ୍ରଥମ ପୁଷ୍ପ ଉତ୍ସବ ଆୟୋଜିତ

ବନେଶ୍ୱର: ଆନ୍ତର୍ଜାତିକ ପୁଷ୍ପ ଦିବସ ପରିପ୍ରେକ୍ଷୀରେ ଜାନୁଆରୀ ୧୯ ଓ ୨୦ ତାରିଖରେ ଦୁଇ ଦିନ ଧରି ସୋଆ କ୍ୟାମ୍ପସ -୪ କୃଷି ମହାବିଦ୍ୟାଳୟ ପରିସରରେ ଏହି ପୁଷ୍ପ ଉତ୍ସବର ଆୟୋଜନ କରାଯାଉଛି । ପୁଷ୍ପ ଉତ୍ସବର ପ୍ରଥମ ଦିବସରେ ଭିନ୍ନ ଭିନ୍ନ ଫୁଲର ପ୍ରଦର୍ଶନୀ ସହ ଫୁଲକୁ ନେଇ ଭିନ୍ନ ଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ ଦ୍ୱିତୀୟ ଦିବସରେ ଫୁଲ ଚାଷର ବୈଜ୍ଞାନିକ ପ୍ରଣାଳୀ, ଫୁଲ ଚାଷ ନିମନ୍ତେ ସରକାରଙ୍କ ପକ୍ଷରୁ ମିଳୁଥିବା ପ୍ରୋତ୍ସାହନ, … Read more

ଡ୍ରାଇଭିଂ ଲାଇସେନ୍ସ ନିୟମରେ ହେବ ବଡ଼ ପରିବର୍ତ୍ତନ: ନିୟମ ଭାଙ୍ଗିଲେ DL ରଦ୍ଦ

ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ନିୟମରେ ହେବ ବଡ଼ ପରିବର୍ତ୍ତନ। ସଡ଼କ ଦୁର୍ଘଟଣା ରୋକିବା ଓ ଟ୍ରାଫିକ୍ ନିୟମକୁ ଅଧିକ କଡ଼ାକଡ଼ି କରିବା ପାଇଁ କେନ୍ଦ୍ର ସରକାର ‘ପେନାଲ୍ଟି ପଏଣ୍ଟ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ଏହି ନିୟମ ଲାଗୁ ହେବ। ତେଣୁ ଏଣିକି କେବଳ ଟ୍ରାଫିକ ନିୟମ ଭାଙ୍ଗିଲେ ଚାଲାଣରେ କାମ ସରିବ ନାହିଁ, ବରଂ ଏହା ଡ୍ରାଇଭରଙ୍କ ପକେଟ୍ ଏବଂ ଲାଇସେନ୍ସ ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇବ । ନୂଆ ନିୟମ ଅନୁଯାୟୀ … Read more

ରାଜ୍ୟରେ ବଢ଼ିଲା ୭ ହଜାର ମତଦାନ କେନ୍ଦ୍ର

ଭୁବନେଶ୍ୱର: ଏସଆଇଆର୍ ପୂର୍ବରୁ ରାଜ୍ୟରେ ବୁଥ୍ ସଂଖ୍ୟାରେ ବୃଦ୍ଧି କରାଯାଇଛି । ପ୍ରାୟ ୭ ହଜାର ବୁଥ୍ ସଂଖ୍ୟା ବଢ଼ାଯାଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ ମିଶ୍ର ସୂଚନା ଦେଇଛନ୍ତି l ଏସ୍ଆଇଆର୍ ପ୍ରସ୍ତୁତି ବିଗତ ପାଞ୍ଚ ମାସ ହେଲା ଜାରି ରହିଛି । ଏଥିରେ ଏକ ଗୁରୁତ୍ୱ ପୂର୍ଣ୍ଣ ଦିଗ ଭାବରେ ବୁଥ୍ ସଂଖ୍ୟାରେ ବୃଦ୍ଧି କରାଯାଇଛି । ୨୦୨୫ରେ ମତଦାତାଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି … Read more

ସରକାରୀ ମିଟରରୁ ଭଡ଼ା ଆଦାୟ ବେଆଇନ: କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି

ଭୁବନେଶ୍ୱର: ସ୍ମାର୍ଟମିଟର ନାଁରେ ରାଜ୍ୟରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଶୋଷଣ କରାଯାଉଛି। ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ୍ ନୋଟିସ୍‌ ସହିତ ଘରେ ସ୍ମାର୍ଟମିଟର ଜୋରଜବରଦସ୍ତି ବସାଯାଉଛି। ଗରିବ ଲୋକଙ୍କ ଘରେ ସରକାରୀ ମିଟର ବସାଯାଇଥିବା ବେଳେ ବେଆଇନ ଭାବେ ୩୦୦ ଟଙ୍କା ଆଦାୟ କରାଯାଇଛି। କେବଳ ସୌଭାଗ୍ୟ ଓ ଆଇପିଡିଏସ୍‌ ଯୋଜନାରେ ୨୦୨୦ମସିହାରୁ ଟାଟା ପାୱାରର ଚାରୋଟି ବିଦ୍ୟୁତ୍‌ ବିତରଣ କମ୍ପାନି ବେଆଇନ ଭାବେ ମିଟର ଭଡ଼ା ଆଦାୟ କରିଚାଲିଛି। ଏ ସଂକ୍ରାନ୍ତରେ ଉପଭୋକ୍ତା ମହାସଂଘ ବାରମ୍ବାର ଓଇଆର୍‌ସିଙ୍କ ନିକଟରେ … Read more

ଓଡ଼ିଶାରେ ହେବ ନୂଆ କୋଇଲା ଗ୍ୟାସିଫିକେସନ୍‌ ୟୁନିଟ୍

ଝାରସୁଗୁଡା: ନୂଆ ଷ୍ଟେଟ୍ ଅଫ୍ ଆର୍ଟ କୋଇଲା ବାଷ୍ପୀକରଣ ୟୁନିଟ ସ୍ଥାପନ ହେବାକୁ ଯାଉଛି ଝାରସୁଗୁଡା ଜିଲ୍ଲାର ଲଖନପୁରରେ। ଏଥିଲାଗି ଭାରତ ହେଭି ଇଲେକ୍ଟ୍ରିକାଲସ ଲିମିଟେଡ (ବିଏଚ୍ଇଏଲ୍)କୁ ୫୪୦୦ କୋଟିର ଇଞ୍ଜିନିୟରିଂ, ପ୍ରକ୍ୟୋରମେଣ୍ଟ ଏବଂ କନ୍‌ଷ୍ଟ୍ରକସନ (ଇପିସି) କଣ୍ଟ୍ରାକ୍ଟ ମିଳିଛି । ବିଏଚ୍ଇଏଲ୍ ଏବଂ କୋଲ୍ ଇଣ୍ଡିଆ ଲିମିଟେଡ (ସିଆଇଏଲ୍) ର ଯୌଥ ଉଦ୍ୟୋଗ ଭାରତ କୋଲ ଗ୍ୟାସିଫିକେସନ ଏବଂ କେମିକାଲ୍ସ ଲିମିଟେଡ (ବିସିଜିସିଏଲ୍) ଏହି କଣ୍ଟ୍ରାକ୍ଟ ପ୍ରଦାନ କରିଛି । ନ୍ୟାସନାଲ କୋଲ୍ ଗ୍ୟାସିଫିକେସନ ମିଶନ … Read more

ସୋଆର ପ୍ରଫେସର ଏମିରିଟସ ଆର୍‌.ଏନ୍‌.ପି ଚୌଧରୀଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍‌, ଗବେଷକ ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଏମିରିଟସ୍ ଆର୍‌. ଏନ୍‌. ପି. ଚୌଧରୀଙ୍କ ରବିବାର ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ପ୍ରଫେସର ଚୌଧରୀ ୟୁକେର ଏଡିନ୍‌ବରା ବିଶ୍ୱବିଦ୍ୟାଳୟରୁ ପି.ଏଚ୍ ଡି ଡିଗ୍ରୀ ହାସଲ କରିଥିବା … Read more

୧୦ ବିଧାୟକଙ୍କ ସହିତ ଆଲୋଚନା ପରେ ପରାମର୍ଶ ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ସୋମବାର ସନ୍ଧ୍ୟାରେ ନବୀନ ନିବାସରେ ଶ୍ରୀ ନବୀନ ପଟ୍ଟନାୟକ ବିଜେଡିର ୧୦ ଜଣ ବିଧାୟକଙ୍କ ସହ ସେମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶ ଓ ସଂଗଠନ ସମ୍ପର୍କରେ ଆଲୋଚନା କରିଛନ୍ତି। ବିଧାୟକମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶ କାମ ବିଷୟରେ ପଚାରି ବୁଝିବା ସହ ଲୋକଙ୍କ ସୁବିଧା ଅସୁବିଧାକୁ ଗୁରୁତ୍ଵ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି l ଏହା ସହିତ ସେ ବିଧାୟକମାନଙ୍କ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ। ବିଜୁ ଜନତା … Read more