ନେତାଜୀ ଜୟନ୍ତୀ – ଦେଶପ୍ରେମ ମହୋତ୍ସବ ଉଦଯାପିତ

ଭୁବନେଶ୍ୱର: ଭାରତ ବର୍ଷର ସ୍ଵାଧୀନତା ସଂଗ୍ରାମର ଅଗ୍ରଗନ୍ୟ ଯୋଦ୍ଧା,ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ର ୧୩୦ ତମ ଜୟନ୍ତୀ ଅବସରରେ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ଓ ଆଜାଦ ହିନ୍ଦ୍ ବାହିନୀ ପକ୍ଷରୁ ଜାନୁଆରୀ ୨୧ ଠାରୁ ଆରମ୍ଭ ହୋଇଥିବା ଦେଶପ୍ରେମ ମହୋତ୍ସବ-୨୦୨୬ ଆଜି ଉଦଯାପିତ ହୋଇଯାଇଛି । ଆଜି ସକାଳୁ ନେତାଜୀ ଜୟନ୍ତୀ ଅବସରରେ ଫରୱାର୍ଡ ବ୍ଲକ୍ ଓ ଆଜାଦ ହିନ୍ଦ୍ ବାହିନୀ ର କର୍ମୀମାନେ ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ନେତାଜୀ ଙ୍କ ପ୍ରତିମୂର୍ତ୍ତି … Read more

ଜିଲ୍ଲାପାଳ ଓ ଉପମୁଖ୍ୟମନ୍ତ୍ରୀଙ୍କ କଡ଼ା ସୁରକ୍ଷାରେ ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡ଼

କୋଣାର୍କ: ଏଥର ପବିତ୍ର ମାଘ ସପ୍ତମୀ ରେ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ଅନୁମାନ କରାଯାଉଛି । ପୂର୍ବ ରାତିରୁ ଚନ୍ଦ୍ରଭାଗା ମେଳା ପଡ଼ିଆକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଆଜି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଚନ୍ଦ୍ରଭାଗା ଓ ନବଗ୍ରହ ପୀଠରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ … Read more

ରାଜ୍ୟର ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ ତ୍ୱରାନ୍ୱିତ : ୭ ଲକ୍ଷ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ଓ ୭୯୧୪ କୋଟି ଦେୟ ପ୍ରଦାନ

ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରିତ ଭାବେ ଜାରି ରହିଛି । ଆଜି ସୁଦ୍ଧା, ରାଜ୍ୟର ୬ ଲକ୍ଷ ୯୩ ହଜାର ୯୭ ଜଣ ଚାଷୀଙ୍କଠାରୁ ୩୦ ଲକ୍ଷ ୪୯ ହଜାର ୫୬୦ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି। ଏହି ପ୍ରକ୍ରିୟାରେ ଚଳିତ ବର୍ଷ ଚାଷୀ ମାନେ ସକ୍ରିୟ ଅଂଶଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଉଛି । ଏପର୍ଯ୍ୟନ୍ତ ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗିର ଏବଂ ଝାରସୁଗୁଡା … Read more

କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ରେ ଉପ ରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନ୍।

କଟକ:ଆଜି ମହାନ ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ଏଥିପାଇଁ ଚଳଚଞ୍ଚଳ କଟକ ଓଡ଼ିଆ ବଜାର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ । ସଂଗ୍ରହାଳୟ ପରିଦର୍ଶନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଉପରାଷ୍ଟ୍ରପତି ହେବା ପରେ ରାଧାକ୍ରିଷ୍ଣନଙ୍କ ଏହା ପ୍ରଥମ ଓଡିଶା ଗ୍ରସ୍ତ। ବିମାନ ବନ୍ଦରରେ ଉପରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳ ହରିବାବୁ କମ୍ଭମପଟି, ମୁଖ୍ୟ ଶାସନ ସଚିବ ଅନୁଗର୍ଗ ପ୍ରମୁଖ। ସେଠାରେ ତାଙ୍କୁ … Read more

ବଢ଼ିଲା ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା

ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀଙ୍କ ପାଇଁ ଖୁସି ଖବର। ବଢିଲା ମାସିକ ଭତ୍ତା। ପ୍ରଚଳିତ ଥିବା ମାସିକ ଭତ୍ତାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏଣିକି ଗ୍ରାମରକ୍ଷୀ ମାନେ ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ମାସିକ ଭତ୍ତା ପାଇବେ। ଏଥି ସହିତ ସପ୍ତାହକୁ ଥରେ ସେମାନେ ଯେଉଁ ଥାନା ଅଧୀନରେ କାମ କରୁଥିବେ, ସେଠାକୁ ଯାଇ ସେମାନଙ୍କ ଉପସ୍ଥାନ ଦେବାର ବ୍ୟବସ୍ଥା କରାଯାଇଛି। ସୂଚନାଥାଉ ଯେ, ଗ୍ରାମାଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା … Read more

ରାଜ୍ୟସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡିଶା ସମେତ ୧୦ ଟି ରାଜ୍ୟରେ ୩୭ ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସବୁ ଆସନଗୁଡିକ ଆସନ୍ତା ଏପ୍ରିଲ ମାସରେ ଖାଲି ହେବ। ଓଡିଶାରେ ୪ ଟି ରାଜ୍ୟସଭା ଆସନ ଖାଲି ହେବାକୁ ଥିବା ବେଳେ ମହାରଷ୍ଟ୍ରରେ ସର୍ବାଧିକ ୭ ଟି ଆସନ, ତାମିଲନାଡୁ ଓ ବିହାରରେ ୬ ଟି ଲେଖାଏଁ ଆସନ, ପଶ୍ଚିମବଙ୍ଗରେ ୫ ଟି ଆସନ, ଆସାମରେ ୩, ତେଲେଙ୍ଗନା, … Read more

କିସ୍‍ ରେ ୬୬ତମ ପ୍ରୌଢ଼ ଶିକ୍ଷା ସମ୍ମିଳନୀ ଉଦ୍‍ଘାଟିତ

ଭୁବନେଶ୍ବର : ଗୁରୁବାରରୁ ୨୪ ତାରିଖ ପର୍ଯ୍ୟନ୍ତ ବରମୁଣ୍ଡା ପଡ଼ିଆରେ କୃଷି ଓଡ଼ିଶା ଅନୁଷ୍ଠିତ ହେବ । ତେବେ ଚଳିତବର୍ଷ କୃଷି ଓଡ଼ିଶାରେ ଆକର୍ଷଣ ସାଜିବ ଜଳବାୟୁ ଅନୁକୂଳ ମେସିନ୍ । ଯେହେତୁ ଚଳିତବର୍ଷ ପରିବର୍ତ୍ତିତ ପାଣିପାଗକୁ ସୁହାଇଲା ଭଳି ଚାଷ ଫୋକସ୍ ରେ ରହିବ। ତେଣୁ ସେହିପରି ସବୁ ପ୍ରକାରର ପାଣିପାଗକୁ ସୁହାଇଲା ଭଳି ଜଳବାୟୁ ଅନୁକୂଳ ମେସିନ୍ ରହିବ । ଫଳରେ ସେହି ମେସିନ୍ ଖରା, ବର୍ଷା ଓ କାକରେ ନଷ୍ଟ ନହୋଇ ଦୀର୍ଘ ଦିନ … Read more

ନିଶା ଦ୍ରବ୍ୟ ଉତ୍ପାଦନ ଓ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ପାନ ମସଲା, ଜର୍ଦ୍ଦା, ଖଇନି ଓ ତମ୍ବାକୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାରର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବାଣିଜ୍ୟ ଓ ବିକ୍ରୟ ଉପରେ ପ୍ରତିବନ୍ଧ ଜାରି କଲେ ରାଜ୍ୟ ସରକାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାଧାରଣ ଜନସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିକୋଣରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନିଷେଧାଜ୍ଞା ଖାଦ୍ୟ ସୁରକ୍ଷା ଓ ମାନକ ଆଇନ–୨୦୦୬ ଏବଂ ଖାଦ୍ୟ ସୁରକ୍ଷା ଓ ମାନକ (ବିକ୍ରୟ ଉପରେ ପ୍ରତିବନ୍ଧ … Read more

ଶ୍ରୀମନ୍ଦିରକୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ପୋଷ୍ଟ କରିଥିବା ଯୁବକ ଗିରଫ

ପୁରୀ: ଶ୍ରୀମନ୍ଦିରକୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ପୋଷ୍ଟ କରିଥିବା ଯୁବକଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ ନାମ ପ୍ରତୀକ ମିଶ୍ର ବୋଲି ଜଣା ପଡିଛି । ସୂଚନା ଅନୁଯାଇ ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ ପ୍ରତୀକ। ହେଲେ ଏଥିରେ ବିଫଳ ହେବାରୁ ଉକ୍ତ ମହିଳାଙ୍କ ନାଁରେ ଏକ ଆକାଉଣ୍ଟ କରି ଶ୍ରୀମନ୍ଦିରରେ ବୋମାମାଡ଼ କରିବା ଧମକ ପୋଷ୍ଟ କରିଥିଲେ। ଖାଲି ସେତିକି ନୁହେଁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ଼ ଧମକ ଓ ଗ୍ରାଣ୍ଡ ସେଣ୍ଟରରେ … Read more

ଖଣି ଦୁର୍ନୀତି ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍

କଟକ: ସାରା ରାଜ୍ୟରେ ବେଆଇନ ଖଣି ଖନନର ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ସହିତ ଏହାକୁ ରୋକିବାକୁ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ସିବିଆଇ ତଦନ୍ତ ଦାବି ସମ୍ପର୍କିତ ମାମଲାରେ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଶ୍ରବଣ କୁମାର ଦେବଙ୍କ ବେଆଇନ ଖଣି ଖନନକୁ ନେଇ ହାଇକୋର୍ଟରେ … Read more