ଆସନ୍ତା ଜୁନ୍ ସୁଦ୍ଧା ୨୪ ନୂଆ NAC ଓ ପୌର ନିର୍ବାଚନ

ଭୁବନେଶ୍ୱର: ଆସନ୍ତା ଜୁନ୍ ସୁଦ୍ଧା ୨୪ ନୂଆ NAC ଓ ପୌର ନିର୍ବାଚନ ହେବ। ନୂଆ ୨୪ଟି ପୌରାଞ୍ଚଳରେ ଏହି ନିର୍ବାଚନ କରାଯିବ । ପୌରାଞ୍ଚଳ ଘୋଷଣାର ୬ମାସ ଭିତରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା କଥା । ଗତ ଡିସେମ୍ବର ମାସରେ ରାଜ୍ୟସରକାର ୨୪ଟି ନୂଆ NAC ଓ ପୌରପାଳିକା ଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତା ଜୁନ୍ ସୁଦ୍ଧା ସେସବୁ ସ୍ଥାନରେ ନିର୍ବାଚନ ଫଳାଫଳ ପ୍ରକାଶ ସହ ପ୍ରଥମ ପରିଷଦ ବୈଠକ ବସିବ … Read more

ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ହତ୍ୟା ଧମକ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ସୋସିଆଲ ମିଡ଼ିଆ ଫେସବୁକରେ ଏମିତି କିଛି ଧମକ ଆସିଛି ଯାହାକି ଏବେ ସବୁ ଆଡ଼େ ହଇଚଇ ସୃଷ୍ଟି କରିଛି। ”୭୩୨୬୮୦୩୯୫୨କୁ ୧୦ ଲକ୍ଷ ଟଙ୍କା ପଠାଅ । ଜଲଦୀ ଏମପି ପଦ ଛାଡ । ଆଜି ଇସ୍ତଫା ଦେ । ନହେଲେ ଗୁଳିମାରି ହତ୍ୟା କରାଯିବ। ମୁଁ ଗୋଟିଏ ଝିଅ ମୋର କେହି କିଛି କରିପାରିବେ ନାହିଁ । ଜଲଦି ଟଙ୍କା ପଠା । ପୋଲିସକୁ ଜଣାଇଲେ ଘର ଆଗରେ … Read more

ଆରମ୍ଭ ହେବ ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’

ଭୁବନେଶ୍ୱର: ରାଜ୍ୟସ୍ତରୀୟ “ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬” ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି। ତିନିଦିନ ଧରି ଜନତା ମଇଦାନରେ ଏହି ସମାବେଶ ଚାଲିବ। ମତ୍ସ୍ୟଚାଷୀ ଓ ପ୍ରାଣୀପାଳକଙ୍କ ପାଇଁ ଏହି ସମାବେଶ ସଚେତନତା ଓ ସମୃଦ୍ଧିର ମହାକୁମ୍ଭ ସାଜିବ। କ୍ଷୀର, ମାଂସ, ଅଣ୍ଡା ଓ ମାଛ ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସମାବେଶ ଚାଲିବ ବୋଲି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଏହି ଅବସରରେ ଆଜି ସକାଳ ୬ଟାରେ କଳିଙ୍ଗ ଷ୍ଟାଡିୟମ୍ ଠାରୁ ଜନତା … Read more

ମହିଳା ଡ୍ରାଇଭର ଚଲାଇବେ ‘ଆମ ବସ’, ଦିଆଯିବ ତାଲିମ

ଭୁବନେଶ୍ୱର: ଆମ ବସ୍‌ ଚଲାଇବେ ମହିଳା । ଏଥିପାଇଁ ସେମାନଙ୍କୁ ପୁନେରେ ତାଲିମ ଦିଆଯିବ । ଆସନ୍ତା ୩୧ ତାରିଖରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ୨୦ ଜଣ ମହିଳା ଇ-ବସ୍‌ ଚାଳନା ତାଲିମ ପାଇଁ ପୁନେ ଯାତ୍ରା କରିବେ । ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଓ ସାମ୍ପ୍ରତିକ ପରିସ୍ଥିତିରେ ଜନ ପରିବହନର ବିଶେଷ ଚାହିଦାକୁ ଲକ୍ଷ୍ୟ କରି ମହିଳା ଚାଳକଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ମଙ୍ଗଳବାର କ୍ୟାପିଟାଲ … Read more

ନବୀନ ନିବାସରେ ବସିଲା ବିଜେଡିର ବଡ ବୈଠକ

ଭୁବନେଶ୍ୱର: ନବୀନ ନିବାସରେ ବସିଛି ବିଜେଡି ଦଳର ବଡ ବୈଠକ । ଏହି ବୈଠକରେ ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନାଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି । ନିକଟରେ ଦଳ ଦୁଇ ଜଣ ସିଟିଂ ବିଧାୟକଙ୍କୁ ନିଲମ୍ବନ କରିବା ପରେ ଦଳରେ କମ୍ପନ ସୃଷ୍ଟି ହୋଇଥିଲା । ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡଙ୍କୁ ନିଲମ୍ବନ କରାଯିବା ପରେ ଆଜି ନବୀନ ନିବାସରେ ଏହି ବଡ ବୈଠକ ଅନୁଷ୍ଠିତ ହୋଇଛି … Read more

ବଢ଼ିଲା ୩୨୨ ନର୍ସିଂ ଅଫିସର ପଦ, ନିଯୁକ୍ତି ବିଜ୍ଞପ୍ତିକୁ ଅପେକ୍ଷା

କଟକ: ଦୀର୍ଘ ବର୍ଷ ହେବ ଶିଶୁଭବନରେ ନର୍ସିଂ ଅଫିସର ଅଭାବକୁ ନେଇ ଯେଉଁ ସମସ୍ୟା ଲାଗି ରହିଥିଲା ତାହା ଦୂର ହେବ । ୩୨୨ ନୂତନ ନର୍ସିଂ ଅଫିସର ପଦ ସୃଷ୍ଟି ନେଇ ଶିଶୁଭବନ କର୍ତ୍ତୃପକ୍ଷ ସ୍ୱାସ୍ଥ୍ୟ ବିଭାଗକୁ ଦେଇଥିବା ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ଦୀର୍ଘ ବର୍ଷ ହେଲା ରହିଥିବା ମଞ୍ଜୁରିପ୍ରାପ୍ତ ୨୩୪ ନର୍ସିଂ ପଦବି ବଢ଼ି ଏବେ ୫୫୬ ହେବ ବୋଲି ସୂଚନା ମିଳିଛି । ପଦ ବୃଦ୍ଧି ପାଇଥିବାରୁ ନିଯୁକ୍ତି ଲାଗି ସ୍ୱାସ୍ଥ୍ୟ … Read more

ରାଜ୍ୟରେ ପ୍ରଥମ ଥର ଜେଲରେ ଲାଗିଲା AI କ୍ୟାମେରା

ଭୁବନେଶ୍ୱର: ଢେଙ୍କାନାଳ ଜେଲରେ ସଫଳ ହେଲା AI କ୍ୟାମେରା ପରୀକ୍ଷଣ । ରାଜ୍ୟରେ ପ୍ରଥମ ଥର ପାଇଁ ଜେଲରେ ଲାଗିଲା AI କ୍ୟାମେରା । ପ୍ରଥମ ପର୍ଯ୍ୟାୟରେ ୧୮ଟି ଜେଲରେ ଲଗାଇବାକୁ ଯୋଜନା । ପ୍ରତି ଜେଲରେ ୧୬ଟି ଲେଖାଏଁ ଲଗାଇବାକୁ ଯୋଜନା ରହିଛି । ପ୍ରଥମ ପର୍ଯ୍ୟାୟ ସଫଳ ପରିକ୍ଷଣ ପରେ ଆଗକୁ ଅନ୍ୟ ଜେଲରେ ଲାଗିବ । ଫଳରେ ଆଗକୁ କଏଦୀଙ୍କ ଫେରାର ରୋକାଯାଇ ପାରିବ । ଏପରିକି କଏଦୀଙ୍କ ମଧ୍ୟରେ କୌଣସି ସଂଦେହ … Read more

ଯୋରନ୍ଦା ମହିମା ମନ୍ଦିରରେ ହେବ ନୂଆ ସୁଉଚ୍ଚ ଭବ୍ୟ ମନ୍ଦିର

ଭୁବନେଶ୍ୱର: ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମହିମା ମନ୍ଦିରର ଉନ୍ନତିକରଣ ନେଇ ଆଲୋଚନା ହୋଇଛି। ନୂଆ ପ୍ଲାନ ଅନୁଯାୟୀ, ମହିମା ମନ୍ଦିର ବା ଶୂନ୍ୟ ମନ୍ଦିର ଭିତରେ ଥାଇ ଏହାକୁ ଆବୃତ୍ତ କରି ତା’ଉପରେ ଏକ ସୁଉଚ୍ଚ ତଥା ଭବ୍ୟ ମନ୍ଦିର ନିର୍ମାଣ ହେବ। ଏଥିସହିତ ମନ୍ଦିର ପରିସରରେ ଥିବା ଅଖଣ୍ଡ ଜ୍ୟୋତି ମନ୍ଦିର, ଭଜନ ମଣ୍ଡପ, ପ୍ରାର୍ଥନା ଗୃହ ଏବଂ ପୁଷ୍କରିଣୀ ସହ ପାରିପାର୍ଶ୍ଵିକ ଉନ୍ନତିକରଣ ହେବ। … Read more

ପଥର ଖଣି ଖାଦାନକୁ ନେଇ ବ୍ୟବସାୟୀଙ୍କୁ ଗୁଳି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି-ପରିଛକ ରାସ୍ତାର ଦଲକ ଗାଁ ନିକଟରେ ଗୁଳିମାଡ଼ ହୋଇଛି । ଏହି ଗୁଳିମାଡ଼ରେ ଜାମୁଝରୀ ଗାଁର ବ୍ୟବସାୟୀ ବାସୁଦେବ ପରିଡ଼ାଙ୍କ ମୃତ୍ୟୁ ଘଟିଛି। ତାଙ୍କର ଛାତି ଓ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି ବାଜିଛି। ଗୁଳିମାଡ଼ ପଛର କାରଣ ସ୍ପଷ୍ଟ ହୋଇନାହିଁ। ଘଟଣାପଛରେ ପୂର୍ବ ଶତ୍ରୁତା ନଚେତ ବେଆଇନ ଖଣି ଖାଦାନ ଉତ୍ତୋଳନ କାରଣ ଥାଇପାରେ ବୋଲି ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି ।ଖବର ଅନୁଯାୟୀ, ସୋମବାର ରାତି ପ୍ରାୟ … Read more

ଭୁବନେଶ୍ଵର ୧ନଂ ହାଟରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ଵର: ଜଳିପୋଡ଼ି ଛାରଖାର ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଭୁବନେଶ୍ଵର ୧ନଂ ହାଟରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। । ବିଏମସି ମେୟର ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି। ଖବର ଅନୁଯାୟୀ, ରାତି ପ୍ରାୟ ୨ଟା ବେଳେ ଭୁବନେଶ୍ଵର ୧ନଂ ହାଟରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରବାକୁ ଚେଷ୍ଟା କରିଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ଆଖି ପିଛୁଳାକେ ଚାରିଆଡ଼େ … Read more