April 12, 2026 4:57 am

ମେଟ୍ରୋ ପ୍ରକଳ୍ପକୁ ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ବୟାନ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦିନରେ ନିଶ୍ଚିତ ଭାବରେ ମେଟ୍ରୋ ହେବ। ବର୍ତ୍ତମାନ ସ୍ଥିତିରେ ମେଟ୍ରୋ କରି ନିଜର ନିର୍ବାଚନ ଚାଲ ଖେଳିବା ଏବଂ ମେଟ୍ରୋ କରି ପ୍ରତିବର୍ଷ ଦୁଇ ହଜାର କୋଟି କ୍ଷତି କରିବାର ଆବଶ୍ୟକତା ନାହିଁ । ଆଗାମୀ ଦିନରେ ମେଟ୍ରୋକୁ ନେଇ ସରକାର ଗମ୍ଭୀର ଅଛନ୍ତି । ମୋବିଲିଟି ପ୍ଲାନ ହେଲା ପରେ ମେଟ୍ରୋକୁ ନେଇ ସରକାର ଚିନ୍ତା କରିବେ । ଏଥିସହ ମେଟ୍ରୋ ପ୍ରକଳ୍ପକୁ ନେଇ ପୂର୍ବ ସରକାରକୁ ଦୋଷ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି ମେଟ୍ରୋକୁ ନେଇ ଯେଉଁ ଚୁକ୍ତି ହୋଇଥିଲା ଏହା କଣ୍ଟ୍ରାକ୍ଟ । ଯେଉଁଠି ଯେଉଁଠି ମେଟ୍ରୋ ହୋଇଛି ସେଠି କେନ୍ଦ୍ର ସରକାରଙ୍କ ସହାଭାଗିତାରେ ହୋଇଛି । ଗତ ସରକାର ସମୟରେ ମେଟ୍ରୋ ପାଇଁ ଯେତବେଳେ ବ୍ୟବସ୍ଥା କଲେ ସେତେ ବେଳେ ଜାଣିଶୁଣି କେନ୍ଦ୍ର ସରକାରଙ୍କ ସହଭାଗିଥା ନ ନେଇକି ରାଜ୍ୟ ଯୋଜନାରୁ କରିବେ ବୋଲି ବସିଥିଲେ । ମେଟ୍ରୋର ପାଇଁ ଯେଉଁ ଯୋଜନା ହୋଇଛି, ଏବେ କଲେ କ୍ଷତି ହେବ ।