ବର୍ଷିଲେ କଟକ ବାରବାଟୀ ବିଧାୟିକା ସୋଫିଆ

ଭୁବନେଶ୍ୱର: ବିଧାୟିକା ସୋଫିଆ ଫିର୍ଦ୍ଦୋସ ଖୋଲାଖୋଲି ଭାବେ ତାଙ୍କର ଅସନ୍ତୋଷ ଝାଡ଼ିଛନ୍ତି। ବିଜେଡି ସହ ବୁଝାମଣାକୁ ନେଇ ଉଠୁଥିବା କଥା ଉପରେ ସେ ଖୁବ୍‌ ରାଗିଯାଇଛନ୍ତି। ସେ କହିଛନ୍ତି, ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଚୟନ ପୂର୍ବରୁ କୌଣସି ଆଲୋଚନା ହୋଇନି। ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲେ ବରଂ ଭଲ ହୋଇଥାନ୍ତା। ନୂଆପଡ଼ା ଉପନିର୍ବାଚନକୁ ମୋତେ ଡକାଯାଇ ନ ଥିଲା ବୋଲି ସୋଫିଆ ସାମ୍ବାଦିକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୋ ନିର୍ବାଚନ … Read more

ଜାତୀୟ ୟୁଥ୍‌ ଭଲିବଲ ଚମ୍ପିଆନସିପ୍‌ ଆସନ୍ତା ୧୫ରୁ ଆରମ୍ଭ

ଭୁବନେଶ୍ୱର: କିଟ୍‌ ବିଶ୍ବବିଦ୍ୟାଳୟ ଭୁବନେଶ୍ବରରେ ଚଳିତ ମାର୍ଚ୍ଚ ୧୫ରୁ ୨୦ ପର୍ଯ୍ୟନ୍ତ ୨୬ତମ ଜାତୀୟ ୟୁଥ୍‌ ଭଲିବଲ ଚମ୍ପିଆନସିପ୍‌ ଆୟୋଜିତ ହେବ। ଓଡ଼ିଶା ଭଲିବଲ ଆସୋସିଏସନ, ଭାରତୀୟ ଭଲିବଲ ସଂଘ ଓ କିଟ୍‌ ବିଶ୍ବବିଦ୍ୟାଳୟର ମିଳିତ ସହଯୋଗରେ ୨୬ତମ ଜାତୀୟ ୟୁଥ୍‌ ଭଲିବଲ ଚମ୍ପିଆନସିପ ଆୟୋଜିତ ହେବ। ପ୍ରଥମ ଥର ପାଇଁ ଜାତୀୟ ପ୍ରତିଯୋଗିତା ୬ଟି ଇନ୍‌ଡୋର କୋର୍ଟରେ ଖେଳାଯିବ। ଯାହା ପୂର୍ବରୁ କେବେହେଲେ ଜାତୀୟ ପ୍ରତିଯୋଗିତାରେ ଦେଖିବାକୁ ମିଳିନଥିଲା। ଏଫ୍‌ଆଇଭିବି ଭଲିବଲ ବିଚ୍‌ ପ୍ରୋ ଟୁର୍‌ … Read more

ବିଜେପି କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ନେଇ ବିଜେପି ଚଳଚଞ୍ଚଳ। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ। ବିଜେପିର ବରିଷ୍ଠ ନେତା ଓ ବିଧାୟକ ଉପସ୍ଥିତ ରହିବେ। ତେବେ ଏହି ବୈଠକରେ ଏସ୍ଆଇଆର ଓ ରାଜ୍ୟସଭା ନିର୍ବାଚନକୁ ନେଇ ଆଲୋଚନା ହୋଇପାରେ।ମିଳିଥିବା ସୂଚନାରୁ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବ । ପ୍ରଥମେ ଏସ୍ଆଇଆର … Read more

ରବୀନ୍ଦ୍ର ଜେନାଙ୍କ ବିଜେପି ରେ ଯୋଗଦାନ ପରେ ଇସ୍ତଫା ଦେଲେ ଜୀବନ ପ୍ରଦୀପ

ଭୁବନେଶ୍ୱର: ପୂର୍ବତନ ବିଜେଡ଼ି ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ସାମିଲ ହେବା ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଶୁକ୍ରବାର ନିଜ ର ଅସନ୍ତୋଷ ପ୍ରକାଶ କରି ବିଜେପିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ । ଦଳରେ ନୈତିକତାର ପତ୍ତନ ଘଟିଛି ବୋଲି ସେ କହିଛନ୍ତି l ଏକ ସାମ୍ବାଦିକ ସମ୍ମିଳନୀରେ ଜୀବନ ପ୍ରଦୀପ ନିଜର ଇସ୍ତଫା ଘୋଷଣା କରିଛନ୍ତି । ସେ ରାଜ୍ୟ ସଭାପତିଙ୍କୁ ତାଙ୍କର ଇସ୍ତଫା ପତ୍ର … Read more

ମହିଳାମାନେ ନିଯୁକ୍ତ ହେବେ ଅଗ୍ନିଶମ ସେବା କ୍ଷେତ୍ରରେ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଲୋକସେବା ଭବନରେ ଆୟୋଜିତ ଅଗ୍ନିଶମ ଓ ଜରୁରୀକାଳୀନ ସେବା, ହୋମଗାର୍ଡ ଏବଂ ନାଗରିକ ସୁରକ୍ଷା କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ଦିନରେ ମହିଳାମାନେ ମଧ୍ୟ ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ବୋଲି ନିଷ୍ପତ୍ତି ହୋଇଛି । ବିଭିନ୍ନ ପ୍ରକାର ଦୁର୍ଘଟଣାରୁ ଧନ ଓ ଜୀବନକୁ ସୁରକ୍ଷା ଦେବା ସହିତ ପ୍ରତିବର୍ଷ ପାଣିରେ ବୁଡ଼ି ଘଟୁଥିବା ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ପାଇଁ … Read more

ବେଙ୍ଗାଲୁରୁ ଗଲେ କଂଗ୍ରେସର ୯ ବିଧାୟକ

ଭୁବନେଶ୍ୱର: ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ୱ ଉଭୟ ବିଜେଡ଼ି ଏବଂ କଂଗ୍ରେସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହାରି ମଧ୍ୟରେ କଂଗ୍ରେସର ୯ ଜଣ ବିଧାୟକ ପିସିସି ସଭାପତିଙ୍କ ସହିତ ରାଜ୍ୟ ବାହାରକୁ ପଳାଇ ଯାଇଛନ୍ତି । ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏହାକୁ ସ୍ୱୀକାର କରିଛନ୍ତି । ଯାହାକୁ ନାପସନ୍ଦ କରିଛନ୍ତି ଦଳର ବିଧାୟିକା ସୋଫିଆ ଫିର୍ଦ୍ଦୋସ ।ଗତକାଲି ରାତିରେ ପିସିସି ସଭାପତି ୯ ଜଣ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁ ଗସ୍ତ କରିଛନ୍ତି … Read more

ପୁରୀ କୁ ମହାନଗର ନିଗମ କରିବା ପାଇଁ ପ୍ରକ୍ରିୟା ଆରମ୍ଭ

ପୁରୀ: ପୁରୀ ମହାନଗର ନିଗମ ପ୍ରକ୍ରିୟା ପାଇଁ ସୀମାନ୍ତ ୯ ପଞ୍ଚାୟତର ୩୪ ରାଜସ୍ବ ଗ୍ରାମ ସାମିଲ ହେବା ପରେ ୱାର୍ଡ ବିଭାଜନ ଓ ସୀମା ନିର୍ଦ୍ଧାରଣ କରାଯାଇଛି। ଜିଲ୍ଲା ପ୍ରଶାସନ ଏହାର ତଥ୍ୟ ସରକାରଙ୍କୁ ପଠାଇଛନ୍ତି । ପୁରୀର କେତେକ ୱାର୍ଡରେ ଲୋକସଂଖ୍ୟା ବୃଦ୍ଧି ପାଇଥିବାରୁ ସେ ସବୁ ୱାର୍ଡ ମଧ୍ୟ ବିଭାଜନ ହୋଇଛି । ଏଥିପାଇଁ ପୌରସଂସ୍ଥା ଓ ଜିଲ୍ଲା ପ୍ରଶାସନ କସରତ ଆରମ୍ଭ କରିଛନ୍ତି । ବର୍ତ୍ତମାନ ପୁରୀରେ ୩୨ଟି ୱାର୍ଡ ରହିଛି … Read more

IAS ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଏକାଥରକେ ଏକାଧିକ ବରିଷ୍ଠ ପ୍ରଶାସକଙ୍କୁ ଅଦଳବଦଳ କରାଯାଇଛି । ଯେଉଁଥିରେ ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହାସହ ପ୍ରଶାସକ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଷ୍ଟାର୍ଟ ଅଫ୍ ଓଡ଼ିଶାର ସିଇଓ ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବରିଷ୍ଠ ଆଇଏଏସ୍‌ ସିଦ୍ଧାର୍ଥ ଦାସଙ୍କୁ ମତ୍ସ୍ୟ ସଂପଦ ବିଭାଗର ନିର୍ଦ୍ଦେଶକ । ମଧୁସ୍ମିତା … Read more

ହ୍ୱିପ୍ ଜାରି କଲା କଂଗ୍ରେସ,ରାଜଧାନୀ ନ ଛାଡ଼ିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ହୁଇପ୍ ଜାରି କଲା କଂଗ୍ରେସ । ଗତକାଲି ବିଜେଡ଼ି ପରେ ଆଜି କଂଗ୍ରେସ ନିଜ ସଦସ୍ୟଙ୍କ ପାଇଁ ହ୍ୱିପ୍ ଜାରି କରାଯାଇଛି । ଆସନ୍ତା ୧୩ ତାରିଖରୁ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ନିର୍ଦ୍ଦେଶ ପାଳନ ନ କରନ୍ତି ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ହ୍ୱିପ୍ ନେଇ ବିଜେପି ସମାଲୋଚନା କରିଛି । ବିଜେପି ବିଧାୟକ ଜୟନାରାୟଣ ମିଶ୍ର … Read more

ରାଷ୍ଟ୍ରପତିଙ୍କୁ ଅସମ୍ମାନ ଘଟଣାରେ ମମତାଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଶ୍ଚିମବଙ୍ଗ ଗସ୍ତ ବେଳେ ଅସମ୍ମାନ ଓ ପ୍ରୋଟୋକଲ ଉଲ୍ଲଂଘନ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚିଠି ଲେଖିଛନ୍ତି। ଏଥିରେ ମୋହନ ମାଝୀ ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରପତି ଜଣେ ସମ୍ମାନିତ ଆଦିବାସୀ ମହିଳା, ତାଙ୍କୁ ପଶ୍ଚିମବଙ୍ଗରେ ଯେଉଁଭଳି ଅଶୋଭନୀୟ ବ୍ୟବହାର କରାଗଲା, ତାହା ସାରା ଦେଶରେ ଜନସାଧାରଣଙ୍କୁ ବ୍ୟଥିତ କରିଛି। ଅନ୍ତର୍ଜାତୀୟ ମହିଳା ଦିବସର ଠିକ୍ ପୂର୍ବରୁ ଏହି ଘଟଣାଟି ଘଟିଥିବାରୁ ବିଶେଷ ଭାବେ ବିଚଳିତ … Read more