ହର୍ମୁଜ୍ ପ୍ରଣାଳୀ ଦେଇ ଭାରତ ଆସୁଛି ଆଉ ଏକ ବଡ଼ ତେଲ ଟ୍ୟାଙ୍କର

ନୂଆଦିଲ୍ଲୀ: ପଶ୍ଚିମ ଏସିଆର ଦ୍ରୁତ ପରିବର୍ତ୍ତନଶୀଳ ପରିସ୍ଥିତି ମଧ୍ୟରେ ଭାରତକୁ କିଛି ଆଶ୍ବସ୍ତିକର ଖବର ମିଳିଛି। ଆଉ ଏକ ଭାରତୀୟ ଟ୍ୟାଙ୍କର ହର୍ମୁଜ୍ ପ୍ରଣାଳୀ ପାର କରିଛି। ଏହି ସୂଚନା ଅନେକ ସାମୁଦ୍ରିକ ପରିବହନ ମନିଟରିଂ ୱେବସାଇଟ୍ ଦ୍ୱାରା ରିପୋର୍ଟ କରାଯାଇଛି। “ନିସୋସ୍ କେରୋସ୍” ନାମକ ଏହି ଜାହାଜଟି ବିଶାଖାପାଟଣା ଅଭିମୁଖେ ଆସୁଛି ଏବଂ ଜୁନ୍ ୩ ତାରିଖ ସୁଦ୍ଧା ଏଠାରେ ପହଞ୍ଚିବା ଆଶା କରାଯାଉଛି।ଏହି ମାର୍ଶାଲ୍ ଦ୍ୱୀପପୁଞ୍ଜ-ପତାକାଧାରୀ ଜାହାଜଟି ମେ ୨୧ ତାରିଖରେ ଶାରଜାହରୁ ଯାତ୍ରା … Read more

ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ସୌମ୍ୟଙ୍କ ପରିବାର, ଲୋୟର ପିଏମଜିରେ ଧାରଣା

ଭୁବନେଶ୍ୱର: ବାଲିଅନ୍ତା ବର୍ବରତା ଘଟଣାରେ ନ୍ୟାୟ ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି ମୃତ ସୌମ୍ୟରଞ୍ଜନଙ୍କ ପରିବାର। ସୌମ୍ୟଙ୍କ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅଭିଯୋଗ କରି ଆଜି ରାଜଧାନୀର ଲୋୟର ପିଏମଜି ଠାରେ ସୌମ୍ୟଙ୍କ ମାଆ, ପରିବାର ସଦସ୍ୟ ଏବଂ ଗ୍ରାମବାସୀ ଏକ ଅଭିନବ ପ୍ରତିବାଦ କରି ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଦୁଇ ଯୁବତୀଙ୍କ ଗାଡ଼ିକୁ ସୌମ୍ୟଙ୍କ ବାଇକ୍ ଧକ୍କା ଦେଇଥିବା ନେଇ … Read more

ଅତିରିକ୍ତ ତହସିଲଦାରଙ୍କୁ ଚାକିରିରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ଶ୍ରୀ ପିଲ୍ଲା ପୂର୍ବରୁ ଭୁବନେଶ୍ୱରରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ ଏବଂ ପରେ ଜଗତସିଂହପୁରରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରେ ଯୋଗଦେଇଥିଲେ। ଭୁବନେଶ୍ୱରରେ ଅତିରିକ୍ତ ତହସିଲଦାର ଥିବାବେଳେ ତାଙ୍କର ଅନେକ ନିଷ୍ପତ୍ତିରେ ଅନିୟମିତତାର ତଥ୍ୟ ଆସିଥିଲା।ଶ୍ରୀ ପିଲ୍ଲାଙ୍କର ଜମିଜମା ସମ୍ପର୍କିତ ଅନେକ ନିଷ୍ପତ୍ତି ସମ୍ବନ୍ଧରେ ବିଭାଗର … Read more

ଓଡ଼ିଶା ପୋଲିସର ରାଜ୍ୟବ୍ୟାପୀ ସ୍ପେଶାଲ ଡ୍ରାଇଭ୍‌ : ୫୭୦୩ ଜଣଙ୍କ ବିରୋଧରେ NBW କାର୍ଯ୍ୟକାରୀ,୫୨୦ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜ୍ୟରେ ଅପରାଧ ଓ ଅପରାଧୀଙ୍କ ବିରୋଧରେ ଓଡ଼ିଶା ପୋଲିସର ଜୋରଦାର ଆକ୍ସନ । ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଗତ ମେ ୧୨ ତାରିଖରୁ ସାରା ରାଜ୍ୟରେ ଜାରି ରହିଛି ଏକ ସ୍ପେଶାଲ ଡ୍ରାଇଭ୍‌ । ବିଗତ ୧୮ ଦିନର ଏହି ସ୍ପେଶାଲ ଅପରେସନରେ ପୋଲିସକୁ ମିଳିଛି ବ୍ୟାପକ ସଫଳତା । ଖବରଦାତା ସମ୍ମିଳନୀରେ ସୂଚନା ଦେଇ ପୋଲିସ ଡିଜି କହିଛନ୍ତି ଯେ, ଏହି ଅଭିଯାନ କାଳରେ ୫,୭୦୩ ଜଣଙ୍କ … Read more

ଶନିବାର ଠାରୁ ରାଜ୍ୟରେ SIR:ଘରକୁ ଘର ବୁଲିବେ BLO

ଭୁବନେଶ୍ୱର :ରାଜ୍ୟରେ ଭୋଟର ତାଲିକାକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେବଡ଼ ଧରଣର ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ ବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କାଲିଠୁ ଯୋଗ୍ୟତା ଅବଧି ଭାବେ ଧାର୍ଯ୍ୟ କରାଯାଇଛି। ଏ ନେଇ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟରେ ସୂଚନା ଦେଇଛନ୍ତି । ଏହି ଅଭିଯାନରେ ରାଜ୍ୟର ପ୍ରାୟ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଜଣ … Read more

DRDA କାର୍ଯ୍ୟାଳୟର ମହିଳା ୱାସରୁମରୁ ମିଳିଲା ସିକ୍ରେଟ କ୍ୟାମେରା

ଜଗତସିଂହପୁର:ଜଗତସିଂହପୁର ଜିଲ୍ଲା DRDA କାର୍ଯ୍ୟାଳୟର ମହିଳା ୱାସରୁମ ଭିତରୁ ଏକ ସିକ୍ରେଟ କ୍ୟାମେରା ମିଳିବା ପରେ କର୍ମଚାରୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି। କିଏ ଏହି କ୍ୟାମେରା ଲଗାଇଥିଲା ଏବଂ ଏହା ପଛରେ କଣ ଉଦ୍ଦେଶ୍ୟ ଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।ସୂଚନା ଅନୁଯାୟୀ ଗତ ୨୫ ତାରିଖରେ ଜଣେ ମହିଳା କର୍ମଚାରୀ ୱାସରୁମ ବ୍ୟବହାର କରୁଥିବା ବେଳେ ହଠାତ୍ ଏକ ଛୋଟ କ୍ୟାମେରା ଖସି ପଡ଼ିଥିଲା। … Read more

ପାଣ୍ଡିଆନଙ୍କ ଫେରିବାକୁ ନେଇ ଚାଲିଥିବା ଚର୍ଚ୍ଚାକୁ କଡା ସମାଲୋଚନା କଲେ ଶ୍ରୀମୟୀ

ଭୁବନେଶ୍ୱର:ପାଣ୍ଡିଆନଙ୍କୁ ପ୍ରତ୍ୟକ୍ଷ ସକ୍ରିୟ ଭୂମିକାରେ ଫେରାଇ ଆଣିବା ପାଇଁ ଦଳରେ ଚାଲିଥିବା କ୍ୟାମ୍ପେନ୍ ମଧ୍ୟରେ ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର କଡ଼ା ଭାଷାରେ ଟାର୍ଗେଟ୍ କରିଛନ୍ତି।ପାଣ୍ଡିଆନ ଫେରିବାକୁ ନେଇ ଚାଲିଥିବା କ୍ୟାମ୍ପେନ ଯୋଗୁ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ଉଭୟ ଦଳ ଓ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇସାରିଥିଲେ ମଧ୍ୟ ଦଳୀୟ ନେତାମାନଙ୍କ ଚେତା ପଶିନାହିଁ। ବିଜେଡିର ଗୋଟିଏ ଚାଟୁକାର ଗୋଷ୍ଠୀ ଗଣମାଧ୍ୟମରେ ପାଣ୍ଡିଆନଙ୍କ ସପକ୍ଷରେ ଜୋରସୋରରେ ପ୍ରଚାର ଚଳାଇଥିବାବେଳେ ଶ୍ରୀମୟୀ ଆଜି … Read more

କିଟ୍‍ ଦ୍ୱାରା ବିକଶିତ ବନ୍ୟପ୍ରାଣୀ ମନିଟରିଂ ଡିଭାଇସ୍‍ ଡିଜାଇନକୁ ମିଳିଲା ପେଟେଣ୍ଟ

ଭୁବନେଶ୍ୱର:ପ୍ରଯୁକ୍ତିବିଦ୍ୟା-ଚାଳିତ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି, “ଇଣ୍ଟେଲିଜେଣ୍ଟ ସେନ୍ସର ଡିଭାଇସ୍ ଫର୍‍ ଅଟୋମେଟେଡ୍ ୱାଇଲ୍ଡଲାଇଫ୍ ମନିଟରିଂ’ ଶୀର୍ଷକ ଏକ ଅଭିନବ ଉପକରଣକୁ ଡିଜାଇନ୍ ପେଟେଣ୍ଟ ପ୍ରଦାନ କରାଯାଇଛି। ଏହା କିଟ ବିଶ୍ୱବିଦ୍ୟାଳୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଥିବା ବେଳେ ଗବେଷଣା-ଆଧାରିତ ପରିବେଶ ସୁରକ୍ଷା ପଦକ୍ଷେପରେ ଏହାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ।କିଟ୍‍ ଲ୍ୟାବ୍‍ରେ ବିକଶିତ ଏହି ପ୍ରଯୁକ୍ତିର ଉଦ୍ଦେଶ୍ୟ ହେଉଛି ସେନ୍ସର-ଆଧାରିତ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବନ୍ୟପ୍ରାଣୀ ତଦାରଖ ଏବଂ ଜୈବ ବିବିଧତା … Read more

ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଦେବଗଡ଼:ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକର ଦୁଧିଆନାଳୀ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।ଗାଁକୁ ସଜାଡିବାକୁ ଆସିଥିବା କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପକାଇଥିଲେ ଗ୍ରାମବାସୀ l ଖବର ପାଇ କଂସର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ସୂଚନା ଅନୁଯାୟୀ କାଳବୈଶାଖୀ ଯୋଗୁଁ ୪ ଦିନ ହେଲା ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିଲା । ଗୁରୁବାର ବିଦ୍ୟୁତ ବିଭାଗ ପକ୍ଷରୁ ଏହାକୁ ସଜାଡିବାକୁ ଆସିଥିବାବେଳେ ୩ ଜଣ କର୍ମଚାରୀଙ୍କୁ … Read more

ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ସମ୍ପ୍ରସାରଣ ନେଇ ଉଚ୍ଚ ସ୍ତରୀୟ ବୈଠକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ରୁ ଶ୍ରୀକ୍ଷେତ୍ର ପୁରୀ କୁ ଥିବା ୩୧୬ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବୁଧବାର ଦିନ ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି I ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଅଧକ୍ଷତାରେ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ପ୍ରସ୍ତାବିତ ନକସା ଏବଂ ଏହାର ଉପଯୋଗୀତା ବିଷୟରେ ଆଲୋଚନା ହୋଇଥିଲା I ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ … Read more