ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ସମ୍ପ୍ରତି ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ସେଠାରେ ଅନେକ ଓଡ଼ିଆ ଲୋକ ଅଟକି ରହିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଘଟଣା ଉପରେ ଟ୍ରାକ୍ ରଖିବାକୁ ଏବଂ ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ … Read more

ମାର୍ଚ୍ଚ ୧୬ ଯାଏ ଭୁବନେଶ୍ବର ନ ଛାଡିବାକୁ ବିଧାୟକଙ୍କୁ ନିର୍ଦ୍ଦେଶ ଦେଲା ବିଜେଡି

ଭୁବନେଶ୍ୱର: ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ପରଠାରୁ ବିଜେଡି ରାଜନୀତିରେ ହଲଚଲ ବଢ଼ିଯାଇଛି । ରାଜ୍ୟସଭାରେ କ୍ରସ ଭୋଟିଂ ଓ ଭୋଟ ନାକଚ ଭୟ ବିଜେଡିକୁ ଘାରିଛି । ଏପରିକି ବିଧାୟକ ଭୋଟ ଦେବାକୁ ନ ଆସିବା ଚିନ୍ତା ମଧ୍ୟ ବଢ଼ିଛି । ସେଥିପାଇଁ ବିଧାୟକଙ୍କ ଉପରେ ଦଳ କଡ଼ା ନଜର ରଖିଛି । ନିୟମିତ ବିଧାୟକଙ୍କୁ ନବୀନ ନିବାସ ଡାକି ବୁଝାଯାଉଛି । ମଙ୍ଗଳବାର ପ୍ରାୟ ୧୦ରୁ ଅଧିକ ବିଧାୟକଙ୍କୁ ଡକାଯାଇଥିଲା । ନବୀନଙ୍କ … Read more

ହଟିପାରେ କାଠ ଓ କୋଇଲା ଚୁଲା କଟକଣା; ସଂଧ୍ୟାରେ BMC ବୈଠକରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର: ଗ୍ୟାସ୍ ସଙ୍କଟ ଯୋଗୁଁ ରୋଷେଇ ଘରେ, ହୋଟେଲ, ରେଷ୍ଟୁରାଣ୍ଟରେ ଏହାର ପ୍ରଭାବ ଧିରେ ଧିରେ ପରିଲକ୍ଷିତ ହେଲାଣି। ଏମିତି କି ହୋଟେଲ-ରେଷ୍ଟୁରାଣ୍ଟରେ ମେନ୍ୟୁ ମଧ୍ୟ କମିଗଲାଣି। ହୋଟେଲ-ରେଷ୍ଟୁରାଣ୍ଟ ବନ୍ଦ ହେବା ଉପରେ। ବ୍ୟବସାୟୀ ମାନେ ଗୋଟିଏ ପ୍ରକାରେ ଧର୍ମସଙ୍କଟରେ ପଡ଼ିଗଲେଣି। କେମିତି ଚାଲିବ ବ୍ୟବସାୟୀ ସେନେଇ ଚିନ୍ତାରେ ଅଛନ୍ତି ।ବାୟୁ ପ୍ରଦୂଷଣ ରୋକିବାକୁ ରାଜଧାନୀ ଭୁବନେଶ୍ବରରେ ଲାଗୁହୋଇଥିଲା କଟକଣା । ସେହି କଟକଣା ଯୋଗୁଁ କାଠ ଓ କୋଇଲା ଚୁଲାକୁ ବନ୍ଦ କରାଯାଇଥିଲା । ଏମିତିକି … Read more

୬୯ ମଣ୍ଡି ନୋଡାଲ ଅଫିସର୍‌ଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ

ଜଗତସିଂହପୁର: ଧାନ କିଣା ମଣ୍ଡି ଦାୟିତ୍ୱରେ ଥିବା ଅଧିକାରୀମାନେ ମନ ଇଚ୍ଛା ଅନୁପସ୍ଥିତ ରହିବାରୁ, ନୋଡାଲ ଅଫିସରଙ୍କ ମାସକର ଦରମା ବନ୍ଦ କରାଯାଇଛି । ଜଗତସିଂହପୁର ଜିଲ୍ଲାରେ ଥିବା ୬୯ ମଣ୍ଡି ନୋଡାଲ ଅଫିସରଙ୍କ ଉପରେ ହୋଇଛି ଆକ୍ସନ । ଏଭଳି କଡ୍ଡା ଆକ୍ସନ ନେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ ।ଗତ ଫେବ୍ରୁଆରୀ ମାସରେ ଧାନ ମଣ୍ଡିରେ ନିଯୁକ୍ତ ଥିବା ପିଇଓ, ଆରଆଇ ଏବଂ ଭିଏଲଡବ୍ଲ୍ୟୁ ଅଧିକାରୀମାନେ କାହାକୁ କିଛି ନ ଜଣାଇ ଛୁଟିରେ ରହିଛନ୍ତି । ଫେବ୍ରୁଆରୀ … Read more

ବିଜେଡି ଛାଡ଼ିଲେ ପୂର୍ବତନ ବାଲେଶ୍ଵର ସାଂସଦ ରବୀନ୍ଦ୍ର ଜେନା

ଭୁବନେଶ୍ୱର: ବାଲେଶ୍ୱରର ପୂର୍ବତନ ଏମପି ରବୀନ୍ଦ୍ର ଜେନା ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଇସ୍ତଫା ପତ୍ରରେ ସେ ଲେଖିଛନ୍ତି , “ସମ୍ମାନର ସହିତ, ମୁଁ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ଏମପି ତଥା ପୂର୍ବତନ ଜିଲ୍ଲା ସଭାପତି, ବିଜେଡ଼ି, ବାଲେଶ୍ବର ଆଜି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ମୋର ଇସ୍ତଫା ପତ୍ର ପ୍ରଦାନ କରୁଛି। ମୁଁ … Read more

ଓଡ଼ିଶାରେ ରନ୍ଧନ ଗ୍ୟାସ ସଙ୍କଟ ନାହିଁ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ରନ୍ଧନ ଗ୍ୟାସର କୌଣସି ଅଭାବ ନାହିଁ । ଜନସାଧାରଣଙ୍କୁ ଏଥି ନେଇ ବିଶେଷ ଚିନ୍ତିତ ନ ହେବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି। ବିଶେଷ କରି ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଗ୍ୟାସ ଅଭାବ ହେବା ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଥିଲା, ତାହାକୁ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ରନ୍ଧନ ଗ୍ୟାସ ଏବଂ ବିଭିନ୍ନ ତୈଳ କମ୍ପାନୀର କର୍ତ୍ତୃପକ୍ଷଙ୍କ ସହ … Read more

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା; ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍

ଭୁବନେଶ୍ୱର: ଓଡିଶା ରେଳ ସଂଯୋଗୀକରଣ ନେଇ ବଡ଼ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରାଜ୍ୟର ୯ଟି ଷ୍ଟେସନ ଦେଇ ଗଡିବ ନୂତନ ଅମୃତ ଭାରତ ଟ୍ରେନ୍। ଏ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ସୂଚିତ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଛନ୍ତି। ନୂତନ ଅମୃତ ଭାରତ ଟ୍ରେନ୍ ତାମିଲନାଡ଼ୁ କୋଏମ୍ବାଟୁରର ପୋଦାନୁରରୁ … Read more

ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ ର ପ୍ରସ୍ତୁତି: କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୧୫ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ ଆୟୋଜନ କରାଯିବ। ଏନେଇ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଭାରତୀୟ ଖେଳ ପ୍ରାଧିକରଣର ଆଞ୍ଚଳିକ କାର୍ଯ୍ୟାଳୟ, କୋଲକାତାଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ କ୍ରୀଡ଼ାମନ୍ତ୍ରୀ ସୂରଜ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫିଟ୍ ଇଣ୍ଡିଆ ମିଶନ ଅଧୀନରେ … Read more

ଆରମ୍ଭ ହେଲା ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବୋର୍ଡ ପରୀକ୍ଷା: ଜାତୀୟ ଶିକ୍ଷା ନୀତି ଅନୁସାରେ ରହିଛି ପାସଫେଲ ବ୍ୟବସ୍ଥା

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି ଅନୁସାରେ ଏଥର ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ରହିଛି ପାସଫେଲ ବ୍ୟବସ୍ଥା । ପ୍ରଥମ ଥର ପାଇଁ ଏଥର ଅଷ୍ଟମ ଶ୍ରେଣୀରେ ଛାତ୍ରଛାତ୍ରୀ ଦେଇଛନ୍ତି ବୋର୍ଡ ପରୀକ୍ଷା । ପାସ ପାଇଁ ଦରକାର ୩୦ପ୍ରତିଶତ ମାର୍କ । କମ୍ ନମ୍ବର ରଖିଲେ ଫେଲ୍ । ଆଉ ଫେଲ ହେଲେ ୬ ସପ୍ତାହ ଭିତରେ ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା । ସକାଳ ୭ଟାରୁ ୯ଟା ଏବଂ ୯ଟା ୩୦ରୁ ୧୧ଟା ୩୦ ଦୁଇଟି … Read more

ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ବିରୋଧରେ ଥିବା ତଦନ୍ତ ଗୁଡିକୁ ଶୀଘ୍ର ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଏଏସ୍ (କନିଷ୍ଠ ବର୍ଗ) ଏବଂ ଓଆରଏସ୍ ଅଧିକାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବକେୟା ଥିବା ତଦନ୍ତ ରିପୋର୍ଟଗୁଡିକ ଶୀଘ୍ର ଦାଖଲ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଏ ସଂକ୍ରାନ୍ତରେ ସମସ୍ତ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର, କନ୍ଧମାଳର ଜିଲ୍ଲା ପରିଷଦମାନଙ୍କର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ … Read more