ରାଜଧାନୀରେ ନିଶା ମାଫିଆକୁ ଏନକାଉଣ୍ଟର

ଭୁବନେଶ୍ୱର:ଦୁର୍ଦ୍ଦାନ୍ତ ଅପରାଧୀ ତଥା ଡ୍ରଗ୍ସ ଡିଲର୍ ପୁପୁନ ମାଝୀକୁ ଏନକାଉଣ୍ଟର କଲା ସ୍ପେଶାଲ କ୍ରାଇମ ୟୁନିଟ୍। ଇନ୍ଫୋଭାଲି ଅଞ୍ଚଳରେ ପୁପୁନ୍ ସହ ପୋଲିସ ମୁହାମୁହିଁ ହୋଇଥିଲା। ପୋଲିସକୁ ଗୁଳି କରି ଖସି ଯାଉଥିବା ବେଳେ ସ୍ପେସାଲ କ୍ରାଇମ୍ ୟୁନିଟ୍ କବଳରୁ ବର୍ତ୍ତି ପାରି ନଥିଲା ପୁପୁନ୍। ତା ପାଖରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ।ତା ସହିତ ଗୋଟିଏ ପିସ୍ତଲ ୫ ରାଉଣ୍ଡ ଅଫୁଟା ଗୁଳି ଓ ବାଇକ ମଧ୍ୟ ଜବତ କରାଯାଇଛି।ପୋଲିସ ପକ୍ଷରୁ ମିଳିଥିବା … Read more

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ୍-୨୦୨୪ ପରୀକ୍ଷା ଫଳ

ଭୁବନେଶ୍ୱର:ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ୍ (OPSC) -୨୦୨୪ ପରୀକ୍ଷା ଫଳ । ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨ ଶହ କୃତକାର୍ଯ୍ୟ ହୋଇଛନ୍ତି । ୨ ଶହ ମଧ୍ୟରୁ ୭୮ ଜଣ ମହିଳା କୃତକାର୍ଯ୍ୟ ହୋଇଛନ୍ତି । ବୁବୁନ ସାହୁ ହୋଇଛନ୍ତି ଟପ୍ପର । ଦ୍ବିତୀୟ ସ୍ଥାନରେ ରହିଛନ୍ତି ଶୋଭନା ମହାନ୍ତି ଏବଂ ତୃତୀୟରେ ଜିତମିତ୍ର ସାହୁ । ଚତୁର୍ଥରେ କନକ ଜୈନ, ୫ମରେ ସଂଗ୍ରାମ ପ୍ରଧାନ, ଷଷ୍ଠ ଅମନ ଗୋଏଲ, ସପ୍ତମରେ ଶାନ୍ତନୁ କୁମାର ଶତପଥୀ, ଅଷ୍ଟମରେ … Read more

ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୩୬୦ ଅଧିକାରୀ ବଦଳି, ୬ ପ୍ରଶାସନିକ ଅଧିକାରୀଙ୍କୁ ମୂଳ କ୍ୟାଡରକୁ ଫେରାଇ ଦିଆଗଲା

ଭୁବନେଶ୍ୱର:ସହରାଞ୍ଚଳ ଶାସନରେ ଦକ୍ଷତା, ସ୍ୱଚ୍ଛତା ଏବଂ ଉତ୍ତର ଦାୟିତ୍ଵ ବୃଦ୍ଧି କରିବା ଲକ୍ଷ୍ୟରେ ଏକ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ କରାଯାଇଛି। ରାଜ୍ୟର ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB)ରେ କାର୍ଯ୍ୟରତ ବିଭିନ୍ନ କ୍ୟାଡରର ୩୬୦ ଜଣ ଅଧିକାରୀଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବଦଳି ନିର୍ଦ୍ଦେଶ ଜାରି କରାଯାଇଛି। ନାଗରିକ-କେନ୍ଦ୍ରିକ ସହରାଞ୍ଚଳ ପ୍ରଶାସନକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ଚାଲିଥିବା ପ୍ରୟାସର ଏକ ଅଂଶସ୍ୱରୂପ, ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ … Read more

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ମୃତ

କଳାହାଣ୍ଡି : ମଦନପୁର ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଟା ଗାଁରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି । ସେଣ୍ଟ୍ରିଙ୍ଗ କାଢ଼ିବା ବେଳେ ସମସ୍ତେ ଚାପି ହୋଇଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାନୁଯାୟୀ, ମଦନପୁର ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଟା ଗାଁରେ ପାଇଖାନା ଟାଙ୍କିରେ ସେଣ୍ଟ୍ରିଂ ଖୋଲୁଥିବା ବେଳେ ବଡ଼ ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ୩ ମିସ୍ତ୍ରୀ, ଜଣେ ଶ୍ରମିକ, ମାଲିକ … Read more

ପଦ୍ମ ଧରିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର:ବିଜେଡିର ବରିଷ୍ଠ ନେତା ଓ ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ କେନ୍ଦ୍ରୀୟ ନେତୃତ୍ୱ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି।ଗତକାଲି ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେବା ସହ ରାଜ୍ୟସଭା ସାଂସଦ ପଦ ମଧ୍ୟ ଛାଡ଼ିଥିଲେ। ଇସ୍ତଫା ପରେ ସେ ବିଜେଡି ଉପରେ ଖୋଲାଖୋଲି ବର୍ଷିଥିଲେ। ଲୋକଙ୍କ ସ୍ୱାର୍ଥ ଓ ନିଜ … Read more

ସୁଧୀର ପାତ୍ର ହତ୍ୟା ମାମଲା: ଦୁଇ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ସୋମବାର ବିଳମ୍ବିତ ରାତିରେ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ବ୍ରହ୍ମପୁର ପୋଲିସ । ସେମାନେ ହେଲେ ହେଲେ ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକ(୨୭) ଓ ଗୁଜରାଟ ସୁରତ ଜିଲ୍ଲା ମୋଦି ମହଲା ଏକେ ରୋଡ୍ର ସରୋଜ ପଣ୍ଡା(୩୫) । ବ୍ରହ୍ମପୁର ଏସପି ଡ. ସରବଣା ବିବେକ ଏମ୍ କହିଛନ୍ତି ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଏହି … Read more

ସିଏସଟିଟି -କିଟ୍ ମିଳିତ ବିଶେଷଜ୍ଞ ପରାମର୍ଶଦାତା କମିଟି କର୍ମଶାଳା ଉଦଯାପିତ

ଭୁବନେଶ୍ୱର:ଜାତୀୟ ଶିକ୍ଷା ନୀତି ୨୦୨୦ର ଲକ୍ଷ୍ୟ ଅନୁଯାୟୀ ଭାରତୀୟ ଭାଷାରେ ବୈଷୟିକ ଓ ଉଚ୍ଚଶିକ୍ଷାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବୈଜ୍ଞାନିକ ଏବଂ ବୈଷୟିକ ଶବ୍ଦାବଳୀ ଆୟୋଗ (ସିଏସଟିଟି) ଓ କିଟ୍ ବିଶ୍ଵବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ଆୟୋଜିତ ପାଞ୍ଚଦିନିଆ ବିଶେଷଜ୍ଞ ପରାମର୍ଶଦାତା କମିଟି କର୍ମଶାଳା ଇତି ମଧ୍ୟରେ ସଫଳତାର ସହ ସମାପ୍ତ ହୋଇଛି। ୧୮ରୁ ୨୨ ମଇ ପର୍ଯ୍ୟନ୍ତ ଆୟୋଜିତ ଏହି କର୍ମଶାଳାରେ “ଇଲେକ୍ଟ୍ରୋନିକ୍ସ” ଏବଂ “ରାଜନୀତି ବିଜ୍ଞାନ” ବିଷୟର ଇଂରାଜୀ–ହିନ୍ଦୀ–ଓଡ଼ିଆ ଶବ୍ଦକୋଷ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା। … Read more

ପୁରୀରେ ହେବ BRICS ଦ୍ବିତୀୟ ବୈଷୟିକ ସମ୍ମିଳନୀ

ନୂଆଦିଲ୍ଲୀ:ଆସନ୍ତା ଜୁନ୍ ୩ରୁ ପୁରୀରେ ହେବ BRICS ଦ୍ବିତୀୟ ବୈଷୟିକ ସମ୍ମିଳନୀ। ଭାରତର BRICS ଅଧ୍ୟକ୍ଷତା ଅଧୀନରେ Disaster Risk Reduction Working Groupର ବୈଠକ ହେବ। ଜୁନ୍ ୩ରୁ ୫ ତାରିଖ ଯାଏଁ ୩ ଦିନିଆ ସମ୍ମିଳନୀରେ BRICS ରାଷ୍ଟ୍ରସମୂହର ପ୍ରତିନିଧି ଯୋଗଦେବେ।ବିପର୍ଯ୍ୟୟ ପରିଚାଳନାରେ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କରେ ଏଥିରେ ଆଲୋଚନା ହେବ। ବ୍ରାଜିଲ୍, ଇଜିପ୍ଟ୍, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଭଳି ଦେଶର ପ୍ରତିନିଧି … Read more

ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଶ୍ରୀମୟୀ ମିଶ୍ରଙ୍କ କଟାକ୍ଷ

ଭୁବନେଶ୍ୱର:ପୁଣି ଜଣେ ପୁରୁଖା ନେତା ଦଳ ଛାଡ଼ିବା ପରେ ବାଣ ମାରିଛନ୍ତି ଶ୍ରୀମୟୀ ମିଶ୍ର । ନାଁ ନ ଧରି ଶ୍ରୀମୟୀ କହିଛନ୍ତି, ଯେପର୍ଯ୍ୟନ୍ତ ଭଣ୍ଡ ରହିବ, ସେପର୍ଯ୍ୟନ୍ତ ୱିକେଟ୍ ପଡ଼ିଚାଲିବ । ଶ୍ରୀମୟୀ ସିଧାସଳଖ କାହାକୁ ଇଙ୍ଗିତ ନ କରିଥିଲେ ବି ଭଣ୍ଡ ସନ୍ନ୍ୟାସୀ ଭିକେ ପାଣ୍ଡିଆନଙ୍କ ପାଇଁ, ତାହା ସ୍ପଷ୍ଟ ଅଟେ । ଶ୍ରୀମୟୀ ଗତକାଲିଠାରୁ ସାମାଜିକ ଗଣମାଧ୍ୟମରେ ଏକାଧିକ ପୋଷ୍ଟ କରିଛନ୍ତି । ସେ କହିବାନୁସାରେ ଦେବାଶିଷଙ୍କୁ ଅଟକାଇବାକୁ ଦଳ ପକ୍ଷରୁ ଅନେକ … Read more

ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର:ରାଜ୍ୟସଭା ସଦସ୍ୟ ତଥା ତିନି ଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଦେବାଶିଷ ବିଜେଡିରୁ ରାଜ୍ୟସଭା ସାଂସଦ ଅଛନ୍ତି । ବାରବାଟୀ କଟକ ଆସନରୁ ବିଜେଡି ବିଧାୟକ ଥିଲେ ଦେବାଶିଷ । ତିର୍ତ୍ତୋଲ ଆସନରୁ ମଧ୍ୟ ବିଜେଡି ବିଧାୟକ ଥିଲେ । ଶଙ୍ଖ ଶିବିର … Read more