ବ୍ରହ୍ମପୁରରେ ପୁଣି ଏକ ଏନକାଉଣ୍ଟର

ବ୍ରହ୍ମପୁର:ରବିବାର ରାତିରେ ବଡ଼ବଜାର ଥାନା ଅଞ୍ଚଳର ୫ଦିନ ତଳେ ଜାମିନରେ ଆସିଥିବା ମଙ୍ଗଳା ବେହେରାଙ୍କୁ ବିଚ୍‌ ରାସ୍ତାରେ ଅପରାଧୀ ଗୋଷ୍ଠୀ ଖଣ୍ଡାରେ ଚୋଟ ଉପରେ ଚୋଟ ପକାଇ ହାଣିବାର ଦୃଶ୍ୟ ସୋସିଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକି ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇଥିଲା। ଅପରାଧୀମାନଙ୍କ କାଉଣ୍ଟର ଆକ୍ରମଣର ପୋଲିସ ଜବାବ ଦେବାକୁ ଯାଇ ରବିବାର ବିଳମ୍ବିତ ରାତିରେ ଜଗା ଓରଫ ଜଗନ୍ନାଥ ସାହୁଙ୍କୁ ଗୁଳି କରିଛି। ଜଗାଙ୍କର ଦୁଇ ଗୋଡ଼ରେ ଦୁଇଟି ଗୁଳି ବାଜିଥିବାରୁ ତାକୁ … Read more

ରାଜଧାନୀରେ ଭୟଙ୍କର ଦୁର୍ଘଟଣା ଅଟୋକୁ ୬୦ ମିଟର ଘୋଷାଡ଼ି ନେଲା ଟ୍ରକ୍

ଭୁବନେଶ୍ୱର:କଟକ-ପୁରୀ ବାଇପାସ୍ ରୋଡ୍‌ର ପାଣ୍ଡରା ଛକ ଦେଖିବାକୁ ମିଳିଛି ନିକଟରେ ଏକ ଭୟଙ୍କର ହିଟ୍ ଆଣ୍ଡ ରନ୍ ଘଟଣା।ସୂଚନା ଅନୁଯାୟୀ ଏକ ଯାତ୍ରୀବାହୀ ଅଟୋ ରାସ୍ତାରେ ଯାଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଜୋରଦାର ଧକ୍କା ଦେଇଥିଲା। ଧକ୍କା ପରେ ମଧ୍ୟ ଟ୍ରକ୍ ଚାଳକ ଗାଡ଼ି ଅଟକାଇନଥିଲେ ବରଂ ଅଟୋକୁ ପ୍ରାୟ ୫୦ରୁ ୬୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ଏହି ଭୟଙ୍କର ଦୃଶ୍ୟ ଦେଖି ଘଟଣାସ୍ଥଳରେ ଥିବା ଲୋକ ଆତଙ୍କିତ ହୋଇପଡ଼ିଥିଲେ।ଟ୍ରକ୍‌ର … Read more

IPS ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ପୋଲିସ ପ୍ରଶାସନରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ପ୍ରକାଶିତ ସରକାରୀ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟର ୧୮ ଜଣ ବରିଷ୍ଠ ଆଇପିଏସ (IPS) ଏବଂ ଓପିଏସ (OPS) ଅଧିକାରୀଙ୍କୁ ସ୍ଥାନାନ୍ତର କରାଯାଇ ନୂତନ ପଦବୀରେ ଅବସ୍ଥାପିତ କରାଯାଇଛି।ଏହି ପ୍ରକ୍ରିୟାରେ ନବରଙ୍ଗପୁର ଏସପି (DIGP ଗ୍ରେଡ୍) ଶ୍ରୀ ମଡକର ସନ୍ଦୀପ ସମ୍ପତଙ୍କୁ କଟକ CID-CB ର ଡିଆଇଜି ଭାବେ ବଦଳି କରାଯାଇଛି। ସେହିପରି କଟକ CID-CB ଏସପି ଶ୍ରୀ ପରମାର ସ୍ମିତ … Read more

ଉତ୍କେଲାରୁ ଭୁବନେଶ୍ୱରକୁ ପ୍ରତିଦିନ ଉଡ଼ିବ ବିମାନ

ଭୁବନେଶ୍ୱର:ଏଣିକି କଳାହାଣ୍ଡି ଜିଲ୍ଲାର ଉତ୍କେଲାରୁ ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ଉଡ଼ିବ ବିମାନ । ମେ’ ୨୫ ତାରିଖରୁ ଏହି ସେବା ଆରମ୍ଭ ହେବାକୁ ଯାଉଛି । ଦିନକୁ ଦୁଇ ଥର ବିମାନ ସେବା ଯୋଗାଇ ଦିଆଯିବ ବୋଲି ବିମାନ କମ୍ପାନୀ ‘ଇଣ୍ଡିଆ ଏୟାରୱାନ’ ପକ୍ଷରୁ ସୂଚନା ମିଳିଛି ।ତେବେ ଏହି ସେବା ଆରମ୍ଭ ହେଲେ ସାଧାରଣ ଲୋକଙ୍କ ସହିତ ମେଡ଼ିକାଲ, ଜରୁରୀକାଳୀନ ପରିସ୍ଥିତି ଏବଂ ସରକାରୀ ବା ଅଫିସିଆଲ କାମରେ ଯାଉଥିବା ଲୋକମାନେ ଏହା ଦ୍ୱାରା ବେଶ … Read more

ଏସ୍ଆଇ ପରୀକ୍ଷା କେଳେଙ୍କାରୀ:ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

କଟକ:ପୋଲିସ ଏସ୍ଆଇ ପରୀକ୍ଷା ଘୋଟାଲାରେ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ ସମେତ ମୋଟ ୧୭ ଜଣଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଓଡ଼ିଶା ହାଇକୋର୍ଟ ।ସେହିପରି ଅସ୍ତ୍ରୋପଚାର ପାଇଁ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ପକ୍ଷରୁ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ପାଇଁ କରାଯାଇଥିବା ଆବେଦନକୁ ମଧ୍ୟ ଖାରଜ କରାଯାଇଛି । ଆସନ୍ତା ୩ ସପ୍ତାହ ମଧ୍ୟରେ ମୁନା ମହାନ୍ତି ଜେଲ ଫେରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ଓଡିଶା ପୋଲିସ ସବ୍‌ଇନ୍‌ସପେକ୍ଟର … Read more

ବିଦ୍ୟୁତ୍ କ୍ଷେତ୍ର ପାଇଁ ଏସମା ଲାଗୁ କଲେ ରାଜ୍ୟ ସରକାର

ଭୁବନେଶ୍ୱର:ରାଜ୍ୟରେ ୬ ମାସ ପାଇଁ ବିଦ୍ୟୁତ୍ ସେବାରେ ଧର୍ମଘଟକୁ ନିଷିଦ୍ଧ କରିଛନ୍ତି ରାଜ୍ୟ ସରକାର । ଶକ୍ତି ସଙ୍କଟ ଥିବାରୁ କର୍ମଚାରୀ, ଯନ୍ତ୍ରୀମାନେ କରିପାରିବେନି କାର୍ଯ୍ୟବନ୍ଦ ଆନ୍ଦୋଳନ ।୬ ମାସ ପାଇଁ ଶକ୍ତି କ୍ଷେତ୍ରରେ ଏସମା ଲାଗୁ କଲେ ସରକାର । ରାଜ୍ୟରେ ଶକ୍ତି ସଙ୍କଟ ଦେଖାଦେଇଥିବା ବେଳେ ରାଜ୍ୟ ସରକାର ୬ ମାସ ପାଇଁ ଏସମା ଲାଗୁ କରିଛନ୍ତି । ଉତ୍ପାଦନ, ପରିବହନ ଏବଂ ବିତରଣ କ୍ଷେତ୍ରରେ ଲାଗୁ ହୋଇଛି ଏହି ଏସମା ଆଇନ୍ ।ଶକ୍ତି … Read more

ରାଜଧାନୀରେ ନକଲି NIA ଅଫିସର ଗିରଫ

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଜଣେ ବ୍ୟକ୍ତି ନିଜକୁ ଜାତୀୟ ଅନୁସନ୍ଧାନ ସଂସ୍ଥା (NIA) ର ଅଧିକାରୀ ବୋଲି ପରିଚୟ ଦେଇ ପୋଲିସ କାର୍ଯ୍ୟରେ ପ୍ରଭାବ ପକାଇବାକୁ ଚେଷ୍ଟା କରିଥିବା ଅଭିଯୋଗରେ ଶୁକ୍ରବାର ଦିନ ଗିରଫ ହୋଇଛନ୍ତି।ଉକ୍ତ ବ୍ୟକ୍ତି ଜଣକ ଖାରବେଳ ନଗର ଥାନାକୁ ଯାଇ ନିଜର ଜଣେ ମହିଳା ବନ୍ଧୁଙ୍କ ମାମଲାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ଉପରେ ଚାପ ପକାଇଥିଲେ। ଏହି ସମୟରେ ସେ ନିଜକୁ NIA ଅଧିକାରୀ ବୋଲି କହି ଏକ ନକଲି … Read more

ୟୁଜିସି ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ତତ୍ତ୍ଵାବଧାନରେ ଶିକ୍ଷା ବର୍ଷ ୨୦୨୫-୨୬ରେ ପ୍ରାୟ ୧ ଲକ୍ଷ ୧୮ ହଜାରରୁ ଉର୍ଦ୍ଧ୍ୱ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସରେ ନିୟୋଜିତ କରାଯାଇଛି । ଏହି ଇଣ୍ଟର୍ନସିପ୍‌ର ସମୟସୀମା ୬ ସପ୍ତାହ ରହିଛି । ଇଣ୍ଟର୍ନସିପ୍‌ରେ ଛାତ୍ରଛାତ୍ରୀମାନଙ୍କୁ ମେଣ୍ଟରସିପ୍ ପ୍ରଦାନ କରାଯିବ । ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଅଙ୍ଗନୱାଡ଼ି, ପଞ୍ଚାୟତସମିତି କାର୍ଯ୍ୟାଳୟ, ସ୍ଵାସ୍ଥ୍ୟ କେନ୍ଦ୍ର, ବିତ୍ତୀୟ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ ଓ … Read more

ପୂର୍ତ୍ତ ବିଭାଗର ସମୀକ୍ଷା ବୈଠକ: ସମୟସୀମା ମଧ୍ୟରେ କାର୍ଯ୍ୟ ସାର

ଭୁବନେଶ୍ୱର: ଲୋକସେବା ଭବନ ସ୍ଥିତ କନ୍‌ଭେନ୍‌ସନ୍‌ ହଲ୍‌ ପରିସରରେ ନିର୍ମାଣ ବିଭାଗର ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନିର୍ମାଣ ପ୍ରକଳ୍ପର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ପୁରୀ ଐତିହ୍ୟ ପ୍ରକଳ୍ପ ଠାରୁ ଆରମ୍ଭ କରି SCBର କ୍ଲିନିକାଲ୍‌ ଓ ରେସିଡେନ୍‌ସିଆଲ୍‌ କମ୍ପ୍ଲେକ୍ସ, ମହିମା ଗାଦି ମନ୍ଦିର ପ୍ରକଳ୍ପ, ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀରେ ହାଇଲେବୁଲ୍‌ ସେତୁ ନିର୍ମାଣ ଆଦି ପ୍ରକଳ୍ପ ରାଜ୍ୟ ବିକାଶର ଗୋଟିଏ ଗୋଟିଏ ବୃହତ୍‌ ଅଙ୍ଗ ସଦୃଶ … Read more

ବସ୍-ଅଟୋ ମୁହାଁମୁହିଁ ଧକ୍କା, ୨ ଶିଶୁଙ୍କ ସମେତ ୬ ମୃତ

ଗଞ୍ଜାମ: ଅଟୋକୁ ଧକ୍କା ଦେଇ ଘୋଷାଡ଼ି ନେଲା ଯାତ୍ରୀବାହୀ ବସ୍ । ଗଞ୍ଜାମ ପୁରୁଷୋତ୍ତମପୁର ଥାନା ଲଡକାପଲ୍ଲୀ ଛକରେ ବସ୍ ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୨ ଜଣ ନାବାଳିକା ରହିଥିବା ଖବର ମିଳିଛି । ୪ ଜଣ ଆହତଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ … Read more