ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ବିରୋଧରେ ଥିବା ତଦନ୍ତ ଗୁଡିକୁ ଶୀଘ୍ର ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଏଏସ୍ (କନିଷ୍ଠ ବର୍ଗ) ଏବଂ ଓଆରଏସ୍ ଅଧିକାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବକେୟା ଥିବା ତଦନ୍ତ ରିପୋର୍ଟଗୁଡିକ ଶୀଘ୍ର ଦାଖଲ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଏ ସଂକ୍ରାନ୍ତରେ ସମସ୍ତ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର, କନ୍ଧମାଳର ଜିଲ୍ଲା ପରିଷଦମାନଙ୍କର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ … Read more

ସଚିବାଳୟରେ ବଡ଼ବାବୁଙ୍କ ପଦବୀ ସହ ଖାଲି ପଡ଼ିଛି ଅନେକ ପଦବୀ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଭବନରେ ବଡ଼ ବାବୁଙ୍କ ପଦବୀ ଖାଲି ପଡିଛି। ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି। ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସଚିବାଳୟର ବିଭିନ୍ନ ବର୍ଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି । ସବୁଠାରୁ ଅଧିକ ୩୬୫ଟି ଉପବିଭାଗ ଅଧିକାରୀ (Section Officer) ଏବଂ ୩୪୮ଟି ସହକାରୀ ଉପବିଭାଗ ଅଧିକାରୀ (ASO) ପଦବୀ ଶୂନ୍ୟ ରହିଛି। ଏହା ବ୍ୟତୀତ ୧୦୫ ଜଣ ଅନୁଶାସନ ସଚିବ, ଜଣେ … Read more

ବିଧାନସଭାରେ ନୂଆ ସବ୍‌-ଟ୍ରେଜରୀକୁ ନେଇ ପ୍ରଶ୍ନ,ଉତ୍ତର ରଖିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଗୃହରେ ସ୍ଵାଭାବିକ ଭାବେ ପ୍ରଶ୍ନକାଳ ଜାରି ରହିଛି। ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି। ପ୍ରଶ୍ନକାଳ ମଧ୍ୟରେ ସବ୍-ଟ୍ରେଜରୀକୁ ନେଇ କିଛି ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ୍‌-ଟ୍ରେଜରୀ। ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖିଲେ ଆଇନ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ‘ଏବେ ସବୁ ଟ୍ରେଜରୀ କାମ ଅନ୍‌ଲାଇନ ମାଧ୍ୟମରେ ହେଉଛି। … Read more

ନବୋଦୟ ବିଦ୍ୟାଳୟର ୩ ଜଣ କର୍ମଚାରୀ ନିଲମ୍ବିତ

କୋରାପୁଟ: କୋଲାବ ଜଳଭଣ୍ଡାରରେ ୩ ଜଣ ଛାତ୍ର ବୁଡ଼ିଯାଇ ମୃତ୍ୟୁ ହେବା ଘଟଣାରେ କର୍ତ୍ତୃପକ୍ଷ ନବୋଦୟ ବିଦ୍ୟାଳୟର ୩ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି। ସେମାନେ ହେଲେ ପଦାର୍ଥ ବିଜ୍ଞାନ ଶିକ୍ଷକ ଚମନ୍ କୁମାର, କ୍ରୀଡ଼ା ଏବଂ ଶାରୀରିକ ଶିକ୍ଷା ଶିକ୍ଷକ ରାହୁଲ ସିଂ ଓ ହଷ୍ଟେଲ ଦାୟିତ୍ୱରେ ଥିବା କର୍ମଚାରୀର ଈଶ୍ଵର । ନବୋଦୟ ବିଦ୍ୟାଳୟର ଭୋପାଳ ସ୍ଥିତ ଆଞ୍ଚଳିକ ବିଭାଗୀୟ କାର୍ଯ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ବିଦ୍ୟାଳୟର ଅଧକ୍ଷା ସୂଚନା ଦେଇଛନ୍ତି l … Read more

ଓଡିଶାକୁ ଦୁର୍ନୀତି ମୁକ୍ତ କରିବାକୁ ମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଦୁର୍ନୀତି ବୃଦ୍ଧି ପାଉଛି। ବିଶେଷ କରି ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଅଧିକ ପରିଲକ୍ଷିତ ହେଉଛି। ତେଣୁ ସବୁବେଳେ ସରକାରୀ କାର୍ଯ୍ୟରେ କୌଣସି ପ୍ରକାର ଦୁର୍ନୀତି ନକରିବାକୁ ନିର୍ଦ୍ଦେଶ ଦିଆଯାଉଛି। ଦୁର୍ନୀତିର ଅଭିଯୋଗ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ ମଧ୍ୟ କରାଯାଉଛି। ଏବେ ଦୁର୍ନୀତି ନକରିବାକୁ ଅଧିକାରୀ, କର୍ପୋରେଟର, ମେୟରମାନଙ୍କୁ ମନ୍ତ୍ରୀଙ୍କ ଚେତାବନୀ ଦିଆଯାଇଛି। ଦୁନୀତିରେ ଲିପ୍ତ ନହେବା ପାଇଁ ୟୁଏଲବି ବୈଠକରେ ଗୃହ ଓ ନଗର ଉନ୍ନୟନ … Read more

ସମ୍ବଲପୁରରେ ପ୍ରତିଷ୍ଠା ହେବ ସିଜିଏଚ୍ଏସ୍ ହେଲଥ୍ ୱେଲନେସ୍ ସେଣ୍ଟର

ସମ୍ବଲପୁର: ସମ୍ବଲପୁରରେ ସିଜିଏଚ୍ଏସ୍ ହେଲଥ୍ ୱେଲନେସ୍ ସେଣ୍ଟର ପ୍ରତିଷ୍ଠା ପାଇଁ କେନ୍ଦ୍ରରୁ ମିଳିଲା ଅନୁମତି।ଧର୍ମେନ୍ଦ୍ର ପ୍ରଧାନ ଗତ ୮ ସେପ୍ଟେମ୍ବର ୨୦୨୫ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ ପତ୍ର ଲେଖି ସମ୍ବଲପୁରରେ ଏକ ସିଜିଏଚଏସ ହେଲଥ୍ ସେଣ୍ଟରର ଆବଶ୍ୟକତା ବିଷୟରେ ଜଣାଇଥିଲେ। ସେ ପତ୍ରରେ ଉଲ୍ଲେଖ କରିଥିଲେ, ସମ୍ବଲପୁରରେ ବିଏସଏନଏଲ, ଡାକ ବିଭାଗ, ଆୟକର ବିଭାଗ, ପୂର୍ବତଟ ରେଳବାଇ, କେନ୍ଦ୍ରୀୟ ଅବକାରୀ ବିଭାଗ, ସିଆରପିଏଫ ଗ୍ରୁପ୍ ସେଣ୍ଟର, ଆଇଆଇଏମ୍ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ପରି ଅନେକ … Read more

ପୋକ୍ସୋ ଆଇନ ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଲେ ଓଡ଼ିଶା ହାଇକୋର୍ଟ

କଟକ: ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ କରିବା ମଧ୍ୟ ଯୌନ ନିର୍ଯାତନା ବୋଲି କହିଛନ୍ତି ହାଇକୋର୍ଟ । ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜଣେ ନାବାଳିକାଙ୍କ ବକ୍ଷୋଜକୁ ସ୍ପର୍ଶ କରିବା ପୋକ୍ସୋ ଆାଇନ ଅନୁଯାୟୀ ଗମ୍ଭୀର ଅପରାଧ ବା ଯୌନ ନିର୍ଯାତନା । ପୋଷାକ ଉପରୁ ସ୍ପର୍ଶ କଲେ ଏହା ଅପରାଧ ନୁହେଁ ବୋଲି ଯେଉଁ ଯୁକ୍ତି କରାଯାଉଥିଲା, ତାହାକୁ କୋର୍ଟ ଖାରଜ କରିଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଏହି ବିଷୟରେ ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ସ୍ପଷ୍ଟ … Read more

ଆମ ପାଖରେ ଯଥେଷ୍ଟ ତେଲ ମହଜୁଦ ଅଛି: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ଲୋକେ ଲମ୍ବା ଲାଇନ୍ ଲଗାଇଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ତେଲ ସରିଯିବା ଗୁଜବ ପରେ ପେଟ୍ରୋଲ ପମ୍ପରେ କାଲି ରାତିରୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ରାଜ୍ୟରେ ଏବେ ପାଇଁ ପେଟ୍ରୋଲ, ଡିଜେଲ ମହଜୁଦ ଅଛି। ଯୁଦ୍ଧ ପାଇଁ ବିଭ୍ରାନ୍ତକାରୀ ତଥ୍ୟ ଆସୁଛି। ରାଜ୍ୟରେ ଯଥେଷ୍ଟ ପରିମାଣରେ ତୈଳ ମହଜୁଦ ଅଛି। ଋଷ ଠାରୁ ତେଲ ଆଶୁଛି, ତେଲ ନିଅଣ୍ଟିଆ … Read more

ସିଏମ୍‌ସି ପାଇଁ ୧୨ଶହ ୬୮କୋଟିର ବଜେଟ୍

କଟକ: ଏଥର କଟକ ମହାନଗର ନିଗମର ବଜେଟ ବୃହତ ହୋଇଛି । ୧୨ ଶହ ୬୮ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି । ଯାହା ଆଜି କାଉନସିଲ ବୈଠକରେ ଉପସ୍ଥାପିତ ହୋଇଛି । ଯଦିଓ ବଜେଟର ଆକାର ଖୁବ ବଡ଼, କିନ୍ତୁ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି ଖୋଦ ୱାର୍କ୍ସ କମିଟିର ଅଧ୍ୟକ୍ଷ । କାରଣ ଗତବର୍ଷ ଆଗତ ହୋଇଥିବା ୧୨ କୋଟି ଟଙ୍କା ବଜେଟରୁ ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ ନହୋଇ … Read more

ପ୍ରଥମ ଥର ରାଜ୍ୟ ବାହାରେ ହେବ ‘ଓଡ଼ିଶା ଉତ୍ସବ’

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଚାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ କୋଲକାତାରେ ପ୍ରଥମ ଥର ପାଇଁ ଓଡ଼ିଶା ଉତ୍ସବ ଆୟୋଜନ କରିବ। ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୮ରେ କୋଲକାତାର ଜାତୀୟ ପାଠାଗାରର ଅଡିଟୋରିୟମରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହି ମହୋତ୍ସବକୁ ଉଦଘାଟନ କରିବେ। ଏହି ଅବସରରେ ପଶ୍ଚିମବଙ୍ଗରେ ରହୁଥିବା ଓଡ଼ିଆ ଲେଖକ ଏବଂ ପ୍ରବାସୀ ଓଡ଼ିଆଙ୍କ ବିଭିନ୍ନ … Read more