ନିଲମ୍ବିତ ବିଧାୟକଙ୍କ ବଦଳିବ ଆସନ: ବାଚସ୍ପତିଙ୍କୁ ଚିଠି

ଭୁବନେଶ୍ୱର: ସଦ୍ୟତମ ଭାବେ କଂଗ୍ରେସ ଦଳରୁ ନିଲମ୍ବିତ ହୋଇଥିବା ତିନି ବିଧାୟକ ସୋଫିଆ ଫିର୍ଦ୍ଦୋଶ, ରମେଶ ଜେନା ଏବଂ ଦାଶରଥୀ ଗୋମାଙ୍ଗୋଙ୍କ ବିଧାନସଭା ଆସନ ବଦଳିବ । ଏଥି ନିମନ୍ତେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ବାଚସ୍ପତି ସୁରମା ପାଢ଼ୀଙ୍କୁ ଚିଠି ଲେଖିଛନ୍ତି ।କାଡ଼ାମ ଚିଠିରେ କହିଛନ୍ତି, ଗତକାଲି ହୋଇଥିବା ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିବା ଅଭିଯୋଗରେ ତିନି ବିଧାୟକ ସୋଫିଆ ଫିର୍ଦ୍ଦୋଶ, ରମେଶ ଜେନା ଏବଂ ଦାଶରଥୀ ଗୋମାଙ୍ଗୋଙ୍କୁ ଦଳରୁ ନିଲମ୍ବିତ କରାଯାଇଛି … Read more

ରାଜ୍ୟସଭା ନିର୍ବାଚନ :ବାଜି ମାରିଲେ ବିଜେପି ନେତା

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଭୋଟିଂ ପରେ ଆସିଛି ଫଳାଫଳ । ବିଜେପି ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର ବିଜୟୀ ହୋଇଛନ୍ତି । ଏହାସହ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟ ହାସଲ କରିଛନ୍ତି । ତେବେ ୪ର୍ଥ ଆସନ ପାଇଁ ଜୋରଦାର ଲଢେଇରେ ଦତ୍ତେଶ୍ବର ହୋତାଙ୍କୁ ହରାଇ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି । ବିଜେପି ସମର୍ଥନରେ ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରି, ଦିଲ୍ଲୀପ ଦଳୀୟ ସୀମା ବାହାରେ ବିଧାୟକମାନଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ହାସଲ କରିବାରେ … Read more

ଭଦ୍ରକ ଏନ୍ଏଚ୍-୧୬ ଅସୁରା ଛକ ନିକଟରେ ସିରିଜ୍ ଦୁର୍ଘଟଣା:ଡ୍ରାଇଭର ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲା ଅସୁରା ଛକ ନିକଟରେ ୪ଟି ଗାଡ଼ି ମଧ୍ୟରେ ସିରିଜ୍ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଳିଥିବା ସୂଚନା ଅନୁଯାୟୀ ଏକ ଯାତ୍ରୀବାହୀ ବସ୍ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଅସୁରା ଛକ ନିକଟରେ ଏକ ମିନି ଟ୍ରକ, ବସ୍, ଟ୍ରକ୍ ଏବଂ ପିକ୍‌ଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣାରେ ପିକ୍‌ଅପ୍ ଭ୍ୟାନ୍ ଡ୍ରାଇଭରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ବସରେ … Read more

ନିତା ଅମ୍ବାନୀଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୫

ଭୁବନେଶ୍ୱର: ରିଲାଏନ୍‍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଚେୟାରପର୍ସନ ନିତା ଏମ୍‌. ଅମ୍ବାନୀଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି। ସୋମବାର କିସ୍‍ ଦୂତି ଚାନ୍ଦ ଆଥ୍‍ଲେଟିକ୍‍ ଷ୍ଟାଡିୟମରେ ଅନୁଷ୍ଠିତ ଏକ ଭବ୍ୟ ଉତ୍ସବରେ କିସ୍‍ର ୪୦ ହଜାର ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ନିତା ଅମ୍ବାନୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଶ୍ରୀଲଙ୍କାର ନୋବେଲ ବିଜେତା ପ୍ରଫେସର ମୋହନ ମୁନାସିଂହେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳଙ୍କ … Read more

ଓଡ଼ିଶାରେ ହେବ ବଡ଼ ରାଜନୈତିକ ପରିବର୍ତ୍ତନ: ବିଜୟ ମହାପାତ୍ର

ଭୁବନେଶ୍ୱର: ବରିଷ୍ଠ ରାଜନେତା ବିଜୟ ମହାପାତ୍ର ରାଜ୍ୟସଭା ନିର୍ବାଚନ ନେଇ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ସେ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ନିର୍ବାଚନ ପାଇଁ ୨ ମାସ ପୂର୍ବରୁ ପ୍ରସ୍ତୁତି ଚାଲିଥିଲା । ବିଜେଡିରେ ଅସନ୍ତୋଷର ନିଆଁ ଜଳୁଛି । ନେତୃତ୍ୱ ଉପରେ ମୋଟରୁ ବିଶ୍ୱାସ ନାହିଁ । ଆଗକୁ ଓଡ଼ିଶାରେ ବଡ଼ ରାଜନୈତିକ ପରିବର୍ତ୍ତନ ହେବ । ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜୟ ମହାପାତ୍ର । କହିଛନ୍ତି, ଦଳ ଭିତରେ ଅସନ୍ତୋଷର … Read more

କ୍ରସ୍‌ ଭୋଟିଂର ଖେଳରେ ସୋଫିଆ ଫିର୍ଦ୍ଦୋସ, ଦାଶରଥି ଗମାଙ୍ଗ, ରମେଶ ଜେନା

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଚାଲିଥିବା ଭିତରେ ଏବେ ଚର୍ଚ୍ଚାରେ କ୍ରସ ଭୋଟିଂ। ଦଳୀୟ ହ୍ୱିପକୁ ଅବମାନନା କରି ୩ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ସ୍ପଷ୍ଟ କଲେ ଭକ୍ତ ଦାସ । କ୍ରସ ଭୋଟିଂ ତାଲିକାରେ କଂଗ୍ରେସର ଦାଶରଥି ଗମାଙ୍ଗ, ସୋଫିଆ ଫିର୍ଦ୍ଦୋସ ଓ ରମେଶ ଜେନା କ୍ରସ୍ ଭୋଟିଂ କରିଛନ୍ତି କହିଲେ ଭକ୍ତି । ସେହିପରି ସୁବାସିନୀ, ସନା ମହାକୁଡ଼, ଅରବିନ୍ଦ ମହାପାତ୍ର ମଧ୍ୟ କ୍ରସ ଭୋଟିଂ କରିଥିବା ସୂଚନା । ଅନ୍ୟପଟେ ବିଜେଡିରୁ … Read more

ରାଜ୍ୟସଭା ନିର୍ବାଚନ ପାଇଁ ଜାରି ରହିଛି ମତଦାନ

ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ପ୍ରଥମ ଭୋଟ୍ ଦେଇଛନ୍ତି । ଏହା ପରେ ଜଣକ ପରେ ଜଣେ ବିଧାୟକ ଏବଂ ମନ୍ତ୍ରୀମାନେ ଭୋଟ୍ ଦେଉଛନ୍ତି । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ଜାରି ରହିଛି । ସନ୍ଧ୍ୟା ୫ଟାରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଓଡ଼ିଶାର ୪ଟି ଆସନ ପାଇଁ ୫ ଜଣ … Read more

SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ: ୧୦ ରୋଗୀଙ୍କ ମୃତ୍ୟୁ

କଟକ: ରବିବାର ବିଳମ୍ବିତ ରାତିରେ ଏସ୍‌ସିବି ମେଡିକାଲ ର ଟ୍ରମା କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଦେଖୁ ଦେଖୁ ନିଆଁ ଚାରିଆଡେ ବ୍ୟାପିଯାଇଥିଲା l ଯାହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀର ଟିମ୍‌ ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ l ଦୀର୍ଘ ସମୟର ପରିଶ୍ରମ ପରେ କିଛି ଲୋକଙ୍କୁ ଭୟାବହ ଅଗ୍ନିକାଣ୍ଡ ଭିତରୁ କିଛି ଲୋକଙ୍କୁ ଉଦ୍ଧାର କରିଥିଲେ । ହେଲେ … Read more

ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ

ଭୁବନେଶ୍ୱର:ଆସନ୍ତାକାଲିର ରାଜ୍ୟସଭା ନିର୍ବାଚନ ଲାଗି ୩ ଦଳ ନିଜ ନିଜର ଏଜେଣ୍ଟଙ୍କ ନାଁ ଘୋଷଣା କରିଛନ୍ତି। ଆଗାମୀ ରାଜ୍ୟସଭା ନିର୍ବାଚନରେ ଶାସକ ଦଳ ବିଜେପି ପାଇଁ ନିର୍ବାଚନ ଏଜେଣ୍ଟ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଏବଂ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ। ସେହିପରି ବରିଷ୍ଠ ବିଧାୟକ ପ୍ରତାପ ଦେବ ଓ ପ୍ରମିଳା ମଲ୍ଲିକ ବିଜେଡିର ଏଜେଣ୍ଟ ଭାବେ କାମ କରିବେ। କଂଗ୍ରେସର ଏଜେଣ୍ଟ ରହିବେ ପିସିସି ସଭାପତି ଭକ୍ତଚରଣ ଦାସ।ଏହା ପୂର୍ବରୁ ଶାସନ ଦଳ ଏହାର … Read more

ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ :୫୦, ୯୬୨ଟି ମାମଲାର ହେଲା ଫଇସଲା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଓ ରାଜସ୍ୱ ଅଦାଲତ ପରିସରରେ ଯଥା ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଚିଲିକା, ଟାଙ୍ଗି, ବେଗୁନିଆ ଓ ଜଟଣୀ ଠାରେ ଚଳିତ ବର୍ଷର ପ୍ରଥମ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଉକ୍ତ ଲୋକ ଅଦାଲତରେ ମୋଟ ୮୮ ହଜାର ୬୯୪ଟି ମାମଲା ଆଗତ କରାଯାଇ ସେଥିମଧ୍ୟରୁ ୫୦ ହଜାର ୯୬୨ଟି ମାମଲା ଫଇସଲା କରାଯାଇଥିଲା । ଏହି ମାମଲା … Read more