ରଜରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡାଇରିଆ ନିୟନ୍ତ୍ରଣକୁ ଆସୁନାହିଁ। ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ରଜଛୁଟି ବାତିଲ କରିଛନ୍ତି। ଜୁନ ୧୪ରୁ ୧୬ ତାରିଖ ଯାଏଁ ଥିବା ଏହି ଛୁଟିକୁ ବାତିଲ କରାଯାଇଛି। ଛୁଟିଦିନରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାରେ ଗୁରୁବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଟପିଥିବା ବେଳେ ଡାଇରିଆଜନିତ … Read more

ବାଲିଘାଟରେ ମାଇନିଂ ଅଫିସରଙ୍କୁ ବାଲିମାଫିଆଙ୍କ ଆକ୍ରମଣ

ବାଲେଶ୍ୱର: ଜଳେଶ୍ୱର ଜୁନିୟର ମାଇନିଂ ଅଫିସର ଓ ବସ୍ତା ଜୁନିୟର ମାଇନିଂ ଅଫିସରଙ୍କ ମିଳିତ ଚଢ଼ାଉ ବେଳେ ଆକ୍ରମଣ କଲେ ବାଲିମାଫିଆ । ଆକ୍ରମଣ ସହ ଜୀବନରୁ ମାରିଦେବାକୁ ଧମକ ଦେଲେ । ଏ ନେଇ ମାଇନିଂ ବିଭାଗ ପକ୍ଷରୁ ଜଳେଶ୍ୱର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି ।  ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧିନସ୍ଥ ସୁବର୍ଣ୍ଣରେଖା ନଦୀରେ ପ୍ରତ୍ୟକ ଦିନ ମାଫିଆ ମାନେ ମେସିନ ଲଗାଇ ହଜାର ହଜାର ଟ୍ରିପ୍ ବାଲି ଉତ୍ତୋଳନ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରି ଆସୁଥିଲେ । ମାଇନିଂ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ତେବେ ଗୁରୁବାର ବିଳମ୍ବିତ … Read more

ବୟସ୍କ, ଦିବ୍ୟାଙ୍ଗମାନଙ୍କୁ ଘରେ ନେଇ ପେନସନ ଦେବ ପ୍ରଶାସନ

ଭୁବନେଶ୍ୱର: ଓଡ଼ିଶା ସରକାର ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ପେନସନ୍ ଗ୍ରହଣ କରିବାକୁ ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କୁ ଘରେ ପେନସନ୍ ପହଞ୍ଚାଇବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରନ୍ତୁ। ରାଜ୍ୟ ସରକାର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSOs) ମାନଙ୍କୁ ମଧୁ ବାବୁ ପେନସନ୍ ଯୋଜନା (MBPY) ଅଧୀନରେ ୮୦ ବର୍ଷ ବା ତଦୁର୍ଦ୍ଧ୍ୱ ବୟସର ବ୍ୟକ୍ତି ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ୍ୱ ଅକ୍ଷମତା ଥିବା ହିତାଧିକାରୀମାନଙ୍କୁ ଘରେ … Read more

ଆଜି ମୋହନ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ୧ ବର୍ଷ କାର୍ଯ୍ୟକାଳ ପୂରଣ କରିଛି। ବର୍ଷକ ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ବିଜେପି ନିର୍ବାଚନ ଇସ୍ତାହାରର କିଛି ପ୍ରତିଶ୍ରୁତି ପୂରଣ କରିଛନ୍ତି। ତଥାପି ଆଉ କିଛି ବାକି ରହିଛି। ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ, ଶିଳ୍ପ, କୃଷି, ଓଡ଼ିଆ ଅସ୍ମିତା ଆଦି ଅନ୍ୟାନ୍ୟ ବିଭାଗଗୁଡ଼ିକ ନିମନ୍ତେ ନୂଆ ଯୋଜନା ଓ ନିଷ୍ପତ୍ତି ନିଆଯାଇଛି। ସର୍ବୋପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ହୋଇଛି। … Read more

ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ଲିଷ୍ଟରେ ଯୁକ୍ତ ୩ ନାମ ଲେଖା ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ୩ ନାମଲେଖା ପାଇଁ ଆସିଲା ପ୍ରଥମ ପର୍ଯ୍ୟାୟ ମେଧା ତାଲିକା। ସର୍ବାଧିକ କଟ୍‌ଅଫ୍‌ ସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଗରେ ରହିଛି। ରାଜନୀତି ବିଜ୍ଞାନରେ ସର୍ବାଧିକ ୯୨.୮୦% କଟ୍‌ଅଫ୍‌ ମାର୍କ ରହିଥିବା ବେଳେ ପ୍ରାଣୀ ବିଜ୍ଞାନରେ ୯୪%, ପଦାର୍ଥ ବିଜ୍ଞାନରେ ୯୩.୬୭%, ବାଣିଜ୍ୟରେ ୯୦.୫୦ ପ୍ରତିଶତ କଟ୍‌ଅଫ୍‌ ମାର୍କ ରହିଛି। ସୂଚନା ଥାଉକି, ପ୍ରଥମ ପର୍ଯ୍ୟାୟରେ ୪ଟି ରାଉଣ୍ଡ୍‌ରେ ନାମ ଲେଖାଯିବ। ଏଥିପାଇଁ ଚୟନ ହୋଇଥିବା ଛାତ୍ରୀଛାତ୍ର ୧୨ରୁ ୧୭ତାରିଖ ମଧ୍ୟରେ ନାମଲେଖା ଫି’ ଜମା … Read more

ଘୋଷଣା ହେବ ୧୨ ନୂଆ NAC

ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବାସୀଙ୍କ ପାଇଁ ଅନେକ ଯୋଜନା ନେଇ ଆସୁଛନ୍ତି ସରକାର । ଏହା ଭିତରେ ବହୁ ପ୍ରତିକ୍ଷିତ ଏନଏସି ଘୋଷଣା କରିବାକୁ ଯୋଜନା ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୨ରୁ ଅଧିକ ଏନଏସି ଘୋଷଣା ହେବ । ଆସନ୍ତୁ ନଜର ପକାଇବା, ତାଲିକାରେ ଥିବା କିଛି ଏନଏସସି ଉପରେ । ପାଲଲହଡ଼ା, ଧୁଷୁରୀ, ତିହିଡ଼ି, ସାଲେପୁର, ଚିତ୍ରଡ଼ା, ବେତନଟୀ ସହ ଆଉ ଦାବି ହେଉଥିବା କିଛି ଅଞ୍ଚଳ ଏହି ତାଲିକାରେ ସାମିଲ ହେବ … Read more

ସ୍ତଗିତ ରହିଲା ଆକ୍ସମ-୪ର ଉତ୍‌କ୍ଷେପଣ

ନୂଆଦିଲ୍ଳୀ: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌) ୧୪ ଦିନିଆ ବିଜ୍ଞାନ ଅଭିଯାନରେ ଆସୁଥିବା ଆକ୍ସମ୍-୪ ମିସନ୍‌ର ୪ ମହାକାଶଚାରୀଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ରହିଥିବା ବେଳେ ଆକ୍ସମ୍-୪ ମିସନ୍‌ର ଉତ୍‌କ୍ଷେପଣକୁ ଏବେ ସ୍ତଗିତ ରଖାଯାଇଛି। ଏହି ଖବର ‌ସ୍ପେସ୍‌ ଏକ୍ସର ଏକ୍ସ ପୋଷ୍ଟ୍‌ରେ ନିଶ୍ଚିତ କରାଯାଇଛି। ପୋଷ୍ଟ-ଷ୍ଟାଟିକ୍ ଫାୟାର ବୁଷ୍ଟର ଯାଞ୍ଚ ସମୟରେ ତରଳ ଅମ୍ଳଜାନ (LOx) ଲିକ୍ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଲିକ୍ ମରାମତି କରିବା ପାଇଁ ସମୟ ଲାଗିବ। ମରାମତି … Read more

ଜିଲ୍ଲାପାଳଙ୍କ ଅଫିସ ଘେ‌ରିଲେ ଆଦିବାସୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ନିଜ ହକ୍ ପାଇଁ ଅସ୍ତ୍ରଶସ୍ତ୍ର ଧରି ଜିଲ୍ଲାପାଳ ଅଫିସ ଘେରାଉ କରିବା ସହ ୨୦ ଦଫା ଦାବି ନେଇ ଜିଲ୍ଲା ପ୍ରଶାସନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ନୂଆପଡ଼ା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ସିଂ ମାଝୀଙ୍କ ନେତୃତ୍ୱରେ ନୂଆପଡ଼ା ପୁଲିସ ପଡିଆ ଠାରୁ ହଜାର ହଜାର ଆଦିବାସୀ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରରେ ବାହାରିଥିଲେ। ଘାସିରାମ ମାଝୀ ଛକ ଠାରେ ପୂର୍ବତନ … Read more

ସ୍ନାନବେଦିରେ ତିନି ଠାକୁର,ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ପୁରୀ:- ମହାପ୍ରଭୁଙ୍କର ସ୍ନାନପୂର୍ଣ୍ଣିମା ଆଜି ଅନୁଷ୍ଠିତ ହେଉଛି। ଏଥି ପାଇଁ ଶ୍ରୀଜିଉମାନଙ୍କର ନୀତିକାନ୍ତି ଭୋର୍‌ରୁ ଆରମ୍ଭ ହୋଇଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ମହାପ୍ରଭୁଙ୍କ ପହଣ୍ଡି, ଜଳଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ସେବାୟତ ଓ ପ୍ରଶାସନ ସମସ୍ତେ ପ୍ରସ୍ତୁତ ଅଛନ୍ତି। ସ୍ନାନଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ସ୍ନାନଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ … Read more

ବଦଳିବ ବିଲ୍‌ଡିଂ ନିୟମାବଳୀ, ସରଳ ହେବ ପ୍ଲାନ ଆପ୍ରୁଭାଲ ପ୍ରକ୍ରିୟା

ଭୁବନେଶ୍ୱର: ବଦଳିବ ବିଲ୍‌ଡିଂ ନିୟମାବଳୀ। ଏ ନେଇ ଗୃହନିର୍ମାଣ ଏବଂ ସହରାଞ୍ଚଳ ବିକାଶର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀଙ୍କୁ ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ସ୍ଥପତି ସଂଘ(ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍‌) ଓଡ଼ିଶା ଚାପ୍ଟର। ପୂର୍ବରୁ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଏହି ଆର୍କିଟେକ୍ ଚାପ୍ଟରଙ୍କୁ ପ୍ଲାନ ଦେବାକୁ କହିଥିଲେ । ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ଆର୍କିଟେକ୍ଟସ୍‌ (ଆଇଆଇଏ) ଓଡ଼ିଶା ଚାପ୍ଟର, ଏହାର ଅଧ୍ୟକ୍ଷା ଶ୍ରୀମତୀ ସ୍ୱପ୍ନଦତ୍ତା … Read more