ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବାସୀଙ୍କ ପାଇଁ ଅନେକ ଯୋଜନା ନେଇ ଆସୁଛନ୍ତି ସରକାର । ଏହା ଭିତରେ ବହୁ ପ୍ରତିକ୍ଷିତ ଏନଏସି ଘୋଷଣା କରିବାକୁ ଯୋଜନା ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୨ରୁ ଅଧିକ ଏନଏସି ଘୋଷଣା ହେବ । ଆସନ୍ତୁ ନଜର ପକାଇବା, ତାଲିକାରେ ଥିବା କିଛି ଏନଏସସି ଉପରେ । ପାଲଲହଡ଼ା, ଧୁଷୁରୀ, ତିହିଡ଼ି, ସାଲେପୁର, ଚିତ୍ରଡ଼ା, ବେତନଟୀ ସହ ଆଉ ଦାବି ହେଉଥିବା କିଛି ଅଞ୍ଚଳ ଏହି ତାଲିକାରେ ସାମିଲ ହେବ । ସ୍ଥାନୀୟ ଅଞ୍ଚଳବାସୀ ଙ୍କ ଦାବୀ ପରେ ନଗର ଉନ୍ନୟନ ବିଭାଗ ଏ ତାଲିକାକୁ ପଞ୍ଚାୟତିରାଜ ବିଭାଗର ଆବଶ୍ୟକୀୟ ମଞ୍ଜୁରୀ ପାଇଁ ପଠାଇଥିଲେ । ଏବେ ମଞ୍ଜୁରୀ ପରେ ଦିନେ କିମ୍ବା ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ଏନଏସି ଗୁଡିକର ନାଁ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।
Post Views: 24