କଟକରେ ବ୍ୟାପିଲା ଝାଡ଼ାବାନ୍ତି

କଟକ:- କଟକରେ ମଧ୍ୟ ଚିନ୍ତା ବଢାଇଛି ଝାଡାବାନ୍ତି । ପ୍ରାୟ ୬୪ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସିଟି ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ସମୀକ୍ଷା କରିଛି । ସିଡିଏମଓଙ୍କ ସହ ବରିଷ୍ଠ ଅଧିକାରୀ ଅନୁଧ୍ୟାନ କରିଛନ୍ତି । ବାଙ୍କୀ ଘୋଳପୁରରୁ ୪୬, ଟାଙ୍ଗୀରୁ ୧୮ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଏହାସହ କଟକରେ ମଧ୍ୟ ସ୍ଥିତି ପରଖିବା ପାଇଁ କେନ୍ଦ୍ରୀୟ ଟିମ୍‌ ପହଞ୍ଚିଛନ୍ତି । ଜିଲ୍ଲାରୁ ଜିଲ୍ଲା ବ୍ୟାପୁଛି ଝାଡାବାନ୍ତି । ଯାଜପୁର … Read more

ବଲାଙ୍ଗୀର ରେ ମୁଖ୍ୟମନ୍ତ୍ରୀ ଙ୍କୁ କଳାପତାକା ଦେଖାଇ ୬ କଂଗ୍ରେସ କର୍ମୀ ଅଟକ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ଆସୁଥିବାରୁ ପ୍ରଶାସନ ବ୍ୟାପକ ଭାବରେ ସୁରକ୍ଷା ବ୍ୟବସ୍ଥା କରିଥିବା ବେଳେ କଳା ପତାକା, ଅଣ୍ଡା ମାଡ଼କୁ ଆଖି ଆଗରେ ରଖି ଦେଓଗାଁ ପୁଲିସ ୬ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି। ଅଟକଥିବା କଂଗ୍ରେସ କର୍ମୀମାନେ ହେଲେ ଓବିସି ସେଲ ସଧାରଣ ସମ୍ପାଦକ ଜନ୍ମଜୟ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱଜିତ୍ ପାତ୍ର ସହ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି। ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ … Read more

୮ ବଡ ଶିଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ;ଢେଙ୍କାନାଳରେ ବେଦାନ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (ଏଚଏଲସିଏ) ୧.୫୧ ଲକ୍ଷ କୋଟି ଟଙ୍କାର ୮ଟି ମେଗା ପ୍ରକଳ୍ପକୁ ଅନୁମୋଦନ କରିଛି। ୮ ଶିଳ୍ପ ହେଲେ ୬୦ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଢେଙ୍କାନାଳ ଜିଲ୍ଲାରେ ବେଦାନ୍ତ କରିବ ମେଗା ପ୍ରକଳ୍ପ। ୧ ଲକ୍ଷ ୨୮ ହଜାର କୋଟି ଟଙ୍କାର ନିବେଶ ସହିତ ବେଦାନ୍ତ ଲିମିଟେଡ୍ ପ୍ରତିଷ୍ଠା କରିବ ସ୍ମେଲଟର ପ୍ଲାଣ୍ଟ ସହ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ। ପ୍ରକଳ୍ପ ହେଲେ ୩୦ … Read more

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ସୁବାଷିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ । ଜ୍ୱରରେ ପୀଡିତ ଥିବା ଶ୍ରୀବିଗ୍ରହ ମାନଙ୍କ ଅଣସର ଘରେ ଦଇତାପତି ଓ ପତିମହାପାତ୍ର ସେବକମାନେ ନିଷ୍ଠାର ସହ ଗୁପ୍ତ ଚିକିତ୍ସା ବା ଗୁପ୍ତ ସେବା ଜାରି ରଖିଛନ୍ତି । ଜ୍ୱରରେ ପୀଡିତ ଥିବାରୁ ମହାପ୍ରଭୁଙ୍କ ନିକଟରେ ଦଇତାପତି ସେବକ ମାନେ ପଣା ଓ ଚକଟା ଭୋଗ କରୁଛନ୍ତି । ତେବେ ଅନବସରର ଚତୁର୍ଥ ଦିବସରରେ ଦଇତାପତି … Read more

ରାଜଧାନୀରେ ଖାଦ୍ୟ ସୁରକ୍ଷା ଯାଞ୍ଚ,ଝାଡ଼ାବାନ୍ତି ବ୍ୟାପୁଥିବା ନେଇ ବିଏମ୍‌ସି ପକ୍ଷରୁ ତନାଘନା

ଭୁବନେଶ୍ୱର: ରାଜଧାନୀକୁ ହଇଜା ଭୟ । ହୋଟେଲରେ ଚଢ଼ାଉ କରି ଫ୍ରିଜରୁ ମାଛ ଆଉ ଖାଦ୍ୟରେ ମିଶୁଥିବା ରଙ୍ଗ ଜବତ କରିଛନ୍ତି ଅଧିକାରୀ । ହୋଟେଲରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଯାଞ୍ଚ । ସମ ହସ୍ପିଟାଲ ଛକ ନିକଟରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଯାଞ୍ଚ । ବିଏମସି ପକ୍ଷରୁ ଏହି ଯାଞ୍ଚ କରାଯାଇଛି । ରାଜଧାନୀରେ ହଇଜା ବ୍ୟାପିବା ପରେ ଆକ୍ସନ ମୋଡରେ ବିଏମସି । ବିଭିନ୍ନ ହୋଟେଲରେ ବିଏମସି ପକ୍ଷରୁ ଯାଞ୍ଚ କରାଯାଉଛି । ଖାଦ୍ୟର … Read more

ଇସ୍କନ ଗଭର୍ଣ୍ଣିଂ ବଡି କମିଶନ ଅଧ୍ୟକ୍ଷଙ୍କୁ ଗଜପତି ମହାରାଜାଙ୍କ ଚିଠି

ପୁରୀ: ସାରା ବିଶ୍ଵରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ତଥା ରଥଯାତ୍ରା ଶାସ୍ତ୍ର ଅନୁମୋଦିତ ତିଥିରେ ପାଳନ ସମ୍ପର୍କରେ ପଦକ୍ଷେପ ନେବାକୁ ଇସ୍କନ ଗର୍ଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷଙ୍କୁ ଏକ ପତ୍ର ଲେଖିଛନ୍ତି ଗଜପତି ମହାରାଜା । ଗଜପତି ମହାରାଜା ନିଜ ପତ୍ର ( ଇମେଲ୍ ମାଧ୍ୟମରେ) ଅତି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ଭାରତ ବାହାରେ ବିଭିନ୍ନ ଦେଶର ଇସ୍କନ କେନ୍ଦ୍ର ତଥା ମନ୍ଦିରଗୁଡ଼ିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ଶାସ୍ତ୍ରରେ ଅନୁମୋଦିତ ନ … Read more

ବିକଶିତ ଓଡିଶା ୨୦୩୬ ପାଇଁ ସରକାରଙ୍କ ୩୬ ଯୋଜନା

୨୦୩୬ରେ ବିକଶିତ ଓଡ଼ିଶା ଲକ୍ଷ୍ୟ ନେଇ ଆଗକୁ ବଢୁଛନ୍ତି ସରକାର । ଏ ନେଇ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିସାରିଛନ୍ତି । ଆଉ କିଛି ପ୍ରମୁଖ କ୍ଷେତ୍ରକୁ ଫୋକସ କରି ଆଗକୁ ବଢ଼ିଛି ବିଜେପି ସରକାର । ରକ୍ତହୀନତା ଏବଂ ପୁଷ୍ଟିହୀନତାକୁ ଲୋପ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଆଞ୍ଚଳିକ ବୈଷମ୍ୟ ହାସଲ ପାଇଁ ବି ଲକ୍ଷ୍ୟ ରହିଛି ।୩୬ଟି ପ୍ରାଥମିକ କାର୍ଯ୍ୟକ୍ରମକୁ ଚିହ୍ନଟ କରିଛନ୍ତି ସରକାର । … Read more

ଯାଜପୁରରେ ସ୍ୱାସ୍ଥ୍ୟମନ୍ତ୍ରୀ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଲେ ସମୀକ୍ଷା

ଯାଜପୁର: ଯାଜପୁରରେ ସ୍ୱାସ୍ଥ୍ୟମନ୍ତ୍ରୀ । ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମୀକ୍ଷା କଲେ ମୁକେଶ ମହାଲିଙ୍ଗ । ରୋଗୀ ଓ ସମ୍ପର୍କୀୟଙ୍କ ସହ ଆଲୋଚନା କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଯାଜପୁର ସାଂସଦ, ବଡ଼ଚଣା ଓ ଧର୍ମଶାଳା ବିଧାୟକ, ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ ।ଜିଲ୍ଲାରେ କାୟା ମେଲାଉଛି ଝାଡାବାନ୍ତି । ମୋଟ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ମୃତକ ଖଇରାବାଦ ଓ କୋଟବସନ୍ତ ଅଞ୍ଚଳର । ୭୦୦ରୁ ଅଧିକ ଆକ୍ରାନ୍ତ … Read more

ଓଡିଶା ରେ ମୋଦି କରିବେ ଦେଢ଼ କିଲୋମିଟରର ବିଶାଳ ରୋଡ଼ ଶୋ

ଜୁନ 20 ରେ ଓଡିଶା ଆସିବେ ମୋଦି କରିବେ ଦେଢ଼ କିଲୋମିଟରର ବିଶାଳ ରୋଡ୍‌ ସୋ । ସେନାର ଶୌର୍ଯ୍ୟକୁ ସମ୍ମାନ ଜଣାଇବାକୁ ତ୍ରିରଙ୍ଗା ଯାତ୍ରାରେ ବି ହେବେ ସାମିଲ । ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର କରିବେ ଶୁଭାରମ୍ଭ । ୫୦ ହଜାର ହିତାଧିକାରୀଙ୍କୁ ବାଣ୍ଟିବେ ଅନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ।ମୋହନ ସରକାରଙ୍କ ବର୍ଷ ପୂର୍ତ୍ତୀ ଉତ୍ସବରେ ଯୋଜନାର ବର୍ଷା କରିବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ୱାଗତ ପାଇଁ ରାଜ୍ୟ ସରକାରଙ୍କ ବଡ଼ … Read more

ରତ୍ନଭଣ୍ଡାର କାମ ଶୀଘ୍ର ସାରିବା ପାଇଁ ଏଏସ୍‌ଆଇକୁ ଚିଠି

ପୁରୀ:- ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ସଂରକ୍ଷଣ କାମ ଶୀଘ୍ର ସାରିବାକୁ ଏଏସଆଇକୁ ଚିଠି ଲେଖିଛି । ଶ୍ରୀମନ୍ଦିରର ଦୀର୍ଘମିଆଦି ସଂରକ୍ଷଣ ତଥା ସ୍ଥାପତ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷ ରଥଯାତ୍ରା ସମୟରେ ମିଳୁଥିବା ଅବଧି ମଧ୍ୟରେ ବାକି ଥିବା ରତ୍ନଭଣ୍ଡାର କାମ ସାରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏଏସ୍ଆଇ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢୀ। … Read more