କଟକ:- କଟକରେ ମଧ୍ୟ ଚିନ୍ତା ବଢାଇଛି ଝାଡାବାନ୍ତି । ପ୍ରାୟ ୬୪ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସିଟି ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ସମୀକ୍ଷା କରିଛି । ସିଡିଏମଓଙ୍କ ସହ ବରିଷ୍ଠ ଅଧିକାରୀ ଅନୁଧ୍ୟାନ କରିଛନ୍ତି । ବାଙ୍କୀ ଘୋଳପୁରରୁ ୪୬, ଟାଙ୍ଗୀରୁ ୧୮ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଏହାସହ କଟକରେ ମଧ୍ୟ ସ୍ଥିତି ପରଖିବା ପାଇଁ କେନ୍ଦ୍ରୀୟ ଟିମ୍ ପହଞ୍ଚିଛନ୍ତି । ଜିଲ୍ଲାରୁ ଜିଲ୍ଲା ବ୍ୟାପୁଛି ଝାଡାବାନ୍ତି । ଯାଜପୁର ଜିଲ୍ଲାରେ ଏବେ ବି ହଇଜା ସ୍ଥିତି ଗମ୍ଭୀର ରହିଛି । ଜିଲ୍ଲାରେ କଲେରା ବ୍ୟାପିଥିବା କେନ୍ଦ୍ରୀୟ ଟିମ୍ ସ୍ପଷ୍ଟ କରିଛି । ଜିଲ୍ଲା ପରେ ଜିଲ୍ଲାକୁ ମାଡି ଚାଲିଛି ଝାଡାବାନ୍ତି । ଯାଜପୁରରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬୦ ଜଣ ଚିକିତ୍ସିତ ହେଉଛନ୍ତି ।
Post Views: 16