AIIMS ପରିସରରେ ୧୬୩ ଧାରା ଲାଗୁ

ଭୁବନେଶ୍ୱର: ଏମ୍ସ ବର୍ଣ୍ଣ ୱାର୍ଡରେ ବଳଙ୍ଗା ପୀଡ଼ିତାଙ୍କ ଚିକିତ୍ସା ଚାଲିଛି । ଏହାରି ଭିତରେ ଶନିବାର ରାତିରେ ଏମ୍ସ ପରିସରରେ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ନାରାବାଜି ସହ ମୁହାଁମୁହିଁ ହୋଇଛନ୍ତି ୩ ଦଳର କର୍ମୀ । ତାଳି ମାରି ବିରୋଧ ପ୍ରଦର୍ଶନ କରିଛି ବିଜେଡି, ବାମପନ୍ଥୀ ଦଳ ଓ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ । କଂଗ୍ରେସ ପକ୍ଷରୁ ବି ପ୍ରତିବାଦ … Read more

ନାବାଳିକାଙ୍କୁ ଜାଳିଦେବା ଘଟଣାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମର୍ମାହତ

ଭୁବନେଶ୍ୱର: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସାଙ୍ଗ ଘରକୁ ବହି ଆଣିବାକୁ ଯାଉଥିବା ବେଳେ ଜଣେ ନାବାଳିକାଙ୍କୁ ୩ ଜଣ ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ନାବାଳିକା ଜଣଙ୍କ ଦୁର୍ବୃତ୍ତଙ୍କ କବଳରୁ ଖସି ଆସି ତେରହଳ ଗାଁ ମୁଣ୍ଡରେ ଥିବା ଜଣଙ୍କ ଘରେ ପଶିଯାଇ ଜୀବନ ରକ୍ଷା କରିଥିଲେ। ନାବାଳିକାଙ୍କ ଗୋଡ଼ ହାତ ସହ ଶରୀର ପୋଡ଼ି ଯାଇଛି। ତାଙ୍କୁ ପ୍ରଥମେ ପିପିଲି ପରେ ଭୁବନେଶ୍ଵର ଏମ୍ସକୁ … Read more

ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣାରେ ଏଫ୍‌ଏମ୍‌ କଲେଜର ୮ ଜଣଙ୍କୁ ନୋଟିସ

ଭୁବନେଶ୍ୱର: ସୌମ୍ୟାଶ୍ରୀ ବିିଶିଙ୍କ ଆତ୍ମାହୁତି ଘଟଣାରେ ଶୁକ୍ରବାର ତଦନ୍ତ କରିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ। ବିଭାଗ ପକ୍ଷରୁ ଗଠିତ ୩ ଜଣିଆ କମିଟି ସଦସ୍ୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ସଦସ୍ୟ ଏବଂ ବିଦ୍ୟାର୍ଥୀଙ୍କ ମତ ନେଇଛନ୍ତି। ସୂଚନା ଅନୁଯାୟୀ, ଶୁକ୍ରବାର ବିଭାଗର ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର, ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକ, ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରଫେସର ଝୁମ୍‌କୀ ରଥ ମହାବିଦ୍ୟାଳୟକୁ ଯାଇ ୪ ବିଦ୍ୟାର୍ଥୀ ଏବଂ ୩ ଆଇସିସି ସଦସ୍ୟଙ୍କ ସହ ପୃଥକ୍‌ ଭାବେ … Read more

ଜାତିସଂଘ ରେକର୍ଡରେ ସ୍ଥାନୀତ ହେଲା ‘କିସ୍‍’

ଭୁବନେଶ୍ୱର: ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରମାଣ-ଆଧାରିତ ଶିକ୍ଷା ମାଧ୍ୟମରେ ଜନଜାତି ଭବିଷ୍ୟତକୁ ସଶକ୍ତ କରିବାରେ ଅଗ୍ରଣୀ କାର୍ଯ୍ୟ ପାଇଁ କିସ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ (ଇକୋସକ୍‍) ଉଚ୍ଚସ୍ତରୀୟ ସେଗମେଣ୍ଟ ଦ୍ୱାରା ରେକର୍ଡରେ ସ୍ଥାନିତ ହୋଇଛି। ଚଳିତ ମାସ ଇକୋସକର ସାଧାରଣ ଅଧିବେଶନରେ ଜନଜାତି ବିଷୟରେ ଆଲୋଚନା କାଳରେ କିସ୍‍ କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା ସହ ଏହା ଜାତିସଂଘ ରେକର୍ଡରେ ସ୍ଥାନୀତ ହୋଇଛି। ବିଶ୍ୱର ସବର୍ବୃହତ ଜନଜାତି ଅନୁଷ୍ଠାନ ଭାବରେ ସ୍ୱୀକୃତି ପାଇଥିବା କିସର ଜାତିସଂଘ … Read more

ପ୍ରବଳ ବର୍ଷା ନେଇ ଆଜି ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରବଳ ବର୍ଷା ନେଇ ଆଜି ପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୮ ଉପକୂଳ ଜିଲ୍ଲାରେ ଶୁଖିଲା ପାଗ ରହିବ। ଆସନ୍ତାକାଲି ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୮ ତାରିଖରେ ୧୯ ତାରିଖରେ ରାୟଗଡ଼ା, କୋରାପୁଟ, କଳାହାଣ୍ଡି, କନ୍ଧମାଳ ଓ ଗଜପତିର କିଛି ସ୍ଥାନରେ ପ୍ରବଳ ହୋଇପାରେ। ୨୧ ତାରିଖ ଯାଏ ଅଧିକ … Read more

କଲେଜ ଭଳି ସ୍କୁଲରେ ଗଠନ ହେବ ଆଇସିସି କମିଟି

ଭୁବନେଶ୍ୱର: କଲେଜ ଭଳି ସ୍କୁଲରେ ଗଠନ ହେବ ଆଇସିସି କମିଟି । ଆଇସିସି କମିଟି ସଠିକ୍ ଭାବେ ଗଠନ କରି କାମ କରିବାକୁ ଗଣଶିକ୍ଷା ବିଭାଗର କଡା ନିର୍ଦ୍ଦେଶ । ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ପରେ ଗଣଶିକ୍ଷା ବିଭାଗର ଚେତା ପଶିଛି । କଡାକଡି ନିୟମ ଲାଗୁ ପାଇଁ ଗଣ ଶିକ୍ଷା ବିଭାଗର ବଡ଼ ନିର୍ଦ୍ଦେଶ । ବାଲେଶ୍ୱର ଏଫଏମ ଛାତ୍ରୀ ମୃତ୍ୟୁ ପରେ ସଜାଗ ହୋଇଛି ଗଣଶିକ୍ଷା ବିଭାଗ । କଲେଜ … Read more

ପ୍ରେସ୍‌ ମିଟ୍‌ କରି ବିଜେଡି ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ପ୍ରେସ୍‌ ମିଟ୍‌ କରି ବିଜେଡି ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ସିଧା ପ୍ରଶ୍ନ କରିଛନ୍ତି ପୂର୍ବ ସରକାରଙ୍କୁ । ବିଜେଡ଼ି ସରକାର ଓଡିଶାକୁ ୨୪ ବର୍ଷ ଶାସନ କରିଛି । ଯିଏ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେହି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ, ଯାହା ସବୁ ଘଟଣା ତାଙ୍କ ସରକାର ସମୟରେ ହୋଇଛି, ସମସ୍ତେ ଜାଣିଛନ୍ତି । ପୀଡ଼ିତାଙ୍କୁ ଭେଟିବା ପାଇଁ ଥରେ ବି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଯାଇଥିଲେ କି ? … Read more

ଆଜି ଓଡିଶା ବନ୍ଦ :କଂଗ୍ରେସ ର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର: ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ସମେତ ୮ ବିରୋଧୀ ଦଳ । ଦୋକାନ, ବଜାର, ଶିକ୍ଷାନୁଷ୍ଠାନ ସମେତ ସମସ୍ତ କାର୍ଯ୍ୟାଳୟ, ଅଦାଲତ, ବ୍ୟାଙ୍କ ଓ ବୀମା ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି । ରାଜଧାନୀ ସମେତ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ଓ ୮ ରାଜନୈତିକ ଦଳ … Read more

ରାଜ୍ୟ କ୍ୟାବିନେଟ୍‌ରେ ୧୧ଟି ବିଭାଗର ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସ୍ଵରାଷ୍ଟ୍ର, ସ୍ୱାସ୍ଥ୍ୟ, ଶକ୍ତି, ରାଜସ୍ଵ , ଗୃହ ନିର୍ମାଣ, ଗଣଶିକ୍ଷା ଆଦି ବିଭାଗରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ କ୍ୟାବିନେଟ୍‌ ବୈଠକରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାର କ୍ୟାବିନେଟ୍‌ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଆଦର୍ଶ ବିଦ୍ୟାଳୟରେ ରେଣ୍ଟ ମୁକ୍ତ କରିଛନ୍ତି। ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଆଉ ମାସିକ ଦେୟ ଦେବାକୁ ପଡ଼ିବ ନାହିଁ। ଏଥି … Read more

ଲୋୟର ପିଏମଜିରେ ବିଜେଡି କର୍ମୀଙ୍କୁ ଟେକିନେଲା ପୋଲିସ

ଭୁବନେଶ୍ୱର: ବାଲେଶ୍ୱର ଠାରୁ ଭୁବନେଶ୍ୱର ସବୁଠି ବିରୋଧର ସ୍ୱର ଦେଖିବାକୁ ମିଳୁଛି । ରଣକ୍ଷେତ୍ର ପାଲଟିଛି ଭୁବନେଶ୍ୱର ଲୋକୟର ପିଏମଜି । ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ୍ ସହ ମୁହାଁମୁହିଁ ହୋଇଥିଲେ । ବ୍ୟାରିକେଡ୍ ଡେଇଁ ଧସେଇ ପସିବା ବେଳେ ଦୁଇ ଜଣ ବିଜେଡି ନେତା ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ପିଏମଜି ଛକରେ ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେଡି ନେତା … Read more