December 6, 2025 6:50 pm

ପ୍ରେସ୍‌ ମିଟ୍‌ କରି ବିଜେଡି ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ପ୍ରେସ୍‌ ମିଟ୍‌ କରି ବିଜେଡି ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ସିଧା ପ୍ରଶ୍ନ କରିଛନ୍ତି ପୂର୍ବ ସରକାରଙ୍କୁ । ବିଜେଡ଼ି ସରକାର ଓଡିଶାକୁ ୨୪ ବର୍ଷ ଶାସନ କରିଛି । ଯିଏ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେହି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ, ଯାହା ସବୁ ଘଟଣା ତାଙ୍କ ସରକାର ସମୟରେ ହୋଇଛି, ସମସ୍ତେ ଜାଣିଛନ୍ତି । ପୀଡ଼ିତାଙ୍କୁ ଭେଟିବା ପାଇଁ ଥରେ ବି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଯାଇଥିଲେ କି ? କଂଗ୍ରେସ ମଧ୍ୟ ୪୦ ବର୍ଷ ସରକାରରେ ଥିଲା । ବହୁତ ସଂଖ୍ୟାରେ ମହିଳା ମାନଙ୍କ ସହ ଅଘଟଣ ହୋଇଛି । କେବେ ବି ରାଷ୍ଟ୍ରପତି ଆସିଥିଲେ କି ? ବିଜେଡ଼ି ଓ କଂଗ୍ରେସ ଏବଂ ଦିଲ୍ଲୀରୁ ଆସିଥିବା କଂଗ୍ରେସ ନେତା ମାନେ ବାତାବରଣକୁ ଅଶାନ୍ତ କରୁଛନ୍ତି । ବିଜେଡ଼ି ୨୪ ବର୍ଷ ସରକାର ଭିତରେ ଜଣେ ମୁଖ୍ୟମନ୍ତ୍ରୀ ଥିଲେ । କଂଗ୍ରେସ ୪୦ ବର୍ଷ ସରକାରରେ ଥିଲା । କାହିଁକି ସେମାନେ ଏବେ ଯାଏଁ ମହିଳା ସୁରକ୍ଷା ପାଇଁ ଇକୋ ସିଷ୍ଟମ ତିଆରି କରିନଥିଲେ ? ଦୋଷାରୋପଣ ରାଜନୀତି ଚାଲିଛି । ବିରୋଧୀ ନିଜ ଅସ୍ତିତ୍ଵ ରକ୍ଷା ପାଇଁ ଏହି ସବୁ କାର୍ଯ୍ୟକ୍ରମ କରୁଛନ୍ତି । ସେମାନେ ନିଜ ଆତ୍ମସମୀକ୍ଷା କରି ରାଜରାସ୍ତାକୁ ଓହ୍ଲାଇଥିଲେ ଭଲ ହୋଇଥାନ୍ତା । ମହିଳା ମାନଙ୍କୁ ନିଜ ସମୟରେ ସେମାନେ କେତେ ନ୍ୟାୟ ଦେଇଛନ୍ତି, ଆମେ ଜାଣିଛୁ ।