ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର: ମଙ୍ଗଳବାର ରାତି ରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ପୁରୀ ଜିଲ୍ଲାପାଳ ଥିବା ଚଞ୍ଚଳ ରାଣା ହେଲେ ବିଏମସି କମିସନର। ଶିଳ୍ପ ବିଭାଗ ACS ହେମନ୍ତ ଶର୍ମା ହେଲେ I & PR ସଚିବ। ସଂସ୍କୃତି ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର ହୋଇଛନ୍ତି ଅର୍ଥ ସଚିବ। ସେ IDCO ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ରାଜ୍ୟପାଳଙ୍କ ପ୍ରମୁଖ ସଚିବ NBS ରାଜପୁତଙ୍କୁ ସାଧାରଣ ଉଦ୍ୟୋଗ ବିଭାଗ ଦାୟିତ୍ୱ ଦିଆଯାଇଛି। … Read more

ଚାଷୀ ଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର: ଓଡ଼ିଶା ସରକାର ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରୁଥିବା ସମସ୍ତ ଚାଷୀଙ୍କ ପାଇଁ ଇ-କେୱାଇସି (ଇଲେକ୍ଟ୍ରୋନିକ ନୋ-ୟୁଅର-କଷ୍ଟମର) ଯାଞ୍ଚକୁ ବାଧ୍ୟତାମୂଳକ କରି ନକଲି ଚାଷୀଙ୍କୁ ଚିହ୍ନଟ ଓ ବାଦ ଦେବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଖାଦ୍ୟ ଯୋଗାଣ ଓ ଗ୍ରାହକ କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ, ପୂର୍ବବର୍ତ୍ତୀ ଋତୁଗୁଡ଼ିକରେ ଅନେକ ନକଲି ଚାଷୀ ଧାନ ବିକ୍ରି କରୁଥିବା ଜଣାପଡ଼ିଛି। ଇ-କେୱାଇସି ପ୍ରକ୍ରିୟାରେ ଆଙ୍ଗୁଠି ଚିହ୍ନ ଓ ଆଖିର ଆଇରିସ … Read more

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ମନମୋହନ

ଭୁବନେଶ୍ୱର: ସଭାପତି ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ମନମୋହନ। ଆଗକୁ କିଛି ମନ୍ତ୍ରୀ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇ ପାରନ୍ତି। ଦିଲ୍ଲୀରେ ଶୀର୍ଷ ନେତାମାନଙ୍କୁ ଭେଟି ପାରନ୍ତି ମନମୋହନ। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆଲୋଚନା ମଧ୍ୟ ହୋଇପାରେ। ମନମୋହନଙ୍କ ସହ ଦିଲ୍ଲୀ ଗସ୍ତରେ ସଂଗଠନର ସମ୍ପାଦକ ମାନସ ମହାନ୍ତି ମଧ୍ୟ ଯାଇଛନ୍ତି।ଦୀର୍ଘ ଦିନର ଛକାପଞ୍ଝା ପରେ ପୁଣି ଥରେ ରାଜ୍ୟ ବିଜେପିକୁ ମିଳିଛି ସଭାପତି । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ … Read more

ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ହେଲେ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ

କଟକ: ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ୍‌ ଜଷ୍ଟିସ୍‌ ପାଠକଙ୍କୁ ଶପଥପାଠ କରାଇଥିଲେ । ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଜଷ୍ଟିସ ପାଠକଙ୍କ ନିଯୁକ୍ତି ସଂକ୍ରାନ୍ତ ୱାରେଣ୍ଟ ପାଠ କରିଥିଲେ । ଗୌହାଟୀ ହାଇକୋର୍ଟରୁ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ମେ … Read more

ସମସ୍ତ ସ୍କୁଲରେ ଲାଗିବ ହାଇ-ରିଜୋଲ୍ୟୁସନ ସିସିଟିଭି କ୍ୟାମେରା :ସିବିଏସଇ

ନୂଆଦିଲ୍ଲୀ: ସିବିଏସଇ ସହ ଜଡ଼ିତ ସମସ୍ତ ସ୍କୁଲରେ ହାଇ-ରିଜୋଲ୍ୟୁସନ ସିସିଟିଭି କ୍ୟାମେରା ସ୍ଥାପନ କରାଯିବା ବାଧ୍ୟତାମୂଳକ । ଏଥିରେ ରିଅଲ-ଟାଇମ ଅଡ଼ିଓ-ଭିଜୁଆଲ ରେକର୍ଡିଂ କ୍ଷମତା ରହିବ। ଏହି ନିୟମ ସ୍କୁଲ ପରିସରରେ ନିରାପତ୍ତା ବିଶେଷ କରି ଅନୁପ୍ରବେଶକାରୀଙ୍କ ବିପଦକୁ ରୋକିବା ପାଇଁ ଲକ୍ଷ୍ୟ ରଖିଛି। ସିବିଏସଇରୁ ଆଫିଲିଏସନ ନେଇଥିବା ସବୁ ସ୍କୁଲ ଏହି ନିୟମକୁ ମାନିବେ । ଅର୍ଥାତ ସବୁ ସ୍କୁଲରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲାଗିବ ସିସିଟିଭି ।ନିର୍ଦ୍ଦେଶ ଅନୁସାରେ କ୍ୟାମେରା ସ୍ଥାପନର ସ୍ଥାନଗୁଡିକ ହେଲା-ସମସ୍ତ … Read more

ଦୁଷ୍କର୍ମ ଅଭିଯୋଗରେ ଓଡିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ନିଲମ୍ବିତ

ଭୁବନେଶ୍ୱର: ଛାତ୍ରୀ ନିର୍ଯ୍ୟାତନା ବିରୋଧରେ ହାଙ୍ଗାମ କରୁଥିବା ପ୍ରଦେଶ କଂଗ୍ରେସ ଏବେ ଅଡୁଆରେ। କାରଣ ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି। ଗତକାଲି ରାତିରେ ପୋଲିସ ତାଙ୍କୁ ଗିରଫ କରିଥିବାର ଜଣାପଡିଛି। ଫଳରେ ଏହି ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ଅଡୁଆରେ ପଡିଯାଇଛି। ଯେଉଁ ଛାତ୍ର କଂଗ୍ରେସ ଛାତ୍ରୀ ଦୁଷ୍କର୍ମ ନେଇ ସ୍ୱର ଉତ୍ତୋଳନ କରୁଥିଲା ବର୍ତ୍ତମାନ ତାହାର ମୁଖିଆ ଏପରି କରିବା ଚର୍ଚ୍ଚା ପାଲଟିଛି। ପିଡିତାଙ୍କ ଅବିଯୋଗ ଅନୁସାରେ ଗତ … Read more

ଏନ୍‌ସିଇଆର୍‌ଟି ବହିରୁ ବାଦ୍‌ ପଡିଲା ପାଇକ ବିଦ୍ରୋହ…

ଭୁବନେଶ୍ୱର: ଓଡ଼ିଶାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଏନ୍‌ସିଇଆର୍‌ଟି ଦ୍ୱାରା ପ୍ରକାଶିତ ୮ମ ଶ୍ରେଣୀର ଇତିହାସ ବହିରେ ସ୍ଥାନିତ କରାଯାଇଥିଲା। କିନ୍ତୁ ଗତ ସପ୍ତାହରେ ଏନ୍‌ସିଇଆରଟିର ନୂଆ ଇତିହାସ ବହିରେ ଖୋର୍ଦ୍ଧାର ପାଇକ ବିଦ୍ରୋହକୁ ବାଦ୍‌ ଦିଆଯାଇଛି। ଏହା ଜଣାପଡିବା ପରେ ବିଭିନ୍ନ ମହଲାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହା ଓଡିଆ ଜାତିପ୍ରତି ଚରମ ଅପମାନ ବୋଲି ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ … Read more

ବୋତଲ ରେ ଦିଆଯିବନି ପେଟ୍ରୋଲ:ପେଟ୍ରୋଲିୟମ ଡିଲରସ୍ ଆସୋସିଏସନ

ଭୁବନେଶ୍ୱର: ରାଜ୍ୟରେ ସାଂପ୍ରତିକ ଘଟଣାକୁ ଦେଖି ଜୁଲାଇ ୨୧ରୁ ଆଉ ଖୋଲାରେ ପେଟ୍ରୋଲ୍ ଦିଆଯିବ ନାହିଁ ବୋଲି କହିଛନ୍ତି ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ସଭାପତି ଶଶାଙ୍କ ଶେଖର। ପେଟ୍ରୋଲ୍ ପମ୍ପରେ କେବଳ ଗାଡ଼ିରେ ହିଁ ପେଟ୍ରୋଲ୍ ଦିଆଯିବ। ନିୟମ ଥିଲେ ମଧ୍ୟ ପେଟ୍ରୋଲ୍ ପମ୍ପରେ ଏହା ପାଳନ ହେଉନଥିଲା। ବାଲେଶ୍ୱର ଓ ବଳଙ୍ଗା ଘଟଣା ପରେ ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ଏହି ନିଷ୍ପତ୍ତି ନେଇଛି। ଫଳରେ ଏବେ ଆଉ କେହି ବି ବୋତଲ ନେଇକି ଗଲେ ପେଟ୍ରୋଲ … Read more

ଏଫ୍‌ଏମ୍‌ କଲେଜରେ କ୍ରାଇମ୍‌ବ୍ରାଞ୍ଚ ଡିଜି

ବାଲେଶ୍ୱର:ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ମାମଲା । ଏଫ୍‌ଏମ୍‌ କଲେଜରେ କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ଚତୁର୍ଥ ଦିନରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ଖୋଳତାଡ଼ ଜାରି। ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା । ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ସହ କ୍ରାଇମ୍‌ବ୍ରାଞ୍ଚ DGଙ୍କ ଆଲୋଚନା ।ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ବିତିଲାଣି ସପ୍ତାହେ । ୟୁଜିସି, ଉଚ୍ଚଶିକ୍ଷା ବିଭାଗ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ପୃଥକ ଭାବେ ୩ଟି ଟିମ୍ ଦ୍ଵିତୀୟ ଦିନରେ ମଧ୍ୟ ତଦନ୍ତ କରିଛନ୍ତି । … Read more

ସ୍ୱତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ; ନୂଆ ତାରିଖ ଘୋଷଣା କରିବ ବୋର୍ଡ

ଭୁବନେଶ୍ୱର: ଆଜି ହେବାକୁ ଥିବା ସ୍ୱତନ୍ତ୍ର OTET-୨୦୨୫ ପରୀକ୍ଷା ହେଲା ସ୍ଥଗିତ । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇଟି ସିଟିଂରେ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା । ସକାଳ ୯ ଟାରୁ ସାଢ଼େ ୧୧ ଟା ପେପର ୧ ଓ ଦିନ ୨ ଟାରୁ ସାଢ଼େ ୪ ଟା ପେପର ୨ ପରୀକ୍ଷା ହୋଇଥାନ୍ତା। ରାଜ୍ୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ସ୍ୱତନ୍ତ୍ର ଓଟିଇଟି … Read more