୧୩ ଜିଲ୍ଲାରେ ୧୯ଟି ନଦୀ ଜଳାଶୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ  ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଯୋଗେ ୪,୬୦୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ୧୩ ଟି ଜିଲ୍ଲାରେ ନିର୍ମାଣ ହେବାକୁଥିବା ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୯ ଟି ଇଂଷ୍ଟ୍ରିମ ଷ୍ଟୋରେଜ ସ୍ଟ୍ରକଚର ବା ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ଗୁଡିକ  ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି … Read more

ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ  ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଆୟୋଜନ ପ୍ରସ୍ତୁତିର  ସମୀକ୍ଷା କଲେ

ଭୁବନେଶ୍ଵର: ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ତୃତୀୟ ଐତିହ୍ୟ କ୍ଯାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କାର୍ତ୍ତିକ ପାଣ୍ଡିଆନ୍‌ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ। … Read more

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ  ୨୨ ତାରିଖରେ ଦୀପ  ଜାଳିବାକୁ ଅନୁରୋଧକଲେ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ  ରାମନଗରୀ ଅଯୋଧ୍ୟାରେ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ପ୍ରଭୁ ଶ୍ରୀରାମଙ୍କ ପାଇଁ ଦୀପ ଜାଳି ଦିନଟିକୁ ସ୍ମରଣୀୟ ଓ ଐତିହାସିକ କରିବାକୁ ସମସ୍ତଙ୍କୁ ନିବେଦନ କରି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭିଡିଓ ବାର୍ତ୍ତାରେ  ଧର୍ମେନ୍ଦ୍ର କହିଛନ୍ତି ଯେ  ଯେତେବେଳେ ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସ ପରେ ଅଯୋଧ୍ୟାକୁ ଫେରିଥିଲେ, ସେତେବେଳେ ଅଯୋଧ୍ୟାବାସୀ ଆନନ୍ଦରେ ସମଗ୍ର ନଗରୀକୁ ଦୀପ ଦ୍ୱାରା ସଜାଇ … Read more

ରାଜ୍ୟରେ ଆରମ୍ଭହେଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା 

ଭୁବନେଶ୍ୱର: ଗତକାଲି ପରିକ୍ରମା ପ୍ରକଳ୍ପ  ଉଦ୍ଘାଟିତ ହେବାପରେ ରାଜ୍ୟରେ ଆରମ୍ଭ ହୋଇଛି ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା । ଲକ୍ଷ୍ମୀ ଯୋଜନା ଅନ୍ତର୍ଗତ ଏହି ବସ୍ ଗୁଡ଼ିକ ଜିଲ୍ଲା ସଦର ମହକୁମାରୁ ଭୁବନେଶ୍ୱର ଦେଇ ପୁରୀ ସହ ଯୋଡି ହେବ । ପ୍ରଥମ ପର୍ଯ୍ୟାୟରେ ୧୨ ଟି ଜିଲ୍ଲାରୁ ପୁରୀକୁ ଗଡ଼ିଛି ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ୍ ଯୋଗେ ବସ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାରୁ ୮୦ଟି ସୁପର … Read more

ଓଡିଶାରୁ ଅଧିକ ଉଷୁନା ଚାଉଳ ସଂଗ୍ରହ ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ 

ଭୁବନେଶ୍ଵର: ଚଳିତ ଖରିଫ୍ ବିପଣନ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ ଉଷୁନା ଚାଉଳ ସଂଗ୍ରହ କରିବା ପାଇଁ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ)କୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଦେଶରେ ଧାନ ଉତ୍ପାଦନ … Read more

ସୁଦର୍ଶନଙ୍କ ବାଲୁକା କଳାରେ ପୁରୀ ପରିକ୍ରମା ପ୍ରକଳ୍ପ

ପୁରୀ:  ଜାନୁଆରୀ ୧୭ ଅର୍ଥାତ ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ହେବାକୁଥିବା ବେଳେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଜଜମାନ ଭାବେ ଯଜ୍ଞରେ ପୂର୍ଣ୍ଣାହୁତି ଦେବେ । ଏଣୁ ଏହି ଦିନଟି ଏକ ଐତିହାସିକ ଦିନ । ଏହି ଅବସରରେ ପରିଚାଳନା କମିଟି ସଦସ୍ୟ ତଥା ବିଶିଷ୍ଠ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର ବେଳାଭୂମିରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକଳା । ଏଥିରେ … Read more

ଅନୁଗୁଳ ଜିଲ୍ଲା ମହୋତ୍ସବ ଉଦଯାପିତ

ବିଶ୍ୱରଞ୍ଜନ ପଟ୍ଟନାୟକ ଅନୁଗୁଳ: ଗତ ତିନି ଦିନଧରି ଅନୁଗୁଳ ଷ୍ଟାଡିୟମ୍ ରେ ଚାଲିଥିବା ଅନୁଗୁଳ ଜିଲ୍ଲା ମହୋତ୍ସବ ଉଦଯାପିତ ହୋଇଯାଇଛି। ଉଦଯାପିତ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ରାଜ୍ୟ ପରିବେଶ ଓ ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।ଜିଲ୍ଲା ମହୋତ୍ସବ ନୃତ୍ୟକଳା ଲୋକକଳା ଓ ସଙ୍ଗୀତ ର ପ୍ରଚାର ପ୍ରସାର କରିବା ସହ ସମସ୍ତଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥାଏ ବୋଲି ମନ୍ତ୍ରୀ ଶ୍ରୀ ଅମାତ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।ସରକାର ଦୁସ୍ଥ … Read more

ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ମହାସଭାର ବୈଠକ  ଅନୁଷ୍ଠିତ 

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ବ୍ରହ୍ମପୁର  ମହାନଗର ଅନ୍ତର୍ଗତ ଗୋଷାଇଁନୂଆଗାଁ ଗକୁଳଧାମ ମନ୍ଦିର ପରିସରରେ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ମହାସଭାର ଏକ ବୈଠକ ସଭାପତି ଲକ୍ଷ୍ମୀନାରାୟଣ ଚୌଧୁରୀଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇଥିଲା।ମହାସଭାର ସାଧାରଣ ସମ୍ପାଦକ ଲକ୍ଷ୍ମଣ ଚୌଧୁରୀ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ହେବାକୁଥିବା ଆଗାମୀ 28 ତାରିଖ ରବିବାର ଦିନ  ଗୁରୁଣ୍ଠି ସ୍ଥିତ ନିଜସ୍ବ କାର୍ଯ୍ଯାଳୟ ଠାରେ ମହାସଭାର ସାଧାରଣ ବୌଠକ ଓ ବନ୍ଧୁମିଳନ କାର୍ଯ୍ଯକ୍ରମ ସମ୍ପର୍କରେ ଆଲୋଚନା ସହ ବିଭିନ୍ନ କମିଟି ଗଠନ କରାଯାଇଥିଲା। … Read more

ମା ହିଙ୍ଗୁଳାଙ୍କ ମନ୍ଦିରରେ ସ୍ଵଚ୍ଛତା ଅଭିଯାନରେ ଶ୍ରମଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ଅନୁଗୁଳ : ରବିବାର ଦିନ ମାଆ ହିଙ୍ଗୁଳାଙ୍କ ମନ୍ଦିରରେ ସଫେଇ କାର୍ଯ୍ୟକ୍ରମରେ ପତ୍ନୀଙ୍କ ସହ ଶ୍ରମଦାନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ଆଠମଲ୍ଲିକରେ ଜଂଘା ବଳଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ୍ ହୋଇଥିଲେ କେନ୍ଦ୍ରମନ୍ତ୍ରୀ। ପୁନଶ୍ଚ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଛେଣ୍ଡିପଦା ସ୍କୁଲ ପ୍ଲାଟିନମ୍ ଜୁବଲି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସହ ଯୋଗଦେଇଥିଲେ । ସ୍କୁଲ ଶିକ୍ଷାରେ କଳା ଓ ଦକ୍ଷତା ବିକାଶ ଉପରେ ପ୍ରାଧାନ୍ୟ ଦେବାକୁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । । ଏହି ଅବସରରେ କେନ୍ଦ୍ର … Read more

ଓଡ଼ିଶାରେ ଏଥର ବିଜେପି ସରକାର: ହିମନ୍ତ ବିଶ୍ଵଶର୍ମା

ଭୁବନେଶ୍ୱର: ଓଡ଼ିଶାରେ ଏଥର ବିଜେପି ସରକାର ଗଠନକରିବା ନେଇ ଦୃଢ଼ ଆଶାପୋଷଣ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ଶର୍ମା ଆଜି ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଯୁକ୍ତି ରଖିବା ସହ ବିଜେପି ସରକାରର ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଓଡ଼ିଶା ଆସିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀ ଶର୍ମା କହିଛନ୍ତି, ଓଡ଼ିଶାରେ ବିଜୁ ଜନତା ଦଳ ଲୋକଙ୍କ ମନରେ … Read more