ଏମ୍‌ସ ଭୁବନେଶ୍ୱରରେ ଡ୍ରୋନ୍ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ 

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଜାତୀୟ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଆଜି ଡ୍ରୋନ୍ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ ହୋଇଯାଇଛି। ମଙ୍ଗଳବାର ହୋଇଥିବା ସଫଳ ପରୀକ୍ଷଣର ଦୁଇ ଦିନ ପରେ, ଏହି ଜାତୀୟ ଅନୁଷ୍ଠାନ ସ୍ବଳ୍ପ ସମୟ ମଧ୍ୟରେ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ସହିତ ରକ୍ତ ଆଦିର ପରିବହନ ପାଇଁ ଡ୍ରୋନ୍ ବ୍ୟବହାର ଆରମ୍ଭ କରିଛି। ଏମ୍‌ସ ଭୁବନେଶ୍ୱର ପରିସରରୁ ପ୍ରାୟ ୬୦ କିମି ଦୂରରେ ଅବସ୍ଥିତ ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ … Read more

ସତ୍ୟବାଦୀ ଓଡିଆ ବିଶ୍ୱବିଦ୍ୟାଳୟ ଲୋକାର୍ପିତ

ସତ୍ୟବାଦୀ: ଓଡିଆ ଅସ୍ମିତା ପାଇଁ ଲୋକାର୍ପିତ ହୋଇଛି ନୂତନ ସୌଧ । ଆଉ ଏହି ମୁହୁର୍ତର ମୁକସାଖୀ ହୋଇଛି ସତ୍ୟବାଦୀ । ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମଭୂମି ସତ୍ୟବାଦୀର ପଂଚସଖା କ୍ରୀଡ଼ାଙ୍ଗନ ପରିସରରେ ଭର୍ଚୁଆଲ ମାଧ୍ୟମରେ ନୂଆ କ୍ୟାମ୍ପସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଓଡିଆ ଭାଷା ଓ ପାରମ୍ପରିକ ସାହିତ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଛି ଓଡିଆ ବିଶ୍ୱବିଦ୍ୟାଳୟ । ୪ ବର୍ଷରେ ନିର୍ମାଣ କାମ ସରିଥିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି … Read more

ଗଉଞ୍ଜୁ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ପକ୍ଷରୁ ସଚେତନତା ଶିବିର

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଉଞ୍ଜୁ ଗ୍ରାମ ପଂଚାୟତ ରେ  ଆମ ଓଡ଼ିଶା ନବୀନ ଓଡ଼ିଶା  ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହିଇଯାଇଛି ।ମୁଖ୍ୟଅତିଥି ଭାବେ  ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ର ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ  କରିଥିବା ବେଳେ  ।ବିଭିର୍ଣ ବିଭାଗ ର ପଦାଧିକାରୀ ମାନେ ସରକାର ଙ୍କର ବିଭିର୍ଣ ଯୋଜନା ସମର୍କ ରେ ଉପସ୍ଥିତ ଜନତା ଙ୍କୁ ବୁଝେଇଥିଲେ।ସରପଞ୍ଚ ନିରଞ୍ଜନ … Read more

କଞ୍ଚୁରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ‘ନୂଆ-ଓ’ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ

ପ୍ରଭାତ କୁମାର ମହାରଣା ହିଞ୍ଜିଳିକାଟୁ:  ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପରିପ୍ରେକ୍ଷୀରେ ଆୟୋଜିତ “ନୂଆ-ଓ” ସାହିତ୍ୟ ପ୍ରତିଯୋଗିତା ର ଉଦଯାପନୀ ଉତ୍ସବ ଆଜି ହିଞ୍ଜିଳିକାଟୁ ବ୍ଲକ୍ ଅଧୀନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,କଞ୍ଚୁରୁ ରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ ସୁଜିତ୍ କୁମାର ପାଢ଼ୀ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସଭା ମୁଖ୍ୟ ଭାବେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଏଲ୍.ଗୋରୀ ଆଚାରୀ,ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମଦନ ମୋହନ ସେଠୀ,ମୁଖ୍ୟ … Read more

୨୭ନଂ ୱାର୍ଡରେ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଧୂମଧାମରେ ପାଳିତ

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ଦୀର୍ଘ ଶତଶତ ବର୍ଷର ସଂଗ୍ରାମ ପରେ ସରଜୁ ନଦୀର କୂଳରେ ଅଯୋଧ୍ଯା ଠାରେ ରଘୁବଂଶୀ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ଶିଶିର ଋତୁ ପୌଷମାସ  ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ଅବସରରେ ବ୍ରହ୍ମପୁର ମହାନଗର ନିଗମ ୨୭ନଂ ୱାର୍ଡ  ଆନୁକୂଲ୍ଯରେ ୱାର୍ଡରେ ଥିବା  ରଘୁନାଥ ମନ୍ଦିର ଓ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସକାଳ ୬.୦୦ଘଟିକା: ମଙ୍ଗଳ ଆଳତି, ଘ୯.୦୦:ରେ ହୋମ, ଅପରାହ୍ନ ୦୩.୦୦ :ରାମଚରିତ ମାନସ ପାଠ, ସଂଧ୍ଯା ୬.୩୦: ଦୀପାବଳି/ଦୀପଦାନ … Read more

ଶିମିଳିପାଳରେ ଅଭୟାରଣ୍ୟରେ ହେବ ବିଶ୍ଵର ପ୍ରଥମ  କଳାବାଘ ସଫାରୀ

ଭୁବନେଶ୍ୱର: ବନ୍ୟପ୍ରାଣୀ ପ୍ରେମୀଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ ପର୍ଯ୍ୟଟକମାନେ ସଫାରୀ ଭିତରେ ବିରଳ କଳାବାଘ ଦେଖିବାର ସୁଯୋଗ ପାଇବେ। ଶିମିଳିପାଳ ଅଭୟାରଣ୍ୟରେ ହେବ କଳାବାଘ ସଫାରୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି।  ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପ ପ୍ରସ୍ତାବକୁ ଏନଟିସିଏର ଅନୁମୋଦନ ମିଳିବା ପରେ, ସ୍ବତନ୍ତ୍ର ଟିମ୍ କ୍ଷେତ୍ର ପରିଦର୍ଶନ କରିବ। ୨ଶହ ହେକ୍ଟର ଏରିଆ ଏନଏଚ-୧୮ କଡରେ ହେବ ସଫାରୀ । ୧ଶହ … Read more

ସୁବୋଧ କୁମାର ନାୟକ ଚାନ୍ଦିପୁର ପିଏକ୍ସଇର ନୂଆ ନିର୍ଦ୍ଦେଶକ

ବାଲେଶ୍ଵର: ଚାନ୍ଦିପୁର ପିଏକ୍ସଇ(ପ୍ରମାଣ ତଥା ପ୍ରାୟୋଗିକ ସ୍ଥାପନା)ର ନିର୍ଦ୍ଦେଶକ ଭାବେ ବୈଜ୍ଞାନିକ(ଜି) ସୁବୋଧ କୁମାର ନାୟକ ଯୋଗଦାନ କରିଛନ୍ତି। ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର  ଶ୍ରୀ ନାୟକ ୧୯୯୧ ମସିହାରେ ଉକ୍ତ ଅନୁଷ୍ଠାନରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ସମ୍ମାନ ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ ଭାରତୀୟ ବୈଷୟିକ ଅନୁଷ୍ଠାନ ମୁମ୍ବାଇରୁ ଏରୋସ୍ପେସ ଇଂଜିନିୟରିଂରେ ଏମ୍‌ଟେକ୍‌ ଡିଗ୍ରୀ ହାସଲ କରିଥିଲେ। ସେ ଡିଆଇଏଟି ପୁନେରୁ ଫେଲୋସିପ୍‌ ସମାପ୍ତ କରିବା ପରେ ୧୯୯୪ ସେପ୍ଟେମ୍ବର … Read more

ସମ୍ବଲପୁର ରୋଜଗାର ମେଲାରେ ୧୦୯୫ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ସମ୍ବଲପୁର: କୌଶଳ ମହୋତ୍ସବରେ ସାହୀ ଏକ୍ସପୋର୍ଟ, ଏଲ ଆଣ୍ଡ ଟି ଫାଇନାନ୍ସ, ରିଲାଇନ୍ସ ଜିଓ କମ୍ପାନୀ ସହ ବ୍ୟାଙ୍କିଂ, ଇଲେକ୍ଟ୍ରୋନିକ୍ସ, ଆଇଟି, ମ୍ୟାନେଜମେଣ୍ଟ, ମାଇନିଂ, ପର୍ଯ୍ୟଟନ ଏବଂ ଆତିଥେୟତା କ୍ଷେତ୍ରରେ  ଚୟନ ହୋଇଥିବା ୧୦୯୫ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।       ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅନ୍ତର୍ଗତ ଏନଏସଡିସି ଦ୍ୱାରା ସମ୍ବଲପୁର ଜିଲ୍ଲାର ଧାନକଉଡ଼ା … Read more

୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର 

ନରାଜରେ ହେବ ବୈଦ୍ୟୁତିକ ଯାନ ଓ ବ୍ୟାଟେରୀ ଉତ୍ପାଦନ ପ୍ରକଳ୍ପ  ଭୁବନେଶ୍ୱର: ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ ବୈଠକରେ ୧୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏନେଇ ମୁଖ୍ୟ ଶାସନ ସଚିବ ପିକେ ଜେନା ସୂଚନା ଦେଇଛନ୍ତି । କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ଗଜପତି ଭଳି ରାଜ୍ୟର ୬ଟି ଜିଲ୍ଲାରେ ସ୍ଥାୟୀ ଜୀବିକା ନିମାନେ କଫି ଚାଷ କାର୍ଯ୍ୟକାରୀ କରାଯିବ | ଏହା ମାଧ୍ୟମରେ … Read more

୭୫ତମ ସାଧାରଣତନ୍ତ୍ର ରେ ରାଜ୍ୟର କିଏ କେଉଁଠି କରିବେ ଜାତୀୟ ପତାକା ଉତ୍ତୋଳନ

ଭୁବନେଶ୍ୱର:  ଆସନ୍ତା ୨୬ ତାରିଖରେ  ୭୫ତମ ସାଧାରଣତନ୍ତ୍ର ଦିବସ  ସାରା ଦେଶରେ ବେଶ  ଧୂମଧାମରେ ପାଳନ କରାଯିବାକୁ ଥୁବାବେଳେ  ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଓ ଜିଲ୍ଲା ମୁଖ୍ୟାଳୟଗୁଡ଼ିକରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ କରାଯିବ। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ରାଜ୍ୟପାଳ ରଘୁବର ଦାସ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମାବେଶରେ ଜାତୀୟ ପତାକା ଉତ୍ତୋଳନ କରିବେ। ସେହିପରି ମନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ଅନ୍ୟ ସ୍ଥାନରେ ପତାକା … Read more