ବାବା ସାହେବ ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସ୍‌ଷ୍ଟାଣ୍ଡ ଭାରତୀୟ ସମ୍ବିଧାନର ଅନ୍ୟତମ ପ୍ରଣେତା  ତଥା ସାମାଜିକ ନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏବେ ବରମୁଣ୍ଡା ବସଷ୍ଟାଣ୍ଡ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ ଭାବରେ ପରିଚିତ ହେବ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଡକ୍ଟର ଆମ୍ବେଦକର ଜଣ ଦୂରଦର୍ଶୀ ନେତା … Read more

୮ ତାରିଖ ପର୍ଯ୍ୟନ୍ତ ଚାଲିବ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: ଶନିବାରଠାରୁ ସ୍ଥାନୀୟ ଜନତା ମଇଦାନ୍‌ରେ ଆରମ୍ଭ ହୋଇଥିବା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ୮ ତାରିଖ ଯାଏଁ ଜାରି ରହିବ ।  ଏହି ସମ୍ମିଳନୀର ଆଜି ଉଦ୍‌ଯାପନୀ ହେବାକୁ ଥିବା ବେଳେ ଏହାକୁ ଆଉ ୩ ଦିନ ବଢ଼ାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଣିକି ପ୍ରତି ୫ ବର୍ଷରେ ଥରେ ଏହି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କରାଯିବ। ସୂଚନାଯୋଗ୍ୟ, ସାରା ବିଶ୍ୱରେ ଓଡ଼ିଆ ଭାଷାର … Read more

‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଫେବ୍ରୁଆରୀ ୩ରୁ

ଭୁବନେଶ୍ୱର:  ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଫେବ୍ରୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତ ବିଭାଗର ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବିଭାଗର କମିସନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର କାର୍ତ୍ତିକେୟନ ପ୍ରମୁଖ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ଏହି ସମ୍ମିଳନୀରେ ଅନେକ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବିଦ୍ୱାନ-ପଦ୍ମଶ୍ରୀ ପ୍ରଫେସର ହରମାନ … Read more

କୁନି ପ୍ରତିଭା ନ୍ୟାସାଙ୍କୁ ଉତ୍କଳ ଗୌରବ ପୁରସ୍କାର

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ଆଧୁନିକ ଓ ସମ୍ବଲପୁରୀ ନୃତ୍ୟରେ ନିପୁଣ ନ୍ୟାସା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଛନ୍ତି । ସମ୍ପ୍ରତି ଭୁବନେଶ୍ୱର ଠାରେ କଳିଙ୍ଗ କଳାକେନ୍ଦ୍ର ପକ୍ଷରୁ ଏହାର ପ୍ରତିଷ୍ଠାତା ମାନଗୋବିନ୍ଦ ନାୟକଙ୍କ ତତ୍ତ୍ୱାବଧାଳନରେ ଅଞ୍ଜଳି ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଆୟୋଜିତ ନୃତ୍ୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ନ୍ୟାସା କୃତିତ୍ୱ ହାସଲ କରିଛନ୍ତି । ତାଙ୍କର ଉଚ୍ଚକୋଟୀର ନୃତ୍ୟ କଳା ପ୍ରଦର୍ଶନ ପାଇଁ ଆୟୋଜକ ଅନୁଷ୍ଠାନ ପକ୍ଷରୁ ଉତ୍କଳ … Read more

ପରିବାର ପାଇଁ ବୋଝ ହୋଇନାହାନ୍ତି ଦିବ୍ୟାଙ୍ଗ ଶିବାନୀ, ମମତା

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ପୁଅ-ଝିଅ ଭେଦଭାବ ଦୂର ପାଇଁ ସରକାର ବହୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବେଟି ବଚାଓ ବେଟି ପଢ଼ାଓ ଯୋଜନାରେ ଶିଶୁକନ୍ୟାର ସୁରକ୍ଷା, ଝିଅମାନଙ୍କ କାର୍ଯ୍ୟଦକ୍ଷତା ଓ ସାମଗ୍ରିକ ବିକାଶ ପାଇଁ କାମ କରାଯାଉଛି । ତଥାପି ଲୋକେ ଏ ଦିଗରେ ସଚେତନ ହେଉ ନାହାନ୍ତି । ଝିଅ ଜନ୍ମ ପରେ ପରିବାରବର୍ଗ ତାକୁ ବୋଝ ବୋଲି ଭାବୁଛନ୍ତି । କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ଦୁଇ ଦିବ୍ୟାଙ୍ଗ … Read more

ସଞ୍ଜୀବ ପଣ୍ଡା ଟୁଇନ୍ ସିଟି ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ 

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଟୁଇନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ବିଦାୟୀ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ଏହି ଅବସରରେ ନୂଆ ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନ ଥିବାରୁ ତାହାକୁ କିପରି ସୁରଖୁରୁରେ ସମ୍ପାଦନ କରାଯିବ, ସେଥିନିମନ୍ତେ ଏବେଠୁ ପ୍ରସ୍ତୁତି … Read more

ଫେବ୍ରୁଆରୀ ୨୭ ରେ ରାଜ୍ୟସଭା ନିର୍ବାଚନ

ଭୁବନେଶ୍ୱର:  ୧୫ ରାଜ୍ୟର ୫୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ଏଠି ସହ ଓଡ଼ିଶାରୁ ଖାଲି ହେଉଥିବା ୩ ଆସନରେ ମଧ୍ୟ ଫେବ୍ରୁଆରୀ ୨୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଫେବ୍ରୁଆରୀ ୮ ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ଫେବ୍ରୁଆରୀ ୧୫ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ । ୧୬ ରେ ନାମାଙ୍କନପତ୍ର ଯାଞ୍ଚ ହେବ । ୨୦ ତାରିଖ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ … Read more

କେନ୍ଦୁଝର ନୂଆ-ଓ କାର୍ଯ୍ୟକ୍ରମରେ  ଯୋଗଦେଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

କେନ୍ଦୁଝର: ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସ୍ଥାନୀୟ ଧରଣୀଧର ବିଶ୍ଵବିଦ୍ୟାଳୟ‌ ପଡ଼ିଆରେ ଅନୁଷ୍ଠିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଜୀବନରେ ସଫଳତା ପାଇବାକୁ ହେଲେ କ’ଣ କରିବା ଦରକାର ସେ ନେଇ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏହାସହ ୟୁନିଭର୍ସିଟିରେ ଚାଲିଥିବା ଉନ୍ନୟନ କାମ ଦେଢ଼ ମାସ ମଧ୍ୟରେ ଶେଷ ହେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ପିଲାମାନଙ୍କ ସହ କଥା ହୋଇ ୫ଯି ଅଧ୍ୟକ୍ଷ କହିଥିଲେ, ‘ନିଜ ପ୍ରତିଭା ପରିପ୍ରକାଶ କରିବାର ଏକ ଭଲ ପ୍ଲାଟଫର୍ମ ହେଉଛି ନୂଆ-ଓ କାର୍ଯ୍ୟକ୍ରମ। … Read more

୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ‘କ୍ରାନ୍ତି’  ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ‘ ମେରୀ ଜାନ୍ ହିନ୍ଦୁସ୍ତାନ-୨୦୨୪’ ମହାସମାରୋହରେ ପାଳିତ 

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: :ସ୍ଥାନୀୟ ବ୍ରହ୍ମା ନଗର ୧ମ ସାରଣୀ ସ୍ଥିତ କ୍ରାନ୍ତି ଅନୁଷ୍ଠାନ ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ମେରୀ ଜାନ୍ ହିନ୍ଦୁସ୍ତାନ -୨୦୨୪’ ସ୍ଥାନୀୟ ହିଲିପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସମସ୍ତ ଅତିଥି ମାନେ ପ୍ରଥମେ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। କ୍ରାନ୍ତି ଅନୁଷ୍ଠାନର କାର୍ଯୟନିର୍ବାହୀ ନିର୍ଦ୍ଦେଶକ … Read more

ପରଲୋକରେ ଗଞ୍ଜାମର ଲୋକନୃତ୍ୟ ଗୁରୁ ରଘୁନାଥ ଶତପଥୀ

ବ୍ରହ୍ମପୁର: ଗଞ୍ଜାମର ଲୋକନୃତ୍ୟ ପ୍ରହଲ୍ଲାଦ ନାଟକ ଘରେ ଘରେ ପରିଚିତ ଥିବା ବେଳେ ଏହାର ମୁଖ୍ୟ କର୍ଣ୍ଣଧାର ରଘୁ ମାଷ୍ଟ୍ରେ ଓରଫ୍ ରଘୁନାଥ ଶତପଥୀ ବେଶ୍ ପରିଚିତ । ଏହି ଲୋକକଳାର ପ୍ରଚାର   ପ୍ରସାର ପାଇଁ ଦିନ ରାତି ଏକ କରିଦେଇଥିଲେ ସ୍ୱର୍ଗତ ରଘୁମାଷ୍ଟ୍ରେ । ୧୪.୦୭.୧୯୪୨ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଗଉଞ୍ଜୁ ଗ୍ରାମର ଜନ୍ମିତ ସ୍ୱର୍ଗତ ଶତପଥୀ ଲୋକକଳା ପ୍ରତି ନିଜର   ନିଷ୍ଠା ପାଇଁ ଘରେ ଘରେ ପରିଚିତ ଥିଲେ । ତାଙ୍କରି କଳାପ୍ରତି … Read more