ଶକ୍ତିଶ୍ରୀ : ଶକ୍ତିଶ୍ରୀ ସଂଯୋଜିକା ଓ ଶକ୍ତିଅପାଙ୍କୁ ମନୋନୀତ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ “ଶକ୍ତିଶ୍ରୀ କାର୍ଯ୍ୟକ୍ରମ”କୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିଗତ ଜୁଲାଇ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ସମ୍ବନ୍ଧରେ ଘୋଷଣା କରିଥିଲେ। ଶକ୍ତିଶ୍ରୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଏକ ସ୍ଥାୟୀ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ସ୍ଥାପନ କରାଯିବ ଯାହାକି ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିବା ସହିତ ଛାତ୍ରୀମାନଙ୍କର … Read more

ଚଳିତ ବର୍ଷ ମିଳିବ ୪୦ ହଜାର ନିଯୁକ୍ତି,ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ଯୁବବର୍ଗଙ୍କ ପାଇଁ ସରକାରୀ ଚାକିରିର ଏକ ବଡ଼ ସୁଯୋଗ ଆଣିଛନ୍ତି। ଚଳିତ ବର୍ଷ ରାଜ୍ୟ ସରକାର ଆଉ ୪୦ ହଜାର ସରକାରୀ ଚାକିରି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମାଝୀ ଘୋଷଣା କରିଛନ୍ତି। ଏକ୍ସ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇ ସେ କହିଛନ୍ତି ଯେ, ତାଙ୍କ ସରକାର ପ୍ରଥମ ବର୍ଷରେ ୨୮ ହଜାର ଚାକିରି ପ୍ରଦାନ କରିସାରିଛନ୍ତି ଏବଂ ଦ୍ୱିତୀୟ ବର୍ଷରେ ୪୦ ହଜାର … Read more

ପ୍ରକାଶ ପାଇଲା ବିଏଡ୍‌ ନାମଲେଖା ସମୟସୂଚୀ

ଭୁବନେଶ୍ୱର : ଆଜି ପରୀକ୍ଷାର୍ଥୀଙ୍କ ପରିବର୍ତ୍ତିତ ମାର୍କ ପ୍ରକାଶ ପାଇବ। ମାର୍କ ଅନୁଯାୟୀ ପୂର୍ବରୁ ଦେଇଥିବା ଚଏସ୍‌ ଲକିଂ ଅଗଷ୍ଟ ୪ ତାରିଖ ସୁଦ୍ଧା ପରିବର୍ତ୍ତନ କରିପାରିବେ। ଏହାପରେ ୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୩ ତାରିଖ ମଧ୍ୟରେ ସ୍ଲାଇଡ୍‌ ବା ଫ୍ରିଜ୍‌ ଅପ୍‌ସନ୍‌ ଦେବେ। ଏହାସହ ୧୧ରୁ ୧୩ ତାରିଖ ମଧ୍ୟରେ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନକୁ ଯାଇ ନାମଲେଖାଇ ପାରିବେ। ୧୯ ତାରିଖରେ … Read more

ନିର୍ଧାରିତ ସମୟ ଅବଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପୂର୍ତ୍ତ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପୂର୍ତ୍ତ ବିଭାଗ ପକ୍ଷରୁ ଲୋକସେବା ଭବନ କନଭେନସନ ହଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୫୦ କୋଟିରୁ ଉର୍ଦ୍ଧ୍ବ ପ୍ରକଳ୍ପର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ କହିଲେ ବିଭିନ୍ନ ରାସ୍ତା ଘାଟ ତଥା କୋଠାବାଡ଼ିର ନିର୍ମାଣ ସହିତ ଏହାର ମରାମତିକୁ ଗୁରୁତ୍ୱ ଦେବାକୁ ପଡିବ I ଏଥିପାଇଁ ବିଭାଗର ଇଞ୍ଜିନିୟର ମାନଙ୍କୁ ସେମାନଙ୍କ କାର୍ଯ୍ୟ ଶୈଳୀରେ ଉନ୍ନତି ଆଣିବାକୁ ପଡିବ I ବର୍ତ୍ତମାନ ଆମେ ସର୍ବଭାରତୀୟ ସ୍ତରରେ ଭଲସ୍ଥାନରେ ଥିବା ବେଳେ ଆମକୁ ଆହୁରି ଅଧିକ ଉପରକୁ … Read more

ରଥଯାତ୍ରା ରେ ଦଳାଚକଟା ଘଟଣାରିପୋର୍ଟ ଦାଖଲ କଲେ ଉନ୍ନୟନ କମିଶନର

ଭୁବନେଶ୍ୱର: ରଥ ସମ୍ମୁଖରେ ଦଳାଚକଟାରେ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟକୁ ଉନ୍ନୟନ କମିସନର ଅନୁ ଗର୍ଗ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଛନ୍ତି। ଏହି ଘଟଣାରେ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ତଦନ୍ତ ଚାଲିଥିଲା। ମାସକ ମଧ୍ୟରେ ରିପୋର୍ଟ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମତୀ ଗର୍ଗ ଏକ ମାସ ଦୁଇ ଦିନରେ ରିପୋର୍ଟ ଦେଇଛନ୍ତି। ଏହି ଘଟଣା ପାଇଁ କିଏ ଦାୟୀ, ବ୍ୟବସ୍ଥାଗତ ବିଫଳତା, ଏହାକୁ କିପରି ଏଡ଼ାଯାଇପାରିଥାନ୍ତା, … Read more

ଆସନ୍ତା କଲି ରାଜ୍ୟ କ୍ୟାବିନେଟ୍‌: ୬ଟି ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା

ଭୁବନେଶ୍ୱର: ଅଗଷ୍ଟ ପହିଲାରୁ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ୍‌ ବୈଠକରେ ୬ଟି ବିଭାଗର ୭ଟିରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବାକୁ ରହିଛି। ସେଥିମଧ୍ୟରେ ରାଜ୍ୟର ରାଜସ୍ବ ନୀତିରେ କେତେକ ସଂଶୋଧନ ସହ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ରହିଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।ସୂଚନାଯୋଗ୍ୟ, ଇତିମଧ୍ୟରେ ରାଜ୍ୟ … Read more

OSSSC ବାତିଲ କଲା ଆରଆଇ-ଅମିନ ପ୍ରିଲିମ୍‌ ପରୀକ୍ଷା

ଭୁବନେଶ୍ବର: ଆରଆଇ ଅମିନ ମିଳିତ ପ୍ରିଲିମ୍‌ ଓ ମୁଖ୍ୟ ପରୀକ୍ଷା ରଦ୍ଦ । ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (OSSSC) ରେଭେନ୍ୟୁ ଇନ୍‌ସ୍ପେକ୍ଟର (RI), ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍‌ସ୍ପେକ୍ଟର (ARI), ଅମିନ ଏବଂ ଆଇସିଡ଼ିଏସ ସୁପରଭାଇଜର ପଦବୀ ପାଇଁ ଆୟୋଜିତ କମ୍ବାଇନ୍‌ଡ ରିକ୍ରୁଟମେଣ୍ଟ ଏକ୍ସାମିନେସନ (CRE) ୨୦୨୪ର ପ୍ରିଲିମିନାରୀ ପରୀକ୍ଷା ବାତିଲ କରିଛି। ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ ଆଡ଼ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ । ପ୍ରିଲିମିନାରୀ ପରୀକ୍ଷା ରଦ୍ଦ କରାଯାଇଥିବା ବେଳେ ଆସନ୍ତା ଅଗଷ୍ଟ … Read more

ରାକ୍ଷୀ ପୂର୍ଣିମାରେ ମୁଖ୍ୟମନ୍ତ୍ରୀ ଯିବେ କୋରାପୁଟ, ବାଣ୍ଟିବେ ତୃତୀୟ ପର୍ଯ୍ୟାୟ ସୁଭଦ୍ରା କିସ୍ତି

କୋରାପୁଟ: ଅଗଷ୍ଟ ୯ ତାରିଖ ଅର୍ଥାତ୍ ରକ୍ଷାବନ୍ଧନରେ ମହିଳା ପାଇବେ ଉପହାର। ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତରେ ଆସି ଜୟପୁରରୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିବେ। କୋଟିଆ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ନୂଆରେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ … Read more

ସ୍କୁଲ୍‌ ଛାତ୍ରଛାତ୍ରୀ ଙ୍କ ବସ୍ତାନି ଓଜନ ଚେକ୍ କରିବେ ବିଇଓ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ସ୍କୁଲ୍‌ ବସ୍ତାନି ବୋଝ ଦିନକୁ ଦିନ ବଢ଼ି ଚାଲିଚାଲିଛି l ପୂର୍ବରୁ ଏନେଇ କଟକଣା ଥିଲେ ମଧ୍ୟ ଅନେକ ସ୍କୁଲ୍‌ ଏହାକୁ ମାନୁନଥିବା ନେଇ ଅଭିଯୋଗ ହୋଇ ଆସୁଛି। ଏହାକୁ ନେଇ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ପୁଣି ଥରେ ନିର୍ଦ୍ଦେଶନାମା ଜାରି କରାଯାଇଛି।ଛାତ୍ରଛାତ୍ରୀମାନେ ସେମାନଙ୍କ ଓଜନର ୧୦ ପ୍ରତିଶତରୁ କମ୍‌ ଓଜନର ସ୍କୁଲ୍‌ ବ୍ୟାଗ ନେବେ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ଉଦାହରଣ ସ୍ୱରୂପ ୩୦ କିଲୋ ଓଜନର ଛାତ୍ରଛାତ୍ରୀମାନେ ୩କିଲୋରୁ କମ୍‌ ଓଜନର … Read more

ରାଜ୍ୟରେ ୨.୭୩ ଲକ୍ଷ ନକଲି ଚାଷ ପ୍ଲଟ୍‌, ସର୍ଭେ ରିପୋର୍ଟ

ଭୁବନେଶ୍ୱର: ରାଜ୍ୟରେ ୨.୭୩ ଲକ୍ଷ ନକଲି ଚାଷ ପ୍ଲଟ୍‌ ଚି଼ହ୍ନଟ ହୋଇଛି l ଚାଷ ଜମି ନୁହେଁ, କିନ୍ତୁ ରାଜ୍ୟର ୨.୭୩ ଲକ୍ଷ ପ୍ଲଟ୍‌ରେ ଚାଷ କରାଯାଇଥିବା ଦର୍ଶାଇଛନ୍ତି ଚାଷୀ। ଏଥିରେ ବାଲେଶ୍ୱର ଜିଲ୍ଲାର ସର୍ବାଧିକ ୪୯ ହଜାର ୭୧୦ ପ୍ଲଟ୍‌ ରହିଛି। ପଶ୍ଚିମଓଡ଼ିଶାର ବରଗଡ଼ ଜିଲ୍ଲାରେ ୩୮ ହଜାର ୫୬୭, ବଲାଙ୍ଗୀରରେ ୬୪୧୭, ବୌଦ୍ଧରେ ୩୧୧୩, ଝାରସୁଗୁଡ଼ାରେ ୧୦୫୪, କଳାହାଣ୍ଡିରେ ୨୦ ହଜାର ୧୨୧, ସମ୍ବଲପୁରରେ ୫୭୬୫, ସୁବର୍ଣ୍ଣପୁରରେ ୧୦ ହଜାର ୧୪୩ ଓ ସୁନ୍ଦରଗଡ଼ରେ … Read more