ବ୍ରହ୍ମପୁର କଲେଜରେ ଏସସିବି ମେଡିକାଲର ଛାତ୍ରଛାତ୍ରୀଙ୍କୁ ମାଡ଼ମାରିବା ଅଭିଯୋଗ

କଟକ: ବ୍ରହ୍ମପୁର ମେଡିକାଲ କଲେଜରେ କଟକ ବଡ଼ ମେଡିକାଲର ଡାକ୍ତର ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ବ୍ରହ୍ମପୁର ମେଡିକାଲ କଲେଜରେ ଆୟୋଜିତ ଡ୍ୟୁଟି ମିଟ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ କଟକ ବଡ଼ ମେଡିକାଲ ୧୧୦ ଡାକ୍ତରୀ ଛାତ୍ରଛାତ୍ରୀ ଯାଇଥିଲେ । ହେଲେ ସେଠାରେ ସ୍ବାଗତ ନାଁରେ ସେମାନଙ୍କୁ ମାଡ଼ ମାରି ଲହୁ ଲୁହାଣ କରାଯାଇଥିବା ଅଭିଯୋଗ ହୋଇଛି । ଯେଉଁ ବସ୍‌ରେ ପିଲାମାନେ ଯାଇଥିଲେ ସେ ବସ୍ ଭାଙ୍ଗି ଦେଇଛନ୍ତି ଏମ୍‌କେସିଜି ଛାତ୍ରଛାତ୍ରୀ । … Read more

ଚନ୍ଦକା ଥାନାରୁ ଫେରାର ହେଇଗଲା ଚୋର

ଭୁବନେଶ୍ୱର: ଚନ୍ଦକା ଥାନାରୁ ଫେରାର ହେଇଗଲା ଚୋର। କନେଷ୍ଟବଳଙ୍କୁ ଧକ୍କା ଦେଇ କାଲି ଚନ୍ଦକା ଥାନାରୁ ଚମ୍ପଟ ମାରିଛି ଚୋର। ଅଭିଯୁକ୍ତ ଜଣକ ହେଉଛି ପଶ୍ଚିମବଙ୍ଗର ରାଜା । ଫୋନ ଚୋରି ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା । କଟକ ଚୌଦ୍ବାର ପରେ ଏବେ ଚନ୍ଦକା ଥାନାରେ ଘଟିଛି ଘଟଣା । ଖବର ଅନୁସାରେ ଗତମାସ ୨୮ ତାରିଖ ରାତିରେ ଏକ ଆଇଫୋନ ଚୋରି ହୋଇଥିଲା । ସେହି ଅଭିଯୋଗ ତଦନ୍ତ କରି ୨ ଦିନ ପୂର୍ବେ … Read more

ମୋବାଇଲ ଟାୱାର ଉଡ଼ାଇଲେ ମାଓବାଦୀ

ରାଉରକେଲା: ଗତ କଲି ମଧ୍ୟ ରାତିରେ ସିପିଆଇ ମାଓବାଦୀମାନେ ସରଣ୍ଡା ଜଙ୍ଗଲ ଅଧୀନସ୍ଥ ଛୋଟାନାଗରା ଠାରେ ପୁଣି ଥରେ ଗୋଟିଏ ଏୟାରଟେଲ ମୋବାଇଲ ଟାୱାରକୁ ସମ୍ପୂର୍ଣ୍ଣ ଭାବରେ ପୋଡ଼ି ନଷ୍ଟ କରିଦେଇଛନ୍ତି ମାଓବାଦୀ । ଛୋଟାନାଗରାର ବାହାଡ଼ା ଗାଁରେ ବହୁ ସଂଖ୍ୟକ ସଶସ୍ତ୍ର ମାଓବାଦୀ ପହଞ୍ଚି ଏହି ମୋବାଇଲ ଟାୱାର ଉପକରଣକୁ ନିଆଁ ଲଗାଇ ନଷ୍ଟ କରିଦେଇଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ମୋବାଇଲ ନେଟୱାର୍କ ବିଚ୍ଛିନ୍ନ ହୋଇଯାଇଛି। ଏହାଛଡ଼ା ମାଓବାଦୀମାନେ ମୋବାଇଲ ଟାୱାର ଚାରିପାଖରେ ମାଓ … Read more

ବିଜେଡି ର ଅଭିଯୋଗ,ରତ୍ନଭଣ୍ଡାରରୁ ମୂଲ୍ୟବାନ ସାମଗ୍ରୀ ‘ଲୁଟ୍’ କରିଛି ଭାଜପା

ଭୁବନେଶ୍ୱର: ଭାଜପା ସରକାରଙ୍କୁ ପୁରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଓ ମୂଲ୍ୟବାନ ଜିନିଷର ତାଲିକା ତିଆରିରେ ବିଳମ୍ବ ପାଇଁ ଟାର୍ଗେଟ କରିଛି ବିଜେଡି। ବିଜେଡି ଭାଜପା ସରକାର ଉପରେ ରତ୍ନଭଣ୍ଡାରରୁ ମୂଲ୍ୟବାନ ଜିନିଷ ଲୁଟ୍ କରିଥିବା ନେଇ ଅଭିଯୋଗ କରିଛି। ବିଜେଡି ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ କହିଛନ୍ତି, “ଭାଜପା ୨୦୨୪ ବିଧାନସଭା ନିର୍ବାଚନ ପାଇଁ ନିଜ ଇସ୍ତାହାରରେ ରତ୍ନଭଣ୍ଡାରର ମୂଲ୍ୟବାନ ଜିନିଷର ତାଲିକା କରିବାକୁ ପ୍ରତିଶୃତି ଦେଇଥିଲା। ସରକାର ମନ୍ଦିର ଭଣ୍ଡାର ଖୋଲି … Read more

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ଗେଜେଟ୍‌ ବିଜ୍ଞପ୍ତି

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗ ପକ୍ଷରୁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ଅକ୍ଟୋବର ୨୦ (ସୋମବାର) ତାରିଖ ଧାର୍ଯ୍ୟ ହୋଇଛି। ସେହିପରି ଅକ୍ଟୋବର ୨୨ (ବୁଧବାର) ରେ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଥିବାବେଳେ ଅକ୍ଟୋବର ୨୪ (ଶୁକ୍ରବାର) ତାରିଖକୁ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ନଭେମ୍ବର ୧୧ … Read more

ନିଜ ଜନ୍ମଦିନରେ ପଦଯାତ୍ରା କରିବେ ନବୀନ

ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ନିଜ ଦଳର ପଦଯାତ୍ରା ଆରମ୍ଭ ହୋଇଥିବାବେଳେ ଯୋଗ ଦେଇ ନ ଥିଲେ । ଏଥି ପାଇଁ ବିରୋଧୀ ଦଳ ପ୍ରଶ୍ନ ଉଠାଇଥିବା ବେଳେ ଏବେ ଏହି ପଦଯାତ୍ରାରେ ସାମିଲ ହେବେ ନବୀନ । ଅକ୍ଟୋବର ୧୬ ନିଜ ଜନ୍ମଦିନରେ ହିଁ ପଦଯାତ୍ରା କରିବେ ନବୀନ। ବିଜେଡ଼ି ଭୁବନେଶ୍ୱର ଜିଲ୍ଲା ସଭାପତିଙ୍କ କହିବା ମୁତାବକ, ନବୀନ ପଟ୍ଟନାୟକ ଗଙ୍ଗନଗର ୱାର୍ଡ ନଂ ୫୨ରେ ଜନସଂପର୍କ ପଦଯାତ୍ରା କରିବେ । … Read more

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଏମ୍‌ସ କର୍ମଚାରୀଙ୍କ ମୃତ୍ୟୁ ଭୁବନେଶ୍ୱର

ଭୁବନେଶ୍ୱର: ଭୁବନେଶ୍ବର ଏମ୍ସରେ କାମ କରୁଥିବା ସୁଧାଂଶୁ ଖୁଣ୍ଟିଆଙ୍କ ଉପରେ ଦୁର୍ବୃତ୍ତ ଗୁଳି କରିଥିବା ଖବର ସାମ୍ନାକୁ ଆସିଛି । ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ପରେ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର। ତେବେ ଏହି ଘଟଣାରେ ଜଣେ ଦୁର୍ବୃତ୍ତ ଥିବା ଖବର ମିଳିଛି । ଖବର ମୁତାବକ, ସକାଳୁ ସକାଳୁ ଏମ୍ସରୁ କାମସାରି ଫେରୁଥିଲେ ସୁଧାଂଶୁ , ସେହି ସମୟରେ ଗୁଳିମାଡ ହୋଇଥିଲା । ଖାଲି ଏତିକି ନୁହେଁ ଏହି ଘଟଣାରେ ପୂର୍ବ ଶତ୍ରୁତା ଜମିଜମା … Read more

ପାଟଣାଗଡ ସ୍ୱାସ୍ଥ୍ୟକେନ୍ଦ୍ର ଶୌଚାଳୟରେ ମିଳିଛି କଙ୍କାଳ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଅଘଟଣ ଦେଖିବାକୁ ମିଳିଛି । ସେଠାରେ ଥିବା ଏକ ପୁରୁଣା ଶୌଚାଳୟରେ ପଡି ରହିଛି କଙ୍କାଳ । ଏହି ଦୃଶ୍ୟ ଦେଖିବା ପରେ ଗ୍ରାମବାସୀ ମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କଙ୍କାଳ ଦୁଇଟି କାହାର ସେ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ଖବର ମିଳିପାରିନାହିଁ ।ଖବର ଅନୁସାରେ, ଆଜି ସକାଳୁ … Read more

ସବୁଜ ହାଇଡ୍ରୋଜେନ୍ ହବ୍ ପାଇଁ ପାରାଦୀପ ବନ୍ଦର

ଭୁବନେଶ୍ୱର: କେନ୍ଦ୍ର ସରକାର ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ (ଏନଜିଏଚଏମ) ଅଧୀନରେ ଦେଶର ୩ଟି ପ୍ରମୁଖ ବନ୍ଦରକୁ ସବୁଜ ହାଇଡ୍ରୋଜେନ୍ ହବ୍ (ଜିଏଚଏଚ) ଭାବରେ ଚିହ୍ନଟ କରିଛନ୍ତି । ସେଥି ମଧ୍ୟରେ ରହିଛି ଓଡିଶାର ପାରାଦୀପ ବନ୍ଦର । ଅନ୍ୟ ଦୁଇଟି ହେଉଛି ଗୁଜରାଟ ଏବଂ ତାମିଲନାଡୁରେ ଥିବା ବନ୍ଦର । ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ଉତ୍ପାଦନ ଏବଂ ବ୍ୟବହାର ପାଇଁ ଗୁରୁତ୍ବପୂର୍ଣ୍ଣ ଭାବରେ କାର୍ଯ୍ୟ କରିବା ସହିତ ବୃହତ ପରିମାଣର ହାଇଡ୍ରୋଜେନ ହବ୍‌ ଗୁଡ଼ିକର … Read more

ନୂଆପଡ଼ା ଉପନିର୍ବାଚନ ପାଇଁ ସମଗ୍ର ଜିଲ୍ଲା ରେ ଆଦର୍ଶ ଆଚରଣ ବିଧି ଲାଗୁ

ନୂଆପଡ଼ା : ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି l ଏହି ସମୟରେ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ନିଯୁକ୍ତ ଅଧିକାରୀମାନଙ୍କୁ ନିଜ କର୍ତ୍ତବ୍ୟ ସମ୍ବନ୍ଧରେ ଅବଗତ କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଶାସନ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତଥା ନିର୍ଦ୍ଦେଶକ ଟାଉନ ପ୍ଲାନିଂ ଶତୃଘ୍ନ କର … Read more