ଭୁବନେଶ୍ୱର ଆର୍‌.ଆଣ୍ଡ ବି ଡିଭିଜନ-୨ର ସହାୟକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଭୁବନେଶ୍ୱର: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ-୨ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘର ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ଉ କରୁଛି। ଭୁବନେଶ୍ୱରର ୮ଟି ଏବଂ ନୟାଗଡ଼ର ୨ଟି ସ୍ଥାନରେ ଚଢ଼ଉ ଜାରି ରହିଛି। ଭୁବନେଶ୍ୱର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ,ଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୭ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟର, ୧୧ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା … Read more

ଶ୍ରୀ ମନ୍ଦିରର ନିୟମ ଭାଙ୍ଗି ଅଡୁଆରେ ଏଏସ୍‌ଆଇ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ବା ଏଏସ୍‌ଆଇ ଫଟୋ ପୋଷ୍ଟ କରିଛି । ରତ୍ନଭଣ୍ଡାର କିଛି ଫଟୋକୁ ସୋସିଆଲ ଏକ୍ସରେ ପୋଷ୍ଟ କରିଥିଲା ଏଏସ୍‌ଆଇ । ଫଟୋ ପୋଷ୍ଟକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିବାରୁ ବିଳମ୍ବିତ ରାତିରେ ଫଟୋ ଗୁଡ଼ିକୁ ଡିଲିଟ୍ କରିଦେଇଛନ୍ତି ଏଏସ୍‌ଆଇ କର୍ତ୍ତୃପକ୍ଷ । ଶ୍ରୀମନ୍ଦିରରେ ଫଟୋ ଓ ଭିଡିଓକୁ ନେଇ ରହିଥିବା ଆଇନକୁ ନିଜେ ଉଲ୍ଲଂଘନ କରିଛି ଏଏସ୍‌ଆଇ । ଏକ୍ସ … Read more

ହ୍ୟାକ୍‌ ହେଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ୱେବସାଇଟ୍,ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟ

ଭୁବନେଶ୍ୱର: ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟ୍‌ ହ୍ୟାକ୍ ହୋଇଛି। କେହି ଦୃର୍ବୃତ୍ତ ୱେବସାଇଟ୍‌କୁ ହ୍ୟାକ୍‌ କରି ଦେଇଥିବା ଦେଖିବାକୁ ମିଳିଛି । ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟ୍‌କୁ କ୍ଲିକ୍‌ କଲେ ଏକ ବେଟିଂ ସାଇଟ୍‌ ଖୋଲୁଛି । ମୋବାଇଲ୍‌ରେ ୱେବ୍‌ସାଇଟ୍‌ ଖୋଲିଲେ ‘ବେଣ୍ଟୋ-ଫୋର୍‌ ଡି’ ପରି ଏକ ବେଟିଂ ପ୍ଲାଟ୍‌ଫର୍ମ ଖୋଲୁଛି । ଯାହା ପୂର୍ବରୁ ଦେଖିବାକୁ ମିଳୁ ନ ଥିଲା। ମାତ୍ର ଏହାକୁ କ୍ଲିକ୍‌ କଲେ ବିଶ୍ୱବିଦ୍ୟାଳୟର କୌଣସି ତଥ୍ୟ ଆସୁ ନାହିଁ । ‌ରେଭେନ୍ସା ୱେବ୍‌ସାଇଟ୍‌ରୁ ସାର୍ଟିଫିକେଟ୍‌ … Read more

ପ୍ରାଥମିକ ସ୍କୁଲ ପିଲାଙ୍କ ପରିଚୟ ପତ୍ରରେ ଲାଗିବ ଗେରୁଆ ରଙ୍ଗ

ଭୁବନେଶ୍ୱର: ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି । ଯେଉଁଥିରେ ପିଲାଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍‌ ନମ୍ବର ଓ ଫୋନ୍‌ ନମ୍ବର ରହିବ । ପ୍ରଧାନଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବା ନିତ୍ୟାନ୍ତ ଆବଶ୍ୟକ , ବିଭିନ୍ନ ସମୟରେ ବାହାର ପିଲାମାନେ କ୍ୟାମ୍ପସ ଭିତରକୁ ପ୍ରବେଶ କରୁଥିବାରୁ ଆଇ-କାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ପିଲାମାନେ ସ୍କୁଲକୁ ଆସିବା … Read more

ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍‌ ବଣ୍ଟନ କାର୍ଯ୍ୟ ତ୍ୱରାନ୍ୱିତ

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ହେବା ଫଳରେ ୬ଟି ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ୧୧ ହଜାରରୁ ଊଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଥିବାବେଳେ ଏକ ହଜାରରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୯ଟି ଆଶ୍ରୟସ୍ଥଳରେ ରଖାଯାଇଛି । ବନ୍ୟା ପରିସ୍ଥିିତି ନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ … Read more

ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା

ଭୁବନେଶ୍ୱର: ଚାଷୀ ପଞ୍ଜୀକରଣ ଲାଗି ସମୟସୀମା ଜୁଲାଇ ମାସ ୧୯ ରୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ତେବେ ପଞ୍ଜୀକରଣରେ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହାର ସମୟ ସୀମାକୁ ବୃଦ୍ଧି କରିବାକୁ ସଙ୍କେତ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଇ-କେୱାଇସି ଦାଖଲ ବେଳକୁ ସମସ୍ୟା ଦେଖାଦେଉଥିବା ଅଭିଯୋଗ ଆସୁଛି । ଜମି ପଟ୍ଟା ସଂଶୋଧନରେ ବିଳମ୍ବ, ସର୍ଭର୍ ଓ ନେଟୱର୍କ ସମସ୍ୟା କାରଣରୁ ଚାଷୀମାନେ ପଞ୍ଜୀକରଣ କରିପାରୁନାହାନ୍ତି । ଚାଷୀଙ୍କ ଜମି … Read more

କର୍ପୋରେଟର ଅମରେଶ ଜେନା ଗିରଫ

ଭୁବନେଶ୍ୱର: ବିଜେଡି କର୍ପୋରେଟର ଅମରେଶ ଜେନା ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରୁ ଗିରଫ ହୋଇଛନ୍ତି l ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କମିଶନରେଟ ପୁଲିସ ତାଙ୍କର ୫ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ କର୍ପୋରେଟର ଅମରେଶ ଜେନା ଫେରାର ଥିଲେ। ସେ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର ଥାନା ପୁଲିସ ଏନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ରବିବାର ପୂର୍ବାହ୍ନ … Read more

ନଦୀ ଗର୍ଭକୁ ଖସି ପଡ଼ିଲା ବିଡିଓଙ୍କ କାର୍‌, ପତ୍ନୀଙ୍କ ସହ ବିଡିଓ ଉଦ୍ଧାର

ଭୁବନେଶ୍ୱର: ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ ଶନିବାର କୁଶଭଦ୍ରା ନଦୀରେ ଏକ ଗାଡ଼ି ଖସିପଡ଼ିଥିଲା। ସୂଚନା ଅନୁଯାୟୀ, ଗାଡ଼ିଟି କଟକ ସଦର ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ପ୍ରତୀକ ସାହୁଙ୍କର ଥିଲା। ରାମଚଣ୍ଡୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଥିବା ସମୟରେ ସେ ଏବଂ ତାଙ୍କ ପତ୍ନୀ ଉଭୟ କାର ଭିତରେ ଥିଲେ।ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ବିଡିଓ ବେଲା ମାର୍ଗରେ ଗାଡ଼ି ରଖିବାକୁ ଚେଷ୍ଟା କରୁଥିବା ସମୟରେ କାରଟି ଦୁର୍ଘଟଣାବଶତଃ ନଦୀକୁ ଖସି ପଡ଼ିଥିଲା। ଫଳରେ ଗାଡ଼ିଟି ସୁଅରେ … Read more

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା ଟେଣ୍ଡର ବାତିଲ୍

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା ଟେଣ୍ଡରକୁ ରାଜ୍ୟ ସରକାର ବାତିଲ୍ କରିଛନ୍ତି। ସିଇଆଇଜିଆଇଏଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍ କୁ ପୂର୍ବ ସରକାର ଟେଣ୍ଡର ଦେଇଥିଲେ। କିନ୍ତୁ ଏହି ଦୁଇ କଂପାନି ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ୱେ ନିୟମ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ଦେଇନାହାନ୍ତି। ଏପରିକି ଦୁଇ କଂପାନି ମେଟ୍ରୋ ରେଳ ପ୍ରକଳ୍ପକୁ ନଷ୍ଟ କରିଥିବା ଅଭିଯୋଗ ଆଣି ଓଡ଼ିଶା ସରକାର ଏଭଳି କଠୋର ପଦକ୍ଷେପ ନେଇଥିବା କୁହାଯାଇଛି। … Read more

ରାଜଧାନୀ ଭୁବନେଶ୍ୱର ହେବ ସ୍ୱାସ୍ଥ୍ୟ ଜିଲ୍ଲା

ଭୁବନେଶ୍ୱର: ଭୁବନେଶ୍ୱର ହେବ ସ୍ୱାସ୍ଥ୍ୟ ଜିଲ୍ଲା(ହେଲ୍‌ଥ ଡିଷ୍ଟ୍ରିକ୍ଟ) । ଏଥିପାଇଁ ବିଭାଗୀୟସ୍ତରରେ ଆଲୋଚନା ଆରମ୍ଭ ହୋଇଛି। ଦିନକୁ ଦିନ ଭୁବନେଶ୍ୱର ସହରର ପରିସର ବଢ଼ିବାରେ ଲାଗିଛି । ଲୋକସଂଖ୍ୟା ମଧ୍ୟ ବଢ଼ିଚାଲିଛି । ରାଜ୍ୟର ସବୁଠୁ ବଡ଼ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ଏହିଠାରେ ରହିଛି । ସେ ଦୃଷ୍ଟିରୁ ଦେଖିଲେ, ଭୁବନେଶ୍ୱରକୁ ସ୍ୱାସ୍ଥ୍ୟ ଜିଲ୍ଲା ମାନ୍ୟତା ମିଳିବା କଥା । ଗତ ଶନିବାର ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ସିଟି ହେଲ୍‌ଥ ସୋସାଇଟିର ଇସି ବୈଠକ ଅନୁଷ୍ଠିତ ହୋଇଥିଲା … Read more