ଆଉଟ୍‌ସୋର୍ସିଂ କର୍ମଚାରୀ ନିଯୁକ୍ତି ପାଇଁ ନେବାକୁ ହବ ଅର୍ଥବିଭାଗ ର ଅନୁମତି

ଭୁବନେଶ୍ୱର: ବିନା ଅନୁମତିରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇପାରିବ ନାହିଁ। ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ଏ ସମ୍ପର୍କରେ ଚିଠି ଜରିଆ‌ରେ ସମସ୍ତ ବିଭାଗକୁ ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର ଜଣାଇଛନ୍ତି ଯେ ଆଉଟ୍‌ସୋର୍ସିଂ ଆଧାରରେ କର୍ମଚାରୀ ନିଯୁକ୍ତି କରିବା ଲାଗି ଅର୍ଥ ବିଭାଗଠାରୁ ଆଗୁଆ ଅନୁମତି ନେବା ବାଧ୍ୟତାମୂଳକ। କିନ୍ତୁ ଯଦି ପୂର୍ବରୁ ନିଯୁକ୍ତ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କର କେବଳ ନିଯୁକ୍ତି ନବୀକରଣ ଦରକାର‌ ହୁଏ ଏବଂ କର୍ମଚାରୀ ସଂଖ୍ୟାରେ କୌଣସି ବୃଦ୍ଧି ନହୁଏ, ତେବେ ଅର୍ଥ … Read more

ଓଡିଶାରେ ଅକ୍ଷୟଶକ୍ତି ପ୍ରକଳ୍ପ ପାଇଁ 869.8 କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର: ଅକ୍ଷୟଶକ୍ତି କ୍ଷେତ୍ରରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଓଡ଼ିଶା। 869.8 କୋଟି ଟଙ୍କା ବିନିଯୋଗରେ ମୋଟ 178 ମେଗାୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟଶକ୍ତି ପ୍ରକଳ୍ପ ସ୍ଥାପନ କରିବା ପାଇଁ ଅନୁମୋଦନ ପ୍ରାପ୍ତ ହୋଇଛି । ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱାଦଶ ସିଙ୍ଗଲ୍‌ ୱିଣ୍ଡୋ କମିଟି (SWC) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।ଏହି ବୈଠକରେ GRIDCO ର ପରିଚାଳନା ନିର୍ଦ୍ଦେଶକ … Read more

ରେଳ ଷ୍ଚେସନ ଏବଂ ବସ ଷ୍ଟାଣ୍ଡରେ ପ୍ରତିଷ୍ଠା ହେବ ଶିଶୁ ସହାୟତା କେନ୍ଦ୍ର

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶିଶୁ ସୁରକ୍ଷା ସମୀକ୍ଷା ବୈଠକରେ ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡରେ ଶିଶୁ ସହାୟତା କେନ୍ଦ୍ର ସ୍ଥାପନ ନିଷ୍ପତ୍ତି ନିଆଯାଇଛି। ବୈଠକରେ କେନ୍ଦ୍ର ସରକାରଙ୍କ ‘ମିଶନ୍ ବାତ୍ସଲ୍ୟ’ ଯୋଜନାର ପ୍ରଭାବକାରୀ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା। ଏହି ଯୋଜନା ଶିଶୁମାନଙ୍କର ସମ୍ପୂର୍ଣ୍ଣ କଲ୍ୟାଣ ଏବଂ ପୁନର୍ବାସନ ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି। ଅଧିକାରୀମାନେ ଶିଶୁ ସୁରକ୍ଷା ବୃଦ୍ଧି ଓ ପୁନର୍ବାସନ ପ୍ରକ୍ରିୟାକୁ … Read more

ଖୋର୍ଦ୍ଧାରେ ହେବ ଡ୍ରୋନ୍ କାରଖାନା;୨୩ ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କମିଟିକୁ ରାଜ୍ୟ ସରକାର ୨୩ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏସବୁ ପ୍ରକଳ୍ପରେ ୪୯୮୨ କୋଟି ଟଙ୍କା ବିନିଯୋଗ ହେବା ସହିତ ୧୧,୯୩୩ ଜଣଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ ବୋଲି ଶିଳ୍ପ ବିଭାଗ ପକ୍ଷରୁ କୁହାଯାଇଛି। ବୟନ, ଇସ୍ପାତ, ଖାଦ୍ୟ ଓ ପାନୀୟ, ପର୍ଯ୍ୟଟନ, ପ୍ରତିରକ୍ଷା ଓ ଏରୋସ୍ପେଶ୍, ସବୁଜ ଶକ୍ତି, ଔଷଧ ଏବଂ ସୂଚନା ପ୍ରଯୁକ୍ତି ଭଳି କ୍ଷେତ୍ର ସହିତ ଏହି ଶିଳ୍ପ ପ୍ରସ୍ତାବ ଜଡିତ।ସୂଚନା ଅନୁସାରେ … Read more

ଜୟପୁର ଡେପୁଟି ରେଞ୍ଜର ଘରେ ପଶିଲା ଭିଜିଲାନ୍ସ

କୋରାପୁଟ: ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ୬ଟି ସ୍ଥାନରେ ରେଡ୍ ପଡିବା ସହିତ ପି.ଆର୍ ପେଟା ବାସଭବନ ସମେତ ଜୟପୁର ବନଖଣ୍ଡ ଅଫିସରେ ଚଢାଉ ହୋଇଛି । ଭୁବନେଶ୍ୱର ରଘୁନାଥପୁରରେ ଥିବା ଭାଇ ଘରେ ମଧ୍ୟ ଚଢାଉ ଜାରି ରହିଛି। ଯାଞ୍ଚ ବେଳେ ରାମଚନ୍ଦ୍ରଙ୍କ ଘରୁ ମିଳିଲା ୧ କୋଟି ୪୪ ଲକ୍ଷ ନଗଦ ଟଙ୍କା। ୫୦୦ ଟଙ୍କିଆ ଓ ୨୦୦ … Read more

୧୩ ଜଣ IASଙ୍କୁ ନୂଆ ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ପୁଣିଥରେ ଆଇଏଏସ୍ ଅଫିସରସ୍ତରରେ ଅଦଳବଦଳ କରିବା ସହ ୧୩ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି । ଗତ ଦୁଇଦିନ ତଳେ ଜାରି ହୋଇ ୪୭ଜଣିଆ ଆଇଏଏସ୍ ଅଫିସରଙ୍କ ବଦଳି ତାଲିକାର ଏହା ସଂଶୋଧିତ ସଂସ୍କରଣ ବୋଲି କୁହାଯାଉଛି । ପୂର୍ବ ବଦଳି ସମୟରେ ଯେଉଁ କିଛି ପ୍ରଶାସନିକ ତ୍ରୁଟି ରହିଥିଲା ତାକୁ ସୁଧାରି ରାଜ୍ୟ ସରକାର ଆଜି ଏହି ବଦଳି ତାଲିକା ଜାରି କରିଥିବା ଜଣାପଡ଼ିଛି । ୨୦୨୩ ବ୍ୟାଚର ୮ଜଣ … Read more

ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଓ ଆଦିବାସୀ ମହାସଂଘ ଭେଟାଭେଟି

ଭୁବନେଶ୍ଵର: ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆଦିବାସୀ ମହାସଂଘ, ଓଡିଶାର କର୍ମକର୍ତ୍ତା ଓ ସଦସ୍ୟ ମାନେ ଭେଟି ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ଓ ସାମୂହିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ବିକାଶ ଆମ ସରକାରର ପ୍ରାଥମିକତା ରହିଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିବା ସମାଜର ୪ଟି ବର୍ଗଙ୍କ ଭିତରେ ପ୍ରଥମରେ ଥିବା ଗରିବଙ୍କ ଭିତରେ ଆଦିବାସୀ ସମ୍ପ୍ରଦାୟ ମଧ୍ୟ … Read more

ରେଳ ଅଧିକାରୀଙ୍କ ଖାମଖିଆଲି, ଲାଇନଚ୍ୟୁତ ହେଲା ମହିମା ଗୋସାଇଁ ଏକ୍ସପ୍ରେସ୍

ସମ୍ବଲପୁର: ଶାଲିମାର-ସମ୍ୱଲପୁର ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ଆଜି ସକାଳ ୯ଟା ୧୮ସମୟରେ ଶାଲିମାର-ସମ୍ୱଲପୁର ମହିମା ଗୋସାଇଁ ଏକ୍ସପ୍ରେସ ଜେନେରାଲ୍ କୋଚର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ସମ୍ୱଲପୁର ସିଟି ଷ୍ଟେସନ ପୂର୍ବରୁ ଲାଇନଚ୍ୟୁତ ହୋଇଥିବା ପୂର୍ବତଟ ରେଲଓ୍ୱେ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ ଟ୍ରେନ୍ ଟି ଭୁବନେଶ୍ୱରରୁ ସମ୍ବଲପୁର ଯାଉଥିବା ସମୟରେ ଏହାର ଏକ ସାଧାରଣ କୋଚ୍ ଟ୍ରାକରୁ ଖସି ପଡ଼ିଥିଲା। ସୌଭାଗ୍ୟବଶତଃ ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା … Read more

ଆଜି ସୃଷ୍ଟି ହେବ ଲଘୁଚାପ ! ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଗୁରୁବାର ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହେବ । ପାଣିପାଗ ବିଭାଗ (ଆଇଏମ୍‌ଡି) ଏହି ପୂର୍ବାନୁମାନ କରିଛି । ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଓ କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଅଛି । ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସୁନ୍ଦରଗଡ଼, ଦେବଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, … Read more

ମହାନଦୀ ଜଳ ବିବାଦ: ଆପୋଷ ଆଲୋଚନା ଜରିଆରେ ହେବ ସମାଧାନ

ଭୁବନେଶ୍ୱର : ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛତିଶଗଡ଼ ସହିତ ଚାଲିଥିବା ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରୀୟ ଜଳ କମିସନରେ ସମସ୍ୟା ସମାଧାନ ପାଇଁ ହେଉଥିବା ଉଦ୍ୟମ ମନ୍ଥର ଗତିରେ ଚାଲିଥିବାରୁ କେନ୍ଦ୍ର ସରକାରଙ୍କ ସହଯୋଗରେ ଉଭୟ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା କରାଯାଇ ଏହି ସମସ୍ୟାର ସମାଧାନ କରାଯାଇପାରିବ। ଏଥିରେ କେନ୍ଦ୍ର ଜଳ କମିଶନ ବୈଷୟିକ ସହଯୋଗ ପ୍ରଦାନ … Read more