ଭୁବନେଶ୍ୱର: ରାସନକାର୍ଡ ହିତାଧିକାରୀଙ୍କୁ ଅଧିକ ୫ କେଜି ଚାଉଳ ଦେବାକୁ ବିଚାର କରୁଛନ୍ତି ରାଜ୍ୟ ସରକାର । ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିବାନୁସରେ , ଚୂଡାନ୍ତ ନିଷ୍ପତ୍ତି ହୋଇନି । ଏ ବିଷୟରେ ଚିନ୍ତା କରାଯାଉଛି । ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ । ରାଜ୍ୟର ସମସ୍ତ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ଅଧିକ ୫ କେଜି ଚାଉଳ ଦେବାକୁ ଚିନ୍ତା କରାଯାଉଛି । ଅଧିକରୁ ଅଧିକ ଗରିବ ଲୋକ କେମିତି ଅଧିକ ଚାଉଳ ପାଇବେ ସେ ନେଇ ସରକାର ଚେଷ୍ଟା ଚଳାଇଛନ୍ତି । ରାଜ୍ୟ ସରକାର ନିଜସ୍ୱ ଖର୍ଚ୍ଚରେ ଏ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି । ରାଜ୍ୟରେ ଏମଏସପି ୩୧୦୦ ଟଙ୍କା ମିଳୁଥିବାରୁ ଅଧିକରୁ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି । ସେହି ହିସାବରେ ଧାନ ସଂଗ୍ରହ କରାଯାଉଛି ।
Post Views: 45









