ନୂଆପଡ଼ା ଯିବାପାଇଁ ନବୀନଙ୍କ ହେଲିକପ୍ଟରକୁ ବିଳମ୍ବରେ ମିଳିଲା ଅନୁମତି

ନୂଆପଡା: ନବୀନଙ୍କ ହେଲିକପ୍ଟରକୁ ବିଳମ୍ବରେ ମିଳିଲା ଅନୁମତି । ଭୁବନେଶ୍ବର ଏୟାରପୋର୍ଟରୁ କ୍ଲିଅରାନ୍ସ ପାଇବାରେ ୧ ଘଣ୍ଟାରୁ ଅଧିକ ବିଳମ୍ବ ହେଲା । ଫଳରେ ୧ ଘଣ୍ଟା ୧୦ ମିନିଟ ବିଳମ୍ବରେ ନବୀନ ନୂଆପଡ଼ା ଯାତ୍ରା କରିଥିଲେ । ହେଲିକପ୍ଚର ଉଡ଼ାଣରେ ଅନୁମତି ବିଳମ୍ବ ପଛରେ ଷଡଯନ୍ତ୍ର ଅଭିଯୋଗ ଆଣିଛି ବିଜେଡି । ଖରିଆର ରୋଡ୍ ରୁ ନୂଆପଡ଼ା ଏନଏସି ପର୍ଯ୍ୟନ୍ତ ରୋଡ୍ ସୋ କରିବେ ନବୀନ । ବାଟରେ ୬ଟି ସ୍ଥାନରେ ଜନସାଧାରଣଙ୍କୁ ଉଦବୋଧନ ଦେବା … Read more

ବିଏମ୍‌ସିର ଯୋଜନା ରାଜଧାନୀରେ ହେବ ପଥ ଉତ୍ସବ..

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ମାସରେ ପଥ ଉତ୍ସବ କରିବାକୁ ବିଏମ୍‌ସି ଯୋଜନା କରୁଛି । ତା ପୂର୍ବରୁ ଆସନ୍ତା ୧୬ ତାରିଖରେ ମାଷ୍ଟର କ୍ୟାଣ୍ଟିନ୍‌ରେ ଷ୍ଟ୍ରିଟ୍‌ କାର୍ନିଭାଲ ଆରମ୍ଭ ହେବାକୁ ଯାଉଛି । ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍କିଟେକ୍‌ (IIA) ଏବଂ ବିଏମ୍‌ସିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମଟି ଆୟୋଜନ କରାଯିବ । ଏହି ଷ୍ଟ୍ରିଟ୍‌ କାର୍ନିଭାଲ ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ । ଏଥିରେ ୩ଡି ଆର୍ଟ, ଫ୍ୟାସନ ସୋ, … Read more

ଉତ୍ତରାଖଣ୍ଡରେ ଓଡ଼ିଆ ଝିଅ ହତ୍ୟା ଘଟଣା…

ଭୁବନେଶ୍ୱର: ଉତ୍ତରାଖଣ୍ଡ ଲାଲପୁରରେ ରହି ପଢ଼ୁଥିବା ଜଣେ ଓଡ଼ିଆ ଛାତ୍ରୀକୁ ହତ୍ୟା ଅଭିଯୋଗ ହୋଇଛି। ସେ ହେଲେ ରାୟଗଡ଼ା ଜିଲ୍ଲା ଜେକେପୁରର ସୃଷ୍ଟି ଶର୍ମା(୨୩)। ସୃଷ୍ଟି ରହୁଥିବା ଭଡ଼ା ଘର ମାଲିକଙ୍କ ପୁଅ ତାଙ୍କୁ ହତ୍ୟା କରି ମୃତଦେହକୁ ଚଦରରେ ଗୁଡ଼ାଇ ଇଟା ଓ ପଥର ବାନ୍ଧି ନଦୀରେ ଫିଙ୍ଗି ଦେଇଥିଲେ। ନଦୀରୁ ମୃତଦେହ ଲାଲପୁରର ପୁଲିସ ଉଦ୍ଧାର କରି ଅଭିଯୁକ୍ତ ଅମିତ କୁମାର ସିଂହକୁ ଗିରଫ କରିଛି। ସୃଷ୍ଟି ଉତ୍ତରାଖଣ୍ଡର ଲାଲପୁରର ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାରେ … Read more

ଗ୍ରୀନ୍‌ ଇଣ୍ଡିଆ କମ୍ପାନୀ ମାଲିକଙ୍କ ଘରେ ଇଡି ଚଢ଼ାଉ

ବ୍ରହ୍ମପୁର: ଚିଟ୍‌ଫଣ୍ଡ କମ୍ପାନି ଗ୍ରୀନ୍‌ ଇଣ୍ଡିଆ କର୍ତ୍ତୃପକ୍ଷ ଘରେ ରେଡ୍ କରାଯାଇଛି। ବ୍ରହ୍ମପୁରର ଅଯୋଧ୍ୟା ନଗର ଅଞ୍ଚଳରେ ଥିବା ଗ୍ରୀନ୍ ଇଣ୍ଡିଆ ସଂସ୍ଥାର ମୁଖ୍ୟ ପ୍ରଦୀପ ସିଂଙ୍କ ଘରେ ଇଡି ରେଡ୍ କରିଛି। ଲୋକଙ୍କଠୁ ପାଖାପାଖି ୫୦୦ କୋଟି ଠକେଇ ଅଭିଯୋଗ ହୋଇଥିଲା। ପୂର୍ବରୁ ୨୦୧୩ ମସିହାରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ପ୍ରଦୀପ ସିଂଙ୍କ ଘରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ। ପରେ ପ୍ରଦୀପ ସିଂ ଓ ଅନ୍ୟ ଅଧିକାରୀଙ୍କୁ ଗିରଫ କରାଯାଇଥିଲା। ପରେ ସମସ୍ତ ମାମଲାର ତଦନ୍ତ … Read more

ନୂଆପଡ଼ାବାସୀଙ୍କ ପାଇଁ କଂଗ୍ରେସର ଇସ୍ତାହାର ପତ୍ର..

ନୂଆପଡା: ନୂଆପଡ଼ା ମତଦାତାଙ୍କୁ ନିଜ ସପକ୍ଷରେ ଆଣିବାକୁ କଂଗ୍ରେସ ପକ୍ଷରୁ ଆଜି ଘୋଷଣା ପତ୍ର ଜାରି କରାଯାଇଛି । ନୂଆପଡ଼ାସ୍ଥିତ ଖୁଣ୍ଟିଆ ଭବନଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା ପତ୍ର ଉନ୍ମୋଚନ କରାଯାଇଛି । ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଉପସ୍ଥିତିରେ ପିସିସି ସଭାପତି ଭକ୍ତ ଚରଣ ଦାସ ଇସ୍ତାହାର ଉନ୍ମୋଚନ କରିଛନ୍ତି । ସଂକଳ୍ପ ପତ୍ରରେ କଂଗ୍ରେସ ଜିତିଲେ ନୂଆପଡ଼ାରେ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହେବା ସହିତ ଶୀତଳ ଭଣ୍ଡାର … Read more

ସାଲୁର ଘାଟିରେ ଜଳିଗଲା ବସ୍‌; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜୟପୁର: ଆଜି ସକାଳୁ ଘାଟିରେ ଓଏସଆରଟିସି ବସ୍‌ଟି ଜଳିଯାଇଥିବା ଖବର ମିଳିଛି । ଜୟପୁରର ପଟାଙ୍ଗୀ ବ୍ଲକ ସାଲୁର ଘାଟିରେ ଏକ ଯାତ୍ରୀବାହି ବସ୍‌ରେ ଏହି ଅଘଟଣ ଘଟିଯାଇଛି । ଯାହା ଫଳରେ ଏକ ବଡ ବିପଦରୁ ଅଳ୍ପକେ ବର୍ତିଯାଇଛନ୍ତି ଯାତ୍ରୀ ।ମିଳିଥିବା ଖବରରୁ ଜଣାପଡିଛି ଯେ, ଆଜି ସକାଳୁ ବସ୍‌ଟି ବିଜୟନଗର ଠାରୁ ଜୟପୁର ଅଭିମୁଖେ ବାହାରିଥିଲା । ଆନ୍ଧ୍ର ସୀମାନ୍ତ କେନାୱାଲାସର ପ୍ରଥମ ଘାଟି ଚଢୁଥିବା ବେଳେ ହଠାତ ବସ୍‌ ଇଂଜିନରୁ ଧୂଆଁ ବାହାରିଥିଲା … Read more

ନାବାଳିକାଙ୍କ ବାପାଙ୍କ ତଣ୍ଟି କାଟିଦେଲା ଯୁବକ

ବାସୁଦେବପୁର : ଆରୁହା ପଞ୍ଚାୟତର କୁଞ୍ଚଆଢ଼ିଆ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଜନୈକା ନାବାଳିକାଙ୍କ ବାପାଙ୍କ ତଣ୍ଟି କାଟି ଦେଇଛନ୍ତି ଜଣେ ଯୁବକ। ଅଭିଯୁକ୍ତ ଜଣକ ବିଷ୍ଣୁବିନ୍ଧା ଗ୍ରାମର ବୋଲି ଜଣାପଡ଼ିଛି। ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ରାଜେନ୍ଦ୍ର ରାଉତଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆକ୍ରମଣକାରୀ ଯୁବକ ଜଣକ ରାଜେନ୍ଦ୍ରଙ୍କ ନାବାଳିକା ଝିଅକୁ ଏକତରଫା ପ୍ରେମ କରୁଥିଲା। ନାବାଳିକାଙ୍କ ବାପା ଏହାକୁ ବିରୋଧ କରିଆସୁଥିଲେ। ବୁଧବାର ପୂର୍ବାହ୍ନରେ ରାଜେନ୍ଦ୍ର ଏ … Read more

ପରିବାର ବର୍ଗ ଙ୍କ ଅଭିଯୋଗ ଡିଜେ ଶବ୍ଦ ପାଇଁ ଚାଲିଗଲା ଦେବୀ ରଥଙ୍କ ଜୀବନ

ଭୁବନେଶ୍ୱର: ଯାତ୍ରା କଳାକାର ଦେବୀ ରଥଙ୍କ ହୃଦାଘାତ ରେ ମୃତ୍ୟୁ ପରେ ଗୁରୁତର ଅଭିଯୋଗ ଆଣିଛନ୍ତି ପରିବାର ବର୍ଗ। ଡିଜେର ବିକଟାଳ ଶବ୍ଦ ପାଇଁ ଦେବୀଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପୁଅ ଅଭିଯୋଗ କରିଛନ୍ତି । ତାଙ୍କର କହିବା ଅନୁଯାୟୀ, ଦେବୀ ରଥ ରାତିରେ ଖାଇ ପିଇ ସାରି ଶୋଇଥିଲେ । ରାତି ସାଢ଼େ ୨ଟା ପର୍ଯ୍ୟନ୍ତ ସବୁ କିଛି ଠିକ୍‌ ଥିଲା । କିନ୍ତୁ ପାରାଦୀପ ଗଡ଼ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା ହେଉଥିଲା … Read more

ପୁଣି ଓସ୍ତପୁର-କୋଟପଲ୍ଲା ମଧ୍ୟରେ ସୀମା ବିବାଦ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ବାଘମାରୀ ଥାନା ଓସ୍ତପୁର ଓ କୋଟପଲ୍ଲା ଗାଁରେ ବିକ୍ଷୋଭକାରୀ ସୀମା ବିବାଦକୁ ନେଇ ଟେକା ପଥର ମାଡ଼ କରିବା ସହିତ ଦୋକାନ ଜାଳି ଦେଇଛନ୍ତି । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମା ମଧ୍ୟ ଉତ୍ତେଜନା ସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଓସ୍ତପୁର ଓ କୋଟପଲ୍ଲା ଗାଁରେ ସୀମା ବିବାଦ ଦୀର୍ଘ ୩ ମାସ ହେବ ଲାଗି ରହିଛି । … Read more

ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କର ରାଜାରାଜେଶ୍ୱର ବେଶ

ପୁରୀ: ପଞ୍ଚୁକର ଶେଷ ଦିନରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜାରାଜେଶ୍ୱର ବେଶ ବା ସୁନା ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଭୋରରୁ ଦ୍ୱାରଫିଟା ପରେ ନୀତିକାନ୍ତି ବଢିବା ସହ ସୁରୁଖୁରୁରେ ସର୍ବସାଧାରଣ ଦର୍ଶନ ଚାଲିଛି । ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି । ମହାପ୍ରଭୁ ପ୍ରତିବର୍ଷ ୫ଥର ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । କାର୍ତ୍ତିକ … Read more