ପାତ୍ରପଡ଼ା ଦୁର୍ଘଟଣା , ୨ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର:-ପାତ୍ରପଡ଼ାରେ ହିଟ ଆଣ୍ଡ ରନ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ବହୁ ଧରପଗଡ଼ ପରେ ଏବେ ଧରା ପଡ଼ିଛନ୍ତି କିଲର ସ୍କର୍ପିଓର ଦୁଇ ଅଭିଯୁକ୍ତ । ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କରିଛି କମିଶନରେଟ ପୋଲିସ । ଜଣଙ୍କ ନାଁ ସୋହମ ରାଜ ତ୍ରିପାଠୀ। ସେ ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ବେଳେ ଅନ୍ୟ ଜଣେ ରୋହନ ରଞ୍ଜନ ରାଉତ। ସେ ପଟିଆ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କ … Read more

ନବୀନ ନିବାସରେ ପହଞ୍ଚି ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଶନିବାର ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ପ୍ରାୟ ୧୦ରୁ ୧୫ ମିନିଟ୍ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହା ସହିତ ଶୀଘ୍ର ସୁସ୍ଥ ହୋଇ ବିଧାନସଭା ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ନବୀନଙ୍କୁ କହିଛନ୍ତି । ଗତ କିଛି ଦିନ ତଳେ ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଥିଲା । ଡିହାଇଡ୍ରେସନ କାରଣରୁ ସେ ଅସୁସ୍ଥ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। … Read more

ମଧ୍ୟାହ୍ନ ଭୋଜନ ବନ୍ଦ ଘଟଣାରେ ୫୬ ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲାର ୫୬ଟି ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ସ୍ଵାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ନ ଦେବା ମହଙ୍ଗା ପଡ଼ିଛି । ଜିଲ୍ଲାର ୩ ବ୍ଲକ ଶିକ୍ଷା ଅଧିକାରୀ ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗାଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ବୌଦ୍ଧ ବ୍ଲକର ୧୫ଟି ବିଦ୍ୟାଳୟ, ହରଭଙ୍ଗାର ୩୩ଟି ବିଦ୍ୟାଳୟ ଓ କଣ୍ଟାମାଳର ୮ଟି ବିଦ୍ୟାଳୟ ସ୍ଵାଧୀନତା … Read more

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାଜଧାନୀରେ ଫୁଟିଲା ବୋମା

ଭୁବନେଶ୍ୱର: ଭରତପୁର ପଣ୍ଡା କୁଦିଆ ବସ୍ତିରେ ବୋମା ଫୁଟିବା ଘଟଣାକୁ ମାତ୍ର କିଛି ଦିନ ବିତିଥିବା ବେଳେ, ପୁଣି ଗତକାଲି ବିଳମ୍ୱିତ ରାତିରେ ଭୁବନେଶ୍ୱର ଫୁଲେଶ୍ୱରି ବସ୍ତିରେ ବୋମା ମାଡ଼ ହୋଇଛି । କମିଶନରେଟ୍ ପୋଲିସକୁ ଚାଲେଞ୍ଜ କରି ବୋମାମାଡ଼ କରିଛି ଦୃର୍ବୁତ୍ତ । ଫୁଲେଶ୍ୱରି ବସ୍ତିର ଏକ କ୍ଳବ୍ ଘର ଉପରକୁ ଦୃର୍ବୁତ୍ତ ମାନେ ବୋମା ମାଡ କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଅନୁମାନ କରିଛନ୍ତି ସ୍ଥାନୀୟ ଲୋକ । … Read more

ଭୁବନେଶ୍ୱରରେ ଥିବା ଉଭୟ ବୁଲା କୁକୁର ଓ ପୋଷା କୁକୁରଙ୍କର ଗଣନା କରିବ ବିଏମସି

ଭୁବନେଶ୍ୱର: ଉଭୟ ବୁଲା କୁକୁର ଓ ପୋଷା କୁକୁରଙ୍କର ଗଣନା ବିଏମସି କରିବ । ଏପରିକି କୁକୁରଙ୍କ କାନରେ ଲାଗିବ ଟ୍ୟାଗ। ରାଜଧାନୀରେ ଥିବା ସମସ୍ତ କୁକୁରଙ୍କ ତଥ୍ୟା ବିଏମସି ପାଖରେ ରହିବ। ଏନେଇ ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ । ପୋଷା କୁକୁର ମାଲିକ କିଏ, ବୁଲା କୁକୁର କୁଆଡ଼େ ଯାଉଛନ୍ତି ତାହାର ସବୁ ତଥ୍ୟ ବିଏମସି ପାଖରେ ରହିବ । ରାଜଧାନୀରେ କେତେ କୁକୁର ଅଛନ୍ତି ତାହା ଜଣା ପଡିବା ସହିତ … Read more

E KYC ହୋଇ ପାରିନଥିବାରୁ ରାସନ କାର୍ଡ ରୁ ବଞ୍ଚିତ ହେବେ ୧୯ ଲକ୍ଷ ହିତାଧିକାରୀ

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୧୯ ଲକ୍ଷ ରାସନ କାର୍ଡ ଧାରୀଙ୍କ ହୋଇ ପାରିନାହିଁ ଇ କେୱାଇସି । ଏହି ହିତାଧିକାରୀମାନେ କେବଳ ରାସନ କାର୍ଡ଼ରୁ ନୁହେଁ ବରଂ ବିଭିନ୍ନ ସରକାରୀ ଯୋଜନାରୁ ମଧ୍ୟ ବଞ୍ଚିତ ହେବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। କାରଣ E-KYC ନହେଲେ କେବଳ ରାସନ ସାମଗ୍ରୀ ନୁହେଁ ବରଂ ସରକାର ଗରିବଙ୍କ ପାଇଁ କରିଥିବା ଅନେକ ଯୋଜନାରୁ ସେମାନେ ବାଦ୍ ପଡ଼ିବେ । ସରକାରୀ ତଥ୍ୟ ମୁତାବକ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧ଲକ୍ଷ … Read more

ସେପ୍ଟେମ୍ବର ୧୫ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ..

ପୁରୀ: ଶ୍ରୀମନ୍ଦିରରେ ଲାଗୁ ହେବ ଧାଡ଼ି ଦର୍ଶନ । ଆସନ୍ତା ସେପ୍ଟେମ୍ବର ୧୫ରୁ ଧାଡି ଦର୍ଶନ ଆରମ୍ଭ ହେବାକୁ ଥିବା ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମ୍ୟାନେଜିଙ୍ଗ କମିଟି ଗଠନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ। ଖୁବଶୀଘ୍ର ଏସବୁ ନିଷ୍ପତି କାର୍ଯ୍ୟକାରୀ କରାଯିବ । ବାରମ୍ବାର ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ନେଇ ତାରିଖ ଘୁଞ୍ଚି ଚାଲିଛି । ଭକ୍ତ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରୁ ନାହାନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନେକ … Read more

ଶିକ୍ଷକଙ୍କ ଦାୟିତ୍ୱହୀନତା, ସାରା ରାତି ବିଦ୍ୟାଳୟରେ ରହିଲା ଦ୍ଵିତୀୟ ଶ୍ରେଣୀ ଛାତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ବିଦ୍ୟାଳୟରେ ଦେଖଦେଇଥିଲା ଏକ ଅଭାବନୀୟ ଘଟଣା । ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ବିଦ୍ୟାଳୟର ଅନ୍ଧାର କୋଠରୀ ଭିତରେ ରାତି କାଟିଥିଲା । ଶେଷରେ ଆସିବାକୁ ଚେଷ୍ଟା କରିବା ବେଳେ ଝରକାରେ ଫସି ରାତି ସାରା ଝୁଲି ରହିଥିଲା ।ମିଳିଥିବା ଖବର ମୁତାବକ, ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ବିଦ୍ୟାଳୟ ଛୁଟି ହେବା ପରେ ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ସ୍କୁଲ ଭିତରେ ରହିଯାଇଥିଲା । ଶିକ୍ଷକମାନେ … Read more

ଆୟ ବହିର୍ଭୂତ ସମ୍ପତି ଠୁଳ କରି ଫସିଲେ କଟକ CDMOର ସିନିୟର୍ ଆସିଷ୍ଟାଣ୍ଟ

କଟକ: କଟକ ଚୌଦ୍ୱାର ସିଡିଏମଓର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଭିଜିଲାନ୍ସ ସ୍କାନର୍‌ରେ ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀ । ସାହାଣୀଙ୍କ ପ୍ରଧାନିଆ ଫାର୍ମ ହାଉସ୍, ଘର ଓ ଅଫିସ୍ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ ଜଣିଆ ଟିମ୍‌ର ଚଢାଉ ଜାରି ରହିଛି । କିଶୋର … Read more

ବିଏସଇ ଓ ସିଏଚଏସଇ ର ହବ ମିଶ୍ରଣ

ଭୁବନେଶ୍ୱର: ଓଡ଼ିଶାର ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଓ କାଉନସିଲ ଅଫ ହାୟର ସେକେଣ୍ଡାରୀ ଏଜୁକେସନ କୁ ଏକ ବୋର୍ଡରେ ମିଶାଇବାକୁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓଡ଼ିଶାର ଏକ ସମୀକ୍ଷା ବୈଠକରେ ନିଆଯାଇଛି। ଏହି ମିଳନ ଦ୍ୱାରା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରିଚାଳନା ଓ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ … Read more