December 6, 2025 11:55 am

ପରିବାର ବର୍ଗ ଙ୍କ ଅଭିଯୋଗ ଡିଜେ ଶବ୍ଦ ପାଇଁ ଚାଲିଗଲା ଦେବୀ ରଥଙ୍କ ଜୀବନ

ଭୁବନେଶ୍ୱର: ଯାତ୍ରା କଳାକାର ଦେବୀ ରଥଙ୍କ ହୃଦାଘାତ ରେ ମୃତ୍ୟୁ ପରେ ଗୁରୁତର ଅଭିଯୋଗ ଆଣିଛନ୍ତି ପରିବାର ବର୍ଗ। ଡିଜେର ବିକଟାଳ ଶବ୍ଦ ପାଇଁ ଦେବୀଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପୁଅ ଅଭିଯୋଗ କରିଛନ୍ତି । ତାଙ୍କର କହିବା ଅନୁଯାୟୀ, ଦେବୀ ରଥ ରାତିରେ ଖାଇ ପିଇ ସାରି ଶୋଇଥିଲେ । ରାତି ସାଢ଼େ ୨ଟା ପର୍ଯ୍ୟନ୍ତ ସବୁ କିଛି ଠିକ୍‌ ଥିଲା । କିନ୍ତୁ ପାରାଦୀପ ଗଡ଼ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା ହେଉଥିଲା । ଏକା ସଙ୍ଗେ ୩ଟି ଡିଜେ ଗାଡ଼ି ଅତି ଜୋର ରେ ଶବ୍ଦ କରି ପ୍ରତିଯୋଗିତା କରୁଥିଲେ । ଯାହା ଫଳରେ ଦେବୀ ରଥଙ୍କ ହୃଦଘାତ ହୋଇଥିଲା । ହେଲେ ତାଙ୍କ ର ଏହି ଅଭିଯୋଗ କୁ ସଂଘର ସଭାପତି ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଦେବୀ ରଥଙ୍କ ଘର ପାଖରେ ଡିଜେ ବାଜିନି । ଶୋଭାଯାତ୍ରା ବେଳେ ବାଜାକୁ ନେଇ ପ୍ରତିଦ୍ୱନ୍ଦିତା ହୋଇଥିଲା । ଡିଜେ ଉପରେ ଅଙ୍କୁଶ ଥିବାବେଳେ ବାଜାକୁ ନେଇ କୌଣସି କଟକଣା ନାହିଁ । କିନ୍ତୁ ଏକ ଅମୂଲ୍ୟ ଜୀବନ ଚାଲିଯାଇଥିବାରୁ ଦୁଃଖିତ । କେନ୍ଦ୍ରାପଡ଼ାରୁ ବାଜା ଦଳ ଆସିଥିଲା । ତେଣୁ ସେମାନଙ୍କୁ ଦଣ୍ଡିତ କରାଯାଉ ବୋଲି ସଂଘ ସଭାପତି କହି ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା କରିଛନ୍ତି ।