ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ଵର: ରାଜ୍ୟ ସରକାର ଗୁରୁବାର ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି। ୧୮ ବରିଷ୍ଠ ଆଇପିଏସ ଙ୍କୁ ବଦଳି ଏବଂ ଅବସ୍ଥାପିତ କରିଛନ୍ତି। ଏଥିରୁ ୮ ଏସପି ଙ୍କୁ ବଦଳି କରାଯାଇଛି। ଏ ନେଇ ଗୁରୁବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସନ୍ତୋଷ ବାଲାଙ୍କୁ ଏସଏଫଏସଏଲଙ୍କୁ ନିର୍ଦ୍ଦେଶକ ଦାୟିତ୍ଵ ଦିଆଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ ପଦରେ ନିଯୁକ୍ତ ଦିଆଯାଇଛି। ସାରଥୀ କେସରେ ଚର୍ଚ୍ଚିତ ପୂର୍ବତନ କେନ୍ଦ୍ରାପଡ଼ା ଏସପି ସତୀଶ … Read more

ମାସ ଶେଷ ସୁଦ୍ଧା କାର୍ଯ୍ୟରେ ଯୋଗ ନଦେଲେ ଦରମା ବନ୍ଦ, ଡ. ଅରବିନ୍ଦ କୁମାର ପାଢୀ

ଭୁବନେଶ୍ୱର: ସମସ୍ତ କୃଷି ଅଧିକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କୃଷି ବିଭାଗ ପ୍ରମୁଖ ସଚିବ ଡ.ଅରବିନ୍ଦ କୁମାର ପାଢୀ। ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟ ଯୋଗ ଦେବାକୁ ଦିଆଯାଇଛି ଅଲ୍‌ଟିମେଟମ୍‌ । ଯଦି ବିଭାଗର ନିର୍ଦ୍ଦେଶକୁ କେହି ନମାନନ୍ତି , ତେବେ ସେମାନଙ୍କ ଦରମା ବନ୍ଦ ହେବ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସଚିବ ଶ୍ରୀଯୁକ୍ତ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ପଦୋନ୍ନତିପ୍ରାପ୍ତ, ବଦଳି ହୋଇଥିବା ଅଧିକାରୀମାନେ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ … Read more

ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଯୋଜନା

ଭୁବନେଶ୍ୱର: ପ୍ରସ୍ତୁତ ହେଲା ଦୀର୍ଘ ମିଆଦୀ ଯୋଜନା । ରାଜ୍ୟରେ ୮୦୦ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ । ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ନୂଆଦିଲ୍ଲୀ ଗସ୍ତବେଳେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି, ଓଡ଼ିଶାର ବିଭିନ୍ନ ଦାବି ଜଣାଇଥିବା ଖବର ମିଳିଛି । ପ୍ରାକୃତିକ ଅଞ୍ଚଳ ନିକଟରେ ଥିବା ବିଦ୍ୟାଳୟ ନିକଟରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ … Read more

ବ୍ଲକ୍ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ

ଧର୍ମଶାଳା: ଯାଜପୁର ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଭାତ ବଳବନ୍ତରାୟ । ଅନାସ୍ଥା ଭୋଟ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରଭାତ ଇସ୍ତଫା ଦେଇଛନ୍ତି । ପ୍ରଭାତ ବଳବନ୍ତରାୟ ଓରଫ୍ ଲୁଲୁ ହେଉଛନ୍ତି ପୂର୍ବତନ ବିଧାୟକଙ୍କ ପ୍ରଣବ ବଳବନ୍ତରାୟ ଓରଫ ଜିତୁଙ୍କ ସାନ ଭାଇ । ଦୀର୍ଘ ଦିନ ହେବ ଧର୍ମଶାଳା ବିଜେଡ଼ିରେ ଛକାପଞ୍ଝା ଲାଗିରହିଥିଲା । ଅଗଷ୍ଟ ୧୧ରେ ପ୍ରଭାତଙ୍କ ବିରୁଦ୍ଧରେ ୩୮ରୁ ଅଧିକ ସମିତି ସଭ୍ୟ ଓ ସରପଞ୍ଚ ଅନାସ୍ଥା ପ୍ରସ୍ତାବ … Read more

ସୋସିଆଲ ମିଡିଆରେ ସୁଲତା ଦେଓଙ୍କୁ ଧମକ ର ତଦନ୍ତ କରିବ ମହିନ୍ଦ୍ରା ଗ୍ରୁପ୍

ଭୁବନେଶ୍ୱର: ଓଡ଼ିଶା ସାଂସଦ ସୁଲତା ଦେଓଙ୍କୁ ଦୁଷ୍କର୍ମ ଧମକ ଦେବା ଅଭିଯୋଗର ପ୍ରତିକ୍ରିୟା ରଖିଛି ମହିନ୍ଦ୍ରା ଗ୍ରୁପ୍। କମ୍ପାନୀ ପକ୍ଷରୁ ଏହି ଘଟଣାକୁ “ମର୍ଯ୍ୟାଦାହୀନ ଏବଂ ଅତ୍ୟନ୍ତ ଅନୁପଯୁକ୍ତ” କହିବା ସହ ନିନ୍ଦା କରାଯାଇଛି। ଏକ୍ସର ଏକ ପୋଷ୍ଟରେ କମ୍ପାନୀ କହିଛି ଯେ ଏହି ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନିଆଯାଇଛି ଏବଂ ଏହାର ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଛି। “ଆମ କର୍ମଚାରୀମାନଙ୍କ ମଧ୍ୟରୁ ଜଣେ ଫେସବୁକରେ ରାଜନେତାଙ୍କ ପ୍ରତି କରିଥିବା ପୋଷ୍ଟ ନେଇ ଆମେ ଅବଗତ … Read more

ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ,୫୦୦୦ କିଲୋମିଟର ପର୍ଯ୍ୟନ୍ତ ବହନ କରିପାରିବ ପରମାଣୁ ଅସ୍ତ୍ର

ଭୁବନେଶ୍ୱର: ଅଗ୍ନି -୫ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ଏହି ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସଫଳତାର ସହ କରାଯାଇଛି। ଅଗ୍ନି-୫ କ୍ଷେପଣାସ୍ତ୍ରର ପରୀକ୍ଷଣରେ ସମସ୍ତ କାର୍ଯ୍ୟକ୍ଷମ ଏବଂ ବୈଷୟିକ ପାରାମିଟର ନିଶ୍ଚିତ କରାଯାଇଛି। ଏହି ପରୀକ୍ଷଣ ଭାରତର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ତତ୍ତ୍ୱାବଧାନରେ ସମାପ୍ତ ହୋଇଛି। ICBM କାଟାଗୋରୀର ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୫। ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଅଗ୍ନି-୫ର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିମିରୁ ଅଧିକ ରହିଛି। … Read more

ମହିଳା ଓ ଶିଶୁ ସୁରକ୍ଷା ନେଇ ରାଜ୍ୟ ସରକାର ନେଲେ ବଡ଼ ପଦକ୍ଷେପ

ଭୁବନେଶ୍ୱର: ମହିଳା ଓ ଶିଶୁ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର । ଏମାନେ ମହିଳା ବିରୋଧୀ ଅପରାଧ ହେଲେ ପୀଡ଼ିତାଙ୍କୁ ପ୍ରାରମ୍ଭିକ ନ୍ୟାୟିକ ସାହାଯ୍ୟ କରିବେ। ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ସହ ଆଇନ ବିଭାଗର ବୈଠକ ହୋଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଥିପାଇଁ ଆଲୋଚନା ହୋଇଛି । ବୈଠକରେ ଆଇନ ମନ୍ତ୍ରୀ, ଲିଗାଲ … Read more

ନାବାଳିକାଙ୍କୁ ବିବାହ ଓ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ

ଜଗତସିଂହପୁର: ପୋଲିସ ଏସ୍ଆଇ ଅମିତ ପାଢ଼ୀକୁ ରାଜ୍ୟ ବାହାରୁ ଗିରଫ କରାଯାଇଛି । ଜଗତସିଂହପୁର ପୋଲିସର ସ୍ଵତନ୍ତ୍ର ୪ ଜଣିଆ ଟିମ୍‌ ଗିରଫ କରିଥିବା ଖବର ମିଳିଛି । ନାବାଳିକାଙ୍କୁ ବିବାହ ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଘଟଣାରେ ଗିରଫ ହୋଇଛନ୍ତି ଏସଆଇ ଅମିତ ପାଢ଼ୀ । ସେ ୪ ମାସ ହେଲା ଫେରାର ଥିଲେ । ତେବେ ଅଭିଯୁକ୍ତ ଏସଆଇକୁ କେଉଁଠୁ ଗିରଫ କରାଯାଇଛି ତାର ସୂଚନା ଦିଆଯାଇ ନାହିଁ।ଖବର ଅନୁଯାଇ, ଫେସ୍‌ବୁକ୍‌ … Read more

ଶିଶୁ ବାଟିକା ପିଲାଙ୍କୁ ଦିଆଯିବ ମାଗଣା ୟୁନିଫର୍ମ,ଆସିଛି ଗଣଶିକ୍ଷା ବିଭାଗକୁ ଚିଠି

ଭୁବନେଶ୍ୱର: ପ୍ରଥମ ଶ୍ରେଣୀ ପିଲାଙ୍କ ଭଳି ଶିଶୁବାଟିକା ପିଲାଙ୍କୁ ମଧ୍ୟ ମିଳିବ ୟୁନିଫର୍ମ । ସେମାନେ ମଧ୍ୟ ପିନ୍ଧିବେ ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଏବଂ ପରିଚୟପତ୍ର ବି ଦିଆଯିବ । ୩ ଲକ୍ଷ ୧୦ ହଜାର ୮୩୯ ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ମିଳିବ । ଏସବୁ ବଣ୍ଟନ ପାଇଁ ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ୧ ହଜାର ଟଙ୍କା ପାଣ୍ଠି ଆବଶ୍ୟକ । … Read more

ଓଡିଶାକୁ ହୋଇପାରେ ପୋସ୍କୋର ଲେଉଟାଣି

କେନ୍ଦୁଝର: ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଓ ପୋସ୍କୋ କେନ୍ଦୁଝର ଜିଲ୍ଲାରେ ଷ୍ଟିଲପ୍ଲାଣ୍ଟ କରିପାରନ୍ତି। ଭାରତରେ, ସମ୍ଭବତଃ ଓଡ଼ିଶାରେ ଏକ ୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ ପ୍ଲାଣ୍ଟ ବସାଇବାକୁ ଜେଏସ୍ଡବ୍ଲୁ ଷ୍ଟିଲ୍ ଓ ପୋସ୍କୋ ଗ୍ରୁପ୍ ଚୁକ୍ତିବଦ୍ଧ ହୋଇଥିବା ଖବର ସାମ୍ନାକୁ ଆସିଥିବା ନେଇ ଶିଳ୍ପମନ୍ତ୍ରୀଙ୍କ ଏଇ ଇଙ୍ଗିତ ପରେ ରାଜ୍ୟକୁ ପୁଣିଥରେ ପୋସ୍କୋ ଫେରିବା ସମ୍ଭାବନାକୁ ଅଧିକ ଉଜ୍ଜିବୀତ କରିଛି । ଗତକାଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଦିନିକିଆ ଅନୁଗୁଳ ଗସ୍ତରେ ଆସି … Read more