ଲାଞ୍ଚ ନେଲା ବେଳେ ଧରା ପଡିଲେ ପିପିଲି RI
ପୁରୀ: ୬୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପିପିଲି ତହସିଲର ବନ୍ତଳସିଂହ ସର୍କଲ ରାଜସ୍ୱ ନିରୀକ୍ଷକ (RI) ଜୀବନକୃଷ୍ଣ ପରିଡ଼ା। ଏକ ମ୍ୟୁଟେସନ୍ ମାମଲାରେ ଆବେଦନ ପ୍ରକ୍ରିୟାକରଣ ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ ସେ ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡ଼ିଛନ୍ତି। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ RI ଜୀବନ କୃଷ୍ଣ ପରିଡ଼ା ୬ଟି ପୈତୃକ ପ୍ଲଟର ମ୍ୟୁଟେସନ ଆବେଦନ ପାଇଁ କେସ୍ ପିଛା ୧୫,୦୦୦ ଟଙ୍କା ହିସାବରେ ମୋଟ ୯୦,୦୦୦ ଟଙ୍କା ଦାବି … Read more