କଟକ: ସୋମବାର ଦିନ ଖେଳୁଥିବା ସମୟରେ ପାଇଖାନା ଟାଙ୍କିରେ ଖସିପଡ଼ି ୩ ଶିଶୁଙ୍କର ମୃତ୍ୟୁ ଘଟିଛି। ଘଟଣା ଟି ଘଟିଛି ବଡ଼ମ୍ବା ଥାନା ଅନ୍ତର୍ଗତ ରଗଡ଼ିପଡ଼ାରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ମୃତକମାନଙ୍କ ମଧ୍ୟରେ ୨ ନାବାଳକ ଏବଂ ଜଣେ ନାବାଳିକା ରହିଛନ୍ତି। ସେମାନେ ହେଲେ ୯ ବର୍ଷୀୟ ଅଙ୍କିତ ନାୟକ, ୭ ବର୍ଷୀୟା ଶିବାନୀ ଏବଂ ୩ ବର୍ଷୀୟ ଶୁଭମ। ଏହି ତିନି ଶିଶୁଙ୍କ ଘର ଇଚ୍ଛାପୁର ଏବଂ ବଡ଼ରାବେଣାରେ ହୋଇଥିବାବେଳେ, ସେମାନେ ତାଙ୍କ ମାମୁଁ ଘର ରଗଡ଼ିପଡ଼ାକୁ ବୁଲିବାକୁ ଆସିଥିଲେ। ସେମାନେ ଟାଙ୍କି ନିକଟରେ ଖେଳୁଥିବା ସମୟରେ ଅସାବଧାନତାବଶତଃ ଭିତରକୁ ଖସିପଡ଼ିଥିଲେ। ଟାଙ୍କିରେ ପାଣି ଥିବାରୁ ସେଥିରେ ବୁଡ଼ି ସମସ୍ତଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
Post Views: 78









