ଶ୍ରୀମନ୍ଦିର ଭିତରୁ ଡାଲ୍‌ଡା ଘିଅ ଜବତ

ପୁରୀ : ଶ୍ରୀମନ୍ଦିର ଭିତରୁ ଡାଲ୍‌ଡା ଘିଅ ଜବତକରାଯାଇଛି । ଏନେଇ ଜନୈକ ମହାସୁଆର ସେବକଙ୍କୁ ପଚରାଉଚରା କରାଯାଇଛି ।ଏହି ଘଟଣା ପରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଶ୍ରୀମନ୍ଦିର ଭିତରେ କେବଳ ଓମ୍‌ଫେଡ୍‌ ଘିଅ ବ୍ୟବହାର ପାଇଁ ନିର୍ଦ୍ଦେଶ ରହିଛି lସୂଚନା ଥାଉକି ପୂର୍ବରୁ ଶ୍ରୀମନ୍ଦିର ମଧ୍ୟକୁ ଓମଫେଡ ବ୍ୟତୀତ ଯେପରି ଅନ୍ୟ କୌଣସି ଘିଅ ପ୍ରବେଶ ନ କରେ, ସେଥିପ୍ରତି ପଦକ୍ଷେପ … Read more

ପାଇଖାନା ଟାଙ୍କିରେ ଖସି ପଡି ୩ ଶିଶୁଙ୍କ ମୃତ୍ୟୁ

କଟକ: ସୋମବାର ଦିନ ଖେଳୁଥିବା ସମୟରେ ପାଇଖାନା ଟାଙ୍କିରେ ଖସିପଡ଼ି ୩ ଶିଶୁଙ୍କର ମୃତ୍ୟୁ ଘଟିଛି। ଘଟଣା ଟି ଘଟିଛି ବଡ଼ମ୍ବା ଥାନା ଅନ୍ତର୍ଗତ ରଗଡ଼ିପଡ଼ାରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ମୃତକମାନଙ୍କ ମଧ୍ୟରେ ୨ ନାବାଳକ ଏବଂ ଜଣେ ନାବାଳିକା ରହିଛନ୍ତି। ସେମାନେ ହେଲେ ୯ ବର୍ଷୀୟ ଅଙ୍କିତ ନାୟକ, ୭ ବର୍ଷୀୟା ଶିବାନୀ ଏବଂ ୩ ବର୍ଷୀୟ ଶୁଭମ। ଏହି ତିନି ଶିଶୁଙ୍କ ଘର ଇଚ୍ଛାପୁର ଏବଂ ବଡ଼ରାବେଣାରେ ହୋଇଥିବାବେଳେ, … Read more

ନୂଆପଡା କୋମନାରେ ପ୍ରଚାର କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ନିର୍ବାଚନ ପ୍ରଚାର ପାଇଁ ନୂଆପଡାରେ ପହଂଚିଛନ୍ତି । କୋମନା ବ୍ଲକ ର ତାରାବୋଡ଼,ଧାନମଣ୍ଡି ପଡିଆ ରେ ଆୟୋଜିତ ବିରାଟ ନିର୍ବାଚନୀ ସଭାରେ ଯୋଗ ଦେଇଥିବା ହଜାର ହଜାର ଲୋକଙ୍କୁ ଉଦବୋଧନ ଦେଇ ନୂଆପଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚି଼ହ୍ନରେ ଭୋଟ ଦେବା ପାଇଁ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ । ନବୀନ ପଟ୍ଟନାୟକ ତାଙ୍କ ଉଦବୋଧନରେ ପ୍ରଥମେ ପୂର୍ବତନ ବିଧାୟକ ରାଜେନ୍ଦ୍ର … Read more

ରୁଚି କମ୍ପାନୀର ପ୍ରତିଷ୍ଠାତା ଶରତ ସାହୁଙ୍କ ପରଲୋକ

କଟକ : ରୁଚି କମ୍ପାନୀର ପ୍ରତିଷ୍ଠାତା ଶିଳ୍ପପତି ଶରତ ସାହୁଙ୍କ ପରଲୋକ। ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ରୁଚି ବ୍ରାଣ୍ଡ କମ୍ପାନୀର ଓଏଫଏମଏଲର ଏମଡି ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ଶରତ ସାହୁ ୧୯୫୦ ମସିହା ଜୁଲାଇ ୨୩ ତାରିଖରେ କଟକର ରାଣୀହାଟଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ସ୍ୱର୍ଗତ ବନମାଳି ସାହୁ ଓ ମଇନା ଦେବୀଙ୍କ ପୁଅ । ୧୯୭୬ରେ … Read more

ନୂଆପଡ଼ା ଗସ୍ତରେ ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ

ନୂଆପଡା: ନୂଆପଡ଼ାରେ ଧିରେ ଧିରେ ଜମିଲାଣି ପ୍ରଚାର। ପ୍ରାର୍ଥୀଙ୍କ ହାତରେ ପ୍ରଚାର ପାଇଁ ରହିଲା ଆଉ ସପ୍ତାହେ । ଏହି ଉପନିର୍ବାଚନ ତିନି ଦଳ ପାଇଁ ପାଲଟିଛି ସମ୍ମାନର ବିଷୟ । ଏହି କ୍ରମରେ କଂଗ୍ରେସ ପାଇଁ ପ୍ରଚାର କରିବାକୁ ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ସେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ପ୍ରଚାର କରିବେ । ଏ ନେଇ ରବିବାର ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ସୋସଲିଆଲ … Read more

ଉତ୍ତରାଖଣ୍ଡରୁ ଗିରଫ ହୋଇ ଭୁବନେଶ୍ୱରରେ ପହଞ୍ଚିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି

ଭୁବନେଶ୍ୱର: ବହୁଚର୍ଚ୍ଚିତ ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିକୁ ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ୱକୁ ଆଣିଲା କ୍ରାଇମ୍‌ବ୍ରାଞ୍ଚ । ଏୟାରପୋର୍ଟରୁ ସିଧା କ୍ରାଇମ୍‌ବ୍ରାଞ୍ଚ ଅଫିସ୍ ଗଲା ଶଙ୍କର ପୃଷ୍ଟି । ନେପାଳ ସୀମା ଉତ୍ତରାଖଣ୍ଡ ଅଞ୍ଚଳରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଶଙ୍କର କହିଛି ଯେ ତା ଉପରେ ଯେଉଁ ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ମିଛ । ହାଇକୋର୍ଟରେ ମୁଁ ଆଗୁଆ ଜାମିନ ଆବେଦନ କରିଛି ବୋଲି କହିଛି ଶଙ୍କର । ପୋଲିସ … Read more

କୋରାପୁଟ ବିଧାୟକଙ୍କ ପିଏସଓ ନିଲମ୍ବିତ

ନୂଆପଡା: ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳରେ ଶନିବାର ଘଟିଥିବା ଫାଙ୍କା ଗୁଳିକାଣ୍ଡ ଘଟଣାରେ କୋରାପୁଟ ବିଧାୟକଙ୍କ ପିଏସଓ ନିଲମ୍ବିତ ହୋଇଛନ୍ତି। କୋରାପୁଟ ଏସପି ପିଏସଓ ଡମ୍ବରୁ ହନ୍ତାଳଙ୍କୁ ନିଲମ୍ବିତ କରିଛନ୍ତି। ଅନୁଯାଇ, ଶନିବାର କୋମନାର ଏକ ହୋଟେଲରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଯାହାଫଳରେ ପିଏସଓ ହନ୍ତାଳ ଫାଙ୍କା ଗୁଳିଚାଳନା କରିଥିଲେ। ନିର୍ବାଚନୀ ପ୍ରଚାର ଚାଲିଥିବା ସମୟରେ ଏଭଳି ଗୁଳିକାଣ୍ଡକୁ ବିଜେଡି ରାଜନୈତିକ ରୂପ ଦେବା ସହିତ ବିଜେପି ନିର୍ବାଚନ ଜିତିବାକୁ ଗୁଳି ଫୁଟାଉଛି ବୋଲି … Read more

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ପ୍ରଥମ ସେମି କଣ୍ଡକ୍ଟର କେନ୍ଦ୍ରର ଶିଳାନ୍ୟାସ

ଭୁବନେଶ୍ୱର: ଆଜି ଭୁବନେଶ୍ବର ଇନଫୋଭ୍ୟାଲିରେ ବୃହତ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ SiCSem ପ୍ରକଳ୍ପର ଭୂମି ପୂଜନ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶିଳାନ୍ୟାସ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭିସିରେ ଯୋଗ ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏହା ରାଜ୍ୟରେ ପ୍ରଥମ କମ୍ପାଉଣ୍ଡ ସେମିକଣ୍ଡକ୍ଟର ପ୍ରକଳ୍ପ। SiCSem ପ୍ରାଇଭେଟ୍ ଲିମିଟେଡ୍ ସେମିକଣ୍ଡକ୍ଟର ପ୍ରକଳ୍ପ ଭୁବନେଶ୍ୱରରେ ପ୍ରତିଷ୍ଠା ହେବା ଏକ ବଡ ପଦକ୍ଷେପ। ଏଥିପାଇଁ ୨ ହଜାର ୬୭ କୋଟି ଟଙ୍କା ନିବେଶ କରିବ … Read more

ଆଉ ୧୭ ଜଣ ନେତାଙ୍କୁ ସଂଯୋଜନା ଦାୟିତ୍ବ ଦେଲା ବିଜେଡି

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ ପୁଣି ୧୭ ଜଣ ନେତାଙ୍କୁ ସଂଯୋଜନା ଦାୟିତ୍ବ ଦେଇଛି ବିଜେଡି। ଦଳ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ମହେଶ ସାହୁ, ସୁମିତ୍ରା ଜେନା, ସୁଲୋଚନା ଦାସ, ଶର୍ମିଷ୍ଠା ସେଠୀ, ମହୀଧର ରାଣା, ରଘୁରାମ ପାଦଲ, ମାନସ ମାଡକାମି, ଝିନ ହିକକା, ସାନନ୍ଦ ମରାଣ୍ଡି, ରୂପେଶ କୁମାର ପାଣିଗ୍ରାହୀ, ବେଣୁଧର ପ୍ରଧାନ, ଦେବାଶିଷ ପଟ୍ଟନାୟକ, ଇଶ୍ବର ପାଣିଗ୍ରାହୀ, ସୁବ୍ରତ ସିଂହ, ଦୁଷ୍ମନ୍ତ ନାୟକଙ୍କୁ ସଂଯୋଜନା ଦାୟିତ୍ବ … Read more

ବସ୍‌ ଭିତରେ ୪ ବର୍ଷର ଶିଶୁ କୁ ଦୁଷ୍କର୍ମ ମାମଲା; ଦୁଇ ଯବାନଙ୍କୁ ଆଜୀବନ କାରାଦଣ୍ଡାଦେଶ

ବ୍ରହ୍ମପୁର: ଗୋପାଳପୁର ଥାନା ଅଞ୍ଚଳରେ ଥିବା ଆର୍ମି ଏଡି କଲେଜ ପରିସରରେ ଗତ ଜାନୁଆରୀ ମାସରେ ଏକ ବସ୍‌ ଭିତରେ ଜନୈକା ୪ ବର୍ଷର ଶିଶୁକନ୍ୟାଙ୍କୁ ଯୌନ ଶୋଷଣ କରାଯାଇଥିଲା। ଉକ୍ତ ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍ସୋ ଜଜ ପ୍ରଣତି ପଟ୍ଟନାୟକ ବସ୍‌ରେ କାର୍ଯ୍ୟରତ ୨ଜଣ ସେନା କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଦ୍ୱୟ ହେଲେ ଗୁଜରାଟ ମେହେସନ ଜିଲ୍ଲା ସତଲାସନର ମୂଳ ନିବାସୀ ଭୂତେଦିଆ … Read more