CMC ବୈଠକରେ ଗଣ୍ଡଗୋଳ;ବୈଠକ ଅଧାରୁ ପଳେଇଲେ ମେୟର ଓ କମିଶନର

କଟକ: କଟକରେ ସିଏମସି କାଉନସିଲ ବୈଠକ ବସିଥିବା ବେଳେ ଆଜି ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପିର କର୍ପୋରେଟର। ଏପରିକି ମାଇକ ଭାଙ୍ଗିବା, ଫୁଲଦାନୀ ଫୋପାଡ଼ିବା ସହ ଠେଲପେଲା ହେବାଭଳି ପରିସ୍ଥିତି ଦେଖିବାକୁ ମିଳିଛି। ପରିଣାମ ସ୍ୱରୂପ କାଉନସିଲ ବୈଠକ ଅଧାରୁ ବନ୍ଦ ରହିଛି। ଉଭୟ ପକ୍ଷଙ୍କୁ ବୁଝାଇବା ଲାଗି ମେୟର ଯେତେ ଚେଷ୍ଟା କରିଥିଲେ ସୁଧା ପରିସ୍ଥିତି ସୁଧୁରିନଥିଲା। ଶେଷରେ ପରିସ୍ଥିତି ଏଭଳି ହୋଇଥିଲା ଯେ, ଚେୟାର ଛାଡି ଗୃହରୁ ପଳାଇଥିଲେ ମେୟର ସୁବାଷ ସିଂହ … Read more

ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ…

ନୂଆପଡା: ତିନି ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର ଜାରି ରହିଛି। ଏହାରି ଭିତରେ ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ ହୋଇଛି। ପ୍ରୀତିରଞ୍ଜନଙ୍କ ନୂଆପଡା ଖରିଆର୍‌ ରୋଡରେ ଥିବା ବାସଭବନରେ ପୁଲିସ ଚଢାଉ କରିଥିବା ଖବର ମିଳିଛି । ପ୍ରୀତିରଞ୍ଜନ ଘଡେଇ ଏବେ ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ୱରେ ଅଛନ୍ତି। ଏହି ସମୟରେ ପୁଲିସ ଏଭଳି ଚଢାଉ କରିବା ନେଇ କର୍ମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ଏକ ଖବର ପାଇ … Read more

ରାଜଧାନୀରେ ନାବାଳକକୁ ମାଡ଼ ଘଟଣାର ଭିଡିଓ ଭାଇରାଲ; ୭ ଜଣ ଅଭିଯୁକ ଗିରଫ

ଭୁବନେଶ୍ୱର: ନାବାଳକକୁ ଅପହରଣ ପରେ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଧଉଳି ଥାନା ପୁଲିସ। ଏଥିରେ ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଖବର ମୁତାବକ; ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ୧୪ ବର୍ଷୀୟ ନାବାଳକକୁ ଅପହରଣ କରି ନିସ୍ତୁକ ମାଡ଼ ମାରୁଥିବା ଭିଡିଓ ଭାଇରାଲ କରିଥିଲେ ଅଭିଯୁକ୍ତ। ଧଉଳି ଥାନା ଗୋପୀନାଥପୁର କୃଷ୍ଣପୁର ଗ୍ରାମର ୧୪ ବର୍ଷୀୟ … Read more

ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରୁ ଉଚ୍ଛେଦ ହେବ ଉଠା ଦୋକାନ

ପୁରୀ: ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ଥିବା ସମସ୍ତ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯିବ । ଚତୁଃପାର୍ଶ୍ଵକୁ ସୌନ୍ଦର୍ଯ୍ୟକରଣ କରାଯିବା ସହ ପରିଷ୍କାର ପରିଚ୍ଛନ୍ନ ରଖାଯିବ । ଏହା ସହ କୌଣସି ଘରୋଇ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଅନୁମତି ଦିଆଯିବ ନାହିଁ ଏବଂ ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ପବିତ୍ରତା ରକ୍ଷା କରାଯିବ ବୋଲି ଗୁଣ୍ଡିଚା ମନ୍ଦିର ସମୀକ୍ଷା କରି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗୁରୁବାର ଅପରାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ … Read more

ଶେଷ ନିଦ୍ରାରେ ବିଜେପିର ବରିଷ୍ଠ ନେତା ଶଙ୍କର ପରିଡା

ଭୁବନେଶ୍ୱର: ପୁରୀ ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଶ୍ରୀ ଶଙ୍କର ପରିଡାଙ୍କ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ଗତକାଲି ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ଆଜି ତାଙ୍କର ଦେହାନ୍ତ ନେଇ ପରିବାର ପକ୍ଷରୁ ଖବର ମିଳିଛି। କ୍ୟାନ୍ସରରେ ପୀଡ଼ିତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ ଶଙ୍କର। ପ୍ରଥମେ ତାଙ୍କୁ କଟକର ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ, ପରେ ମୁମ୍ବାଇର ଟାଟା ମେମୋରିଆଲ୍ ହସ୍ପିଟାଲରେ ଏବଂ … Read more

NESCO ଗ୍ରାଉଣ୍ଡରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇର NESCO ଗ୍ରାଉଣ୍ଡରେ ଚାଲିଥିବା ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ ପାଳନ ଅବସରରେ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଚମତ୍କାର ବାଲୁକା କଳାକୁ ପ୍ରଶଂସା ମଧ୍ୟ କରିଥିଲେ। ଚଳିତ ବର୍ଷ ସୁଦର୍ଶନ ପ୍ରସିଦ୍ଧ ବାଲି ଯାତ୍ରା ଥିମ୍ “ଓଡିଶାରୁ ଇଣ୍ଡୋନେସିଆ: ଐତିହ୍ୟ ଯାତ୍ରା” ଶୀର୍ଷକରେ ଭାରତର ପ୍ରାଚୀନ ସାମୁଦ୍ରିକ ଐତିହ୍ୟକୁ ଦର୍ଶାଇଛନ୍ତି। ଓଡିଶାରୁ ଆସିଥିବା ସୁଦର୍ଶନଙ୍କ ସୃଜନଶୀଳତାରେ ମୋଦି ପ୍ରଭାବିତ ହୋଇଥିଲେ ଓ … Read more

ଉପାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର: ଉପାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ । ପ୍ରଶାସନର ଅବହେଳା ଅଭିଯୋଗ କରି ବୁଧବାର ସମର୍ଥା ନିଯୋଗ ସେବାୟତ ନୀତିକାନ୍ତି ବନ୍ଦ କରିଛନ୍ତି । ଏପରିକି ଗୁରୁବାର ମଧ୍ୟ ନୀତି ବନ୍ଦ ରଖିବାକୁ ଦେଇଛନ୍ତି ଚେତାବନୀ । ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । କାର୍ତ୍ତିକ ମାସରେ ଏଭଳି ଅପ୍ରୀତିକର ଘଟଣାକୁ ଭକ୍ତ ମହଲରେ ନିନ୍ଦା କରାଯାଇଛି । ସୂଚନା ଅନୁସାରେ, ବୁଧବାର ସକାଳେ ସ୍ୱାଭାବିକ ଭାବେ ପ୍ରଭୁ ଲିଙ୍ଗରାଜଙ୍କ ଦ୍ୱାରଫିଟା … Read more

ରେଭେନ୍ସା ଇଷ୍ଟ ହଷ୍ଟେଲରେ ଝାଡ଼ାବାନ୍ତି: ଅସୁସ୍ଥ ଛାତ୍ର ଏସ୍‌ସିବିରେ ଭର୍ତ୍ତି

କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ। ୧୫ରୁ ଉର୍ଦ୍ଧ୍ଵ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଛି। ଖବର ପାଇବା ପରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍ ସ୍ଥିତି ଅନୁଧ୍ୟାନ ପାଇଁ ରେଭେନ୍ସାରେ ପହଞ୍ଚିଥିଲେ ।ମିଳିଥିବା ଖବର ଅନୁସାରେ, ରେଭେନ୍ସା ବିଶ୍ଵବିଦ୍ୟାଳୟ ଇଷ୍ଟ୍ ହଷ୍ଟେଲର ୧୫ଜଣ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ସହପାଠୀମାନେ ଆଜି ସକାଳେ ସେମାନଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରିଥିଲେ। … Read more

ଆନ୍ଧ୍ରପ୍ରଦେଶର ଅମଲାପୁରମଠାରେ ଲ୍ୟାଣ୍ଡଫଲ କଲା ବାତ୍ୟା ମୋନ୍ଥା

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ‌ ଉପକୂଳରେ ମାଡ଼ ହୋଇଛି ଭୀଷଣ ବାତ୍ୟା ‘ମୋନ୍ଥା’। ମଙ୍ଗଳବାର ରାତି ପ୍ରାୟ ୭ଟାରେ ମଛଲିପଟନମ୍‌-କଳିଙ୍ଗପଟନମ୍‌ ମଧ୍ୟରେ କାକିନାଡ଼ା ଦକ୍ଷିଣ ଦିଗକୁ ନର୍ସାପୁରମ୍‌ଠାରେ ସ୍ଥଳଭାଗ ଛୁଇଁଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ପାଖାପାଖି ୫ ଘଣ୍ଟା ଧରି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିଥିବାବେଳେ ୧୧୦ କିମି ପର୍ଯ୍ୟନ୍ତ ପବନ ଝଟକା ଅନୁଭୂତ ହୋଇଥିଲା। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ମଛଲିପଟନମ୍‌, କାକିନାଡ଼ା, ରାଜମହେନ୍ଦ୍ରୀ, … Read more

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଚଢ଼ାଉ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଚଢ଼ାଉ ହୋଇଛି । କଳାବଜାରୀ ରୋକିବା ଏବଂ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ପାଇଁ ଯାଞ୍ଚ କଡାକଡି କରାଯାଇଛି । ବାତ୍ୟା ମୋନ୍ଥାର ପ୍ରଭାବ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଯେଭଳି କୌଣସି ବ୍ୟବସାୟୀ କଳାବଜାରୀ ଓ ଅନାବଶ୍ୟକ ଭାବେ ଖାଦ୍ୟ ସାମଗ୍ରୀ ମହଜୁଦ କରି ନ ରଖନ୍ତି ଏଥିନିମନ୍ତେ ଏହି ଚଢ଼ାଉ କରାଯାଇଛି । … Read more