ବାଙ୍ଗାଲୋରରେ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ

କେନ୍ଦୁଝର: ବାଙ୍ଗାଲୋରରେ ଭଡା ଘରେ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ। ଭଡ଼ା ଘରୁ ମୃତଦେହ ଉଦ୍ଧାର ହୋଇଥିବା ଖବର ରହିଛି। ବାଙ୍ଗାଲୋରରେ କାମ କରୁଥିବା ଦେଉଳଡିହା ଗ୍ରାମର ଦମ୍ପତିଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ ରାକେଶ ପାତ୍ର (୨୫) ଓ ସୀମା ନାୟକ । ଖବର ଅନୁସାରେ, ଦେଉଳଡିହା ଗ୍ରାମର ଟଙ୍କଧର ପାତ୍ରଙ୍କ ପୁଅ ସ୍ଥାନୀୟ ଛାମୁଣ୍ଡା ପଞ୍ଚାୟତ ସିରିଆ ବାହାଳ ଗ୍ରାମର ହୃନନ୍ଦଦା ୟକଙ୍କ ଝିଅ ସୀମାକୁ ତିନି ଚାରି ବର୍ଷ ପୂର୍ବେ … Read more

ପାକିସ୍ତାନକୁ ଆଫଗାନିସ୍ତାନର କଡ଼ା ଜବାବ

କାବୁଲ : ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ପାଇଁ ଭାରତ କୁ ଦାୟୀ କରିବା ଅଭିଯୋଗ ଉପରେ ତାଲିବାନ୍‌ର ପ୍ରତିରକ୍ଷା ମନ୍ତ୍ରୀ ମୌଲବୀ ମହମ୍ମଦ ୟାକୁବ ମୁଜାହିଦ୍ ପାକିସ୍ତାନ କୁ କଡ଼ା ଜବାବ ଦେଇଛନ୍ତି। ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫଙ୍କ ବୟାନକୁ ‘ଆଧାରହୀନ ଓ ମୂଲ୍ୟହୀନ’ ବୋଲି କହିଛନ୍ତି। ୟାକୁବ୍ ମୁଜାହିଦ୍ କହିଛନ୍ତି ଯେ, ଆଫଗାନିସ୍ତାନ ଏକ ସ୍ୱାଧୀନ ରାଷ୍ଟ୍ର ଏବଂ କେହି କାବୁଲ୍ ଉପରେ ହୁକୁମ୍ ଚଳାଇ ପାରିବେ ନାହିଁ। ଆଫଗାନିସ୍ତାନ ଭାରତ … Read more

ହାସ୍ୟ ଅଭିନେତା ଅସରାନୀଙ୍କ ପରଲୋକ

ମୁମ୍ବାଇ: ପ୍ରଖ୍ୟାତ ହାସ୍ୟ ଅଭିନେତା ଅସରାନୀଙ୍କର 84 ବର୍ଷ ବୟସରେ ଦେହାନ୍ତ ହୋଇଛି। ଏହି ବରିଷ୍ଠ ଅଭିନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସୋମବାର ଅପରାହ୍ନ 3ଟାରେ ତାଙ୍କର ଦେହାନ୍ତ ହୋଇଛି lଗଣମାଧ୍ୟମକୁ ସୂଚନା ଦେଇ , ଅସରାନୀଙ୍କ ମ୍ୟାନେଜର ବାବୁ ଭାଇ କହିଛନ୍ତି ଯେ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଚାରି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅସରାନିଙ୍କ ଫୁସଫୁସରେ ପାଣି ଜମିଥିବା ଜଣା ପଡ଼ିଥିଲା। ତାଙ୍କର ଚିକିତ୍ସା ଜାରି … Read more

ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଜାପାନ ସଂସଦ ତାର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ସାନାଏ ଟାକାଇଚିଙ୍କୁ ନିଯୁକ୍ତ କରିଛି। ଲିବେରାଲ ଡେମୋକ୍ରାଟିକ ପାର୍ଟି(ଏଲଡିପି)ର ପ୍ରମୁଖ ୬୪ ବର୍ଷୀୟ ତାକାଇଚି ପ୍ରଧାନମନ୍ତ୍ରୀ ଭାବେ ଶିଗେରୁ ଇଶିବାଙ୍କ ସ୍ଥାନ ନେବେ । ଜାପାନ ପାଇଁ ଏହା ଏକ ଐତିହାସିକ ଘଟଣା । ଏଲଡିପି ତାକାଇଚିଙ୍କୁ ନିଜର ନେତା ଭାବେ ଚୟନ କରିଛି । ସାନାଏ କେବଳ ଏଲଡିପିର ନେତା ଭାବେ ନିର୍ବାଚିତ ହେବାରେ ପ୍ରଥମ ମହିଳା ନୁହନ୍ତି ବରଂ କୌଣସି ରାଜନୈତିକ ପୃଷ୍ଠଭୂମି … Read more

INS ବିକ୍ରାନ୍ତରେ ଯବାନଙ୍କ ସହ ଦୀପାବଳି ମନାଇଲେ ମୋଦୀ

ଗୋଆ:ପ୍ରତିଥର ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସୈନିକମାନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି । ଏଥର, ପ୍ରଧାନମନ୍ତ୍ରୀ ମୋଦି ଗୋଆ ଏବଂ କରୱାର ଉପକୂଳରେ ଅବସ୍ଥିତ INS ବିକ୍ରାନ୍ତକୁ ଦୀପାବଳି ପାଳନ କରିବା ପାଇଁବାଛିଥିଲେ। ସେଠାରେ ସୈନିକମାନଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ଭାରତୀୟ ସ୍ଥଳସେନା, ବାୟୁସେନା ଏବଂ ଭାରତୀୟ ନୌସେନା ମଧ୍ୟରେ ସମନ୍ବୟ ପାକିସ୍ତାନକୁ ଅପରେଶନ ସିନ୍ଦୂରରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା। ଯେଉଁମାନଙ୍କ ପାଖରେ ନିଜ ଦମରେ ଲଢ଼ିବାର … Read more

ନୂଆଦିଲ୍ଲୀ: ଚନ୍ଦ୍ରାୟଣ-୨ ବ୍ୟବହାର କରି ପ୍ରଥମ ଥର ପାଇଁ ଚନ୍ଦ୍ର ଉପରେ ସୌର କରୋନାଲ୍ ମାସ୍ ଇଜେକ୍ସନ୍ (CME)ର ପ୍ରଭାବ ପର୍ଯ୍ୟବେକ୍ଷଣ କରିଛି ଇସ୍ରୋ l CHACE-2 ଉପକରଣ ଜାଣିପାରିଲା ଯେ CME ଚନ୍ଦ୍ରର ଏକ୍ସୋସ୍ଫିୟରରେ ଚାପ ବୃଦ୍ଧି କରିଛି। ନିରପେକ୍ଷ ପରମାଣୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି, ଯାହା ତାତ୍ତ୍ୱିକ ମଡେଲଗୁଡ଼ିକୁ ନିଶ୍ଚିତ କରିଛି। ଏହି ଆବିଷ୍କାର ଚନ୍ଦ୍ରରେ ଭବିଷ୍ୟତର ମାନବ ବାସସ୍ଥାନ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚନ୍ଦ୍ରର ବାୟୁମଣ୍ଡଳୀୟ କମ୍ପୋଜିସନ୍ ଏକ୍ସପ୍ଲୋରର୍-୨ (CHACE-2) ବ୍ୟବହାର କରି … Read more

ଗିନିଜ୍‌ ବିଶ୍ୱ ରେକର୍ଡ କଲା ଅଯୋଧ୍ୟାର ଦୀପୋତ୍ସବ

ଅଯୋଧ୍ୟା : ଗିନିଜ୍‌ ବିଶ୍ୱ ରେକର୍ଡ କଲା ଅଯୋଧ୍ୟାର ଦୀପୋତ୍ସବ । ଏକକାଳୀନ ସର୍ବାଧିକ ଲୋକଙ୍କ ଦ୍ୱାରା ‘ଦୀପ’ ଘୂର୍ଣ୍ଣନର ଗିନିଜ୍‌ ବିଶ୍ୱ ରେକର୍ଡ। ୨୬,୧୭,୨୧୫ ଦୀପର ସର୍ବବୃହତ ପ୍ରଦର୍ଶନ ପାଇଁ ମଧ୍ୟ କଲା ରେକର୍ଡ । ଏହି ଗିନିଜ୍‌ ବିଶ୍ୱ ରେକର୍ଡ ପୁରସ୍କାର ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଦୀପୋତ୍ସବ ପୂର୍ବରୁ ଅଯୋଧ୍ୟାରେ ବିଶ୍ୱ ରେକର୍ଡ ସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ସରୟୁ ନଦୀକୂଳରେ ଅନୁଷ୍ଠିତ ଆରତୀରେ ୨୧,୦୦୦ ରୁ ଅଧିକ ଲୋକ ଅଂଶଗ୍ରହଣ … Read more

ବ୍ରହ୍ମୋସ୍ ପରିସର ମଧ୍ୟରେ ଅଛି ପାକିସ୍ତାନ: ରାଜନାଥ ସିଂହ

ଲକ୍ଷ୍ନୌ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଲକ୍ଷ୍ନୌ ସ୍ଥିତ ବ୍ରହ୍ମୋସ୍ ଏରୋସ୍ପେସ୍ ୟୁନିଟରେ ନିର୍ମିତ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପ୍ରଥମ ବ୍ୟାଚ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଦିନଟି କେବଳ ଉତ୍ତର ପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡର (UPDIC) ପାଇଁ ଏକ ମାଇଲଖୁଣ୍ଟ ପ୍ରମାଣିତ ହେବ ନାହିଁ ବରଂ ପ୍ରତିରକ୍ଷା ଉତ୍ପାଦରେ ଆତ୍ମନିର୍ଭରଶୀଳ ହେବାର ଭାରତର ସଂକଳ୍ପକୁ ନୂତନ ଶକ୍ତି ମଧ୍ୟ ଦେବ। ବିଶ୍ୱର ସବୁଠାରୁ ଦ୍ରୁତ ଏବଂ ଘାତକ … Read more

ଗରିବ ରଥ ଏକ୍ସପ୍ରେସରେ ଭୟାନକ ଅଗ୍ନିକାଣ୍ଡ, ଜଳିଲା ଚଳନ୍ତା ଟ୍ରେନ

ନୂଆଦିଲ୍ଲୀ: ପଞ୍ଜାବର ଅମ୍ରିତସର- ସହର୍ସା ଗରିବ ରଥ ଏକ୍ସପ୍ରେସରେ ଭୟାନକ ଅଗ୍ନିକାଣ୍ଡ । ଆଜି (ଶନିବାର) ସକାଳ ସମୟରେ ଏହି ଅଘଟଣ ଘଟିଥିବା ଖବର ମିଳିଛି। ଅମ୍ରିତସରରୁ ସହର୍ସା ଯାଉଥିବା ସମୟରେ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା । ସାଙ୍ଗେ ସାଙ୍ଗେ 3ଟି ବଗିକୁ ମାଡ଼ିଯାଇଥିଲା ନିଆଁ । ଅମ୍ବାଲାଠୁ ଅଧ କିଲୋମିଟର ଦୂର ସିରହିନ୍ଦ ରେଳ ଷ୍ଟେସନ ନିକଟରେ ଟ୍ରେନ ତୁରନ୍ତ ଅଟକିଥିଲା ଟ୍ରେନରୁ ଓହ୍ଲାଇପଡିଲେ ଯାତ୍ରୀ । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବିଶେଷ … Read more

ଆତ୍ମସମର୍ପଣ କଲେ ୨୦୮ ନକ୍ସଲ

ଛତିଶଗଡ: ଛତିଶଗଡ ଜଗଦଲପୁରରେ ଆତ୍ମସମର୍ପଣ କରିଛନ୍ତି ୨୦୮ ନକ୍ସଲ । ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ, ଉପମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କ ଉପସ୍ଥିତିରେ ସିପିଆଇ ମାଓବାଦୀ ସେଣ୍ଟ୍ରାଲ କମିଟି ମେମ୍ବର ରୁପେଶ ନେତୃତ୍ୱରେ ନକ୍ସଲମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ୧୫୩ଟି ମାରଣାସ୍ତ୍ର ସହ ଆତ୍ମସମର୍ପଣ କରିବାକୁ ପହଞ୍ଚିଥିଲେ ମାଓବାଦୀ । ଅସ୍ତ୍ରଶସ୍ତ୍ର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆହ୍ୱାନକୁ ମାଓବାଦୀ ମାନେ ଗ୍ରହଣ କରି ଆତ୍ମସମର୍ପଣ … Read more