April 12, 2026 11:12 am

ସାନ୍ତାଳୀ ଭାଷାରେ ସମ୍ବିଧାନ ଉନ୍ମୋଚନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାନ୍ତାଳୀ ଭାଷାରେ ସମ୍ବିଧାନ ଜାରି କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ଭାରତର ସମ୍ବିଧାନ ଏବେ ସାନ୍ତାଳୀ ଭାଷାରେ ଉପଲବ୍ଧ। ସାନ୍ତାଳୀ ସଂପ୍ରଦାୟର ସମସ୍ତ ଲୋକଙ୍କ ପାଇଁ ଏହା ଗର୍ବ ଏବଂ ଖୁସିର ବିଷୟ। ଅଲ୍ ଚିକି ଲିପିରେ ଏହା ଉପଲବ୍ଧ। ଏହାଦ୍ଵାରା ସେମାନେ ସମ୍ବିଧାନକୁ ନିଜ ଭାଷାରେ ପଢି ବୁଝି ପାରିବେ ସାନ୍ତାଳୀ ଲୋକ । ଅଲ୍ ଚିକି ଲିପିର ଶତବାର୍ଷିକୀ ବର୍ଷରେ ଅଲ୍ ଚିକି ଲିପିରେ ଭାରତର ସମ୍ବିଧାନ ପ୍ରକାଶିତ ହୋଇଛି । ଏଥିପାଇଁ ରାଷ୍ଟ୍ରପତି ଆଇନ ମନ୍ତ୍ରୀ ଏବଂ ତାଙ୍କ ଟିମ୍‌ କୁ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏବଂ କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉପସ୍ଥିତ ଥିଲେ। ୨୦୦୩ ମସିହାର ୯୨ତମ ସମ୍ବିଧାନ ସଂଶୋଧନ ଆଇନ ମାଧ୍ୟମରେ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ ହୋଇଥିବା ସାନ୍ତାଳୀ ଭାଷା ଭାରତର ସବୁଠାରୁ ପୁରୁଣା ଜୀବନ୍ତ ଭାଷା ମଧ୍ୟରୁ ଗୋଟିଏ। ଏହା ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବିହାରରେ ବହୁ ସଂଖ୍ୟକ ଆଦିବାସୀ ଲୋକଙ୍କ ଦ୍ୱାରା କଥିତ।