ହଟିଲେ କେନ୍ଦ୍ର ଶିକ୍ଷା ସଚିବ ବିନୀତ ଯୋଶୀ, ନରେଶ ପାଲ୍‌ଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍‌କୁ ନେଇ କକ୍ରୋଚ୍ ଜନତା ପାର୍ଟି ର ଆନ୍ଦୋଳନ ଜାରି ରହିଥିବା ବେଳେ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଫିସରଙ୍କୁ ବଦଳି କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ସଚିବ ବିନୀତ ଯୋଶୀଙ୍କୁ ତାଙ୍କ ପଦବୀରୁ ହଟାଯାଇ ତାଙ୍କ ସ୍ଥାନରେ ନରେଶ ପାଲ୍ ଗାଙ୍ଗୱାରଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଗୁରୁବାର ବିଳମ୍ବିତ ରାତିରେ ଜାରି ଏକ ସରକାରୀ ବିଜ୍ଞପ୍ତିରୁ ଜଣାପଡ଼ିଛି। ସୂଚନା ମୁତାବକ, ମଣିପୁର କ୍ୟାଡରର ୧୯୯୨ ବ୍ୟାଚ୍ ଆଇଏଏସ ଅଫିସର ବିନୀତ … Read more

NEET ପେପର ଲିକ୍ ମାମଲାରେ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: CJPର ଦେଶସାରା ବିରୋଧ ପ୍ରଦର୍ଶନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆମର ସର୍ବୋଚ୍ଚ ପ୍ରାଥମିକତା ହେଉଛି ଦେଶର ଯୁବପିଢ଼ିଙ୍କ କଲ୍ୟାଣ ଏବଂ ତାଙ୍କର ଭବିଷ୍ୟତ । ଆଜି ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି କହିଛନ୍ତି ଯେ, “ଆମେ ପେପର ଲିକ୍ ରେ ସମ୍ପୃକ୍ତ ଲୋକଙ୍କୁ ଶୀଘ୍ର ଏବଂ କଠୋର ଦଣ୍ଡ ସୁନିଶ୍ଚିତ କରିବା ପାଇଁ ଏକ ଫାଷ୍ଟ-ଟ୍ରାକ୍ କୋର୍ଟ … Read more

ନିଟ୍ ପେପର ଲିକ୍ ମାମଲା: ତ୍ୱରିତ ଶୁଣାଣିକୁ ସୁପ୍ରିମକୋର୍ଟର ନା

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ନୂଆଦିଲ୍ଲୀରେ ସିଜେପିର ସଂସଦ ଭବନ ମାର୍ଚ୍ଚ ସମୟରେ ସମର୍ଥକଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା। ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ସିଧାସଳଖ ମନା କରିଦେଇଛନ୍ତି। ପ୍ରମାଣ ଭାବେ ଆବେଦନକାରୀଙ୍କ ଓକିଲ ଭିଡିଓ ଦେଖାଇବାକୁ ଆଗ୍ରହ ପ୍ରକାଶ କରିଥିଲେ। ହେଲେ ପ୍ରଧାନ ବିଚାରପତି ଏହାକୁ ଅଗ୍ରାହ୍ୟ କରି କହିଥିଲେ, “ଆମ ସମୟ ନଷ୍ଟ କରନ୍ତୁ ନାହିଁ। କୋର୍ଟ ପାଖରେ … Read more

ଆତଙ୍କବାଦୀ ଆକ୍ରମଣରେ କନଷ୍ଟେବଳ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ କିଛି ସନ୍ଦିଗ୍ଧ ଆତଙ୍କବାଦୀ ଗୁଳିମାଡ କରିଛନ୍ତି । ଏହି ଆକ୍ରମଣରେ ଜଣେ ପୋଲିସ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଜଣକ ଆଇଆରପି ୩ୟ ବାଟାଲିୟନର ଆଶିକ୍ ହୁସେନ ବୋଲି ଚିହ୍ନଟ କରାଯାଇଛି। ଏହାପରେ ପୋଲିସ ଏବଂ ସେନା ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଯବାନ ଏବଂ ପୋଲିସମାନେ ଅମରନାଥ ଯାତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଥିଲେ । ଲାଲ ଚୌକ ଅଞ୍ଚଳରେ ପୋଲିସ ଦଳ … Read more

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗୃହ ମୁଲତବୀ ହେବା ପରେ କଲ୍ୟାଣ ବାନାର୍ଜୀ ଏବଂ ଏନସିପିଆଇ (NCPI) ସାଂସଦଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଏହି ବିବାଦରେ ଏନସିପିଆଇ ସାଂସଦ ମିତାଲି ବାଗ, ଶତାବ୍ଦୀ ରାୟ ଓ କାକୋଲି ଘୋଷ ଦସ୍ତିଦାର ସାମିଲ ଥିଲେ। ବିବାଦର ସଠିକ୍ … Read more

ୟୁକ୍ରେନ୍‌ରେ ଭୟଙ୍କର ମିସାଇଲ୍ ମାଡ଼, ୪ ଭାରତୀୟ ନାବିକ ମୃତ

ନୂଆଦିଲ୍ଲୀ: ୟୁକ୍ରେନ୍ ର ଓଡେସା ବନ୍ଦରରୁ ବାହାରୁଥିବା ଏକ ବ୍ୟାବସାୟିକ ମାଲବାହୀ ଜାହାଜ ‘MV Golden Leo’ ଉପରେ ଜୁଲାଇ ୧୯ ସନ୍ଧ୍ୟାରେ ଏକ ଭୟଙ୍କର କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି । ଏହି ଦୁର୍ଭାଗ୍ୟଜନକ ଘଟଣାରେ ୪ ଜଣ ଭାରତୀୟ ନାବିକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଭାରତୀୟ ଗୁରୁତର ଭାବେ ଆହାତ ହୋଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆକ୍ରମଣ ସମୟରେ ଜାହାଜରେ ମୋଟ ୧୭ ଜଣ କ୍ରିୟୁ ସଦସ୍ୟ … Read more

ସିଜେପି ସମର୍ଥକଙ୍କ ଉପରେ ଲାଠିଚାର୍ଜକୁ ନେଇ ମୋଦିଙ୍କୁ କଡା ସମାଲୋଚନା କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ସୋସିଆଲ ମିଡିଆ Xରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଭାରତର ଇତିହାସରେ ସବୁଠାରୁ ଯୁବ ବିରୋଧୀ ପ୍ରଧାନମନ୍ତ୍ରୀ । ସେ ଏତେ ଯୁବ ବିରୋଧୀ ଯେ, ସେ ଜଣେ ବିଫଳ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫାକୁ ମଧ୍ୟ ଗ୍ରହଣ କରିପାରିବେ ନାହିଁ ।” ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି, “୧୫୨ଟି ପେପର ଲିକ୍ ହୋଇଛି । ୭.୫ କୋଟି ଛାତ୍ରଛାତ୍ରୀ ଏହାର ଶିକାର ହୋଇଛନ୍ତି । ଜଣେ ହେଲେ ଦୋଷୀଙ୍କୁ … Read more

ପୋଲିସ ମୁଖ୍ୟାଳୟରେ ତ୍ରିପୁରା ଡିଜିପି ଅନୁରାଗ ଧନଖଡଙ୍କ ମୃତ୍ୟୁ

ଅଗରତାଲା: ତ୍ରିପୁରା ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅନୁରାଗ ଧନଖଡଙ୍କ ମୃତ୍ୟୁ ଘଟିଛି | ମୃତ ଦେହ ପୋଲିସ ମୁଖ୍ୟାଳୟରେ ମିଳିଥିବା ଜଣା ପଡିଛି । ଡିଜିପିଙ୍କୁ ତୁରନ୍ତ ଅଗରତାଲା ସ୍ଥିତ ଗୋବିନ୍ଦ ବଲ୍ଲଭ ପନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାର ଖବର ମିଳିବା ମାତ୍ରେ ମୁଖ୍ୟମନ୍ତ୍ରୀ ମାଣିକ ଶାହ ତୁରନ୍ତ ପୋଲିସ ମୁଖ୍ୟାଳୟ ପହଞ୍ଚିଛନ୍ତି । ମୁଖ୍ୟ ସଚିବ ଜେକେ ସିହ୍ନା ସହିତ ଗୃହ ବିଭାଗର ଅନେକ … Read more

ରାମ ଜନ୍ମଭୂମି ଦାନ ମାମଲା: ସୁପ୍ରିମକୋର୍ଟରେ ନିର୍ମୋହୀ ଆଖଡ଼ାର ଅଭିଯୋଗ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଆବେଦନରେ ନିର୍ମୋହୀ ଆଖଡ଼ା ଏକ ନୂତନ ଟ୍ରଷ୍ଟ ଗଠନ ଏବଂ ଟ୍ରଷ୍ଟରେ ପ୍ରତିନିଧିତ୍ୱ ବୃଦ୍ଧି କରିବାକୁ ଦାବି କରିଛି। ଏହା ବ୍ୟତୀତ ନିର୍ମୋହୀ ଆଖଡ଼ା ସମସ୍ତ ଟ୍ରଷ୍ଟର ଆକାଉଣ୍ଟର ଫୋରେନସିକ୍ ଅଡିଟ୍ ଏବଂ ମନ୍ଦିରର ଗର୍ଭଗୃହରେ ୧୯୫୦ ଏବଂ ୧୯୮୨ ମୂର୍ତ୍ତି ସ୍ଥାପନ କରିବାକୁ ଦାବି କରିଛି। ସୁପ୍ରିମକୋର୍ଟ ସୋମବାର ଦିନ ରାମ ଜନ୍ମଭୂମି ଦାନ ମାମଲାରେ ଦାୟର ଆବେଦନଗୁଡ଼ିକର ଶୁଣାଣି କରିବାକୁ ସ୍ଥିର କରିଛନ୍ତି। ସେହି ଦିନ ନିର୍ମୋହୀ ଆଖଡ଼ାର … Read more

ନୂଆଦିଲ୍ଲୀରେ ‘ଅଲ୍ ଇଣ୍ଡିଆ ମିଡିଆ କନଫରେନ୍ସ–୨୦୨୬’, ଓଡ଼ିଶାରୁ ୯ ସାମ୍ବାଦିକଙ୍କ ଯୋଗଦାନ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରେସି ଆଣ୍ଡ ଇଲେକ୍ସନ୍ ମ୍ୟାନେଜମେଣ୍ଟ (IIIDEM) ଠାରେ ‘ଅଲ୍ ଇଣ୍ଡିଆ ମିଡିଆ କନଫରେନ୍ସ–୨୦୨୬’ ଅନୁଷ୍ଠିତ ହୋଇଛି। ଏହି ଜାତୀୟ ସମ୍ମିଳନୀରେ ଓଡ଼ିଶାରୁ ୯ ଜଣ ବରିଷ୍ଠ ସାମ୍ବାଦିକ ଯୋଗ ଦେଇଥିଲେ। ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଥିଲେ ଯେ, ଭାରତର ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସମ୍ବିଧାନ, ନିର୍ବାଚନ ଆଇନ ଏବଂ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପରିଚାଳିତ ହୁଏ। ପ୍ରକ୍ରିୟାର ପ୍ରତ୍ୟେକ … Read more