ପିଓକେ ରେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା: ୨୦ଜଣଙ୍କ ମୃତ୍ୟୁ ସୂଚନା

ନୂଆଦିଲ୍ଲୀ: ଗତକାଲି ପିଓକେ ରେ ପ୍ରଦର୍ଶନକାରୀଙ୍କ ଏକ ଦଳ ମୋଟରସାଇକେଲରେ ମୁଜାଫରାବାଦ ଅଭିମୁଖେ ଶୋଭାଯାତ୍ରା କରିବାକୁ ଯାତ୍ରା କରୁଥିଲେ l ପ୍ରତିବାଦକାରୀମାନେ ମିରପୁର ବଜାର ନିକଟରେ ପହଞ୍ଚିବା ମାତ୍ରେ ପାକିସ୍ତାନୀ ରେଞ୍ଜର୍ସମାନେ ଗୁଳିଚାଳନା ଆରମ୍ଭ କରିଥିଲେ। ସୂଚନା ଅନୁଯାୟୀ ଗୁଳିମାଡ଼ରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି l ପାକିସ୍ତାନ ସରକାର ପିଓକେର ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବେ କି ପ୍ରଶ୍ନରେ ଖୱାଜା ଆସିଫ କହିଛନ୍ତି; ମୁଁ ପିଓକେର ପ୍ରଦର୍ଶନକାରୀଙ୍କୁ … Read more

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏହା ବ୍ୟତୀତ ୭ଟି ଅଞ୍ଚଳ ପାଇଁ ଚେତାବନୀ ଜାରି କରିଛି । ଜାପାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଜାପାନର ଭୂକମ୍ପ ସ୍କେଲରେ ଏହା ସବୁଠୁ ବଡ ଭୂକମ୍ପ ବୋଲି କୁହାଯାଉଛି । ସୁନାମୀ ଆଲର୍ଟ ଜାରି କରାଯିବା ସହ ଲୋକଙ୍କୁ ସମୁଦ୍ର … Read more

ଫେସବୁକରୁ ମୋଦିଙ୍କ ପୋଷ୍ଟ ହଟାଇବା ଘଟଣାରେ କ୍ଷମା ମାଗିଲା ମେଟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓକୁ ଫେସବୁକରେ ଭାରତ ଭିତରେ ବ୍ଲକ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ଶେଷରେ ମେଟା କମ୍ପାନୀ ନିଜ ଭୁଲ୍ ସ୍ୱୀକାର କରିଛି। ସୂଚନା ଥାଉ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୩ ଜୁଲାଇରେ ଫେସବୁକରେ ଏକ ଭିଡିଓ ସେୟାର କରିଥିଲେ। ମେଟା ଏହି ଭିଡିଓକୁ ହଟାଇ ଦେଇଥିଲା, ଯାହାକୁ ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏହି ଭିଡିଓକୁ … Read more

ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଂସଦରେ ଏନଡିଏର ସ୍ବାଗତ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୌସୁମୀ ଅଧିବେଶନରେ ଯୋଗଦେବାକୁ ସଂସଦ ଭବନରେ ପହଞ୍ଚିଥିଲେ । ଏନଡିଏ ସଂସଦମାନଙ୍କ ପକ୍ଷରୁ ତାଙ୍କୁ ଜୋରଦାର ଭାବେ ସ୍ବାଗତ କରାଯାଇଥିଲା । ଏହା ପରେ ତାଙ୍କୁ ପଗଡ଼ି ପିନ୍ଧାଇ ସସମ୍ମାନ ସହିତ ଗୃହ ଭିତରକୁ ନିଆଯାଇଥିଲା । ସୂଚନାନୁଯାୟୀ, ଏହି ସ୍ବାଗତ ମାଧ୍ୟମରେ ସରକାର ଏକ ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନ ଛାତ୍ର ଏବଂ ଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି ଇସ୍ତଫା ନିଷ୍ପତ୍ତି ନିଜସ୍ୱ … Read more

ଓଡ଼ିଶା ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୧୬ ବିଜେତା

ଭୁବନେଶ୍ବର: ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନର ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୧୬’ର ବିଜେତା ହୋଇଛନ୍ତି ଓଡ଼ିଶାର ୨୪ ବର୍ଷୀୟା ଗାୟିକା ଜ୍ୟୋତିର୍ମୟୀ ନାୟକ। ଏହି ପ୍ରସିଦ୍ଧ ଟାଇଟଲ୍ ଜିତିବାରେ ସେ ଓଡ଼ିଶାର ପ୍ରଥମ ପ୍ରତିଯୋଗୀ ଭାବେ ଇତିହାସ ରଚିଛନ୍ତି। ବିଜେତା ଭାବେ ଜ୍ୟୋତିର୍ମୟୀଙ୍କୁ ଟ୍ରଫି ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ମଧ୍ୟପ୍ରଦେଶ ଜବଲପୁରର ତନିଷ୍କ ଶୁକ୍ଲା ପ୍ରଥମ ରନର୍ସ-ଅପ୍ ହୋଇଛନ୍ତି। ମାସ ମାସର ସାଙ୍ଗୀତିକ ଯାତ୍ରା … Read more

ଆଜି ହେଉଛି କାର୍ଗିଲ ବିଜୟ ଦିବସ:ବୀରତ୍ୱ ଓ ବଳିଦାନକୁ ମନେ ପକାଇଛି ସାରା ଦେଶ

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୨୭ତମ କାରଗିଲ ବିଜୟ ଦିବସ । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ଦେଶବ୍ୟାପୀ ‘କାରଗିଲ ବିଜୟ ଦିବସ’ ଭାବରେ ଅତ୍ୟନ୍ତ ଗର୍ବ ଓ ସମ୍ମାନର ସହିତ ପାଳନ କରାଯାଏ।ବୀର ସହିଦମାନଙ୍କ ଅସୀମ ସାହସ ଓ ତ୍ୟାଗକୁ ସ୍ମରଣ କରିବା ପାଇଁ ଲଦାଖର ଦ୍ରାସସ୍ଥିତ କାର୍ଗିଲ ୱାର ମେମୋରିଆଲଠାରେ ଏକ ଶ୍ରଦ୍ଧାଞ୍ଜଳି ସମାରୋହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହିଦ … Read more

ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନିଜ ପଦରୁ ଇସ୍ତଫା ଦେବା ପରେ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଦିଆଯାଇଛି। ଯୋଶୀ ଏବେ ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ଥିବା ବେଳେ ଶିକ୍ଷା ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଏହାସହ ରାଷ୍ଟ୍ରପତି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି। ଏହା ପରେ ଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟ ସୁଚାରୁ ଭାବେ ପରିଚାଳନା ପାଇଁ ପ୍ରହ୍ଲାଦ ଯୋଶୀଙ୍କୁ ଏହି ଅତିରିକ୍ତ … Read more

ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶରେ ଛାତ୍ରଛାତ୍ରୀଙ୍କ ବଡଧରଣର ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ପଠାଇବା ସହ ସୋସିଆଲ ମିଡିଆରେ ଏହି ନିଷ୍ପତ୍ତିର କାରଣ ସ୍ପଷ୍ଟ କରିଛନ୍ତି। ନିଜ ଇସ୍ତଫାପତ୍ରରେ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, ସେ ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ଛାତ୍ର, ଶିକ୍ଷକ ଏବଂ ଶିକ୍ଷା ସଂସ୍କାର ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଆସୁଛନ୍ତି। ଏକ … Read more

NEET ପେପର ଲିକ୍ ନେଇ କାର୍ଯ୍ୟାନୁଷ୍ଠାନ: ୪୭ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କଲା NTA

ନୂଆଦିଲ୍ଲୀ : NEET ପେପର ଲିକ୍ ଘଟଣାରେ NTA ଶୁକ୍ରବାର ଦିନ ୪୭ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଦେଇଛି। ଏହି ଅଧିକାରୀମାନଙ୍କ ମଧ୍ୟରୁ କେତେଜଣଙ୍କ ବିରୋଧରେ ଆଇନଗତ ଏବଂ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଏଜେନ୍ସିର ଗଠନରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆଗାମୀ ଗୋଟିଏ ମାସ ମଧ୍ୟରେ NTA ର ପୁନର୍ଗଠନ ହେବାର ସମ୍ଭାବନା ରହିଛି, ଯାହାଦ୍ୱାରା ଏହାର କାର୍ଯ୍ୟପ୍ରଣାଳୀ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଅନେକ ଗୁରୁତ୍ୱପୂର୍ଣ୍ଣ … Read more

ସିଜେପି ପ୍ରଦର୍ଶନ ମାମଲା: ଭ୍ରାନ୍ତ ଖବରକୁ ସିଜେଆଇଙ୍କ କଡ଼ା ନିନ୍ଦା

ନୂଆଦିଲ୍ଲୀ: କକରୋଚ୍ ଜନତା ପାର୍ଟିର ପ୍ରଦର୍ଶନକାରୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ମନା କରିଦେଇଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ତୀବ୍ର ନିନ୍ଦା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣାରେ ସୁପ୍ରିମକୋର୍ଟରେ କୌଣସି ଆନୁଷ୍ଠାନିକ ରିଟ୍ ପିଟିସନ୍ (Writ Petition) ଦାଏର ହୋଇନାହିଁ ଏବଂ ଗଣମାଧ୍ୟମର ଏଭଳି ଦାୟିତ୍ୱହୀନ ରିପୋର୍ଟିଂ ଅତ୍ୟନ୍ତ ନିନ୍ଦନୀୟ ଅଟେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆଜି … Read more