February 27, 2026 11:32 pm

ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସାମିଲ ହେବ ୧୪ ପଞ୍ଚାୟତର ୩୪ଟି ଗାଁ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ରେ ମିଶିବ ୧୪ଟି ପଞ୍ଚାୟତର ୩୪ଟି ଗାଁ। ଏନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୌଣସି ଆପତ୍ତି, ଅଭିଯୋଗ ଓ ପରାମର୍ଶ ବିଜ୍ଞପ୍ତି ପ୍ରକାଶ ହେବାର ୩୦ଦିନ ଭିତରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ କିମ୍ବା ଜିଲ୍ଲା ମାଜିଷ୍ଟ୍ରେଟ ଗଞ୍ଜାମଙ୍କ ଜରିଆରେ ଜଣାଇପାରିବେ ବୋଲି ଆହ୍ୱାନ କରିଛନ୍ତି। ଗତ ୧୭ ତାରିଖରେ ବ୍ରହ୍ମପୁର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ମୋହନ … Read more

ଦୁଇଟି ରାଜପଥ ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରୀ

ନୂଆଦିଲ୍ଲୀ :ଦୁଇଟି ରାଜପଥ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‍ ମଞ୍ଜୁରି ପ୍ରଦାନ କରିଛନ୍ତି। ସେଗୁଡ଼ିକ ମଧ୍ୟମରେ ୬ ଲେନ୍‍ ବିଶିଷ୍ଟ ନାସିକ୍‍-ସୋଲାପୁର କରିଡର ଏବଂ ଓଡ଼ିଶାର ୩୨୬ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ରହିଛି। ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‍ କମିଟି ମହାରାଷ୍ଟ୍ରର ନାସିକ- ସୋଲାପୁର-ଅକ୍କଲକୋଟ କରିଡର ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି।୩୭୪ କିଲୋମିଟର ଏହି ରାଜପଥ ପାଇଁ ୧୯ ହଜାର ୧୪୨ କୋଟି ଟଙ୍କା ବିନିଯୋଗ କରାଯିବ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ … Read more

ମୋକିମ୍ ଏବଂ ସୋଫିଆ ଫିର୍ଦ୍ଦୋସଙ୍କ ନୂଆବର୍ଷ ଶୁଭେଚ୍ଛା ହୋର୍ଡିଂକୁ ନେଇ ଚର୍ଚ୍ଚା

କଟକ : ନୂଆବର୍ଷ ଶୁଭେଚ୍ଛା ପାଇଁ କଟକ ସହରରେ ଲାଗିଥିବା ମହମ୍ମଦ ମୋକିମ୍ ଏବଂ ସୋଫିଆ ଫିର୍ଦ୍ଦୋସଙ୍କ ହୋର୍ଡିଂକୁ ନେଇ ଚର୍ଚ୍ଚା ବଢ଼ି ଚାଲିଛି। ହୋର୍ଡିଂରେ କଂଗ୍ରେସର ଦଳୀୟ ସଙ୍କେତ ‘ହାତ’ ଚିହ୍ନ ନଥିବା ଦେଖିବାକୁ ମିଳିଛି । ସୋଫିଆଙ୍କ ଫଟୋ ତଳେ ‘ବିଧାୟିକା’ ବୋଲି ଉଲ୍ଲେଖ ରହିଛି । ନୂଆବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ଏହି ହୋର୍ଡିଂଟି ଲାଗିଥିବା ଦେଖିବାକୁ ମିଳିଛି ।ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ୍ । ସେ କହିଛନ୍ତି, ଆମ … Read more

ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି:ମୁଖ୍ୟ ପ୍ରଶାସକ କହିଲେ ଏହା ତାଳପତ୍ର ଚିତ୍ର

ପୁରୀ :୨୦୨୬ କ୍ୟାଲେଣ୍ଡରରେ ଶ୍ରୀମନ୍ଦିର ପ୍ରଶାସନର ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ବଳଭଦ୍ର ଏବଂ ବଳଭଦ୍ରଙ୍କ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଥିବା ଏକ ଫଟୋକୁ ଶ୍ରୀମନ୍ଦିର ପ୍ରଶାସନ କ୍ୟାଲେଣ୍ଡର ୨୦୨୬ ରେ ସ୍ଥାନ ଦିଆଯାଇଛି।ସେହିପରି ରଥଯାତ୍ରାର ଏକ ଫଟୋ ମଧ୍ୟ କ୍ୟାଲେଣ୍ଡର ରେ ରହିଥିବା ବେଳେ ସେଥିରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଛି। ପ୍ରଥମେ ସୁଭଦ୍ରାଙ୍କ ରଥ, ପରେ ଜଗନ୍ନାଥଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଟଣା ଯାଉଥିବାର ସମ୍ପର୍କିତ … Read more

ନୂଆ ବର୍ଷରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର:ଆରମ୍ଭ ହେବ ନୂଆ ବର୍ଷ ୨୦୨୬ । ଏଥିପାଇଁ ୩୧ ତାରିଖ ରାତିରୁ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ ରହିବ । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ବଡ ଦିନ ଡିସେମ୍ବର ୨୫ ତାରିଖ ପୂର୍ବରୁ ପ୍ରସ୍ତୁତି ଜାରି ରହିଛି । ଏହି ପରିପ୍ରେକ୍ଷୀରେ ନୂଆ ବର୍ଷରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଶୃଙ୍ଖଳିତ ଦର୍ଶନ ନିମନ୍ତେ କିପରି ପ୍ରସ୍ତୁତି ରହିଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ … Read more

କଂସ ମହାରାଜଙ୍କୁ ମଥୁରା (ବରଗଡ଼) ନଗରୀ ପାଇଁ ବିକାଶ ପ୍ରକଳ୍ପର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

ବରଗଡ:ବିଶ୍ଵର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ସପ୍ତମ ଦିନରେ ଦର୍ଶକମାନେ ଏକ ନିଆରା ଦୃଶ୍ୟ ଦେଖିବାକୁ ପାଇଥିଲେ । କଂସ ମହାରାଜ ତାଙ୍କ ଦରବାରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ସମ୍ରାଟ ଭାବେ ସମ୍ୱୋଧନ କରି ପଚାରିଥିଲେ ମଥୁରା ନଗରୀ (ବରଗଡ଼) ର ବିକାଶ ପାଇଁ କି ପଦକ୍ଷେପ ନିଆଯାଇଛି । ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମଥୁରା (ବରଗଡ଼)ର ଉନ୍ନତି ପାଇଁ ଆଜି ସମୁଦାୟ ପ୍ରାୟ ୧୩୬୨ କୋଟି … Read more

ନୂଆବର୍ଷ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ପାଇଁ ଉପହାର କିମ୍ବା ପୁଷ୍ପଗୁଚ୍ଛ ଧରି ନ ଆସିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନୂଆବର୍ଷ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣ ସମସ୍ତଙ୍କର ମଙ୍ଗଳ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ l “ନୂଆବର୍ଷର ପ୍ରଥମ ଦିନ ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ, ଏହି ଦିନ ମୋର କାର୍ଯ୍ୟାଳୟ ଗୋଟିଏ ସାଧାରଣ କାର୍ଯ୍ୟଦିବସ ଭଳି ଚାଲିବ । ନିୟମିତ ଭାବେ ସରକାରୀ କାର୍ଯ୍ୟ ହେବ । ତେଣୁ ମୋର କାର୍ଯ୍ୟାଳୟକୁ ନୂଆବର୍ଷର ଅଭିନନ୍ଦନ କିମ୍ବା ଶୁଭେଚ୍ଛା ଜଣାଇବା ପାଇଁ କେହି ନ … Read more

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

କଟକ:ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ାଉ କରି ଯାଞ୍ଚ କରିଛନ୍ତି । ଏଥିରେ ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ଜଣେ ଏଏସଆଇ ଓ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଠାବ ହୋଇଛି ବାବୁଙ୍କର ବହୁତଳ ଅଟ୍ଟାଳିକା । ଭୁବନେଶ୍ବର … Read more

ଭୁବନେଶ୍ବର ବିମାନ ବନ୍ଦରରୁ ଚାଲାଣ ସମୟରେ ୪କୋଟି ଟଙ୍କାର ମାରିଜୁଆନା ଜବତ

ଭୁବନେଶ୍ୱର:ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଭୁବନେଶ୍ବର ବିମାନ ବନ୍ଦରରୁ ଚାଲାଣ ସମୟରେ ୪କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି। ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏହାକୁ ଜବତ କରିଛି କଷ୍ଟମ ବିଭାଗ। ତେବେ ଆଗକୁ ନୂଆବର୍ଷ ଥିବାରୁ ଏହି ମାରିଜୁଆନା ସହରକୁ ଆସିଥିବା ସନ୍ଦେହ କରାଯାଉଛି। ଜବତ ମାରିଜୁଆନାର ମୂଲ୍ୟ ୪କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଥାଇଲାଣ୍ଡରୁ ଏହି ମାରିଜୁଆନା ଭୁବନେଶ୍ବର ଆସୁଥିବା ସୂଚନା ମିଳିଛି lତେବେ ଯାତ୍ରୀଜଣକ ଭୁବନେଶ୍ବରରୁ ଓହ୍ଲାଇବା ପରେ … Read more

୩ କୋଟିର ବୀମା ରାଶି ପାଇଁ ସର୍ପ ଦଂଶନ କରାଇ ବାପାକୁ ହତ୍ୟା

ତାମିଲନାଡୁ:ଗତ ଅକ୍ଟୋବର ୨୨ରେ ତାମିଲନାଡୁର ତିରୁଭଲ୍ଲୁର ନିକଟ ପୋଥରଥୁରପେଟ୍ଟଇ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମୃତକ ହେଲେ ୫୬ ବର୍ଷୀୟ ଗଣୋ। ସେ ଏକ ସରକାରୀ ସଂସ୍ଥାରେ ଲାବ୍ ଆସିଷ୍ଟାଣ୍ଟ ପଦବୀରେ ଚାକିରି କରୁଥିଲେ। ସେ ରାତିରେ ଶୋଇଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ବେକକୁ ସର୍ପ ଦଂଶନ କରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। ଏହା ଏକ ଅପମୃତ୍ୟୁ ବୋଲି ପୁଲିସ ସ୍ପଷ୍ଟ ହୋଇଥିଲା। କିନ୍ତୁ ବୀମା କମ୍ପାନୀଗୁଡ଼ିକ … Read more