February 28, 2026 12:49 am

ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସାମିଲ ହେବ ୧୪ ପଞ୍ଚାୟତର ୩୪ଟି ଗାଁ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ରେ ମିଶିବ ୧୪ଟି ପଞ୍ଚାୟତର ୩୪ଟି ଗାଁ। ଏନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୌଣସି ଆପତ୍ତି, ଅଭିଯୋଗ ଓ ପରାମର୍ଶ ବିଜ୍ଞପ୍ତି ପ୍ରକାଶ ହେବାର ୩୦ଦିନ ଭିତରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ କିମ୍ବା ଜିଲ୍ଲା ମାଜିଷ୍ଟ୍ରେଟ ଗଞ୍ଜାମଙ୍କ ଜରିଆରେ ଜଣାଇପାରିବେ ବୋଲି ଆହ୍ୱାନ କରିଛନ୍ତି। ଗତ ୧୭ ତାରିଖରେ ବ୍ରହ୍ମପୁର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରେଟର ବ୍ରହ୍ମପୁର ନେଇ ଘୋଷଣା କରିଥିଲେ। ବିଜ୍ଞପ୍ତି ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା।