ଚାଷୀଙ୍କୁ ଆଶ୍ୱସ୍ତି, ରବି ଧାନ କିଣା ଅବଧି ଜୁଲାଇ ୩ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାରେ ଏବେ ବି ଚାଷୀଙ୍କ ଧାନ ପଡ଼ି ରହିଥିବାରୁ ସରକାର ଏକ ନିଷ୍ପତ୍ତି ନେଇଛନ୍ତି। ଯୋଗାଣ ବିଭାଗ ରାଜ୍ୟରେ ରବି ଧାନ କିଣା ଅବଧିକୁ ଆସନ୍ତା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି । ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ନୂଆପଡ଼ା, ବାଲେଶ୍ୱର ସମେତ ଆଉ ୩ଟି ଜିଲ୍ଲାର ମଣ୍ଡିରେ ଏବେ ବି ଧାନ ପଡ଼ି ରହିଛି। ଚାଷୀ ଯେମିତି ଅସୁବିଧାର ସମ୍ମୁଖୀନ ନହେବେ, ସେଥିପାଇଁ ଧାନ କିଣା ସମୟ ସୀମାକୁ … Read more

ଆଧାର ସହ ବ୍ୟାଙ୍କ ଖାତା ଲିଙ୍କ୍ ନହେଲେ ବନ୍ଦ ହୋଇପାରେ ପେନସନ୍; ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆଧାର ସହ ବ୍ୟାଙ୍କ ଖାତା ଲିଙ୍କ୍ ନଥିଲେ ଅଟକିଯାଇପାରେ ସାମାଜିକ ସୁରକ୍ଷା ପେନସନ୍ । ଏନେଇ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ ପାଇଁ ଜିଲ୍ଲାପାଳଙ୍କୁ ହୋଇଛି ନିର୍ଦ୍ଦେଶ। ବର୍ତ୍ତମାନ ରାଜ୍ୟରେ ୩ ଲକ୍ଷ ୩୫ ହଜାର ୮୫୦ ଜଣ ପେନସନଭୋଗୀଙ୍କ ଆଧାର ନମ୍ବର ବ୍ୟାଙ୍କ ଖାତା ସହ ମ୍ୟାପିଂ ହୋଇନଥିବା ତଥ୍ୟରୁ ଜଣାପଡିଛି | ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ସମସ୍ତ ଜିଲ୍ଲାପାଳ ଓ … Read more

ଏମକେସିଜିରେ ଇଞ୍ଜେକ୍ସନ ହେରଫେର ମାମଲା: ଅଧିକାରୀଙ୍କ ଉପରେ ଆକ୍ସନ୍

ବ୍ରହ୍ମପୁର: ଦାମୀ ଇଞ୍ଜେକ୍ସନ ହେରଫେର ଘଟଣାରେ ଏମକେସିଜି ମେଡିକାଲ ଷ୍ଟୋରରେ କାର୍ଯ୍ୟାନୁଷ୍ଠାନ । ମେଡିକାଲ ଷ୍ଟୋର ପରିଚାଳନା ଦାୟିତ୍ୱରୁ ଷ୍ଟୋର ମେଡିକାଲ ଅଫିସର (SMO) କୁ ହଟାଯାଇଛି । ସମ୍ପୃକ୍ତ ଫାର୍ମାସି ଅଫିସରଙ୍କୁ ମଧ୍ୟ ଷ୍ଟୋର ଦାୟିତ୍ୱରୁ ହଟାଯିବାକୁ ନିଷ୍ପତ୍ତି ହୋଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ଆଉଟସୋର୍ସିଂ ଆଟେଣ୍ଡାଣ୍ଟଙ୍କୁ ବହିଷ୍କୃତ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି । ଏହାସହ ନଷ୍ଟ ହୋଇଥିବା ଇଞ୍ଜେକ୍ସନର ମୂଲ୍ୟ ସମ୍ପୃକ୍ତ ଫାର୍ମାସିଷ୍ଟ ଓ ନର୍ସିଂ ଅଫିସରଙ୍କ ଠାରୁ ଆଦାୟ … Read more

ଆଫଗାନିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନର ବିମାନ ଆକ୍ରମଣକୁ ନିନ୍ଦା କଲା ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନର ଏୟାର ଷ୍ଟ୍ରାଇକରେ ଅନେକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଏହି ଘଟଣାପରେ ଭାରତ ପକ୍ଷରୁ ପାକିସ୍ତାନକୁ କଡା ନିନ୍ଦା କରାଯାଇଛି l ଭାରତ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଭାରତ ଆଫଗାନିସ୍ତାନରେ ପାକିସ୍ତାନର ବିମାନ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି, ଯେଉଁଥିରେ ମହିଳା ଏବଂ ଶିଶୁଙ୍କ … Read more

ଜୁଲାଇ ୪ତାରିଖରେ ପଶ୍ଚିମ ଓଡିଶାକୁ ଆସିବେ ଅମିତ୍ ଶାହ

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଆସନ୍ତା ଜୁଲାଇ ୪ତାରିଖରେ ଦୁଇଦିନିଆ ପଶ୍ଚିମଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ବରଗଡ଼ ବିଜେପି ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। । ସୂଚନା ଅନୁଯାୟୀ ଜୁଲାଇ ୪ତାରିଖରେ ଗୃହମନ୍ତ୍ରୀ ଅମିତ୍ ଶାହ ସ୍ୱତନ୍ତ୍ର ବିମାନରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଂଚିବେ। ସେଠାରୁ ସିଧାସଳଖ ବରଗଡ଼ ଯାଇ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନରେ ନିର୍ମିତ ଏକ ବୃହତ୍ ଇଥାନଲ୍ ରିଫାଇନାରୀ ପ୍ରକଳ୍ପର ଉଦଘାଟନ କରିବେ। ବରଗଡ଼ରେ କାର୍ଯ୍ୟକ୍ରମ ସରିବା ପରେ … Read more

ଆୟର୍ଲାଣ୍ଡଠାରୁ ଟିମ୍ ଇଣ୍ଡିଆ ସିରିଜ୍ ହାରିବା ପରେ:ସୂର୍ଯ୍ୟବଂଶୀଙ୍କୁ ନ ଖେଳାଇବାକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଆୟର୍ଲାଣ୍ଡଠାରୁ ସିରିଜ୍ ହାରିବା ପରେ ଏବେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟର୍ଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଖେଳାଯାଇନଥିବାରୁ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି କିମ୍ବଦନ୍ତି ବ୍ୟାଟର ସୁନୀଲ ଗାଭାସ୍କର। ସେ କହିଛନ୍ତି ଯେ ଇଂଲଣ୍ଡ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ଶୃଙ୍ଖଳା ପୂର୍ବରୁ ଆୟର୍ଲାଣ୍ଡ ବିପକ୍ଷରେ ବୈଭବଙ୍କୁ ଭାରତୀୟ ଦଳରେ ସାମିଲ କରାଯିବ ବୋଲି ସେ ଆଶା କରୁଥିଲେ। ଏପରି କରାଯାଇନଥିବାରୁ ସେ ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। … Read more

ଚାଷୀଙ୍କୁ ୪୨ କୋଟି ଟଙ୍କାର ସୁଦ୍ଧ ରିହାତି ଯୋଜନାକୁ ରାଜ୍ୟ ସରକାରଙ୍କ ମଞ୍ଜୁରି

ଭୁବନେଶ୍ୱର: ୪୨ କୋଟି ଟଙ୍କାର ସୁଦ୍ଧ ରିହାତି ଯୋଜନା ମଞ୍ଜୁର କଲେ ରାଜ୍ୟ ସରକାର। ରାଜ୍ୟର ଚାଷୀମାନଙ୍କୁ ସଠିକ୍ ସମୟରେ ସାର ଉପଲବ୍ଧ କରାଇବା ଏବଂ ସେମାନଙ୍କୁ କଳାବଜାରୀରୁ ରକ୍ଷା କରିବା ପାଇଁ ଏହା ଏକ ବଡ଼ ପଦକ୍ଷେପ । ସମବାୟ ବିଭାଗର କମିଶନର ତଥା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଥାୟୀ ଆର୍ଥିକ କମିଟି (SFC) ର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ନୂତନ ଯୋଜନାର ନାମ ହେଉଛି—”ସାରର ପୂର୍ବ-ମହଜୁଦ (ପ୍ରି-ପୋଜିସନିଂ) ପାଇଁ କ୍ୟାଶ୍ କ୍ରେଡିଟ୍ … Read more

ଅଯୋଧ୍ୟା ଦାନ ଅର୍ଥ ହେରଫେର ମାମଲାରେ ଅଭିଯୁକ୍ତଙ୍କୁ ଅଯୋଧ୍ୟା ଓକିଲଙ୍କ ଚେତାବନୀ

ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଦାନ ଅର୍ଥ ଦୁର୍ନୀତିକୁ ନେଇ ସ୍ଥାନୀୟ ଅଯୋଧ୍ୟା ବାର୍ ଆସୋସିଏସନ୍ (ଓକିଲ ସଂଘ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସଂଘ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି ଯେ, ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ, ଅନିଲ ମିଶ୍ର ଏବଂ ଗୋପାଳ ରାଓଙ୍କୁ ଆସନ୍ତା ୩ ଦିନ ମଧ୍ୟରେ ଅଯୋଧ୍ୟା ଛାଡ଼ିବାକୁ ହେବ। ଯଦି ସେମାନେ ଏହି … Read more

ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଓ ଗଜାନନ ବେଶ ଦର୍ଶନ । ଭୋର ସକାଳୁ ଆରମ୍ଭ ହୋଇଥିବା ପହଣ୍ଡି ସକାଳ ୭ଟା ୨୯ରେ ଶେଷ ହୋଇଛି। ସ୍ନାନବେଦୀରେ ଚତୁର୍ଦ୍ଧାମୁରତି ବିରାଜମାନ କରିଛନ୍ତି। ଭକ୍ତମାନେ ବଡ଼ଦାଣ୍ଡରୁ ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦର୍ଶନ କରୁଛନ୍ତି। ଦିନ ୧୨ଟା ୨୦ରୁ ୨ଟା ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନବିଧି ଅନୁଷ୍ଠିତ ହେବ। ସ୍ନାନ ମଣ୍ଡପରେ ଜଳ ବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ଟେରା … Read more

ମହିଳା ଟି-୨୦ ବିଶ୍ୱକପରୁ ବିଦା ହେଲା ଭାରତ

ନୂଆଦିଲ୍ଲୀ: ରବିବାର ଲର୍ଡ଼ସର ଐତିହାସିକ ମଇଦାନରେ ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଗତଥରର ଚାମ୍ପିଅନ୍ ଅଷ୍ଟ୍ରେଲିଆ, ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଭାରତ ୨୦ ଓଭରରେ ୪ ଉଇକେଟ ହରାଇ ୧୭୦ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୯ ଓଭରରେ ୪ ଉଇକେଟ ହରାଇ ୧୭୨ ରନ ସଂଗ୍ରହ କରି ନେଇଥିଲା। ପ୍ଲେୟର ଅଫ୍‌ ଦି ମ୍ୟାଚ ଏଲିସ ପେରୀ ୫୬ ଓ ଆଶଲେ ଗାର୍ଡନର ୫୩* ରନ୍‌ କରି ଅଷ୍ଟ୍ରେଲିଆ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ … Read more