କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏମ୍ସରେ ଭର୍ତ୍ତି, ହୃଦରୋଗ ବିଭାଗରେ ଚିକିତ୍ସାଧୀନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି | ସେ ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତତ୍କାଳ ଦିଲ୍ଲୀ ସ୍ଥିତି ଏମ୍ସରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ହେବାରୁ ହୃଦରୋଗ ବିଭାଗରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଏମ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତତ୍କାଳ ଦିଲ୍ଲୀ ସ୍ଥିତି ଏମ୍ସରେ ଭର୍ତ୍ତି କରାଯାଇଛି। ଶ୍ରୀ … Read more

ପୁଲିସ ସେବା ପୁରସ୍କାର-୨୦୨୬; ସଂଜୀବ ପଣ୍ଡା ଓ ସ୍ମିତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର: ୨୦୨୬ ବର୍ଷର ପୋଲିସ ସେବା ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଶାର ୧୭ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ବିଭିନ୍ନ ବର୍ଗରେ ପୁରସ୍କୃତ ହେବେ। ଏହି ତାଲିକା ଅନୁସାରେ, ୫ ଜଣଙ୍କୁ ସାହାସିକତା, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୧୦ ଜଣଙ୍କୁ ମିଳିବ ପ୍ରଶଂସନୀୟ ସେବା ପଦକ। ADG ପାହ୍ୟା ଅଧିକାରୀ ସଂଜୀବ ପଣ୍ଡାଙ୍କୁ ମିଳିବ ରାଷ୍ଟ୍ରପତି ପଦକ। DSP ପାହ୍ୟାର ଅଧିକାରୀ ସ୍ମିତାରାଣୀ ମହାନ୍ତିଙ୍କୁ ମଧ୍ୟ ମିଳିବ ରାଷ୍ଟ୍ରପତି ପଦକ। ସୂଚନା ଅନୁସାରେ, … Read more

ଶକ୍ତି ବିଭାଗର ପ୍ରସ୍ତାବିତ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ୨୦୩୦ ସୁଦ୍ଧା ସମସ୍ତଙ୍କୁ ମିଳିବ ଗୁଣାତ୍ମକ ବିଦ୍ୟୁତ ସେବା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁବାର ଦିନ ଲୋକସେବା ଭବନରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ ଦିନରେ ହେବାକୁ ଥିବା ଶକ୍ତି ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରୁ ଜଣାଯାଇଛି ଯେ, ବର୍ତ୍ତମାନ ରାଜ୍ୟରେ ୨୧୦ଟି ଗ୍ରୀଡ୍‌ ସବ୍‌ଷ୍ଟେସନ୍ କାର୍ଯ୍ୟକ୍ଷମ ଅଛି । ସେଥିମଧ୍ୟରୁ ଗତ ୨ ବର୍ଷ ମଧ୍ୟରେ ୧୫ଟି ନୂଆ ଗ୍ରୀଡ୍‌ ସବ୍‌ଷ୍ଟେସନ୍ ସ୍ଥାପନ କରାଯାଇଛି। ସେହିଭଳି ୨ ବର୍ଷ ମଧ୍ୟରେ ୭୮୮.୯୯ ସର୍କିଟ୍‌ କିଲୋମିଟର ଟ୍ରାନ୍ସମିସନ୍ ଲାଇନ୍ … Read more

ନିର୍ମାଣାଧୀନ ସୁଡ଼ଙ୍ଗରେ ପାଣି ପଶିଯିବାରୁ ୭ ଶ୍ରମିକ ମୃତ,୧୪ ଆହତ

ଉତ୍ତରାଖଣ୍ଡ: ଚମୋଲିରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗ ଭିତରେ ପାଣି ପସିଯିବାରୁ ସୁଡ଼ଙ୍ଗରେ କାମ କରୁଥିବା ୭ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ବେଳେ ୧୪ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଦୁର୍ଘଟଣା ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟାରେ ଘଟିଥିଲା । ହଠାତ୍ ଆବର୍ଜନା ଭର୍ତ୍ତି ପାଣି ସୁଡ଼ଙ୍ଗ ଭିତରକୁ ପସି ଯାଇଥିଲା ଯାହାଫଳରେ ପାଖାପାଖି ୨୨ ଜଣ ଶ୍ରମିକ ସୁଡଙ୍ଗ ଭିତରେ ଫସି ଯାଇଥିଲେ । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା, ରାଜ୍ୟ ବିପର୍ଯ୍ୟୟ … Read more

ଓଡ଼ିଶା DGP ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୟୁନିଅନ ପବ୍ଲିକ ସର୍ଭିସ କମିଶନକୁ ଓଡ଼ିଶା DGP ଚୟନ ପ୍ରକ୍ରିୟାକୁ ଅଗଷ୍ଟ ୧୮ ପର୍ଯ୍ୟନ୍ତ ଆଗକୁ ନବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ୧୮ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି । ସାମାଜିକ କର୍ମୀ ଜୟନ୍ତ ଦାସ ଏହି PIL ଦାଖଲ କରିଛନ୍ତି । ଯାହା ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି କରି ଏହି ରାୟ ଦେଇଛନ୍ତି । ସୂଚନା ଥାଉ କି, UPSC ପକ୍ଷରୁ ଆଜି DGP ଚୟନ ପାଇଁ … Read more

କଟକରେ ଯୁବତୀଙ୍କୁ ଗଣଦୁଷ୍କର୍ମ: ୫ ଗିରଫ, ଜଣେ ଫେରାର

କଟକ: ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଘଟଣାରେ କଟକ ନିଶ୍ଚିନ୍ତକୋଇଲି ଥାନା ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଜଣେ ଅଭିଯୁକ୍ତ ଫେରାର ଥିବାବେଳେ ଘଟଣାର ତଦନ୍ତ ପାଇଁ ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ମୋଟ୍ ଚାରୋଟି ଟିମ୍ ଗଠନ ହୋଇଥିବା ବେଳେ ଉଭୟ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା କଟକ ଜିଲ୍ଲା ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । ଏହି ଗଣ … Read more

୩ କୋଟିରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହଡ଼ପ: ତିର୍ତ୍ତୋଲର ଦୁଇ ପୂର୍ବତନ ଅଧିକାରୀ ଗିରଫ

ଜଗତସିଂହପୁର: ଓଡ଼ିଶା ଭିଜିଲାନ୍ସ ଦୁଇ ଜଣ ପୂର୍ବତନ ସରକାରୀ ଅଧିକାରୀଙ୍କୁ ୩ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଗିରଫ କରିଛି। ଗିରଫ ହୋଇଥିବା ଅଧିକାରୀମାନେ ହେଲେ ତିର୍ତ୍ତୋଲ ବ୍ଲକ୍‌ର ପୂର୍ବତନ ଏସ୍‌ଆର୍‌ଏ ଭଞ୍ଜ କିଶୋର ବେହେରା ଏବଂ ପୂର୍ବତନ ପିଇଓ ପ୍ରଦୀପ୍ତ କୁମାର ମଲ୍ଲିକ। ଭିଜିଲାନ୍ସ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଆର୍ଥିକ ବର୍ଷ ୨୦୧୧-୧୨ ରୁ ୨୦୨୧-୨୨ ମଧ୍ୟରେ ଏହି ଆର୍ଥିକ ଠକେଇ ହୋଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ, ଭଞ୍ଜ କିଶୋର … Read more

ସହଜ ହେବ ଅନୁକମ୍ପାମୂଳକ ନିଯୁକ୍ତି :ନୂତନ ନିୟମକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଥଇଥାନ ସହାୟତା) ନିୟମ, ୨୦୨୬’ କୁ ଅନୁମୋଦନ ମିଳିଛି। ଚାକିରି କାଳରେ ପ୍ରାଣ ହରାଉଥିବା ସରକାରୀ କର୍ମଚାରୀଙ୍କ ଯୋଗ୍ୟ ପରିବାର ସଦସ୍ୟଙ୍କୁ କିପରି ଠିକ୍ ସମୟରେ ନିଯୁକ୍ତି ମିଳିପାରିବ, ସେଥିପାଇଁ ଏହି ନୂତନ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଏହି ନୂଆ ବ୍ୟବସ୍ଥା ଅନୁଯାୟୀ ସର୍ବାଧିକ ବାଧକ ସାଜୁଥିବା ‘୧୦୦-ପଏଣ୍ଟ ମୂଲ୍ୟାୟନ ପ୍ରଣାଳୀ’କୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରାଯାଇଛି । ଥଇଥାନ ସହାୟତା ଯୋଜନା ଅଧୀନରେ … Read more

ଆଡଭାନ୍ସ ଟିପ୍’ ଫିଚର ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଡଭାନ୍ସ ଟିପ୍ ଦେବା ସୁବିଧା ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଏ ନେଇ ଏକ ସର୍କୁଲାର ଜାରି କରିଥିବା ବେଳେ କହିଛନ୍ତି ଯେ କେତେକ ପ୍ଲାଟଫର୍ମ ତାଙ୍କ ଆପ୍ ରେ ଏହି ସୁବିଧା ଆରମ୍ଭ କରିଛନ୍ତି ଯେଉଁଥିରେ ଯାତ୍ରୀଙ୍କୁ ପ୍ରଥମରୁ ଟିପ୍ ମଗା ଯାଉଛି । ବିଶେଷ କରି ଓଲା, ଉବର ଓ ରାପିଡୋ ରାଇଡର୍ସଙ୍କୁ ଆଡଭାନ୍ସ ଟିପ୍ ମଗାଯାଉଥଛି l ମନ୍ତ୍ରାଳୟ ସ୍ପଷ୍ଟ … Read more

ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଏନ୍. ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଏନ୍. ଚନ୍ଦ୍ରଶେଖରନ । ତାଙ୍କ ଇସ୍ତଫା ଲାଗୁ ହୋଇନାହିଁ । ଫେବ୍ରୁଆରୀ ୨୦୨୭ ଯାଏଁ କାର୍ଯ୍ୟକାଳ ପୂରା କରିବେ । ହେଲେ ଆଉ ପୁଣି ଦାୟିତ୍ୱ ନେବେନି ।ଟାଟା ସନ୍ସର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ ନିଜ ପଦରୁ ହଟିବା ନେଇ ବୋର୍ଡକୁ ଜଣାଇଥିବା ରିପୋର୍ଟ ଆସିଛି । ତେବେ ସେ ତୁରନ୍ତ ପଦ ଛାଡ଼ୁନାହାନ୍ତି । ଫେବ୍ରୁଆରୀ ୨୦୨୭ରେ ତାଙ୍କ ବର୍ତ୍ତମାନର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ … Read more